ଲୁନେଟ ଅସ୍ଥିଭଗ୍ନ
ଲୁନେଟ ଅସ୍ଥିଭଗ୍ନ | |
---|---|
ଫାଇଲ:6ef0d4cb92e7ef41d46ce98b5bad38 big gallery.jpg | |
ବିଭାଗ | Hand surgery |
ଲକ୍ଷଣ | Wrist pain and swelling[୧][୨] |
କାରଣ | Fall onto the hand[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Plain X-rays, CT scan, bone scan, MRI[୧] |
ସଠିକ ରୋଗ ନିର୍ଣ୍ଣୟ | Kienböck disease, congenitally bipartite lunate[୧] |
ଚିକିତ୍ସା | Not displaced: Casting[୧] Displaced: Surgery[୧] |
ପୁନଃପୌନିକ | 0.5% to 4% wrist breaks[୧][୩] |
ଲୁନେଟ ଅସ୍ଥିଭଗ୍ନ କଚଟିରେ ଥିବା ଲୁନେଟ ଅସ୍ଥି ଭଙ୍ଗାକୁ କୁହାଯାଏ ।[୩] ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ କଚଟିର ସାମନା ଓ ପ୍ରୁଷ୍ଠ ଭାଗରେ ଯନ୍ତ୍ରଣା ଓ ଫୁଲା ଦେଖାଯାଏ ।[୧] [୨] କଚଟିକୁ ଚଲେଇବା ବେଲେ କଷ୍ଟ ବଢ଼ିଯାଏ ।[୨] ରୋଗ ଜଟିଳ ହେଲେ ଜଟିଳତା ମଧ୍ୟରେ ଆଭାସ୍କୁଲାର ନେକ୍ରୋସିସ, ହାତଗୋଡ ଅସ୍ଥିରତା ଏବଂ ଆର୍ଥ୍ରାଇଟିସ ଅନ୍ତର୍ଭୁକ୍ତ ହୋଇପାରେ ।[୩] [୧]
ହାତ ଉପରେ ପଡ଼ିବା କାରଣରୁ ଏହା ପ୍ରାୟତଃ ହୁଏ ।[୨] ପ୍ରକାରଗୁଡିକ ମଧ୍ୟରେ ପାମାର ପୋଲ, ଡିଷ୍ଟାଲ ପୋଲ, ଟ୍ରାନ୍ସଭର୍ସ, ଅଷ୍ଟିଓକୋଣ୍ଡ୍ରାଲ ଏବଂ ଟ୍ରାନ୍ସାର୍ଟିକୁଲାର ହୋଇପାରେ ।[୧] ସାଧା ରଞ୍ଜନରଶ୍ମି, ଏକ୍ସ-ରେ, ସିଟି ସ୍କାନ, ହାଡ ସ୍କାନ୍ କିମ୍ବା ଏମଆରଆଇ ସାହାଯ୍ୟରେ ରୋଗ ନିର୍ଣ୍ଣୟ ନିଶ୍ଚିତ ହୁଏ | [୧] ସମାନ ଅବସ୍ଥା ପରି ଦେଖାଯାଉଥିବା ଅନ୍ୟାନ୍ୟ ଅବସ୍ଥା ମଧ୍ୟରେ କିଏନବୋକ୍ ରୋଗ ଏବଂ ଜନ୍ମଗତ ଭାବରେ ବାଇପାର୍ଟାଇଟ ଲୁନେଟ ଅନ୍ତର୍ଭୁକ୍ତ ହୋଇପାରେ ।[୧]
ହାଡ଼ଗୁଡିକ ପୂର୍ବ ପରି ସମାନ ସ୍ଥାନରେ ରହିଥିଲେ ଏହାକୁ ପ୍ଲାସ୍ଟର କରି ୪ରୁ ୬ ସପ୍ତାହ ପର୍ଯ୍ୟନ୍ତ ରଖାଯାଏ ।[୧] ଯଦି ହାଡ଼ ଭଲ ଭାବରେ ସଜ୍ଜିତ ହୋଇନଥାଏ କିମ୍ବା ପୃଷ୍ଟ ଭାଗରେ ଭାଙ୍ଗିଥିଲେ ସାଧାରଣତ ଅସ୍ତ୍ରୋପଚାର ଆବଶ୍ୟକ ହୁଏ ।[୧]
କଚଟିରେ ଥିବା ହାଡ଼ ଗୁଡ଼ିକ ମଧ୍ୟରୁ ଲୁନେଟ ଭଙ୍ଗା ପ୍ରାୟ ୦.୫ରୁ ୪% ପ୍ରତିନିଧିତ୍ୱ କରେ ।[୧] [୩] ସ୍କାଫଏଡ୍, ଟ୍ରାଇକ୍ୱେଟ୍ରମ, ଏବଂ ଟ୍ରାପିଜିୟମ୍ ଭଙ୍ଗା ଅପେକ୍ଷା ଏହା ସାଧାରଣତ କମ୍ ହୁଏ ।[୨] ୧୬୫୩ ମସିହାରେ ଲାଇସରଙ୍କ (Lyser) ନାମରେ ଏହି ନାମକରଣ କରାଯାଇଥିଲା ଏବଂ ୧୯୦୦ ମସିହା ପୂର୍ବରୁ ଆନାଟୋମିକ ଡିସେକସନ ସମୟରେ ଲୁନେଟ ଭାଙ୍ଗିବା ଦେଖିବାକୁ ମିଳିଥିଲା ।[୪] [୫]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Suh, N; Ek, ET; Wolfe, SW (April 2014). "Carpal fractures". The Journal of hand surgery. 39 (4): 785–91, quiz 791. doi:10.1016/j.jhsa.2013.10.030. PMID 24679911. ଆଧାର ଭୁଲ: Invalid
<ref>
tag; name "Su2014" defined multiple times with different content - ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Lunate fractures - OrthopaedicsOne Articles - OrthopaedicsOne". www.orthopaedicsone.com. Archived from the original on 25 September 2021. Retrieved 13 September 2022. ଆଧାର ଭୁଲ: Invalid
<ref>
tag; name "OO2022" defined multiple times with different content - ↑ ୩.୦ ୩.୧ ୩.୨ ୩.୩ Murphy, Andrew. "Lunate fracture | Radiology Reference Article | Radiopaedia.org". Radiopaedia. Archived from the original on 6 August 2021. Retrieved 13 September 2022. ଆଧାର ଭୁଲ: Invalid
<ref>
tag; name "Rad2022" defined multiple times with different content - ↑ Cooney, William P. (21 December 2011). The Wrist: Diagnosis and Operative Treatment (in ଇଂରାଜୀ). Lippincott Williams & Wilkins. p. 468. ISBN 978-1-4511-4826-8. Archived from the original on 27 September 2022. Retrieved 24 September 2022.
- ↑ Cooney, William P. (21 December 2011). The Wrist: Diagnosis and Operative Treatment (in ଇଂରାଜୀ). Lippincott Williams & Wilkins. p. 26. ISBN 978-1-4511-4826-8. Archived from the original on 27 September 2022. Retrieved 24 September 2022.