Jump to content

ଅପର୍ଣ୍ଣା ଘୋଷ

ଉଇକିପିଡ଼ିଆ‌ରୁ
ଅପର୍ଣ୍ଣା ଘୋଷ
অপর্ণা ঘোষ
ଜନ୍ମ୨୫ ସେପ୍ଟେମ୍ବର
ଜାତୀୟତାବାଂଲାଦେଶୀ
ବୃତ୍ତି(ସମୂହ)ଅଭିନେତ୍ରୀ
ମଡେଲ୍

ଅପର୍ଣ୍ଣା ଘୋଷ (ଜନ୍ମ: ୨୫ ସେପ୍ଟେମ୍ବର) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଥିଏଟର କଳାକାର ଓ ମଡେଲ୍ ।[] ମିତିକା ମାୟା (୨୦୧୩) ଓ ଗୋଣ୍ଡି (୨୦୨୦) କଥାଚିତ୍ରରେ ଅଭିନୟ ପାଇଁ ସେ ଦୁଇଥର ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।[][][]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଅପର୍ଣ୍ଣା ଘୋଷ ସେପ୍ଟେମ୍ବର ୨୫ରେ ରଙ୍ଗମାଟିରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ପ୍ରାରମ୍ଭିକ ବର୍ଷଗୁଡ଼ିକ ଉଭୟ ରଙ୍ଗାମାଟି ଓ ଚିଟ୍ଟାଗଙ୍ଗରେ ବିତାଇଥିଲେ ।[] ସେ ରଙ୍ଗାମାଟି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ିଥିଲେ । ତାଙ୍କ ବାପା ଆଲୋକ ଘୋଷ ଜଣେ ମଞ୍ଚ ଅଭିନେତା ଥିଲେ, ଯାହା ତାଙ୍କୁ ଅଭିନୟ କରିବାକୁ ପ୍ରେରଣା ଦେଇଥିଲା ।[]

ଅଭିନୟ ଜୀବନ

[ସମ୍ପାଦନା]

୨୦୦୩ ମସିହାରେ, ସେ ଚିଟାଗଙ୍ଗର ଏକ ସ୍ଥାନୀୟ ଥିଏଟର ଗ୍ରୁପ୍ ନନ୍ଦିକରରେ ମଞ୍ଚ କଳାକାର ଭାବରେ ଯୋଗ ଦେଇଥିଲେ । ଏସ୍. ଏମ୍. ସୋଲାଇମ୍ୟାନ୍‌ଙ୍କ କୋର୍ଟ ମାର୍ଶାଲ ଜରିଆରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଅପର୍ଣ୍ଣା ୱିଲିୟମ ସେକ୍ସପିୟରଙ୍କ ଓଥେଲୋମର୍ଚେଣ୍ଟ ଅଫ୍ ଭେନିସ, ପାପ ପୁଣ୍ୟ ସମେତ ଅନେକ ମଞ୍ଚ ପ୍ରଯୋଜନାରେ ଅଭିନୟ କରିଥିଲେ ତଥା ନନ୍ଦିକରଙ୍କ ସହ ଅନ୍ୟାନ୍ୟ ନାଟକରେ ଅଭିନୟ କରିଥିଲେ ।[][][]

୨୦୦୬ ମସିହାରେ, ଅପର୍ଣ୍ଣା ଢାକା ଚାଲିଯାଇଥିଲେ, ଯେଉଁଠାରେ ସେ ଲକ୍ସ-ଚ୍ୟାନେଲ ଆଇ ସୁପରଷ୍ଟାର ପ୍ରତିଯୋଗିତାର ଶ୍ରେଷ୍ଠ ଚାରି ପ୍ରତିଯୋଗୀଙ୍କ ମଧ୍ୟରୁ ଅନ୍ୟତମ ହୋଇଥିଲେ । ସେ ତୋବୁ ଓ ଭାଲୋବାସି ନାଟକରେ ଟେଲିଭିଜନରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଥାର୍ଡ଼ ପର୍ସନ୍ ସିଙ୍ଗୁଲାର୍ ନମ୍ବର ଜରିଆରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ ।[]

୨୦୧୩ ମସିହାରେ, ସେ ତିତାସ ଜିଆଙ୍କ ବିପକ୍ଷରେ ଗାଜି ରକାୟତଙ୍କ ନିର୍ଦ୍ଦେଶିତ ମୃତିକା ମାୟାରେ ଫାହମିଦା ଚରିତ୍ରରେ ଅଭିନୟ କରିଥିଲେ । ତାଙ୍କ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ୨୦୧୪ ମସିହାରେ ଜାହିଦୁର ରହିମ ଅଞ୍ଜନଙ୍କ ନିର୍ଦ୍ଦେଶିତ ମେଘମଲ୍ଲାର ଚଳଚ୍ଚିତ୍ରରେ ଅପର୍ଣ୍ଣା ଅସ୍ମା ଭୂମିକାରେ ଅଭିନୟ କରିଥିଲେ । ଅଖତରୁଜମାନ ଏଲିୟାସଙ୍କ ଲିବରେସନ୍ ୱାର୍ ଥିମ୍ ବିଶିଷ୍ଟ କ୍ଷୁଦ୍ରଗଳ୍ପ ରେନ୍‌କୋଟ୍ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ୩୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ପାଞ୍ଚଟି ପୁରସ୍କାର ପାଇଥିଲା ।[]

୨୦୧୭ ମସିହାରେ, ବାଂଲାଦେଶର ମୁକ୍ତି ସଂଗ୍ରାମ ଉପରେ ନିର୍ମିତ ଏକ ଚଳଚ୍ଚିତ୍ର ଭୁବନ ମାଝୀ ମୁକ୍ତିଲାଭ କରିଥିଲା ।[୧୦] ୨୦୨୨ ମସିହାରେ, ସେ ମେଡ୍ ଇନ୍ ଚିଟ୍ଟାଗଙ୍ଗରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୧୧]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ଅନନ୍ୟା ଟପ୍ ଟେନ୍ ଆୱାର୍ଡ଼ (୨୦୧୫)
  • ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର (ଶ୍ରେଷ୍ଠ ସହ-ଅଭିନେତ୍ରୀ) (୨୦୧୩, ୨୦୨୦)
  • ବ୍ଲେଣ୍ଡର୍‌ସ୍ ଚଏସ୍–ଦି ଡେଲି ଷ୍ଟାର୍ ଆୱାର୍ଡ଼ସ୍ ୨୦୨୧[୧୨]
  1. ୧.୦ ୧.୧ Shah Alam Shazu (April 9, 2015). ""I put in sleepless nights for Mrittika Maya" … Aparna Ghosh". The Daily Star. Retrieved December 22, 2015.
  2. "Film is where you can give your best: Aparna". New Age. March 23, 2015. Retrieved May 28, 2019.[permanent dead link]
  3. "Aparna-starrer Liberation War film 'Bhuban Majhi' releases March 3". The Independent. Dhaka. February 28, 2017. Retrieved May 28, 2019.
  4. "Winners of National Film Awards 2020 announced". The Daily Star (in ଇଂରାଜୀ). 2022-02-15. Retrieved 2022-03-03.
  5. Rahman, Tanvir (2020-01-17). "বিনোদন জগতে চট্টগ্রামের অপর্ণা ঘোষ". দৈনিক পূর্বকোণ (in ଆମେରିକୀୟ ଇଂରାଜୀ). Retrieved 2024-08-30.
  6. ୬.୦ ୬.୧ "শান্তি খুঁজতে মঞ্চনাটকে অপর্ণা". Prothomalo (in Bengali). 2019-12-10. Retrieved 2024-08-30.
  7. "Aparna back at her old stomping grounds". The Daily Star. December 22, 2015. Retrieved December 22, 2015.
  8. "Aparna portrays woman's four stages of life". Dhaka Tribune. 22 September 2014.
  9. "ছাড়পত্র পেল 'মেঘমল্লার'". Prothomalo (in Bengali). 2014-09-27. Retrieved 2024-08-30.
  10. "Aparna-starrer Liberation War film 'Bhuban Majhi' releases March 3". The Independent. Dhaka. 28 February 2017.
  11. Arts & Entertainment Desk (2022-06-14). "Partha Barua and Aparna Ghose to star in 'Made In Chittagong'". The Daily Star (in ଇଂରାଜୀ). Retrieved 2024-04-19.
  12. "Full winners' list for Blender's Choice-The Daily Star Awards 2021". The Daily Star (in ଇଂରାଜୀ). 4 September 2022. Retrieved 4 September 2022.

ବାହାର ଲିଙ୍କ୍

[ସମ୍ପାଦନା]