ଜଉ କଣ୍ଢେଇ

ଉଇକିପିଡ଼ିଆ‌ରୁ
ଏକ ଜଉ କଣ୍ଢେଇ ଯୋଡ଼ା ।

ଜଉ କଣ୍ଢେଇ ଓଡ଼ିଶାର ଏକ ପାରମ୍ପାରିକ ଲାଖ ତିଆରି କଣ୍ଢେଇ । ଏହା ବାଲେଶ୍ୱର ଜିଲ୍ଲାରୁ ଆରମ୍ଭ ହୋଇଥିଲା । ଏହା ଆଗେ ଯାନିଯାତ୍ରାରେ ମିଳୁଥିଲା । ବାପା ମା'ମାନେ ପିଲାଙ୍କ ପାଇଁ ଏହା କିଣି ପିଲାଙ୍କୁ ଖେଳିବାକୁ ଦେଉଥିଲେ । ଧୀରେ ଧୀରେ ଏହା ଲୋପ ପାଇ ଆସିଲାଣି । [୧] ପୋଡ଼ା ମାଟିରେ ତିଆରି କଣ୍ଢେଇ ଉପରେ ଲାଖ ଲେପ ଦେଇ ଏହା ତିଆରି କରାଯାଇଥାଏ । ବିବାହ ବେଳେ ବର-କନିଆଁଙ୍କୁ ଏକ ବର-କନିଆଁ ଯୋଡ଼ି କଣ୍ଢେଇ ଦେବାର ବିଧି ବାଲେଶ୍ୱର ଅଞ୍ଚଳରେ ଥିଲା। ଏହା ନବଦମ୍ପତ୍ତିଙ୍କ ସୁଖଦ ଦାମ୍ପତ୍ୟ ଜୀବନ ନିମନ୍ତେ ଉପହାର ରୂପେ ଦିଆଯାଉଥିଲା । [୨] ପରେ ଏହି କଣ୍ଢେଇକୁ ପରିବାରର ସୁଖ ମନାସି ସଜାଇ ରଖାଯାଉଥିଲା । [୩]

ତିଆରି ପ୍ରଣାଳୀ[ସମ୍ପାଦନା]

ପ୍ରଥମେ ମାଟିରେ କଣ୍ଢେଇ ତିଆରି କରାଯାଇ ତାକୁ ପୋଡ଼ାଯାଇଥାଏ । ପୋଡ଼ା କଣ୍ଢେଇ ଉପରେ ବିଭିନ୍ନ ରଙ୍ଗ ଦିଆଯାଇ ତା' ଉପରେ ଲାଖର ଆବରଣ ଦେଇ ଶୁଖାଇ ଦିଆଯାଇଥାଏ । ଲାଖ ଜଳନିରୋଧୀ ହୋଇଥିବାରୁ କଣ୍ଢେଇ ଗୁଡ଼ିକ ଶୁଖିଗଲା ପରେ ଜଳନିରୋଧୀ ହୋଇଥାନ୍ତି । [୨]

ଆଧାର[ସମ୍ପାଦନା]

  1. Palit, Ashok. "Odisha: Artists organizing symbolic Kandhei Marriage to popularize art". Orissadiary.com. Archived from the original on 5 March 2016. Retrieved 13 February 2015.
  2. ୨.୦ ୨.୧ "About Jaukandhei". Jaukandhei.com. Retrieved 13 February 2015.
  3. "Lac craft enters the e-age". The New Indian Express. 9 August 2009. Retrieved 13 February 2015.[permanent dead link]