Jump to content

ମାଇସୋନିଉଭ ଅସ୍ଥିଭଗ୍ନ

ଉଇକିପିଡ଼ିଆ‌ରୁ
Maisonneuve fracture
ଫାଇଲ:Maisonneuve-fracture-2.jpg
A Maisonneuve fracture with arrows marking the location of the two fractures
ବିଭାଗOrthopedics
ଲକ୍ଷଣTenderness of medial ankle and outside aspect of the upper part of the lower leg[]
କାରଣForceful, external rotation of the foot[]
ରୋଗ ନିର୍ଣ୍ଣୟ ପଦ୍ଧତିX-ray[]
ସଠିକ ରୋଗ ନିର୍ଣ୍ଣୟIsolated posterior malleolus facture[]
ଚିକିତ୍ସାSurgery[]
ପୁନଃପୌନିକRelatively uncommon[]

ମାଇସୋନିଉଭ ଅସ୍ଥିଭଗ୍ନ ହେଉଛି ବଳାଗଣ୍ଠି ନିକଟରେ ତଳ ଗୋଡର ହାଡ଼ ଭାଙ୍ଗିଯାଏ ।[] ବଳାଗଣ୍ଠି ଆଘାତରେ ତଳ ଗୋଡର ଦୁଇଟି ହାଡକୁ ସଂଯୋଗ କରୁଥିବା ଲିଗାମେଣ୍ଟ କଟିଯାଏ ଯାହାକୁ ଟିବିଓଫିବୁଲାର ସିଣ୍ଡେସୋମୋସିସ୍ କୁହାଯାଏ ।[] ମିଡିଆଲ ମାଲିଓଲସ ଭଙ୍ଗା ସ‌ହିତ ଡେଲଟଏଡ଼ ଲିଗାମେଣ୍ଟ୍ ଫାଟିଯାଇପାରେ ।[] ଲକ୍ଷଣଗୁଡ଼ିକ ମଧ୍ୟରେ ମିଡିଆଲ ବଳାଗଣ୍ଟରେ ଓ ତଳ ଗୋଡର ଉପର ଅଂଶର ବାହାର ଦିଗରେ ଦରଜ ଲାଗେ ।[]

ଏହା ସାଧାରଣତଃ ଗୋଡ଼ର ଅତ୍ୟଧିକ ବାହ୍ୟ ଘୂର୍ଣ୍ଣନରୁ ଜାତ ହୋଇଥାଏ | [] ରଞ୍ଜନରସ୍ମି ଚିତ୍ରରେ ସାଧାରଣତଃ ବଳାଗଣ୍ଟିର ପ୍ରଶସ୍ତିକୁ ଦର୍ଶାଏ, ଯଦିଓ ଏହା ସୂକ୍ଷ୍ମ ହୋଇପାରେ ।[] [] ଅସ୍ପଷ୍ଟ ଦେଖାଯିବା କ୍ଷେତ୍ରରେ ଚାପ ଦୃଶ୍ୟ (Stress view) ଉପଯୋଗୀ ହୋଇପାରେ ।[] ବଳାଗଣ୍ଠିରେ ଅଧିକ ଯନ୍ତ୍ରଣା ହେତୁ ଲୋକମାନେ ଆଣ୍ଠୁ ଯନ୍ତ୍ରଣା ବିଷୟ କହିପାରନ୍ତି ନାହିଁ ।[] ଡାନିସ୍-ୱେବର ବର୍ଗୀକରଣ ପ୍ରଣାଳୀ ଅନୁଯାୟୀ ଏହାକୁ ସି୩ (C3) ବଳାଗଣ୍ଠି ଭଙ୍ଗା ଭାବରେ ଶ୍ରେଣୀଭୁକ୍ତ କରାଯାଇଛି ।[]

ତଳ ଗୋଡର ଦୁଇଟି ହାଡକୁ ଏକାଠି ରଖିବା ପାଇଁ ସ୍କ୍ରୁ ଲଗାଇବା ପାଇଁ ସାଧାରଣତଃ ଅସ୍ତ୍ରୋପଚାର ଚିକିତ୍ସା କରାଯାଏ ।[] ଦୁଇରୁ ତିନି ମାସ ପରେ ଏହି ସ୍କ୍ରୁଗୁଡିକ ଅପସାରଣ କରାଯାଇପାରେ ।[] ଏହି ଚିକିତ୍ସାରେ ଅଧିକାଂଶ ଲୋକଙ୍କର ଭଲ ଫଳାଫଳ ଥାଏ ।[] ମାଇସୋନିଉଭ ଅସ୍ଥିଭଗ୍ନ ଅପେକ୍ଷାକୃତ ଅସାଧାରଣ ଭଙ୍ଗା ଅଟେ ।[] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[] ସେଗୁଡିକ ସର୍ଜନ ଜୁଲେସ୍ ଜର୍ମାନ୍ ଫ୍ରାଙ୍କୋଇସ୍ ମାଇସନ୍ନୁଭ୍ ଙ୍କ ନାମରେ ନାମିତ, ଯିଏ ଏହାକୁ ୧୮୦୦ ଦଶକରେ ପ୍ରଥମେ ବର୍ଣ୍ଣନା କରିଥିଲେ | [] []


  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Thordarson, DB (September 1996). "Detecting and treating common foot and ankle fractures. Part 1: the ankle and hindfoot". The Physician and sportsmedicine. 24 (9): 29–38. doi:10.3810/psm.1996.09.1337. PMID 20087018. ଆଧାର ଭୁଲ: Invalid <ref> tag; name "Thor1996" defined multiple times with different content
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Weerakkody, Yuranga. "Maisonneuve fracture | Radiology Reference Article | Radiopaedia.org". Radiopaedia. Archived from the original on 2 September 2022. Retrieved 3 April 2023. ଆଧାର ଭୁଲ: Invalid <ref> tag; name "Rad2023" defined multiple times with different content
  3. ୩.୦ ୩.୧ ୩.୨ ୩.୩ Bennett, D. Lee; El-Khoury, Georges Y. (23 May 2013). Pearls and Pitfalls in Musculoskeletal Imaging: Variants and Other Difficult Diagnoses (in ଇଂରାଜୀ). 135: Cambridge University Press. ISBN 978-1-107-06700-4. Archived from the original on 3 April 2023. Retrieved 3 April 2023.{{cite book}}: CS1 maint: location (link) ଆଧାର ଭୁଲ: Invalid <ref> tag; name "Benn2013" defined multiple times with different content
  4. ୪.୦ ୪.୧ Natrajan, M. V. (2018). "20. Injuries of the ankle and foot". Natarajan’s Textbook of Orthopaedics & Traumatology (in ଇଂରାଜୀ) (8th ed.). New Delhi: Wolters Kluwer. p. 334-335. ISBN 978-93-86691-49-1. Archived from the original on 2022-09-15. Retrieved 2022-09-14.
  5. Essentials of skeletal radiology (in ଇଂରାଜୀ). Lippincott Williams & Wilkins. 2005. p. 538. Archived from the original on 2023-04-03. Retrieved 2023-04-03.
  6. Gaillard, Frank. "Weber classification of ankle fractures | Radiology Reference Article | Radiopaedia.org". Radiopaedia. Archived from the original on 13 January 2023. Retrieved 3 April 2023.
  7. Porter, DA; Jaggers, RR; Barnes, AF; Rund, AM (2014). "Optimal management of ankle syndesmosis injuries". Open access journal of sports medicine. 5: 173–82. doi:10.2147/OAJSM.S41564. PMID 25177153.{{cite journal}}: CS1 maint: unflagged free DOI (link)
  8. Stufkens, SA; van den Bekerom, MP; Doornberg, JN; van Dijk, CN; Kloen, P (January 2011). "Evidence-based treatment of maisonneuve fractures". The Journal of foot and ankle surgery : official publication of the American College of Foot and Ankle Surgeons. 50 (1): 62–7. doi:10.1053/j.jfas.2010.08.017. PMID 21172642. Archived from the original on 2021-09-11. Retrieved 2022-08-23.