Jump to content

ଇନ୍‌ଫ୍ଲୁଏଞ୍ଜା

ଉଇକିପିଡ଼ିଆ‌ରୁ
ଇନ୍‌ଫ୍ଲୁଏଞ୍ଜା
TEM of negatively stained influenza virions, magnified approximately 100,000 times
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିfamily medicine[*], pulmonology[*], ସଂକ୍ରାମକ ରୋଗ[*], ଆଶୁ ଚିକିତ୍ସା[*]
ଆଇସିଡ଼ି-୧୦J10., J11.
ଆଇସିଡ଼ି-୯-ସିଏମ୍487
ରୋଗ ଡାଟାବେସ6791
ମେଡ଼ିସିନ-ପ୍ଲସ000080
ଇ-ମେଡ଼ିସିନmed/1170 ped/3006
Patient UKଇନ୍‌ଫ୍ଲୁଏଞ୍ଜା
MeSHD007251
ଇନ୍‌ଫ୍ଲୁଏଞ୍ଜା ଭିଡିଓ

ଇନ୍‌ଫ୍ଲୁଏଞ୍ଜା ରୋଗ ଫ୍ଲୁ ନାମରେ ମଧ୍ୟ ପରିଚିତ । ସ୍ତନ୍ୟପାୟୀ ପ୍ରାଣୀ ଓ ପକ୍ଷୀମାନଙ୍କର ଇନ୍‌ଫ୍ଲୁଏଞ୍ଜା ଏକ ସଂକ୍ରାମକ ରୋଗ । ଇନ୍‌ଫ୍ଲୁଏଞ୍ଜା ଭୁତାଣୁ ଅର୍ଥୋମିକ୍ସୋଭିରିଡେ ପ୍ରଜାତିର ଏକ ଆର୍.ଏନ୍.ଏ. ଭୁତାଣୁ । ଏହାର ଲକ୍ଷଣ: କମ୍ପ, ଜ୍ୱର, ନାକରୁ ପାଣି ବୋହିବା, ତଣ୍ଟି ଦରଜ, ମାଂସ ପେଶୀ ଯନ୍ତ୍ରଣା, ମୁଣ୍ଡ ବ୍ୟଥା (ବେଳେ ବେଳେ ଅତ୍ୟଧିକ), କାଶ, ଦୂର୍ବଳତା/ଥକ୍କାଣ ଓ ରୋଗା ଅନୁଭବ[]ଏହି ରୋଗକୁ ସାଧାରଣ ଶର୍ଦ୍ଦି ରୋଗ ସହ ଭ୍ରମ ହୁଏ କିନ୍ତୁ ଏହା ଶର୍ଦ୍ଦି ଅପେକ୍ଷା ଗୁରୁତର ରୋଗ ଓ ଏହାର ଭୁତାଣୁ ମଧ୍ୟ ସମାନ ନୁହେଁ[]। ପିଲାମାନଙ୍କରଏହି ରୋଗରେ ବାନ୍ତି ଲାଗେ ଓ ବାନ୍ତି ହୁଏ ଓ ଅନେକ ସମୟରେ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗରେ ଏହି ଭଳି ହେବାରୁ ତାହାକୁ ସ୍ଟମାକ ଫ୍ଲୁ ଓ ୨୪ ଘଣ୍ଟିଆ ଫ୍ଲୁ ନାମ ଦେଇ କହନ୍ତି । ଏହାର ଇନ୍‌ଫ୍ଲୁଏଞ୍ଜା ସହ କୌଣସି ସମ୍ପର୍କ ନାହିଁ ।[]
ବେଳେ ବେଳେ ନିମୋନିଆ ଭୁତାଣୁଦ୍ୱାରା ଇନ୍‌ଫ୍ଲୁଏଞ୍ଜା ରୋଗ ନିମୋନିଆ ରୋଗକୁ ରୁପାନ୍ତରିତ ହୋଇଯାଏ, ଏପରିକି ଅତି ସୁସ୍ଥ ଲୋକକୁ ମଧ୍ୟ ଆକ୍ରମଣ କରେ[] । ଇନ୍‌ଫ୍ଲୁଏଞ୍ଜା ରୋଗ ହୋଇ ଭଲ ଦିଗକୁ ଗତି କରୁଥିବା ବେଳେ ହଠାତ ଖରାପ ଦିଗକୁ ଗତି କରିବାର ଦେଖାଗଲେ ନିମୋନିଆ ହେବା ସନ୍ଦେହ କରାଯାଏ । ଇନ୍‌ଫ୍ଲୁଏଞ୍ଜା ରୋଗରେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ନିମୋନିଆକୁ ଗତି କରିବାର ଅନ୍ୟ ଏକ ସତର୍କ ଲକ୍ଷଣ ।
ଇନ୍‌ଫ୍ଲୁଏଞ୍ଜା ଏକ ବାୟୁ ବାହିତ ଭୁତାଣୁ ରୋଗ । କାଶିବା ଓ ଛିଙ୍କିବା ବେଳେ କ୍ଷୁଦ୍ର ଜଳ କଣାରେ ଏହି ଜୀବାଣୁ ଦେହରୁ ବାହାରି ବାୟୁ ମଣ୍ଡଳରେ ଉଡ଼ି ସୁସ୍ଥ ଲୋକକୁ ସଂକ୍ରମିତ ହୁଏ । ରୋଗୀ ବ୍ୟବହୃତ ଜିନିଷ ସଂସ୍ପର୍ଷରେ ଆସିଲେ, ନାକରୁ ବାହାରୁ ଥିବା ପାଣି ଓ ରୋଗା ପକ୍ଷୀ ସଂସ୍ପର୍ଷରେ ଆସିଲେ ମଧ୍ୟ ଇନ୍‌ଫ୍ଲୁଏଞ୍ଜା ସଂକ୍ରମିତ ହୁଏ ।
ସୂର୍ଯ୍ୟାଲୋକ, ବିଭିନ୍ନ ଆଣ୍ଟିସେପ୍ଟିକ ଓ ଡିସ୍ଇନ୍‌ଫେକ୍ଟାଣ୍ଟଦ୍ୱାରା ଇନ୍‌ଫ୍ଲୁଏଞ୍ଜା ଭୁତାଣୁ କ୍ରିୟାହୀନ ହୋଇଯାଆନ୍ତି[][] । ସାବୁନଦ୍ୱାରା ମଧ୍ୟ ଏହାର ଶକ୍ତି କମିଯାଏ । ଏଣୁ ବାରମ୍ବାର ହାତ ଧୋଇବାଦ୍ୱାରା ରୋଗ ସଂକ୍ରମଣ ଆଶଙ୍କା କମିଯାଏ[]
ପୃଥିବୀରେ ଋତୁ ଭିତ୍ତିକ ମଡ଼କ ଆକାରରେ ଏହା ବ୍ୟାପେ ଯାହା ଫଳରେ ୩ରୁ ୫ ନିୟୁତ ଲୋକ ଭୟାନକ ଭାବେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ଓ ସେମାନଙ୍କ ମଧ୍ୟରୁ ୨,୫୦,୦୦୦ରୁ ୫,୦୦,୦୦୦ ରୋଗୀ ମୃତ୍ୟୁ ବରଣ କରନ୍ତି[] । ବିଂଶ ଶତାବ୍ଦୀରେ ଏହି ରୋଗର ତିନୋଟି ଅତି ମହାମାରୀ (Pandemic) ହୋଇ ନିୟୁତ ନିୟୁତ ରୋଗୀ ମରିଗଲେ । ବେଳେ ବେଳେ ପକ୍ଷୀମାନଙ୍କଠାରୁ ନୂଆ ଜାତିର ଭୁତାଣୁ ସଂକ୍ରମଣ କରନ୍ତି । ଏପ୍ରିଲ ୨୦୦୯ ମସିହାରେ ଏହିଭଳି ଗୋଟିଏ ନୂଆ ଭୁତାଣୁ ଆସିଲା ଯାହା ମନୁଷ୍ୟ, ଘୁଷୁରି ଓ ବାର୍ଡ ଫ୍ଲୁ ଜିନକୁ ମିଶେଇ ତିଆରି ହୋଇଥିଲା । ଏହାକୁ ପ୍ରଥମେ ସ୍ୱାଇନ୍ ଫ୍ଲୁ ନାମ ଦିଆଯାଇଥିଲା । ପରେ ଏହାର ନାମ ଇନ୍‌ଫ୍ଲୁଏଞ୍ଜା ଏ/ଏଚ୍ ୧ଏନ୍ ୧ (influenza A/H1N1) ରଖାଗଲା । ଏହି ରୋଗର ମୃତ୍ୟୁ ହାର କମ ଥିଲା[]
ବିକଶିତ ଦେଶମାନଙ୍କରେ ଲୋକମାନଙ୍କ ନିମନ୍ତେ ଇନ୍‌ଫ୍ଲୁଏଞ୍ଜା ଟିକା ମିଳେ[୧୦] । ତିନି ପ୍ରକାର ପରିସ୍କୃତ ଓ ନିଷ୍କ୍ରିୟ ଭୁତାଣୁକୁ ନେଇ ଟ୍ରାଇଭାଲେଣ୍ଟ ଇନ୍‌ଫ୍ଲୁଏଞ୍ଜା ଟିକା (trivalent influenza vaccine ବା TIV) ପ୍ରସ୍ତୁତ ହୋଇଛି । ଏହି ଟିକା ଅପେକ୍ଷାକୃତ ନିରାପଦ । ଇନ୍‌ଫ୍ଲୁଏଞ୍ଜା ରୋଗର ଗୋଟିଏ ବଡ଼ ବିପଦ ଜନକ କଥା ହେଲା ଏହାର ସମୟାନୁକ୍ରମେ ନୂଆ ନୂଆ ଭୁତାଣୁ ସ୍ଟ୍ରେନ୍ ସୃଷ୍ଟି ହୁଏ । ଏହି କାରଣ ଯୋଗୁ ପ୍ରସ୍ତୁତ ଟିକା ସବୁ ବେଳେ କାମ କରିବା ସନ୍ଦେହ ଜନକ । ଏହି ରୋଗ ନିମନ୍ତେ ଔଷଧର (neuraminidase inhibitor oseltamivir (Tamiflu) କାର୍ଯ୍ୟ ଦକ୍ଷତା ବିଷୟରେ ଲିଖିତ ବିବରଣୀ ନାହିଁ[୧୧]

ଚିହ୍ନ ଓ ଲକ୍ଷଣ

[ସମ୍ପାଦନା]
  1. "Influenza: Viral Infections: Merck Manual Home Edition". Merck. Retrieved 15 March 2008.
  2. Eccles, R (2005). "Understanding the symptoms of the common cold and influenza". Lancet Infect Dis. 5 (11): 718–25. doi:10.1016/S1473-3099(05)70270-X. PMID 16253889.
  3. Seasonal Flu vs. Stomach Flu by Kristina Duda, R.N.; Retrieved 12 March 2007 (Website: "About, Inc., A part of The New York Times Company")
  4. Ballinger, MN; Standiford, TJ (2010). "Postinfluenza bacterial pneumonia: host defenses gone awry". J Interferon Cytokine Res. 30 (9): 643–52. doi:10.1089/jir.2010.0049. PMID 20726789. {{cite journal}}: Unknown parameter |month= ignored (help)
  5. Suarez, D; Spackman E, Senne D, Bulaga L, Welsch A, Froberg K (2003). "The effect of various disinfectants on detection of avian influenza virus by real time RT-PCR". Avian Dis. 47 (3 Suppl): 1091–5. doi:10.1637/0005-2086-47.s3.1091. PMID 14575118.{{cite journal}}: CS1 maint: multiple names: authors list (link)
  6. Avian Influenza (Bird Flu): Implications for Human Disease. Physical characteristics of influenza A viruses. UMN CIDRAP.
  7. Jefferson T, Del Mar CB, Dooley L,; et al. (2011). "Physical interventions to interrupt or reduce the spread of respiratory viruses". Cochrane Database Syst Rev (7): CD006207. doi:10.1002/14651858.CD006207.pub4. PMID 21735402.{{cite journal}}: CS1 maint: extra punctuation (link) CS1 maint: multiple names: authors list (link)
  8. Influenza (Seasonal), World Health Organization, April 2009. Retrieved 13 February 2010.
  9. World Health Organization. World now at the start of 2009 influenza pandemic. http://www.who.int/mediacentre/news/statements/2009/h1n1_pandemic_phase6_20090611/en/index.html
  10. WHO position paper: influenza vaccines WHO weekly Epidemiological Record 19 August 2005, vol. 80, 33, pp. 277–288.
  11. Jefferson T, Jones MA, Doshi P,; et al. (2012). "Neuraminidase inhibitors for preventing and treating influenza in healthy adults and children". Cochrane Database Syst Rev. 1: CD008965. doi:10.1002/14651858.CD008965.pub3. PMID 22258996.{{cite journal}}: CS1 maint: extra punctuation (link) CS1 maint: multiple names: authors list (link)