ଭୀମଖୋଜ

ଉଇକିପିଡ଼ିଆ‌ରୁ

ଭୀମଖୋଜ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ଠାରେ ଅବସ୍ଥିତ ଏକ ଶୈବପୀଠ ।

କଳାହାଣ୍ଡି ଜିଲ୍ଲାର ଧର୍ମଗଡ ସହରରୁ ପ୍ରାୟ ୧କିମି ଦୂର ଗଲେ ପଡେ ଭୀମଖୋଜ ପଡା । ଏଠାରେ ବିରାଜିତ ସ୍ୱୟଂ ପାତାଳେଶ୍ୱର ମହାଦେବ । ରାଜ୍ୟରେ ପ୍ରମୁଖ ଶୈବପୀଠ ମଧ୍ୟରେ ଭିମଖୋଜର ପାତାଳେଶ୍ୱର ମହାଦେବଙ୍କ ସ୍ଥାନ ସ୍ୱତନ୍ତ୍ର । ଶ୍ରଦ୍ଧାଳୁ ଭକ୍ତଙ୍କର ଭକ୍ତି ନୈବେଦ୍ୟ ନିବେଦନର ଏକ ମୁଖ୍ୟସ୍ଥଳୀ ରୂପେ ଏହା ବିବେଚିତ ହୋଇଆସୁଛି । ଶିବରାତ୍ରି ଏଠାକାର ପ୍ରମୁଖ ଉତ୍ସବ ହେଲେ ମଧ୍ୟ ବର୍ଷର ଅନ୍ୟାନ୍ୟ ପର୍ବପର୍ବାଣି ଅନୁଷ୍ଠିତ ହୋଇଥାଏ । ପାତାଳେଶ୍ୱର ମହାଦେବଙ୍କ ମହାତ୍ମ୍ୟକୁ ଆଧାର କରି ବହୁ କିମ୍ବଦନ୍ତୀ ରହିଛି । ପଞ୍ଚୁପାଣ୍ଡବ ଅଞ୍ଜାତବାସ ସମୟରେ ବଣ ଜଙ୍ଗଲ ଦେଇ କଳାହାଣ୍ଡି ଜିଲ୍ଲାରେ ପ୍ରବେଶ କରିଥିଲେ । ସେହି ସମୟରେ ଶାଳ ଓ ଧାମରା ଗଛର ଜଙ୍ଗଲଭରା ଧର୍ମଗଡର ନାଁ ଥିଲା ଧଅଁରାମାଲ । ଦୀର୍ଘପଥ ଅତିକ୍ରମ ପରେ ପଞ୍ଚୁପାଣ୍ଡବ କ୍ଳାନ୍ତ ହୋଇପଡ଼ିଥିଲେ । ତୃଷା ମେଣ୍ଟାଇବା ପାଇଁ ଜଳ ଅନୁସନ୍ଧାନରେ ବାହାରିଥିଲେ ନକୁଳ ଓ ସହଦେବ କିନ୍ତୁ ଜଳ ପାଇନଥିଲେ । ତୃଷ୍ଣା ଅସହ୍ୟ ଦେଖି ଭୀମ ସେଠାରେ ମାଟିକୁ ପାଦରେ ଶକ୍ତ ପ୍ରହାର କରିବାରୁ ଏକ ଗର୍ତ୍ତ ସୃଷ୍ଟିହୋଇ ଜଳ ବାହାରି ଥିଲା । ପଞ୍ଚୁପାଣ୍ଡବ ତୃଷ୍ଣା ମେଣ୍ଟାଇଥିଲେ । ସେହି ସମୟରେ ଯୁଧିଷ୍ଠିର ଏକ ଶାଳବୃକ୍ଷ ମୁଳେ ଥିବା ଶିବଲିଙ୍ଗକୁ ଭକ୍ତିପୁର୍ବକ ପୂଜାର୍ଚ୍ଚନା କରି ସ୍ଥାନ ପରିତ୍ୟାଗ କରିଥିଲେ । ବହୁଦିନ ଅତିକ୍ରାନ୍ତ ପରେ ସେହି ଜଙ୍ଗଲ ଘେରା ସ୍ଥାନକୁ ଆସିଥିଲେ ଗଣ୍ଡ ଶିକାରୀ,ଶାଳ ଗଛ ମୁଳେ ଶିବଲିଙ୍ଗ ଓ ନିକଟରେ ପଥର ଗର୍ତ୍ତ ମଧ୍ୟରେ ଜଳାଶୟ ସହ ବିଶାଳ ପଦ୍ମଚିହ୍ନ ଦେଖି ଶିକାରୀଦ୍ୱୟ ଆଶ୍ଚାର୍ଯାନ୍ୱିତ ହୋଇଥିଲେ । ଶୂନ୍ୟବାଣୀ ହେବାରୁ ସେମାନେ ଅସ୍ତ୍ରତ୍ୟାଗ କରି ପାତାଳେଶ୍ୱରଙ୍କ ଆରାଧନା କରିଥିଲେ ଏବଂ ବହୁବର୍ଷ ଧରି ଆଦିବାସୀ ଗଣ୍ଡମାନେ ପୂଜାକରି ଆସୁଥିଲେ । ଏହି ପରମ୍ପରାର ଯବନିକା ପଡ଼ିଥିଲା ଜଣେ ଜଟିଆ ଗଣ୍ଡଙ୍କ ଔଦ୍ଧତ୍ୟରୁ । ଆଦିବାସୀ ଗଣ୍ଡଙ୍କ ଶେଷ ସେବକ ଜଟିଆ ଗଣ୍ଡ ପଶୁମାଂସ ଆହାର କରି ପାତାଳେଶ୍ୱରଙ୍କ ଅଭିଶାପରୁ କୁଷ୍ଠ ରୋଗରେ ପଡ଼ି ମୃତ୍ୟୁବରଣ କରିଥିଲା । ତା ପରଠାରୁ ପୂଜକ ସୋମନାଥ ଦାସଙ୍କ ପରିବାର ଏଠାରେ ପୂଜା କରିଆସୁଛନ୍ତି । [୧]

ଆଧାର[ସମ୍ପାଦନା]

  1. ସମାଜ,ପୃଷ୍ଠା୪,ରବିବାର ମେ ୨୦, ୨୦୧୨