ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଆମ ଗାଁ ଆମ ପଞ୍ଚାୟତ
ଏହି ଉଇକିପ୍ରକଳ୍ପଟି ଓଡ଼ିଶାର ନାନାଦି ସ୍ଥାନ; ଗାଁ, ସହର, ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତି ଆଦି ଓଡ଼ିଆ ଉଇକିପିଡ଼ିଆରେ ତିଆରି କରିବା ପାଇଁ ତିଆରି କରିବାର ଲକ୍ଷ ନେଇ ଆରମ୍ଭ କରାଯାଇଛି । ଏଥିରେ ଓଡ଼ିଶାର ସ୍ଥାନମାନଙ୍କ ବାବଦରେ ପ୍ରସଙ୍ଗମାନ ତିଆରି କରିବା ନିମନ୍ତେ ଅନେକ ଉପଯୋଗୀ ସୂଚନା ରଖାଯିବ ଯାହା ବ୍ୟବହାରକାରୀମାନଙ୍କୁ ସେହି ପ୍ରସଙ୍ଗମାନ ଗଢ଼ିବାରେ ସହଯୋଗ କରିବ । ଏହି ପ୍ରସଙ୍ଗମାନଙ୍କରେ ଯେକୌଣସି ଗାଁ, ସହର, ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତି ଆଦିର ମୌଳିକ ବିବରଣୀ, ମୁଖ୍ୟ ସହର ସହ ଗମନାଗମନ, ଜନସଂଖ୍ୟା, ଆଦିର ବିବରଣୀ ରହିବ ।
ପ୍ରସଙ୍ଗ କିପରି ତିଆରି କରିବେ
[ସମ୍ପାଦନା]ତଳେ ଥିବା ଘରେ ଆପଣ ତିଆରି କରିବାକୁ ଚାହୁଁଥିବା ପ୍ରସଙ୍ଗର ନାମ ଟାଇପ କରନ୍ତୁ । ଏହା ନୂଆ ପୃଷ୍ଠାଟିଏ ଖୋଲିବ । ସେଥିରେ ଆବଶ୍ୟକୀୟ ସ୍ଥାନରେ ଦରକାରୀ ତଥ୍ୟ ଦେଲାପରେ ସାଇତିବେରେ କ୍ଲିକ କରି ପ୍ରସଙ୍ଗଟି ସାଇତିପାରିବେ ।
ଉତ୍ସାହୀ କର୍ମୀ (ଜିଲ୍ଲା)
[ସମ୍ପାଦନା]ଜିଲ୍ଲା | କର୍ମୀ | ବିଭାଗ |
---|---|---|
ଅନୁଗୋଳ | ମୃତ୍ୟୁଞ୍ଜୟ କର , ଆଦିତ୍ୟ ମହାର | ଗାଁ |
କଟକ | ମୃତ୍ୟୁଞ୍ଜୟ କର, ଶିଶିର କୁମାର ନାୟକ | ଗାଁ |
ବୋଦ୍ଧ | ଆଦିତ୍ୟ ମହାର | ଗାଁ |
ବାହାର ଲିଙ୍କ
[ସମ୍ପାଦନା]ଏହି ତଳଲିଖିତ ଲିଙ୍କସବୁ ଆପଣଙ୍କୁ ଆପଣ ତିଆରିବାକୁ ଯାଉଥିବା ବିବିଧ ପ୍ରସଙ୍ଗ ବାବଦରେ ଦରକାରୀ ତଥ୍ୟ ଯୋଗାଇବାରେ ସାହାଯ୍ୟ କରିବେ ।
ଲିଙ୍କ | କଣ କଣ ଏଥିରେ ଉପଲବ୍ଧ |
---|---|
ଓଡ଼ିଶାର ଜନସଙ୍ଖ୍ୟା ସମ୍ବନ୍ଧିତ ତଥ୍ୟ | ଓଡ଼ିଶାର ଜନସଙ୍ଖ୍ୟା ଯଥା: ଲୋକସଙ୍ଖ୍ୟା, ନାରୀ/ପୁରୁଷ ହାର, ସାକ୍ଷରତା ଆଦି |
ପିନକୋଡ଼ | ଓଡ଼ିଶାର ସ୍ଥାନମାନଙ୍କର ପିନକୋଡ଼ |
ଓଡ଼ିଶାର ଜିଲ୍ଲା ମାନଙ୍କର ତାଲିକା | ଓଡ଼ିଶାର ଜିଲ୍ଲା ମାନଙ୍କର ତାଲିକା ଓ ପ୍ରତିଟି ଜିଲ୍ଲାର ପ୍ରଶାସନିକ ପୋର୍ଟାଲକୁ ଲିଙ୍କ |
ଓଡ଼ିଶା ର ରାଜସ୍ଵ ଗ୍ରାମ ତାଲିକା | ଓଡ଼ିଶାର ରାଜସ୍ଵ ଗ୍ରାମ ତାଲିକା |
ଉପଲବ୍ଧ ନଥିବା ତଥ୍ୟ
[ସମ୍ପାଦନା]- ଜିଲ୍ଲାର ସଦର ମହକୁମାଠାରୁ ଦୂରତା
- ପ୍ରତି ଗାଁର ଲୋକସଂଖ୍ୟା
- ଗାଁରେ ଥିବା ଶିକ୍ଷାନୁଷ୍ଠାନମାନଙ୍କର ତାଲିକା
ଗଣ-ସମ୍ପାଦନା
[ସମ୍ପାଦନା]ଗଣ-ସମ୍ପାଦନା ବା ମିଳିତ ଭାବେ ସମ୍ପାଦନା ଏକ କାର୍ଯ୍ୟକ୍ରମ । ଏହା କିଛି ଘଣ୍ଟା ବା ଦିନ ଟିଏ ଧରି ଚାଲିଥାଏ । ଗଣ-ସମ୍ପାଦନା ମାଧ୍ୟମରେ ଏହି ପ୍ରକଳ୍ପରେ ଅନେକ ସମ୍ପାଦକ ଏକାଠି ମିଶି ଅଧିକ ସଂଖ୍ୟକ ପ୍ରସଙ୍ଗ ଏକ ସମୟରେ ଗଢ଼ିଥାନ୍ତି ।
ପୁରୁଣା ଗଣ-ସମ୍ପାଦନା କର୍ମଶାଳା
[ସମ୍ପାଦନା]- ପ୍ରଥମ ଗଣ-ସମ୍ପାଦନା, ଓଡ଼ିଶା ଦିବସ, ୧ ଏପ୍ରିଲ ୨୦୧୩