ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/ଉପସ୍ଥାପନା
ଗୁରୁତ୍ତ୍ୱପୂର୍ଣ୍ଣ ତାରିଖ
ଆପଣ ନିଜର ପ୍ରେଜେଣ୍ଟେସନ ଏବେ ପଠାଇପାରିବେ
- ପ୍ରେଜେଣ୍ଟେସନ ପଠାଇବାର ଦିନ ଆରମ୍ଭ: ୧ ମାର୍ଚ୍ଚ ୨୦୧୪
- ପ୍ରେଜେଣ୍ଟେସନ ପଠାଇବାର ଶେଷ ତାରିଖ: ୨୧ ମାର୍ଚ୍ଚ ୨୦୧୪
- ଗୃହୀତ ପ୍ରେଜେଣ୍ଟେସନର ଘୋଷଣା: ୨୩ ମାର୍ଚ୍ଚ ୨୦୧୪
ଓଡ଼ିଶା ଦିବସ ୨୦୧୪ ଉତ୍ସବର ଦ୍ୱିତୀୟ ଦିନରେ କେତେଜଣ ଅଭିଜ୍ଞ ଉଇକିଆଳିଙ୍କ ଦ୍ୱାରା ଉଇକିପିଡ଼ିଆ ସମ୍ପାଦନାର କେତୋଟି ମୁଖ୍ୟ ଦିଗ ଉପରେ ବାକି ଉଇକିଆଳିଙ୍କୁ ତାଲିମ ଦେବା ନିମନ୍ତେ ଆମନ୍ତ୍ରଣ କରାଯାଉଛି । ଏଥିରେ ନିମ୍ନଲିଖିତ ଦିଗ ଉପରେ ସମ୍ପୃକ୍ତ ଉଇକିଆଳିଙ୍କୁ ୧୦-୩୦ ମିନିଟ ଭିତରେ ଏକ ପ୍ରେଜେଣ୍ଟେସନ ଦେବାକୁ ପଡ଼ିବ
- କ) ଅଭିଜ୍ଞ ଉଇକିଆଳିଙ୍କ ତତ୍ତ୍ୱାବଧାନରେ ନୂତନ ଉଇକିଆଳିଙ୍କୁ ସହଯୋଗ
- ଖ) ଉଇକିପିଡ଼ିଆର ଟେକନିକାଲ ବିଭବ
- ଗ) ଉଇକିପିଡ଼ିଆର ନୀତିନିୟମ ଓ କଣ କରିବା ଉଚିତ/ଅନୁଚିତ
ଓଡ଼ିଆ ଉଇକିପିଡ଼ିଆରେ ଅତିକମରେ ୧୦୦ରୁ ଅଧିକ ସମ୍ପାଦନା କରିଥିବା ଉଇକିଆଳି ଜଣେ ଅଭିଜ୍ଞ ଉଇକିଆଳିର ମାନ୍ୟତା ପାଇଥାନ୍ତି ।
ଆବେଦନ
ତଳେ ଆପଣ ନିଜର ପ୍ରେଜେଣ୍ଟେସନଟିର ନାମ ଲେଖି ସବିଶେଷ ଲେଖନ୍ତୁ ।
ଆବେଦନ କରିବା ଆଗରୁ ନିମ୍ନ ନୀତିନିୟମ ଭଲଭାବେ ପଢ଼ିରଖନ୍ତୁ:
- ଆପଣଙ୍କ ପ୍ରେଜେଣ୍ଟେସନର ସମସ୍ତ ସ୍ଲାଇଡ଼, ବର୍ଣ୍ଣନା ଓ ପ୍ରେଜେଣ୍ଟେସନର ଅଡ଼ିଓ/ଭିଡ଼ିଓ/ଲେଖାଭିତ୍ତିକ ନଥି କ୍ରିଏଟିଭ କମନ୍ସ ଆଟ୍ରିବ୍ୟୁସନ ସେଆର-ଏଲାଇକ ୪.୦ ଲାଇସେନ୍ସରେ ବିତରଣ କରାଯିବ
- ମନୋନୀତ ହେଲାପରେ ଆପଣ ଏହାକୁ ଉପସ୍ଥାପାନା କଲାବେଳେ ତାହାର ସିଧାପ୍ରସାରଣ କରାଯିବ ଓ/ବା ରେକର୍ଡ଼ କରି ତାହାକୁ ଉପରେ ଲିଖିତ ଲାଇସେନ୍ସରେ ବିତରଣ କରାଯିବ ।
ଯଦି ଆପଣ ଉପର ଲିଖିତ ନିୟମାବଳୀରେ ସମ୍ମତ ତାହେଲେ ତଳ ଫର୍ମଟିରେ ନିଜ ଉପସ୍ଥାପନାର ନାମ ସହ ପୂରଣ କରନ୍ତୁ ।
ଆପଣଙ୍କ ଉପସ୍ଥାପନାଟି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ଉଇକିଆଳିଙ୍କ ଦ୍ୱାରା ବିବେଚିତ ହେବ ଓ ଆପଣଙ୍କୁ ୨୩ ମାର୍ଚ୍ଚ ସୁଦ୍ଧା ଜଣାଇଦିଆଯିବ ।
ବିଦ୍ର: ଉଇକିପିଡ଼ିଆରେ ଆଗରୁ ଖାତା/ଆକାଉଣ୍ଟଟିଏ ଥିଲେ ଲଗ-ଇନ କରି ବା ନୂଆ ଖାତାଟିଏ ତିଆରି କରି ଆପଣଙ୍କୁ ଉପସ୍ଥାପନାଟି ପଠାଇବାକୁ ପଡ଼ିବ ।
ବାକି ଉଇକିଆଳିଙ୍କ ଦ୍ୱାରା ପଠାଯାଇଥିବା ସମସ୍ତ ଉପସ୍ଥାପନାର ତାଲିକା ଆପଣ ଏହି ଲିଙ୍କରେ ଦେଖିପାରିବେ ।: