ପ୍ରୀତି ପାଣିଗ୍ରାହୀ
ଦେଖଣା
ପ୍ରୀତି ପାଣିଗ୍ରାହୀ | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ପ୍ରସିଦ୍ଧି | ଗାର୍ଲସ ଉଇଲ ବି ଗାର୍ଲସ |
ପ୍ରୀତି ପାଣିଗ୍ରାହୀ ଜଣେ ଭାରତୀୟ ଅଭିନେତ୍ରୀ ।[୧] ଚଳଚ୍ଚିତ୍ର ଗାର୍ଲସ ଉଇଲ ବି ଗାର୍ଲସ ପାଇଁ 'ସଣ୍ଡେନ୍ସ ଫିଲ୍ମ ଉତ୍ସବ ୨୦୨୪'ରେ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସ୍ପେସିଆଲ ଜୁରୀ ପୁରସ୍କାର ପାଇଥିଲେ ।
ଜୀବନୀ
[ସମ୍ପାଦନା]ପିଲାଦିନୁ ପ୍ରୀତି ଜଣେ ଭଲ ଛାତ୍ରୀ ଥିଲେ । ପାଠପଢ଼ା ସହିତ ଅଭିନୟ, ନୃତ୍ୟ, ଗୀତ, ଫଟୋଗ୍ରାଫି ଆଦି ବିଭାଗରେ ତାଙ୍କର ପିଲାଦିନୁ ରୁଚି ରହିଥିଲା । ୨୦୧୫ ମସିହାରେ ସେ ଜାତୀୟ ବାଳଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ଦିଲ୍ଲୀର ହିନ୍ଦୁ ମହାବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ସେ ଇବତିଦା ଓ ଅସ୍ମିତା ଆଦି ନାଟ୍ୟ ଅନୁଷ୍ଠାନ ସହିତ ଜଡ଼ିତ ହୋଇଥିଲେ । ୨୦୨୨ ମସିହାରେ ହିନ୍ଦୁ ମହାବିଦ୍ୟାଳୟରୁ ପାସ କରିବା ପରେ, ସତ୍ୟଜିତ ରାୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଅନୁଷ୍ଠାନରୁ ସିନେମା ଓ ଆନିମେସନ ବିଭାଗରେ ସ୍ନାତକତ୍ତୋର ଶିକ୍ଷା ଲାଭ କରିଥିଲେ ।[୨]
ଅଭିନୀତ ଚଳଚ୍ଚିତ୍ର
[ସମ୍ପାଦନା]- ଗାର୍ଲସ ଉଇଲି ବି ଗାର୍ଲସ
- ଜଗ ପୂରଣ
- ନାଇଟ୍ କୁଇନ୍
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସ୍ପେସିଆଲ ଜୁରୀ ପୁରସ୍କାର - ୨୦୨୪(ସଣ୍ଡେନ୍ସ ଫିଲ୍ମ ଉତ୍ସବ, ଗାର୍ଲସ ଉଇଲ ବି ଗାର୍ଲସ ପାଇଁ )[୩]
- ଜାତୀୟ ବାଳଶ୍ରୀ ପୁରସ୍କାର - ୨୦୧୫[୪]
ଆଧାର
[ସମ୍ପାଦନା]- ↑ Das, Santanu (26 January 2024). "Girls Will Be Girls review: Richa Chadha, Ali Fazal's maiden production portraits a complex mother-daughter relationship". Hindustan Times. Retrieved 17 February 2024.
- ↑ "Actor Preeti Panigrahi shines at 2024 Sundance Film Festival". Global Indian Youth. 2 February 2024. Retrieved 17 February 2024.
- ↑ Dasgupta, Priyanka (2 February 2024). "SRFTI Student Wins Special Jury Award at Sundance Film Festival". The Times of India. Retrieved 17 February 2024.
- ↑ Ganesan, Ranjita (26 January 2024). "Why Indo-French movie 'Girls Will Be Girls' was shot by a mostly female crew". The Hindu. Retrieved 17 February 2024.
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ପ୍ରୀତି ପାଣିଗ୍ରାହୀ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରୀତି ପାଣିଗ୍ରାହୀ