ଲିଓନାର୍ଡୋ ଦା ଭିନ୍ସି
ଲିଓନାର୍ଡୋ ଦା ଭିନ୍ସି | |
---|---|
ଜନ୍ମ | Leonardo di ser Piero da Vinci ଅପ୍ରେଲ ୧୫, ୧୪୫୨ |
ମୃତ୍ୟୁ | ମଇ ୨, ୧୫୧୯ | (ବୟସ ୬୭)
ପ୍ରସିଦ୍ଧି | Diverse fields of the arts and sciences |
ଉଲ୍ଲେଖନୀୟ କୃତି | Mona Lisa The Last Supper The Vitruvian Man Lady with an Ermine |
ଶୈଳୀ | High Renaissance |
ଦସ୍ତଖତ | |
ଲିଓନାର୍ଡୋ ଦା ଭିନ୍ସି (Leonardo di ser Piero da Vinci: Italian pronunciation: [leoˈnardo da vˈvintʃi] pronunciation (help•info); 15 April 1452 – 2 May 1519, Old Style) ଜଣେ ଇତାଲିୟ ବ୍ୟକ୍ତି ଥିଲେ ଓ ଏକା ଧାରରେ ଜଣେ ଚିତ୍ରକର, ସ୍ଥପତି, ଆର୍କିଟେକ୍ଟ, ସଙ୍ଗୀତଜ୍ଞ, ଗଣିତଜ୍ଞ, ଯନ୍ତ୍ରୀ (ଇଞ୍ଜିନିଅର), ଉଦ୍ଭାବକ, ଶରୀର ଗଠନ ବିଶେଷଜ୍ଞ (ଆନାଟମିଷ୍ଟ), ଭୂତତ୍ତ୍ୱବିଦ (ଜେଓଲୋଜିଷ୍ଟ), କାର୍ଟୋଗ୍ରାଫର, ଉଭିଦବିଜ୍ଞାନୀ ଓ ଲେଖକ ଥିଲେ । ସେ ଅତ୍ୟଧିକ କୌତୁହଳି ଓ ଅନୁସନ୍ଧିତ୍ସୁ ଥିଲେ । ତାଙ୍କୁ ରେନାସାଁ ମଣିଷ ବା ଅତୃପ୍ତ କୌତୁହଳି ଓ ଅତ୍ୟଧିକ ଉଦ୍ଭାବନୀ ଚିନ୍ତାଧାରା ସମ୍ପର୍ଣ୍ଣ କୁହାଯାଉଥିଲା [୧]। ତାଙ୍କୁ ସର୍ବକାଳୀନ ଶ୍ରେଷ୍ଠ ଚିତ୍ରକର ଓ ବିବିଧ କଳାସମ୍ପର୍ଣ୍ଣ ମଣିଷ କୁହାଯାଏ [୨]। ଐତିହାସିକ ହେଲେନ ଗାର୍ଡନରଙ୍କ ମତରେ ତାଙ୍କ ଭଳି ଅନୁସନ୍ଧାନ ଆଗ୍ରହୀ ସଂସାରରେ ଅଦ୍ୱିତୀୟ ଓ ଅବିଦିତ । ତାଙ୍କର ମନ personality ସେ ଅତିମାନବୀୟ ଥିଲେ ତଥା ସେ ନିଜେ mysterious ଓ remote ଥିଲେ[୧] । ମାର୍କୋ ରୋଷୀ ମତରେ ଲିୟନାର୍ଡୋଙ୍କ ବିଷୟରେ ବହୁତ ଜିଜ୍ଞାସା ଥିଲେ ମଧ୍ୟ ସେ ତତ୍ତ୍ୱାନୁମୋଦିତ ଥିଲେ । ତାଙ୍କର ଦୃଷ୍ଟିରେ ସଂସାର ରହସ୍ୟମୟ ନ ହୋଇ ତାତ୍ୱିକ ଥିଲା । ତାଙ୍କର କର୍ମ ପଦ୍ଧତି ସେ ଯୁଗ ନିମନ୍ତେ ଅସାଧାରଣ ଥିଲା[୩]।
ଫ୍ଲୋରେନ୍ସ ଇଲାକାର ଭିନ୍ସିଠାରେ ନୋଟାରି କାମ କରୁଥିବା ପିଏରୋ ଡା ଭିନ୍ସି ଓ ଚାଷୀ ପରିବାରର ଲଳନା କାଟେରିନାଙ୍କ ଔରସରୁ ସେ ଜନ୍ମ ଗ୍ରହଣ କରିଥିଲେ । ଫ୍ଲୋରେନ୍ସର ବିଖ୍ୟାତ ଚିତ୍ରକର ଭେରୋଛିଓଙ୍କର ଷ୍ଟୂଡିଓରେ ସେ ଶିକ୍ଷା ଗ୍ରହଣ କରିଥିଲେ । ମିଲାନର ଲୁଡୋଭିକୋ ଇଲ ମୋରୋଙ୍କ ସାଙ୍ଗରେ ତାଙ୍କର ପ୍ରାରମ୍ଭିକ କର୍ମମୟ ଜୀବନ ବିତିଥିଲା । ପରେ ସେ ରୋମ, ବୋଲୋନା ଓ ଭେନିସରେ କାମ କରିଥିଲେ । ଶେଷ ଜୀବନରେ ସେ ଫ୍ରାନ୍ସରେ ରହିଥିଲେ ।
ଲିଓନାର୍ଡୋ ପ୍ରଥମେ ଚିତ୍ରକର ଭାବରେ ସୁଖ୍ୟାତି ପାଇଥିଲେ ଓ ଏବେ ବି ପାଉଛନ୍ତି । ତାଙ୍କର କୃତି ମଧ୍ୟରେ ‘ମୋନାଲିସା’ ଚିତ୍ର ସବୁଠାରୁ ଅଧିକ ବିଖ୍ୟାତ [୪]। ଧର୍ମ ସମ୍ବନ୍ଧୀୟ ଚିତ୍ର ଦି ଲାଷ୍ଟ ସପର (The Last Supper) ସର୍ବକାଳୀନ ସର୍ବାଧିକ ପୁନରୁତ୍ପନ୍ନ (reproduced) ଚିତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି । ଏଭଳି ପ୍ରସିଦ୍ଧି ପାଖକୁ କେବଳ ମାଇକେଲଆଞ୍ଜେଲୋଙ୍କର ଦି କ୍ରିଏସନ ଅଫ ଆଡାମ ଚିତ୍ର ଆସିଛି[୧] । ତାଙ୍କର ଭିଟୃଭିଆନ ମ୍ୟାନ ଚିତ୍ର ସାଂସ୍କୃତିକ ଆଇକନ ଭାବରେ ପ୍ରସିଦ୍ଧ ।[୫]
ଏହି ଚିତ୍ରକୁ ମୁଦ୍ରା, ପାଠ୍ୟ ପୁସ୍ତକ ଓ ଟି-ସାର୍ଟମାନଙ୍କରେ ଅଙ୍କା ଯାଉଥିଲା । ତାଙ୍କର ଅଙ୍କିତ ମାତ୍ର ପନ୍ଦରଟି ଚିତ୍ର ରହିଛି । ଏତେ ଅଳ୍ପ ସଂଖ୍ୟାର କାରଣ ହେଲା ସେ ସର୍ବଦା ନୂଆ ନୂଆ ପରୀକ୍ଷା ନିରୀକ୍ଷା କରୁଥିଲେ । ତଥାପି ଏହି ସ୍ୱଳ୍ପ ସଂଖ୍ୟକ ଚିତ୍ର ସହ ତାଙ୍କର ଟିପା ଖାତାରେ ଲିଖିତ ଓ ଅଙ୍କିତ ଚିତ୍ର, ବୈଜ୍ଞାନିକ ଚିତ୍ର, ତାଙ୍କର ପେଣ୍ଟିଙ୍ଗ ବିଷୟରେ ଚିନ୍ତାଧାରା ପରବର୍ତ୍ତୀ ପିଢୀକୁ (genetation) ଦାନ କରିଥିଲା ଯାହାକି କେବଳ ମାଇକେଲଆଞ୍ଜେଲୋ ସହ ସମକକ୍ଷ ଥିଲା ।
ଲିୟନାର୍ଡୋ ତାଙ୍କର ଟେକ୍ନୋଲୋଜିକାଲ ଦକ୍ଷତା ନିମନ୍ତେ ପୂଜ୍ୟ । ସେ ଉଡନ୍ତା ମେସିନ, ଟ୍ୟାଙ୍କ, ସୌର ଶକ୍ତି, ଡବଲ ହଲ (ଜଳ ଯାହାଜର ନିମ୍ନ ଅଂଶ) ଓ ମିଶାଣ ଯନ୍ତ୍ର[୬] ଇତ୍ୟାଦିର ଧାରଣା ଓ ପ୍ଳାନ ପ୍ରସ୍ତୁତ କରିଥିଲେ । ତାଙ୍କର ଜୀବଦ୍ଦଶାରେ ଏ ସମସ୍ତ ଉଦ୍ଭାବନ ପ୍ରାଥମିକ ସ୍ତରରେ ରହିଲା ଓ ସଂପୂର୍ଣ୍ଣ ହୋଇ ପାରିଲା ନାହିଁ, କିନ୍ତୁ ସିଲେଇ ମେସିନର ବବିନ ଓ ଟେନସାଇଲ ଶକ୍ତି ମାପିବା ଯନ୍ତ୍ର ସେତେବେଳେ କାର୍ଯ୍ୟରେ ଲାଗିଥିଲା । ଶରୀର ଗଠନ, ସିଭିଲ ଇଂଜିନିଯରିଂ, ଅପଟିକ ଓ ହାଇଡ୍ରୋଡାଇନାମିକ୍ସ ବିଷୟମାନଙ୍କରେ ଅନେକ ନୂତନ ତଥ୍ୟ ଆବିଷ୍କାର କରିଥିଲେ, କିନ୍ତୁ ସେ ସମସ୍ତ ଛପେଇ ନ ଥିବାରୁ ପରବର୍ତ୍ତୀ କାଳର ବିଜ୍ଞାନରେ କୌଣସି ପ୍ରଭାବ ଛାଡି ନ ଥିଲା [୭]।
ତାଙ୍କର ଜୀବନ
[ସମ୍ପାଦନା]ପିଲାଦିନ, ୧୪୫୨-୬୬
[ସମ୍ପାଦନା]ଲିଓନାର୍ଡୋ ୧୫ ଏପ୍ରିଲ ୧୪୫୨ ମସିହାରେ ଭିନ୍ସି ସ୍ଥାନର ଟୁସ୍କାନ ଟାଉନରେ ରାତିର ତୃତୀୟ ଘଣ୍ଟାରେ ଜନ୍ମଗ୍ରହଣ କରିଥିଲେ (ସେତେବେଳର ଗଣନା ଅନୁସାରେ)[୮]|group="nb"}} in the Tuscan hill town of Vinci, in the lower valley of the Arno River in the territory of the Medici-ruled Republic of Florence.[୯] । ତାଙ୍କର ପିତା ମାତା ବିବାହ କରି ନ ଥିଲେ । ପିତାଙ୍କ ନାମ ମେସର ପିଏରୋ ଫ୍ରୁଓସିନୋ ଦି ଅଣ୍ଟୋନିଓ ଦା ଭିନ୍ସି ( Messer Piero Fruosino di Antonio da Vinci) ଥିଲା ଓ ମାତାଙ୍କ ନାମ କାଟେରିନା ଥିଲା[୮][୧୦] । ତାଙ୍କର ନାମ ସହ ସାଙ୍ଗିଆ ନ ଥିଲା । ତାଙ୍କର ଜନ୍ମ ସମୟର ନାମ ଥିଲା ଲିଓନାର୍ଡୋ ଡି ସର ପିଏରୋ ଦା ଭିନସି ଯାହାର ଅର୍ଥ "ଲିଓନାର୍ଡୋ, ଭିନସିର ମେସର ପିଏରୋଙ୍କର ପୁତ୍ର ( "Lionardo di ser Piero da Vinci", meaning "Leonardo, (son) of (Mes)ser Piero from Vinci"), ସର ଶବ୍ଦର ଅର୍ଥ ଭଦ୍ରଲୋକ ।
ତାଙ୍କର ପିଲାଦିନ ବିଷୟରେ ବିଶେଷ ତଥ୍ୟ ନାହିଁ । ଜୀବନର ପ୍ରଥମ ପାଞ୍ଚ ବର୍ଷ ସେ ମାତାଙ୍କ ସହ ହାମଲେଟ ଅଫ ଆଞ୍ଚିଆନା ସ୍ଥାନରେ କଟେଇଥିଲେ । ପରେ ୧୪୫୭ ପରଠାରୁ ସେ ପିତା, ବଡ଼ବାପା ଓ ମାମୁଁଙ୍କ ସହ ରହିଥିଲେ । ପିତା ୧୬ ବର୍ଷିଆ ଝିଅ ଆଲ୍ବିଏରାଙ୍କୁ ବିବାହ କରିଥିଲେ ଯିଏ ଲିଓନାର୍ଡୋଙ୍କୁ ଭଲ ପାଉଥିଲେ କିନ୍ତୁ ଆଲ୍ବିଏରା ଅକାଳ ମୃତ୍ୟୁ ବରଣ କଲେ [୧୧]। ଲିଓନାର୍ଡୋଙ୍କୁ ୧୬ ବର୍ଷ ବୟସ ହୋଇଥିଲା ବେଳେ ତାଙ୍କର ପିତା ଫ୍ରାନ୍ସେସ୍କା ନାମ୍ନୀ ଜଣେ କୋଡ଼ିଏ ବର୍ଷ ବୟସ୍କା ମହିଳାଙ୍କୁ ବିବାହ କରିଥିଲେ । ତାଙ୍କର ପିତା ତୃତୀୟ ଓ ଚତୁର୍ଥ ବିବାହ ବେଳେ ନ୍ୟାୟ ସଙ୍ଗତ ପିଲାଙ୍କ ପିତା ହୋଇଥିଲେ ।
ଲାଟିନ ଓ ଜ୍ୟାମିତିରେ ଲିଓନାର୍ଡୋ ଅଣ ପାରମ୍ପରିକ ଶିକ୍ଷା ଲାଭ କରିଥିଲେ । ପିଲା ଦିନର ଦୁଇଟି ଘଟଣା ସେ ଲିପିବଦ୍ଧ କରିଥିଲେ । ପ୍ରଥମ: ଗୋଟିଏ କଳା କାଇଟ ଚଢ଼େଇ ଆକାଶରୁ ଖସି ତାଙ୍କର cradle ଉପରେ ଉଡି ବୁଲିଲା ଓ ତାର ଲାଞ୍ଜ ତାଙ୍କର ମୁହଁରେ ଘଷି ହୋଇଥିଲା । ଏହାକୁ ଏକ ଖରାପ ପୁର୍ବାଭାସ ଧରାଯାଉଥିଲା । ଦ୍ୱିତୀୟ ଘଟଣା: ଗୋଟିଏ ପାହାଡରେ ସେ ଗୋଟିଏ ଗୁମ୍ଫା ଆବିଷ୍କାର କଲେ ଓ ସେଥିରେ ଦାନବ ଥିବ ଭାବି ଭୀଷଣ ଡରିଯାଇଥିଲେ ।
ପିଲା ଦିନେ ଐତିହାସିକ ଭାବନାରେ ତାଙ୍କର ସମୟ କଟୁଥିଲା[୧୨] । ଷୋଡଶ ଶତାବ୍ଦୀ ଜୀବନୀ ଲେଖକ ବସରି ଲେଖିଛନ୍ତି ଗୋଟିଏ ଚାଷୀ ପିଲା ଗୋଟିଏ ଗୋଲାକାର ଶିଲ୍ଡ କରି ଲିୟନାର୍ଡୋଙ୍କୁ ତା ଉପରେ ଛବି ଆଙ୍କିଦେବାକୁ କହିଲା । ଲିୟନାର୍ଡୋ ତା ଉପରେ ମୁଖରୁ ନିଆଁ ବର୍ଷୁଥିବା ଦାନବ ଚିତ୍ର ଆଙ୍କିଦେଲେ । ଭୟାତୁର ଲିୟନାର୍ଡୋ ତାକୁ ଜଣେ କଳା ବିକ୍ରେତାକୁ ଦେଲେ ଯିଏ ସିଲ୍ଡକୁ ମିଳାନର ଡ୍ୟୁକଙ୍କୁ (Duke of Milan) ବିକ୍ରି କରିଦେଲେ । ଲିୟନାର୍ଡୋ ଅର୍ଥ ଲାଭ କରି ଆଉ ଗୋଟିଏ ଶିଲ୍ଡ ଆଣି ତା ଉପରେ ତୀର ବିଦ୍ଧ ହୃଦୟ ଚିତ୍ର ଆଙ୍କି ସେହି ପିଲାକୁ ଦେଲେ [୧୩]।
ଭେର୍ରୋଚିଓ କର୍ମଶାଳା, ୧୪୬୬-୭୬
[ସମ୍ପାଦନା]ଲିଓନାର୍ଡୋ ଚଉଦ ବର୍ଷ ବୟସରେ ଚିତ୍ରକର ଆଣ୍ଡ୍ରିଆ ଦି ସିଓନ୍ଙ୍କ ଶିଷ୍ୟତ୍ତ୍ୱ ଗ୍ରହଣ କଲେ ଯିଏ ସେତେବେଳେ ଭେର୍ରୋଚିଓ ନାମରେ ଜଣାଶୁଣା ଥିଲେ ଫ୍ଲୋରେନ୍ସରେ ତାଙ୍କର କର୍ମଶାଳା ସବୁଠାରୁ ଭଲ ଥିଲା । ସେହି କର୍ମଶାଳାରେ ଶିକ୍ଷାଲାଭ କରିଥିବା ଅନ୍ୟ ବିଖ୍ୟାତ ବ୍ୟକ୍ତିମାନଙ୍କାର ନାମ ଡୋମେନିକୋ ଘିର୍ଲାଣ୍ଡାଇଓ, ପେରୁଜିନୋ, ବୋଟ୍ଟିସେଲି ଓ ଲୋରେଞ୍ଜୋ ଡି କ୍ରେଡି । ଲିଓନାର୍ଡୋ ସେଠାରେ ଉଭୟ ଥିଓରି ଓ ଟେକ୍ନିକାଲ୍ ଦକ୍ଷତା ଯଥା ଡ୍ରାଫ୍ଟିଙ୍ଗ୍, ରସାୟନ ବିଜ୍ଞାନ, ଧାରୁ ବିଜ୍ଞାନ, ପ୍ଲାସ୍ଟର କାସ୍ଟିଙ୍ଗ, ଚମଡ଼ା କାମ, ମେକାନିକ୍ସ୍, କାଠକାମ, ଡ୍ରଇଂ, ପେଣ୍ଟିଙ୍ଗ, ଖୋଦେଇ ଓ ମଡେଲିଙ୍ଗ ଇତ୍ୟାଦି ଶିଖିଥିଲେ[୧୪]
କର୍ମଶାଳାରେ ଅଧିକାଂଶ ପେଣ୍ଟିଙ୍ଗ କର୍ମଚାରୀଙ୍କଦ୍ୱାରା କରାଯାଉଥିଲା । ବାସାରିଙ୍କ କଥାନୁସାରେ ବିଖ୍ୟାତ 'ଦି ବାପ୍ଟିଜ୍ମ ଅଫ୍ କ୍ରାଏସ୍ଟ' ଚିତ୍ରରେ ଥିବା ଯୀଶୁଙ୍କ ରୋବ୍ ଧରିଥିବା ପରୀର ରଙ୍ଗ ଦେବାରେ ଭେରରୋଚିଓଙ୍କୁ ଲିଓନାର୍ଡୋ ସାହାଯ୍ୟ କରୁଥିଲେ । ଏହା ଏତେ ଉଚ୍ଚକୋଟୀର ହୋଇଥିଲା ଯେ ଭେର୍ରୋଚିଓ ତାଙ୍କର ତୁଳୀ ତଳେ ଥୋଇଦେଲେ ଓ ଜୀବନରେ ଆଉ କେବେ ରଙ୍ଗ କଲେ ନାହିଁ । ଚିତ୍ରାକୁ ସୂକ୍ଷ୍ମ ଭାବରେ ଦେଖିଲେ ଲିୟନାର୍ଡୋ ନୂଆ ତକାନିକ ଦେଖାଯାଏ ।
ମସିହା `୧୭୪୨ରେ ୨୦ ବର୍ଷ ବୟସରେ ସେ ଡାକ୍ତର ଓ କଳାକାରଙ୍କ ନିମନ୍ତେ ଉଦ୍ଦିଷ୍ଟ ‘ଗିଲ୍ଡ ଅଫ ସେଣ୍ଟ ଲ୍ୟୁକ’ରୁ ମାଷ୍ଟର ସମ୍ମାନ ପାଇଲେ । ତାଙ୍କର ପିତା ତାଙ୍କ ନିମନ୍ତେ କର୍ମଶାଳା ତିଆରି କରିଦେଇଥିଲେ ମଧ୍ୟ ସେ ଭେର୍ରୋଚିଓଙ୍କ ସହ ଏତେ ସୁସମ୍ପର୍କ ରଖିଥିଲେ ଯେ ତାଙ୍କୁ ସେ ସାହାଯ୍ୟ କରିବା ଛାଡି ନ ଥିଲେ । କଲମ କାଳି ସାହାଯ୍ୟରେ ୦୫/୦୮/୧୪୭୩ ମସିହାରେ ଅଙ୍କିତ ଆରନୋ ଭ୍ୟାଲି ତାଙ୍କର ପ୍ରାରମ୍ଭିକ କୃତି ହିସାବରେ ଗଣାଯାଏ ।
ବ୍ୟବସାୟୀକ ଜୀବନ
[ସମ୍ପାଦନା]ଭେର୍ରୋଚିଓ କର୍ମଶାଳା ଓ ନିଜ ପିତାଙ୍କ ଘର ଲିଓନାର୍ଡୋ ତ୍ୟାଗ କଲେ । ୧୪୭୬ରୁ ୧୪୭୮ ପର୍ଯ୍ୟନ୍ତ ସେ କେଉଁଠାରେ ଥିଲେ ତାହାର ତଥ୍ୟ ମିଳୁନାହିଁ [୧୫]। ଲେଖକ ଆନୋନିମୋ ଗାଡ୍ଡିଆନୋ ଅନୁସାରେ ୧୪୮୦ ମସିହାରେ ଲିଓନାର୍ଡୋ ରହୁଥିଲେ ମେଡିସିଙ୍କ ସାଥିରେ ଓ ଫ୍ଲୋରେନ୍ସର ପ୍ଲାଜ୍ଜା ସାନ୍ ମାର୍କୋରେ କାମ କରୁଥିଲେ । କବି, ଚିତ୍ରକର ଓ ଫିଲୋସୋଫରଙ୍କୁ ନେଇ ଏହି ନିଓପ୍ଲାଟୋନିକ୍ ଏକାଡେମି ମେଡିସିଙ୍କଦ୍ୱାରା ସ୍ଥାପିତ ହୋଇଥିଲା । ୧୪୭୮ ମସିହାରେ ପାଲାଜୋ ଭେସିଓରେ ଥିବା ସେଣ୍ଟ ବର୍ନାର୍ଡ ଚାପେଲରେ ଗୋଟିଏ ଅଲ୍ଟାର ପିସ୍ ଓ ୧୪୮୧ ମସିହାରେ ସାଅନ୍ ଡୋନେତୋ ଏ ସ୍କୋପେଟାର ସାଧୁଙ୍କା ନିମନ୍ତେ 'ଆଡୋରେସନ୍ ଅଫ ମାଗି' ଚିତ୍ର ପେଣ୍ଟିଙ୍ଗ କରିବା ନିମନ୍ତେ ନିଯୁକ୍ତ ହୋଇଥିଲେ [୧୬]। ଲିଓନାର୍ଡୋ କିଛି ଦିନ ପରେ ମିଲାନ ଯିବାରୁ ଏହି 'ଆଡୋରେସନ୍ ଅଫ ମାଗି' ଛିତ୍ର ତିଆରି ବାଧା ପ୍ରାପ୍ତ ହୋଇ ସମ୍ପୁର୍ଣ୍ଣ ହୋଇ ନ ଥିଲା ।
ଭାସାରିଙ୍କ ମତ ଅନୁସାରେ ୧୪୮୨ ମସିହାରେ ଲିଓନାର୍ଡୋ ଶ୍ରେଷ୍ଠ ସଙ୍ଗିତଜ୍ଞ ଥିଲେ [୧୭]। ସେ ରୁପାରେ ତିଆରି ଗୋଟିଏ ଲାୟାର୍ ବାଦ୍ୟଯନ୍ତ୍ର ତିଆରି କରିଥିଲେ ଯାହାର ଆକାର ଗୋଟିଏ ଘୋଟକ ମୁଣ୍ଡ ଆକାର ହୋଇଥିଲା । ଲିଓନାର୍ଡୋଙ୍କୁ ସେହି ଲାୟାରଟି ଗୋଟିଏ ଉପହାର ଆକାରରେ ନେଇ ମିଲାନର ଡ୍ୟୁକଙ୍କ ପାଖକୁ ଲୋରେଞ୍ଜୋ ଡି ମେଡିସି ପଠେଇଲେ [୧୮]। ସେହି ସମୟରେ ସେ ଇଞ୍ଜିନିଅରିଙ୍ଗ ଓ ପେଣ୍ଟିଙ୍ଗ ସହ ଅନେକ ପ୍ରକାର ବିବିଧ କର୍ମ ଜାଣିଛନ୍ତି ବୋଲି ଲୁଡୋଭିକୋଙ୍କୁ ଗୋଟିଏ ଚିଠିରେ ଲିଓନାର୍ଡୋ ଲେଖିଥିଲେ [୧୯]
।
ମିଲାନରେ ଲିଓନାର୍ଡୋ ୧୪୮୨ରୁ ୧୪୯୯ ମସିହା ପର୍ଯ୍ୟନ୍ତ କାମ କରିଥିଲେ । ଚିତ୍ର ଭିର୍ଜିନ୍ ଅଫ୍ ଦି ରକ୍ସ୍ ଓ ଦି ଲାସ୍ଟ ସପର ତିଆରି କରିବା ନିମନ୍ତେ ନିଯୁକ୍ତ ହୋଇଥିଲେ [୨୦]। ଲୁଡିଭିକୋଙ୍କ ବଦଳରେ ସେ ହଙ୍ଗେରୀ ଯାତ୍ରା କରି ମାଥିଆସ୍ କର୍ନଭିନସ୍ଙ୍କ ସହ ସାକ୍ଷାତ କରିଥିଲେ ଓ ତାଙ୍କ ପାଇଁ ହୋଲି ଫ୍ୟାମିଲି ଚିତ୍ର ଆଙ୍କିଥିଲେ [୨୧]। ୧୪୯୩ରୁ ୧୪୯୫ ମସିହା ମଧ୍ୟରେ ତାଙ୍କର ଟିକସ ଚିଠାରେ କାଟେରିନା ତାଙ୍କ ଉପରେ ନିର୍ଭରଶୀଳ ବୋଲି ଲେଖିଥିଲେ । କାଟେରିନାଙ୍କ ମୃତ୍ୟୁ ୧୪୯୫ ମସିହାରେ ହେବା ପରେ ତାଙ୍କ ନିମନ୍ତେ ହୋଇଥିବା ଖର୍ଚ୍ଚରୁ ସେ ଲିଓନାର୍ଡୋଙ୍କ ମାତା ବୋଲି ଜଣାପଡ଼ିଲା [୨୨]।
ଲୁଡୋଭିକୋଙ୍କ ଅନେକ ପ୍ରକଳ୍ପରେ ସେ ନିଯୁକ୍ତି ପାଇଥିଲେ । ମିଲାନ କାଥେଡ୍ରାଲର ଗମ୍ବୁଜର ଡିଜାଇନ ତିଆରି କରିଥିଲେ । ଫ୍ରାନ୍ସେସ୍କୋ ଫୋର୍ଜାଙ୍କ ନିମନ୍ତେ ଘୋଡ଼ାରେ ବସିଥିବା ଏକ ବ୍ରୋଞ୍ଜ ମୂର୍ତ୍ତିର ମଡେଲ ତିଆରି କରିଥିଲେ । ଏଥି ନିମନ୍ତେ ୭୦ ଟନ୍ ବ୍ରୋଞ୍ଜ ଅଣାଯାଇଥିଲା । ଅନେକ ବର୍ଷ ପର୍ଯ୍ୟନ୍ତ୍ ତାହା ତିଆରି ନ ହୋଇ ରହିଥିଲା ଓ ୧୪୯୨ ମସିହାରେ ତାହାର ମୃଣ୍ମୟ ମୂର୍ତ୍ତି ମଡେଲ ତିଆରି କରିଥିଲେ ଯାହା ତାହାଠାରୁ କେବଳ ଦୁଇଟି ମୂର୍ତ୍ତି ବିରାଟ ଥିଲା । ଲିଓନାର୍ଡୋ ଏହାର କାସ୍ଟିଙ୍ଗ ନିମନ୍ତେ ପୁଙ୍ଖାନୁପୁଙ୍ଖ ପ୍ଲାନ ତିଆରି କରିଥିଲେ କିନ୍ତୁ ମାଇକେଲ୍ ଆଞ୍ଜେଲୋ ତାଙ୍କୁ ସମାଲୋଚନା କରି ଅପମାନିତ କରିଥିଲେ । ୧୪୯୪ ମସିହାରେ ଲୁଡୋଭିକୋ ସେହି ବ୍ରୋଞ୍ଜକୁ ନେଇ ଗୋଟିଏ ତୋପ ତିଆରି କରିବାକୁ ଯାହା ସହରକୁ ଚାର୍ଲ୍ସ VIIIଙ୍କ ଆକ୍ରମଣରୁ ରକ୍ଷା କରିବା ନିମନ୍ତେ ବ୍ୟବହାର କରିବାକୁ ଉଦ୍ଦିଷ୍ଟ ହୋଇଥିଲା ।
୧୪୯୯ ମସିହାରେ ଦ୍ୱିତୀୟ ଇଟାଲିୟ ଯୁଦ୍ଧ ସମୟରେ ସହାୟକ ସଲାଇ ଓ ସାଥୀ ତଥା ଗଣିତଜ୍ଞ ଲୁକାପାସିଓଲିଙ୍କ ସହ ଲିଓନାର୍ଡୋ ମିଲାନ ପରିତ୍ୟାଗ କରି ଭେନିସକୁ ପଳାୟନ କଲେ । ସେଠାରେ ସେ ମିଲିଟାରି ସ୍ଥପତି ଓ ଇଞ୍ଜିନିଅର ଭାବରେ ନିଯୁକ୍ତ ହୋଇ ସାମୁଦ୍ରିକ ଆକ୍ରମଣରୁ ସହରକୁ ରକ୍ଷା କରିବା ନିମନ୍ତେ ବିଭିନ୍ନ ଉପାୟ ବାହାର କରିବାକୁ ଲାଗିଲେ । ଲିଓନାର୍ଡୋ ୧୫୦୦ ମସିହାରେ ଫ୍ଲୋରେନ୍ସକୁ ଫେରି ଗୋଟିଏ ମୋନାସ୍ଟେରିରେ ଅତିଥି ହୋଇ ରହିଲେ ଓ ତାଙ୍କୁ ଗୋଟିଏ କର୍ମଶାଳା ଦିଆଗଲା । ଭାସାରିଙ୍କ କଥା ଅନୁସାରେ ସେ 'ଦି ଭିର୍ଜିନ୍ ଆଣ୍ଡ ଚାଇଲ୍ଡ ଉଇଥ୍ ସେଣ୍ଟ୍ ଆନ୍ ଓ ସେଣ୍ଟ ଜନ୍ ଦି ବାପଟିସ୍ଟ କାର୍ଟୁନ ସୃଷ୍ଟି କରିଥିଲେ ଯାହା ଏତେ ପ୍ରଶଂସିତ ହୋଇଥିଲା ଯେ ପୁରୁଷ, ସ୍ତ୍ରୀ, ପିଲା ଓ ବୁଢ଼ା ଇତ୍ୟାଦି ସମସ୍ତେ ଏକ ଉତ୍ସବ ଭଳି ଦର୍ଶନ କଲେ [୨୩]।
ପୋପ ଆଲେକ୍ଜାଣ୍ଡର ୬ଙ୍କ ପୁତ୍ର ସେସାରେ ବର୍ଗିଆଙ୍କ (Cesare Borgia)ସେବାରେ ସେସେନାଠାରେ ୧୫୦୨ ମସିହାରେ ଯୋଗ ଦେଲେ ଓ ମିଲିଟାରୀ ଆର୍କିଟେକ୍ଟ ତଥା ଇଞ୍ଜିନିୟର ଭାବେ କାମ କଲେ । ସେସାରେ ବର୍ଗିଆଙ୍କ ଦଖଲରେ ଥିବା ଇମୋଲା ଟାଉନର ମ୍ୟାପ ତିଆରି କରିଥିଲା । ସେତେବେଳେ ପ୍ଲାନ ତିଆରି କରିବା ପ୍ରଥା ନ ଥିଲା ଓ ଏହା ସମ୍ପୁର୍ଣ୍ଣ ନୂତନ ଚିନ୍ତାଧାରା ଥିଲା । ଏହି ମ୍ୟାପ ଦେଖିବା ପରେ ସେସାରେ ତାଙ୍କୁ ମୂଖ୍ୟ ମିଲିଟାରି ଆର୍କିଟେକ୍ଟ ଓ ଇଞ୍ଜିନିୟର ପଦବୀରେ ନିଯୁକ୍ତ କଲେ । ସେ ଚିଆନା (Chiana Valley) ଭ୍ୟାଲିର ମ୍ୟାପ ମଧ୍ୟ କରିଥିଲେ ।
ଲିଓନାର୍ଡୋ ଅକ୍ଟୋବର ୧୮, ୧୫୦୩ ମସିହାରେ ଫ୍ଲୋରେନ୍ସକୁ ଫେରିଲେ । ସେଠାରେ ଦୁଇ ବର୍ଷ ଧରି ସେ ବେଟ୍ଲ ଅଫ ଆଙ୍ଘିଆରି (The Battle of Anghiari)ପେଣ୍ଟ କରିଥିଲେ ଓ ମାଇକେଲ ଆଞ୍ଜେଲୋଙ୍କ ସହ ବେଟ୍ଲ ଅଫ କେସିନାର (The Battle of Cascina) ଡିଜାଇନ କରିଥିଲେ । ମାଇକେଲ ଆଞ୍ଜେଲୋଙ୍କ ତିଆରି ଡେଭିଡ ମୂର୍ତ୍ତିକୁ ସ୍ଥାନାନ୍ତର କରିବା କମିଟିର ସେ ନିଜ ଇଚ୍ଛା ବିରୁଦ୍ଧରେ ସଭ୍ୟ ହୋଇଥିଲେ [୨୪]।
ଲିଓନାର୍ଡୋ ୧୫୦୬ ମସିହାରେ ମିଲାନକୁ ଫେରିଗଲେ । ତାଙ୍କର ଅନେକ ଭଲ ଶିଷ୍ୟ ଓ ସହକର୍ମୀମାନେ ତାଙ୍କ ସହ କାମରେ ଯୋଗଦେଲେ । ପିତାଙ୍କର ୧୫୦୪ ମସିହାରେ ଦେହାନ୍ତ ହୋଇଥିବା ଯୋଗୁ ସେ ମିଲାନରେ ଅଧିକ ଦିନ ନ ରହି ଫ୍ଲୋରେନ୍ସକୁ ୧୫୦୭ ମସିହାରେ ଫେରିଆସିଲେ ଓ ପିତାଙ୍କ ସମ୍ପତ୍ତି ସଂକ୍ରାନ୍ତିୟ ଗୋଳମାଳ ଭାଇମାନଙ୍କ ସହ ତୁଟେଇ ଦେଲେ । ଏହା ପରେ ସେ ୧୫୦୮ ମସିହାରେ ମିଲାନ ଫେରିଆସିଲେ ଓ ନିଜ ଘରେ ରହିଲେ ।
ବୃଦ୍ଧାବସ୍ଥା, ୧୫୦୧୩-୧୯
[ସମ୍ପାଦନା]ଭାଟିକାନ ସହରର ବେଲ୍ଭେଡରରେ ୧୫୧୩ରୁ ୧୫୧୬ ମଧ୍ୟରେ ପୋପ୍ ଲିଓ Xଙ୍କ ଅଧିନରେ ଲିଓନାର୍ଡୋ ଅଧିକାଂଶ ସମୟ ଅତିବାହିତ କରିଥିଲେ ଯେଉଁଠାରେ ଉଭୟ ରାଫେଲ ଓ ମାଇକେଲ୍ ଆଞ୍ଜେଲୋ ମଧ୍ୟ ଥିଲେ । ଅକ୍ଟୋବର ୧୫୧୫ ମସିହାରେ ଫ୍ରାନ୍ସର ଫ୍ରାନ୍ସିସ ୧ ମିଲାନକୁ ପୁନଃ ଅଧିକାର କରିଥିଲେ । ଡିସେମ୍ବର ୧୯ ତାରିଖ ଦିନ ବୋଲୋନାରେ ପୋପ୍ ଲିଓ ୧୦ ଓ ଫ୍ରାନ୍ସିସ ଏକ ଦ୍ୱୟଙ୍କ ଭେଟ ବେଳେ ଲିଓନାର୍ଡୋ ଉପସ୍ଥିତ ଥିଲେ ।[୧୧][୨୫][୨୬] ଗୋଟିଏ ମେକାନିକାଲ ସିଂହ ତିଆରି କରିବାକୁ ଲିଓନାର୍ଡୋଙ୍କୁ ଫ୍ରାନ୍ସିସ ତାଙ୍କୁ ନିଯୁକ୍ତ କଲେ ଯେପରି ସିଂହ ଆଗକୁ ଯିବ ଓ ଛାତି ଖୋଲି ଭିତରେ ଥିବା ଲିଲି ପୁଷ୍ପ ଗୁଚ୍ଛ ଦେଖେଇବ [୨୭]। ସେ ୧୫୧୬ ମସିହାରେ ଫ୍ରାଙ୍କଏସଙ୍କ ସହିତ କାମ କଲେ । ସେହି ସ୍ଥାନରେ ଜୀବନର ଶେଷ ୩ ବର୍ଷ ନିଜ ସାଙ୍ଗ ଓ ଶିଷ୍ୟମାନଙ୍କ ସହ ବିତେଇଥିଲେ ଓ ସେତେବେଳେ ପେନସନ ଆକାରରେ ୧୦,୦୦୦ ସ୍କୁଦି (ଇତାଲିୟ ମୁଦ୍ରାର ବହୁବଚନ) ପାଉଥିଲେ ।
କ୍ଲୋସ୍ ଲ୍ୟୁସ୍ ନାମକ ସ୍ଥାନରେ ଲିଓନାର୍ଡୋ ୨ ମଇ ୧୫୧୯ ମସିହାରେ ମୃତ୍ୟୁ ବରଣ କରିଥିଲେ । ଫ୍ରାନ୍ସିସ ୧ ତାଙ୍କର ଘନିଷ୍ଠ ସାଙ୍ଗ ଥିଲେ । ଭାସାରି ଲେଖିଛନ୍ତି, ଲିଓନାର୍ଡୋଙ୍କ ମୃତ୍ୟୁ ସମୟରେ ରାଜା ତାଙ୍କ ବାହୁରେ ଲିଓନାର୍ଡୋଙ୍କୁ ଧରିଥିଲେ । ଏହି କାହାଣୀ ଫ୍ରାନ୍ସରେ ବହୁତ ଲୋକପ୍ରିୟ ଅଛି ଓ ଅନେକ ରୋମାଣ୍ଟିକ ପେଣ୍ଟିଙ୍ଗରେ ସ୍ଥାନ ପାଇଛି । ଭାସାରିଙ୍କ ଅନୁସାରେ ଜୀବନର ଶେଷ ଦିନମାନଙ୍କରେ ପାଦ୍ରୀଙ୍କୁ ଡକେଇ କନଫେସନ କରି ଲିଓନାର୍ଡୋ ପବିତ୍ର ମୁକ୍ତି ଲାଭ ଇଚ୍ଛା କରିଥିଲେ । ତାଙ୍କର ଉଇଲ ଅନୁସାରେ ୬୦ ଜଣ ଭିକାରୀ ତାଙ୍କର କାସ୍କେଟ ସାଥୀରେ ଯାତ୍ରା କରିଥିଲେ । ତାଙ୍କର ସମ୍ପତ୍ତି, ପେଣ୍ଟିଙ୍ଗ, ଜିନିଷପତ୍ର ଇତ୍ୟାଦି ମେଲ୍ଜି ଉତ୍ତରାଧିକାର ସୂତ୍ରରେ ପାଇଥିଲେ । ସେ ତାଙ୍କର ଦୀର୍ଘକାଳୀନ ଶିଷ୍ୟ ସାଲାଇ ଓ ଚାକର ବାଟିସ୍ଟାଙ୍କୁ ତାଙ୍କ ଅଙ୍ଗୁର ବଗିଚାର ଅଧା ଦାନ କରିଥିଲେ । ତାଙ୍କର ଭାଇମାନେ ଜମି, ସେବାକାରିଣୀମାନେ ଭଲ ପୋଷାକ ପାଇଥିଲେ ଯାହା ପିନ୍ଧି ସେମାନେ ସମ୍ମାନ ସହ ତାଙ୍କ ଶେଷ ଯାତ୍ରା ସାଥୀରେ ଯାଇପାରିବେ । ଫ୍ରାନ୍ସର ସେଣ୍ଟ୍-ହୁବର୍ଟ ଚାପେଲରେ ତାଙ୍କୁ ସମାଧି ଦିଆଯାଇଥିଲା ।
ଲିଓନାର୍ଡୋଙ୍କ ମୃତ୍ୟୁର ୨୦ ବର୍ଷ ପରେ ବେନେଭେନୁଟୋ ସେଲିନିଙ୍କ(ବଣିଆ ଓ ସ୍ଥପତି) ଅନୁସାରେ ଫ୍ରାନସିସ୍ କହିଥିଲେ, "ପୃଥିବୀରେ ଲିଓନାର୍ଡୋଙ୍କ ଭଳି ପେଣ୍ଟିଙ୍ଗ, ସ୍ଥପତି ବିଦ୍ୟା, ମୂର୍ତ୍ତି ନିର୍ମାଣ ବିଷୟରେ ଏତେ ଅଧିକ ଜ୍ଞାନ ସହ ବିରାଟ ଦାର୍ଶନିକ ଅନ୍ୟ କୌଣସି ଲୋକ ନ ଥିଲେ ।[୨୮]।
ଚିତ୍ରାଙ୍କନ
[ସମ୍ପାଦନା]ଅଧୁନା ଲିଓନାର୍ଡୋଙ୍କୁ ବୈଜ୍ଞାନିକ ଓ ସ୍ରଷ୍ଟା ହିସାବରେ ପ୍ରଶଂସା ମିଳିଥିଲେ ମଧ୍ୟ ବିଗତ ଚାରି ଶହ ବର୍ଷ ଧରି ତାଙ୍କର ଖ୍ୟାତି ଚିତ୍ରକର ଭାବେ ପର୍ଯ୍ୟବସିତ ଥିଲା ଓ ତାଙ୍କର କୃତିସମୂହକୁ ଉଚ୍ଚକୋଟୀର (Masterpiece) ବୋଲି ବିବେଚନା କରାଯାଉଥିଲା ।[୨୯]
ତାଙ୍କର ଉଚ୍ଚକୋଟୀର ବିବିଧ ଚିତ୍ର ଓ ପେଣ୍ଟିଙ୍ଗମାନଙ୍କୁ ତାଙ୍କର ଛାତ୍ରମାନେ ଅନୁକରଣ କରିଥିଲେ ଓ, ଅନ୍ୟ ବିଖ୍ୟାତ ଚିତ୍ରକର ଓ ସମାଲୋଚକମାନେ ବିଶଦ ଭାବେ ଚର୍ଚ୍ଚା କରିଥିଲେ । ତାଙ୍କର କାମ ଅନୁପମ ହେବାର କାରଣ ଥିଲା ସେ ଶରୀର ବିଜ୍ଞାନରେ ମାଷ୍ଟର ଥିଲେ, ରଙ୍ଗ କରିବାର ଟେକ୍ନିକ୍ ନିତ୍ୟନୂତନ ଥିଲା, ଆଲୋକ, ଉଦ୍ଭିଦ ବିଜ୍ଞାନ ଓ ଭୁବିଜ୍ଞାନ ବିଷୟମାନଙ୍କରେ ଅଗାଧ ଜ୍ଞାନ ଥିଲା । ଶରୀରରେ ଓ ମୂଖ ମଣ୍ଡଳରେ କେଉଁଭଳି ଭାବେ ବିଭିନ୍ନ ମୁଦ୍ରା ପ୍ରତିଭାତ ହେଉଛି, ସେ ବିଷୟରେ ଗଭୀର ଜ୍ଞାନ ଥିଲା । ତାଙ୍କର ଚିତ୍ର 'ମୋନାଲିସା', 'ଦି ଲାସ୍ଟ ସପର' ଓ 'ଦି ଭିର୍ଜିନ୍ ଅଫ୍ ଦି ରକ୍ସ'ରେ ଏହି ସମସ୍ତ ଗୁଣଗାରିମା ଅନ୍ତର୍ନିହିତ ଥିଲା ।[୩୦]
ପ୍ରାରମ୍ଭିକ କାମ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Gardner, Helen (1970). Art through the Ages. pp. 450–456.
- ↑ See the quotations from the following authors, in section Fame and reputation: Vasari, Boltraffio, Castiglione, "Anonimo" Gaddiano, Berensen, Taine, Fuseli, Rio, Bortolon.
- ↑ Rosci, Marco (1977). Leonardo. p. 8.
- ↑ John Lichfield, The Moving of the Mona Lisa, The Independent, 2005-04-02 (accessed 2012-03-09)
- ↑ Vitruvian Man is referred to as "iconic" at the following websites and many others:Vitruvian Man, Fine Art Classics, Key Images in the History of Science; Curiosity and difference; The Guardian: The Real da Vinci Code
- ↑ Kaplan, Erez (1996). "Roberto Guatelli's Controversial Replica of Leonardo da Vinci's Adding Machine". Archived from the original on 29 May 2011. Retrieved 19 August 2013.
- ↑ Capra, pp.5–6
- ↑ ୮.୦ ୮.୧ Vezzosi, Alessandro (1997). Leonardo da Vinci: Renaissance Man.
- ↑ His birth is recorded in the diary of his paternal grandfather Ser Antonio, as cited by Angela Ottino della Chiesa in Leonardo da Vinci, p. 83
- ↑ della Chiesa, Angela Ottino (1967). The Complete Paintings of Leonardo da Vinci. p. 83.
- ↑ ୧୧.୦ ୧୧.୧ Bortolon, Liana (1967). The Life and Times of Leonardo. London: Paul Hamlyn.
- ↑ Brigstoke, Hugh (2001). The Oxford Companion the Western Art. Oxford, ENG, UK.
{{cite book}}
: CS1 maint: location missing publisher (link) - ↑ Vasari, Giorgio (1568). Lives of the Artists. Penguin Classics. pp. 258–9.
- ↑ Martindale, Andrew (1972). The Rise of the Artist.
- ↑ Priwer, Shana; Phillips, Cynthia (2006). The Everything Da Vinci Book. p. 245.
- ↑ Wasserman, Jack (1975). Leonardo da Vinci. pp. 77–78.
- ↑ Winternitz, Emanuel (1982). Leonardo Da Vinci As a Musician.
- ↑ Rossi, Paolo (2001). The Birth of Modern Science. p. 33.
- ↑ "Leonardo's Letter to Ludovico Sforza". Leonardo-History. Retrieved January 5, 2010.
- ↑ Kemp, Martin (2004). Leonardo.
- ↑ Franz-Joachim Verspohl, Michelangelo Buonarroti und Leonardo Da Vinci: Republikanischer Alltag und Künstlerkonkurrenz in Florenz zwischen 1501 und 1505 (Wallstein Verlag, 2007), p. 151.
- ↑ Codex II, 95 r, Victoria and Albert Museum, as cited by della Chiesa p. 85
- ↑ Owen, Richard (January 12, 2005). "Found: the studio where Leonardo met Mona Lisa". London: The Times. Archived from the original on July 18, 2011. Retrieved January 5, 2010.
- ↑ Gaetano Milanesi, Epistolario Buonarroti, Florence (1875), as cited by della Chiesa.
- ↑ Georges Goyau, François I, Transcribed by Gerald Rossi. The Catholic Encyclopedia, Volume VI. Published 1909. New York: Robert Appleton Company. Retrieved on 2007-10-04
- ↑ Miranda, Salvador (1998–2007). "The Cardinals of the Holy Roman Church: Antoine du Prat". Retrieved October 4, 2007.
- ↑ Vasari, p.265
- ↑ Mario Lucertini, Ana Millan Gasca, Fernando Nicolo (2004). Technological Concepts and Mathematical Models in the Evolution of Modern Engineering Systems. Birkhäuser. ISBN 978-3-7643-6940-8. Retrieved 2007-10-03.
{{cite book}}
: CS1 maint: multiple names: authors list (link) - ↑ By the 1490s Leonardo had already been described as a "Divine" painter. His fame is discussed by Daniel Arasse in Leonardo da Vinci, pp.11–15
- ↑ These qualities of Leonardo's works are discussed by Frederick Hartt in A History of Italian Renaissance Art, pp.387–411.
ବାହାର ଲିଙ୍କ
[ସମ୍ପାଦନା]ଲିଓନାର୍ଡୋ ଦା ଭିନ୍ସି ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ |
- "Leonardo da Vinci" in the 1913 Catholic Encyclopedia.
- Leonardo da Vinci and the Virgin of the Rocks, A different point of view Archived 2018-07-03 at the Wayback Machine.
- Works by ଲିଓନାର୍ଡୋ ଦା ଭିନ୍ସି at Project Gutenberg
- Leonardo da Vinci by Maurice Walter Brockwell' at Project Gutenberg
- Complete text & images of Richter's translation of the Notebooks
- Web Gallery of Leonardo Paintings
- Drawings of Leonardo da Vinci
- Da Vinci Decoded Article from The Guardian
- The true face of Leonardo Da Vinci?
- Leonardo da Vinci's Ethical Vegetarianism
- The Notebooks of Leonardo da Vinci
- Leonardo da Vinci at BBC Science
- Yahoo news, 500-year-old Leonardo da Vinci sculpture 'Horse and Rider' unveiled
- Leonardo da Vinci: Anatomist The Queen's Gallery, Buckingham Palace, Friday, 4 May 2012 to Sunday, 7 October 2012. High-resolution anatomical drawings.