ସାନ୍ତାଳୀ ସଙ୍ଗୀତ

ଉଇକିପିଡ଼ିଆ‌ରୁ

ସାନ୍ତାଳୀ ସଙ୍ଗୀତ ସାନ୍ତାଳ ଆଦିବାସୀ ସମ୍ପରଦାଯର ସଙ୍ଗୀତ ଅଟେ। ମୁଖ୍ୟତଃ ଏହା ସାନ୍ତାଳ ଆଦିବାସୀମାନଙ୍କର ସଂସ୍କୃତି, ପରମ୍ପରା, ଆବିର୍ଭାବ ଇତ୍ୟଦି ବିଷୟୟକୁ ନେଇ ଆଧାରିତ। ଏହା ବ୍ୟତିତ ଲୋକମାନଙ୍କର ମନୋରଂଜନର ମାଧ୍ୟମ ଅଟେ। ସାନ୍ତାଳ ଲୋକମାନେ ଗୀତ ଓ ନାଚକୁ ପସନ୍ଦ କରନ୍ତି। ଅନ୍ୟ ଜାତିର ଲୋକମାନଙ୍କ ପରି ଏମାନଙ୍କ ସଙ୍ଗୀତ ମଧ୍ୟ ଭାରତର ସଙ୍ଗୀତ ଜଗତର ମୁଖ୍ୟ ସ୍ରୋତରେ ପହ୍ଞ୍ଛି ପାରିଛି। କିନ୍ତୁ ପରମ୍ପରା ଗତ ସଙ୍ଗୀତଗୁଡ଼ିକ ଏବେ ମଧ୍ୟ ମୁଖ୍ୟ ସ୍ରୋତକୁ ଆସିପାରିନି। ସାନ୍ତାଳ ସଙ୍ଗୀତ ହିନ୍ଦୁସ୍ଥାନି ସଙ୍ଗୀତଠାରୁ ଟିକେ ଅଲଗା। ଏହା ଉପରେ ବହୁତ ଲୋକ ଗବେଷଣା କରୁଛନ୍ତି। ସାନ୍ତାଳମାନଙ୍କ ପରମ୍ପରା ଗତ ସଙ୍ଗୀତରେ ମୁଖ୍ୟତଃ ଦୁଇଟି ବାଦ୍ୟ ଯନ୍ତର ବ୍ୟବହାର କରନ୍ତି, ସେଇଗୁଡିକ ହେଲା ତମକ ଓ ତୁମଦାକ

ସାନ୍ତାଳ ସଙ୍ଗୀତକୁ ବିଭିନ ବିଭାଗରେ ବିଭକ୍ତ କରାଜାଈଛି। ସେଇଗୁଡ଼ିକ ହେଲା ଦଂଗ, ଲାଗଣେ, କାରାମ, ଡାଣ୍ଟା ଇତ୍ୟାଦି। ପରବ ପରବାଣି, ବାହାଘର, ନାଚ, ଗୀତ, ଯାତରାମାନଙ୍କରେ ଏହି ସଙ୍ଗୀତକୁ ପରିବେସଣ କରାଯାଏ।

ଦଂଗ[ସମ୍ପାଦନା]

ଦଂଗ ଅନ୍ତର ସଙ୍ଗୀତଗୁଡ଼ିକ ମୁଖ୍ୟତଃ ବାହାଘର,ପର୍ବପର୍ବାଣି ଆଦିରେ ପରିବେଷଣ କାରାଯାଏ ।

ଲାଗଣେ[ସମ୍ପାଦନା]

ଲାଗଣେ ସେରେଞ୍ଜକୁ ସାନ୍ତାଳୀଲୋକମାନେ ପର୍ବପର୍ବାଣିରେ ବେବ ହାର କରନ୍ତି।ମୁଖ୍ୟତଃ ବାହାବଂଗା,କାରାମ,ମାଗବଙ୍ଗା,ସ ହରାଯ,ଦାଷାଯ ଈତ୍ୟାଦି ପର୍ବମାନଙ୍କରେ ଗାନ କରାଯାଏ ।ଲାଗଣେ ସେରେଞ୍ଜ ହେଲା-"ତାହାଁ ରେତା ନାନା ତାରାନା ତାହାଁ ରେତାରେ" ।ଯେତେବେଳେ ପର୍ବ ଆରମ୍ଭ ହୁଏ ଭଗବାନଙ୍କୁ ଡାକିବା ପାଈଁ ଲାଗଣେ ସେରେଞ୍ଜ ଗାନ କାରାଯାଏ।

କାରାମ୍[ସମ୍ପାଦନା]

କାରାମ ପର୍ବରେ ଯେଉଁ ସେରେଞ୍ଜ(ସଙ୍ଗୀତ) ବ୍ୟବାହାର କରାଯାଏ ତାହା କାରାମ୍ ପର୍ବର ପାଳନର ମହତ ବିଷ୍ୟରେ କୁହେ ।କାରାମ ପର୍ବ ମୁଖ୍ୟତଃ ଗଛଦେବତାର ପୁଜା ଭାବରେ ପ୍ରସିଦ୍ଧ ।ସାନ୍ତାଳ ଲୋକମାନେ ପରିବେଶକୁ ଭଲ ପାଇବା ଏହି ପର୍ବରେ ଦାର୍ଶଯାଇଥାଏ ।ତେଣୁ ସେମାନେ ଏହି ପରବ ପାଳନ କରନ୍ତି।ଏହାବିଷ୍ୟରେ ଏକ ଗଳ୍ପ ଅଛି।ପୁରାତନ କାଳରେ ଜଣେ ଜମିଦାର ଥିଲେ।ତାଙ୍କର ବ୍ହୁତ ଗୋରୁ ଥିଲେ।ଜଣେ ବଗାଳିଆ ଥିଲା।ସବୁଦିନ ସେ ଗୋରୁମାନଙ୍କୁ ବଗାଳ କାରିବାକୁ ନିଏ।ସେଠାରେ ସେ ଗୋଟିଏ ଗଛକୁ ପୂଜା କରେ ।ଗୋରୁମାନେ ତାକୁ ଦେଖନ୍ତି ଏବଂ ଫେରି ଆସନ୍ତି।ଫଳରେ ଗୋରୁମାନେ ଜରରେ ପଡ଼ିଲେ।ମାଲିକ କାରଣ ଜାଣିବା ପାଈଁ ଚାହିଁଲେ।ଦିନେ ଦେଖିବାକୁପାଈଲେ ଯେ ଗୋରୁମାନେ ନ ଖାଈ ପୂଜା କରୁଥିବା ପିଲାକୁ ଦେଖୁଥିଲେ।ସେହିଠାରୁ ମାଲିକ ଜାଣିବାକୁ ପାଈଲେ ଏବଂ ସେହିଦିନଠାରୁ ଗଛକୁ ପୂଜା କରିବା ପାଈଁ ନିସ୍ପ୍ତି ନେଲେ।ସେବେଠାରୁ କାରାମ ପର୍ବ ପାଳନ କରାଯାଈଆସୁଛି।

ବାଦ୍ୟ ଯନ୍ତର[ସମ୍ପାଦନା]

ସାନ୍ତାଳ ଲୋକମାନେ ବିଭିନନ ପ୍ରକାର ବାଦ୍ୟ ଯନ୍ତ୍ର ବ୍ୟବହାର କରନ୍ତି।ବାଦ୍ୟ ଯନ୍ତ୍ରମାନଙ୍କ ମଧ୍ୟରୁ ଟାମାକକୁ ମୁଳ ବାଦ୍ୟ ଯନ୍ତ୍ର କୁହାଯାଏ। ଏହା ସବୁ ପର୍ବ ପର୍ବାଣି ସଙ୍ଗୀତ ମାଙ୍କରେ ବଜା ଯାଏ। ଏହା କୋନିକାଲ ଆକୃତି ଓ ପଶୁ ଚମଡାରେ ତିଆରି।ତୁମ୍ଦାକ ମଧ୍ୟ ଗୁରୁତପୁଣନ ବାଦ୍ୟ ଯନ୍ତର ଅଟେ।ଏହା ସିଲିନ୍ଡର ଆକ୍ରୁତିର ଓ ପଶୁ ଚମଡାରେ ତିଆରି।