Jump to content

ଆନନ୍ଦ ଚନ୍ଦ୍ର ବେହେରା

ଉଇକିପିଡ଼ିଆ‌ରୁ

ଆନନ୍ଦ ଚନ୍ଦ୍ର ବେହେରା ( ଜନ୍ମ:୨୩.୫.୧୯୬୪) ଜଣେ ଭାରତୀୟ ଆଇନଜୀବୀ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଏକ ବିଚାରପତି ।[][]

ଶିକ୍ଷା ଓ କର୍ମ ଜୀବନ

[ସମ୍ପାଦନା]

ଆନନ୍ଦ ଚନ୍ଦ୍ର ବେହେରାଙ୍କର ଜନ୍ମ ୨୩.୦୫.୧୯୬୪ରେ ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକ ଅଧୀନ ଗୋବିନ୍ଦପୁର ଗାଁରେ ହୋଇଥିଲା । ପିତା ଗଦାଧର ବେହେରା ଓ ମାତା ସାବିତ୍ରୀ ବେହେରାଙ୍କ ସେ ଥିଲେ କାନିଷ୍ଠ ପୁତ୍ର । ସେ ୧୯୮୦ ମସିହାରେ ରେମୁଣା ହାଇସ୍କୁଲ୍, ବାଲେଶ୍ୱରରୁ ମାଟ୍ରିକ୍ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିଲେ । ସେ ମୟୁରଭଞ୍ଜ ଜିଲ୍ଲାର ଉଦଳା କଲେଜରୁ ଆଇ.ଏ. ପାସ୍ କରିଥିଲେ ଓ ବାଲେଶ୍ୱରର ଫକିରମୋହନ କଲେଜରୁ ଅର୍ଥନୀତିରେ ସମ୍ମାନ ସହିତ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୧୯୮୯ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ମୟୁରଭଞ୍ଜ ଆଇନ କଲେଜରୁ ଏଲ୍‌ଏଲ୍‌ବି ଡିଗ୍ରୀ ଲାଭ କରିଥିଲେ । ଏହାପରେ ସେ ୧୯୮୯ ମସିହାରେ ଓଡ଼ିଶା ଷ୍ଟେଟ୍ ବାର କଉନ୍ସିଲ୍, କଟକରେ ଏକ ଅଧିବକ୍ତା ଭାବରେ ଯୋଗ ଦେଇଥିଲେ ।

ସେ ବାଲେଶ୍ୱରର ଅଧିବକ୍ତା ଶ୍ରୀ ରଘୁନାଥ ପ୍ରଧାନଙ୍କ ନିର୍ଦ୍ଦେଶନାରେ ଫୌଜଦାରୀ, ରେଭେନ୍ୟୁ, ଗ୍ରାହକ ଏବଂ ଅନ୍ୟାନ୍ୟ ଶାଖାର ମାମଲାରେ ଓକିଲାତି ଆରମ୍ଭ କରିଥିଲେ । ସେ ବାଲେଶ୍ୱର ବାର ଆସୋସିଏସନ୍‌ର ଯୁଗ୍ମ ସଚିବ ହୋଇଥିଲେ । ସେ ଟ୍ରାନ୍ସପୋର୍ଟ କର୍ପୋରେସନ୍ ଅଫ ଇଣ୍ଡିଆର ରିଟେନର୍ ମଧ୍ୟ ଥିଲେ । ପନ୍ଦର ବର୍ଷ ବାଲେଶ୍ୱର ବାର ଆସୋସିଏସନ୍‌ରେ ଓକିଲାତି କରିବା ପରେ, ସେ କଟକର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ ଜଜ୍ ଭାବରେ ଯୋଗଦେଇଥିଲେ ।[]

ସେ ୦୫.୦୯.୨୦୨୩ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।[][]

  1. ୧.୦ ୧.୧ "Judge | Orissa High Court, Cuttack". www.orissahighcourt.nic.in. Retrieved 2024-12-21.
  2. ୨.୦ ୨.୧ Service, Express News (6 September 2023). "Orissa HC gets two new judges, justices SS Mishra, AC Behera". The New Indian Express (in ଇଂରାଜୀ). Retrieved 21 December 2024.
  3. NETWORKS, LIVELAW NEWS (5 September 2023). "AOR Sibo Sankar Mishra & Judicial Officer Ananda Chandra Behera Take Oath As Judges Of Orissa High Court". www.livelaw.in (in ଇଂରାଜୀ). Retrieved 21 December 2024.