ବାଆଁରା

ଉଇକିପିଡ଼ିଆ‌ରୁ
ବାଛୁରୀ ମୁହଁରେ ବାଆଁରା ବ୍ୟବହାର କରାଯାଇଛି
BAANRA

ପ୍ରଶାଖାଯୁକ୍ତ ଦୁଇଟି ଛୋଟ ଗଛଡାଳକୁ କାଟି ଅଗ୍ରଭାଗକୁ ଗୋଜିଆ ବା ତୀକ୍ଷ୍‌ଣ କରାଯାଏ । ସରୁ ଦଉଡିରେ ଉକ୍ତ ଦୁଇଟି ଡାଳକୁ ଏପରି ବନ୍ଧାଯାଇଥାଏ ଯେପରି ବାଛୁରୀ ମୁହଁରେ ବାନ୍ଧିହେବ ।

ବ୍ୟବହାର[ସମ୍ପାଦନା]

ବାଛୁରୀ ଯେତେବେଳେ ଘାସଖାଇବା ଶିଖିଯାଏ, ସେତେବେଳେ ମା'ଗାଈ ସହିତ ବାଛୁରୀକୁ ଘାସପଡ଼ିଆ କିମ୍ବା ବଣଜଙ୍ଗଲକୁ ଛାଡ଼ିଦିଆଯାଏ । କିନ୍ତୁ ବାଛୁରୀ ମା'ଗାଈଠାରୁ ମଝିରେ ମଝିରେ ସବୁତକ ଖିରପିଇଦିଏ । ବାଛୁରୀ ଗାଈଠାରୁ ଖିର ନ ପିଇପାରିବା ପାଇଁ , ବାଛୁରୀମୁହଁରେ ବାଆଁରା ବାନ୍ଧିଦିଆଯାଏ ।[୧] ବାଛୁରୀ ଯେତେବେଳେ ଖିର ପିଇବାକୁ ମା'ଗାଈ ଚିରରେ ମୁହଁ ଲଗାଏ, ସେତେବେଳେ ବାଆଁରାର ତୀକ୍ଷ୍‌ଣ ଅଗ୍ରଭାଗ ଗାଈର ପହ୍ନାରେ ସ୍ପର୍ଶକରି ଆଘାତ ଦିଏ । ଫଳରେ ଗାଈ ଆଘାତ ପାଇ ବାଛୁରୀଠାରୁ ଦୂରକୁ ଚାଲିଯାଏ ଏବଂବାଛୁରୀ ଆଉ ଖିର ପିଇପାରେ ନାହିଁ ।

ଆଧାର[ସମ୍ପାଦନା]

  1. ପ୍ରହରାଜ, ଗୋପାଳ ଚନ୍ଦ୍ର. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ.[permanent dead link]