ସଂଜୀବ କୁମାର ପାଣିଗ୍ରାହୀ
ସଂଜୀବ କୁମାର ପାଣିଗ୍ରାହୀ ଜଣେ ଭାରତୀୟ ଆଇନଜୀବି ଏବଂ ଓଡିଶା ଉଚ୍ଚନ୍ୟାୟାଳୟର ବିଚାରପତି ।[୧]
ଶିକ୍ଷା ଓ ପେଶାଜୀବନ
[ସମ୍ପାଦନା]ସଂଜୀବ କୁମାର ପାଣିଗ୍ରାହୀ ଭାରତୀୟ ଜାତୀୟ ନ୍ୟାୟ ଶିକ୍ଷା ପରିଷଦ, ବେଙ୍ଗାଲୁରୁରୁ ଆଇନରେ ସ୍ନାତକୋତ୍ତର ଡିଗ୍ରୀ (ଏଲଏଲଏମ) (ବ୍ୟବସାୟ ଆଇନ) ହାସଲ କରି ୨୦୦୬ରେ କଟକସ୍ଥିତ ଓଡିଶା ରାଜ୍ୟ ବାର କାଉନସିଲରେ ଆଇନଜୀବି ଭାବେ ଯୋଗ ହୋଇଥିଲେ । ସେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶମାନଙ୍କ ଅନୁସନ୍ଧାନ ସହାୟକ ଭାବରେ କାମ କରିଥିଲେ । ପରେ ସେ ବରିଷ୍ଠ ଆଇନଜୀବୀ ଡ଼ଃ ଅଭିଷେକ ମନୁ ସିଂହଭିଙ୍କ ଚେମ୍ବରରେ ଯୋଗଦେଇଥିଲେ ।
ପାଣିଗ୍ରାହୀ, ତାଙ୍କ ଓକିଲାତି ପେଶା ସମୟରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ, ଓଡିଶା ଉଚ୍ଚ ନ୍ୟାୟାଳୟ, ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଓ ଅନ୍ୟାନ୍ୟ ଉଚ୍ଚ ନ୍ୟାୟାଳୟରେ ଆଇନଜୀବୀ ଭାବରେ ଅନେକ ସିଭିଲ୍ ଆଇନ, କମର୍ସିଆଲ୍ ଆଇନ, ସମ୍ବିଧାନ ଆଇନ, କର ଆଇନ, କର୍ପୋରେଟ୍ ଆଇନ, ବୃତ୍ତିଗତ ସମ୍ପତ୍ତି ଅଧିକାର ଆଇନ, ପରିବେଶ ଆଇନ, ସେବା ଆଇନ, ଫୌଜଦାରୀ ଆଇନ, ବ୍ୟାଙ୍କିଂ ଓ ବୀମା ଆଇନ, ଖଣିଜ ପ୍ରବନ୍ଧ ଆଇନ, ବିଦ୍ୟୁତ ଆଇନ, ଓ ଟେଲିକମ୍ ଆଇନ ସଂବନ୍ଧିତ ମାମଲା କ୍ଷେତ୍ରରେ ପ୍ରାୟୋଗିକ ଅଭିଜ୍ଞତା ଅର୍ଜନ କରିଥିଲେ ।
ସେ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ଏକ Advocate-on-Record ଆଇନଜୀବୀ ଭାବରେ ଓ 2013 ରୁ ଓଡିଶାର ପ୍ୟାନେଲ୍ଭୁକ୍ତ ଆଇନଜୀବୀ ଭାବରେ କାମ କରୁଥିଲେ । ସେ ଅର୍ଥନୀତି, ଦର୍ଶନ ଓ ସାହିତ୍ୟର ପଠନରେ ରୁଚି ରଖନ୍ତି ଏବଂ ଏହା ସହିତ ସେ ସଙ୍ଗୀତ ଓ ସାଂସ୍କୃତିକ ଅନୁରାଗୀ ମଧ୍ୟ ।
ସେ ୧୦ ଫେବୃଆରୀ, ୨୦୨୦ରେ ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବରେ ନିୟୁକ୍ତ ହୋଇଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Judge | Orissa High Court, Cuttack". www.orissahighcourt.nic.in. Retrieved 2024-12-21.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |