ଓନାସେମ୍ନୋଜିନ ଆବେପାର୍ଭୋଭେକ
Clinical data | |
---|---|
Trade names | Zolgensma |
Synonyms | AVXS-101, onasemnogene abeparvovec-xioi |
AHFS/Drugs.com | |
data | |
Pregnancy category | |
Routes of administration | Intravascular |
Legal status | |
Legal status |
ଓନାସେମ୍ନୋଜିନ ଆବେପାର୍ଭୋଭେକ (ଇଂରାଜୀ ଭାଷାରେ Onasemnogene abeparvovec), ଜୋଲଗେନ୍ସମା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହାକି କିଛି ପ୍ରକାରର ମେରୁଦଣ୍ଡର ମାଂସପେଶୀ ଆଟ୍ରୋଫି (SMA) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[1] [2] ଅତିକମରେ ୨ ମାସ କର୍ଟିକୋଷ୍ଟେରଏଡ ବ୍ୟବହାର ସହିତ ଏହାର ଏକ ମାତ୍ର ଇଞ୍ଜେକସନ ଏକ ଶିରାରେ ଧୀରେ ଧୀରେ ଦିଆଯାଏ।[2] ଏହା ଦୁଇ ବର୍ଷରୁ କମ୍ ବୟସର ପିଲାମାନଙ୍କଠାରେ ବ୍ୟବହୃତ ହୁଏ ।[2]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି ଏବଂ ବର୍ଦ୍ଧିତ ଯକୃତ ଏନଜାଇମ୍ ହୋଇପାରେ ।[2] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ବିଫଳତା ଏବଂ କମ୍ ପ୍ଲାଟେଲେଟ୍ ସ୍ତର ଅନ୍ତର୍ଭୁକ୍ତ ହୋଇପାରେ ।[2] ହୃତ୍ପିଣ୍ଡର କ୍ଷତି ହେବାର ପ୍ରମାଣ ମଧ୍ୟ ଅଛି; ତଥାପି ଏହା ଅସ୍ପଷ୍ଟ ମହତ୍ତ୍ୱପୂର୍ଣ୍ଣ ।[2] ଓନାସେମୋଜେନ ଆବେପାରଭୋଭେକ ହେଉଛି ଏକ ପ୍ରକାର ଜିନ ଚିକିତ୍ସା ଏବଂ ଜିନ୍ ର ଏକ ନୂତନ କପି ପ୍ରଦାନ କରି କାର୍ଯ୍ୟକ୍ଷମ ହୁଏ ଯାହା ମାନବ ଏସଏମଏନ୧ ପ୍ରୋଟିନ୍ ତିଆରି କରେ ।[2]
୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଓନାସେମୋଜେନ ଆବେପାରଭୋଭେକ ଅନୁମୋଦିତ ହୋଇଥିଲା ।[2] ୨୦୨୦ ମସିହାରେ ଏହା ଜାପାନ, ବ୍ରାଜିଲ, ୟୁରୋପ ଏବଂ କାନାଡ଼ାରେ ଅନୁମୋଦିତ ହୋଇଥିଲା ।[3] [4] [1] [5] [6] ପ୍ରସ୍ତୁତି ସମୟରେ, ଆମେରିକାରେ ଚିକିତ୍ସା ପାଇଁ ପ୍ରାୟ ୨.୧୨୫ ମିଲିୟନ ଡ଼ଲାର ଖର୍ଚ୍ଚ ହୋଇଥିଲା, ଯାହା ଏହାକୁ ସବୁଠାରୁ ମହଙ୍ଗା ଔଷଧ ମଧ୍ୟରୁ ଗୋଟିଏ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Zolgensma". Therapeutic Goods Administration (TGA). 10 March 2021. Archived from the original on 9 September 2021. Retrieved 8 September 2021.
- ↑ ୨.୦ ୨.୧ "AusPAR: Onasemnogene abeparvovec". Therapeutic Goods Administration (TGA). 22 April 2021. Archived from the original on 9 September 2021. Retrieved 8 September 2021.
- ↑ "Summary Basis of Decision (SBD) for Zolgensma". Health Canada. 23 October 2014. Archived from the original on 30 May 2022. Retrieved 29 May 2022.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;EPAR2022
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Zolgensma 2 x 1013 vector genomes/mL solution for infusion - Summary of Product Characteristics (SmPC)". (emc). 30 June 2020. Archived from the original on 28 October 2020. Retrieved 30 July 2020.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;PI2022
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Zolgensma". U.S. Food and Drug Administration (FDA). 6 August 2019. STN: 125694. Archived from the original on 19 November 2019. Retrieved 1 November 2019. This article incorporates text from this source, which is in the public domain.