ବିନୋଦ ରାଠୋଡ

ଉଇକିପିଡ଼ିଆ‌ରୁ
ବିନୋଦ ରାଠୋଡ
Background information
ଜନ୍ମମୁମ୍ବାଇ, ଭାରତ
ଶୈଳୀପ୍ରଚ୍ଛଦପଟ୍ଟ ଗାୟନ
ପେଷାପ୍ରଚ୍ଛଦପଟ୍ଟ ଗାୟକ
କାର୍ଯ୍ୟକାଳ୧୯୮୭–ଏବେଯାଏଁ
ୱେବସାଇଟhttp://www.vinodrathod.com

ବିନୋଦ ରାଠୋଡ ହେଉଛନ୍ତି ଗାୟକ ପଣ୍ଡିତ ଚତୁର୍ଭୁଜ ରାଠୋଡଙ୍କ ସୁପୁତ୍ର । ସେ ଜଣେ ସୁବିଦିତ ବଲିଉଡ ପ୍ରଚ୍ଛଦପଟ ଗାୟକ । ତାଙ୍କର ସୁପ୍ରସିଦ୍ଧି ଲାଭ କରିଥିବା ଗିତର ଚଳଚ୍ଚିତ୍ରଗୁଡ଼ିକ ହେଲା ଚଲ୍ ମେରେ ଭାଇ, ଲଗେ ରହୋ ମୁନ୍ନା ଭାଇ, ମିସନ୍ କସ୍ମିର୍ ଏବଂ ବାଜିଗର । [୧]

ବାଲ୍ୟ ଜୀବନ[ସମ୍ପାଦନା]

ବିନୋଦଙ୍କ ଜନ୍ମ ଶାସ୍ତ୍ରୀୟ ସଙ୍ଗିତଜ୍ଞ ପଣ୍ଡିତ ଚତୁର୍ଭୁଜ ରାଠୋଡଙ୍କ ଘରେ ହୋଇଥିଲା । ପିତା ତାଙ୍କ ଭିତରେ ସଙ୍ଗିତ ପ୍ରତି ପ୍ରଗାଢ ଆଗ୍ରହ ଓ ପ୍ରତିଭା ଦେଖିଥିଲେ । ପରେ ପିତା ତାଙ୍କୁ ସଙ୍ଗିତର ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ବିନୋଦ ପ୍ରେରଣାଙ୍କୁ ବିବାହ କରିଛନ୍ତି । ସେ ହଉଛନ୍ତି ପ୍ରଖ୍ୟାତ ବଲିଉଡ ଗାୟକ ରୁପ୍‌କୁମାର ରାଠୋଡ ଓ ଲୋକପ୍ରିୟ ବଲିଉଡ ସଙ୍ଗିତ ନିର୍ଦ୍ଧେଶକ ଶ୍ରବଣ ରାଠୋଡଙ୍କ ଭାଇ ।

ବଲିଉଡ ଚଳଚ୍ଚିତ୍ର[ସମ୍ପାଦନା]

  • ଡାଲ୍ ମେଁ କୁଛ୍ କାଲା ହେ (୨୦୧୨)
  • ଜମାନତ୍ (୨୦୦୮)
  • ରାମ ଗୋପାଳ ବର୍ମା କି ଆଗ୍ (୨୦୦୭)
  • ଟ୍ରାଫିକ୍ ସିଗ୍‌ନାଲ୍ (୨୦୦୭)
  • ଲଗେ ରହୋ ମୁନ୍ନା ଭାଇ (୨୦୦୬)
  • ମେରି ମଜ୍‌ବୁରି (୨୦୦୬)
  • ବିସ୍ଫୋଟ୍ [ସଙ୍ଗିତ : ରିତୁରାଜ୍](୨୦୦୫)
  • ପଣ୍ଡିତ୍...ଏକ୍ ୟୋଧା (୨୦୦୫)
  • ମୁନ୍ନାଭାଇ ଏମ୍.ବି.ବି.ଏସ୍. (୨୦୦୩)
  • ଚଲ୍ ମେରେ ଭାଇ (୨୦୦୦)
  • ଜିତ୍ (୧୯୯୬)
  • ବାଜିଗର (୧୯୯୩)
  • ଦିବାନା (୧୯୯୨)

ଆଧାର[ସମ୍ପାଦନା]

  1. Hindi Lyrics Singer Vinod Rathod

ବାହାର ଆଧାର[ସମ୍ପାଦନା]