ଅଫିମ

ଉଇକିପିଡ଼ିଆ‌ରୁ

ଅଫିମ
Papaver somniferum
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ବିଭାଗ: Magnoliophyta
ବର୍ଗ: Magnoliopsida
ଗଣ: Ranunculales
କୁଳ: Papaveraceae
ପ୍ରଜାତି: Papaver
ଜାତି: P. somniferum
ବାଇନୋମିଆଲ ନାମ
Papaver somniferum

ଅଫିମ (ଇଂରାଜୀରେ Opium poppy) (ଉଦ୍ଭିଦିକ ନାମ Papaver somniferum) ହେଉଛି ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏଥିରୁ ମର୍ଫିନ ସମେତ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ପ୍ରସ୍ତୁତ କରାଯାଏ। ହେରୋଇନ, ଥେବାଇନ, କୋଡେଇନ, ପାପାଭେରିନ ଓ ନୋସ୍କାପାଇନ ଆଦି ଏହାର ଉପ-ଉତ୍ପାଦ। ଏହାର ନିଦ୍ରାକାରକ ଗୁଣପାଇଁ ଲାଟିନ ଉଦ୍ଭିଦିକ ନାମରେ ଏହାକୁ ନିଦ ଆଣୁଥିବା ଗଛ ଭାବରେ ଅଭିହିତ କରାଯାଇଛି।

ଔଷଧୀୟ ଉପଯୋଗ[ସମ୍ପାଦନା]

ଅଫିମ ଫଳକୁ କାଟି ଦେଲା ପରେ ସେଥିରୁ ବାହାରୁଥିବା କ୍ଷୀର, ଏହି କ୍ଷୀରକୁ ହିଁ ଅଫିମ କୁହାଯାଏ, ଯାହା ନିଶାକାରକ

ଅଷ୍ଚ୍ରେଲିଆ, ତୁର୍କୀ ଓ ଭାରତରେ ମୋଟ ଅଫିମ ଉତ୍ପାଦନର ଅଧିକାଂଶ ଭାଗ ଔଷଧୀୟ ଦ୍ରବ୍ୟ (ମରଫିନ ଓ କୋଡ଼େଇନ) ପ୍ରସ୍ତୁତିରେ ବ୍ୟବହାର କରାଯାଏ। [୨] ଆମରିକା ମୋଟ ଅଫିମ ଆମଦାନୀର ଶତକଡ଼ା ୮୦ ଭାଗ ପାରମ୍ପରିକ ଉତ୍ପାଦନକାରୀ ରାଷ୍ଟ୍ର ଯଥା ଭାରତ ଓ ତୁର୍କୀରୁ ନେବ ବୋଲି ନିୟମ ପ୍ରଣୟନ କରିଛି। [୩]

ଖାଦ୍ୟ ଦ୍ରବ୍ୟରେ ଉପଯୋଗ[ସମ୍ପାଦନା]

ପୋଲାଣ୍ଡ ଦେଶର ପେଷ୍ଟ୍ରିରେ ଅଫିମର ମଞ୍ଜି ଓ ମଞ୍ଜିବଟା ଭରା ଯାଇଛି

ପପି ମଞ୍ଜି ଓ ପପି ମଞ୍ଜିର ତେଲ ପରି ଦୁଇଟି ମୁଖ୍ୟ ଖାଦ୍ୟ ଦ୍ରବ୍ୟର ମୂଳ ସ୍ରୋତ ହେଉଛି ଅଫିମ ଗଛ। ଅଫିମ ମଞ୍ଜିରେ ବହୁତ କମ ପରିମାଣରେ ଓପିଏଟ ଥାଏ। [୪][୫] ଓ ତେଲରେ ତା ଠୁ ବି କମ ପରିମାଣରେ ଥାଏ। ଏହି ମଞ୍ଜି ଓ ତେଲ ଉଭୟର ବାଣିଜ୍ୟିକ ଦେଣନେଣ ହୋଇଥାଏ।

ଆଧାର[ସମ୍ପାଦନା]

  1. Linnaeus, Carl von (1753). Species Plantarum. Holmiae (Laurentii Salvii). p. 508.
  2. Dicker, Jason. "The Poppy Industry in Tasmania". University of Tasmania. Archived from the original on 2011-12-11. Retrieved 2009-09-02.
  3. Braund, Claire (2001). "Research driving the Tasmanian poppy industry". Australian Society of Agronomy. Archived from the original on 2009-07-29. Retrieved 2009-09-02.
  4. "Poppy law" on Erowid.org
  5. Ayatollah (2006-02-25). "How potent are the major culinary (spicerack) varieties such as McCormick?". Poppies. Archived from the original on 2009-09-01. Retrieved 2009-09-02.

ଆହୁରି ଦେଖନ୍ତୁ[ସମ୍ପାଦନା]

ଔଷଧୀୟ ଗଛଲତାମାନଙ୍କର ତାଲିକା

ଆହୁରି ପଢ଼ନ୍ତୁ[ସମ୍ପାଦନା]

ଛପା ଦେଖନ୍ତୁ[ସମ୍ପାଦନା]