କାମିନୀ କଦମ
କାମିନୀ କଦମ | |
---|---|
ଜନ୍ମ | ମାଣିକ କଦମ ୩ ଅଗଷ୍ଟ ୧୯୩୩ ବମ୍ବେ ରାଜ୍ୟ, ବ୍ରିଟିଶ ଭାରତ |
ମୃତ୍ୟୁ | ୧୮ ଜୁନ ୨୦୦୦ ମୁମ୍ବାଇ, ମହାରାଷ୍ଟ୍ର, ଭାରତ | (ବୟସ ୬୬)
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୫୫–୧୯୬୭ |
ବୈବାହିକ-ସାଥୀ | ଅନୀଲ ଜି. କଦମ |
ମାଣିକ କାମିନୀ କଦମ (୧୯୩୩ – ୨୦୦୦) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି କାମିନୀ କଦମ ଭାବରେ ଜଣାଶୁଣା । ସେ ୧୯୫୦ ଓ ୧୯୬୦ ଦଶକରେ ମରାଠୀ, କନ୍ନଡ଼ ଏବଂ ହିନ୍ଦୀ କଥାଚିତ୍ର ଜଗତରେ ସକ୍ରିୟ ଥିଲେ ।
ଜୀବନୀ
[ସମ୍ପାଦନା]୧୯୫୫ ମସିହାରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ୟେରେ ମାଜିଆ ମାଗାଲିଆ । ତାଙ୍କ ଅଭିନୀତ ଏହି ମରାଠୀ କଥାଚିତ୍ରରେ ତାଙ୍କ ସ୍କ୍ରିନ୍ ନାମ ଥିଲା ସ୍ମିତା, ଯେଉଁ ମାନରେ ସେ କିଛି ମରାଠୀ କଥାଚିତ୍ରରେ କାମ କରିଥିଲେ । ୧୯୫୮ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ, କିନ୍ତୁ ଏହା ପୂର୍ବରୁ ସେ ତାଙ୍କ ସ୍ମିତାରୁ କାମିନୀକୁ ବଦଳେଇ ଥିଲେ । ଅଭିନେତା ରାଜେନ୍ଦ୍ର କୁମାରଙ୍କ ନାୟିକା ଭାବରେ ତାଲାକ (୧୯୫୮) ଜରିଆରେ ସେ ହିନ୍ଦୀ କଥାଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ ।[୧] ତାଙ୍କ ଶ୍ରେଷ୍ଠ ହିନ୍ଦୀ କଥାଚିତ୍ରଗୁଡ଼ିକ ହେଉଛି ସନ୍ତାନ (୧୯୫୯), ସ୍କୁଲ୍ ମାଷ୍ଟର (୧୯୫୯) ଏବଂ ସପ୍ନେ ସୁହାନେ (୧୯୬୧) । ୨୦୦୦ ମସିହାର ଜୁନ ୨୯ ତାରିଖରେ ୬୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଅଭିନୀତ କଥାଚିତ୍ର
[ସମ୍ପାଦନା]ହିନ୍ଦୀ କଥାଚିତ୍ର:
[ସମ୍ପାଦନା]- ତାଲାକ୍ – ୧୯୫୮
- ସାନ୍ତାନ – ୧୯୫୯
- ସ୍କୁଲ୍ ମାଷ୍ଟର – ୧୯୫୯
- ମାଆ ବାପ୍ – ୧୯୬୦
- ମିୟା ବିବି ରାଜି – ୧୯୬୦[୨]
- ସପ୍ନେ ସୁହାନେ – ୧୯୬୧
ମରାଠୀ କଥାଚିତ୍ର:
[ସମ୍ପାଦନା]- ୟେରେ ମାଜିଆ ମାଗାଲିଆ – ୧୯୫୫
- ସୁଧାରଲେଲିଆ ବାୟକା – ୧୯୬୫
ଏବଂ ଆହୁରି ଅନେକ
କନ୍ନଡ କଥାଚିତ୍ର:
[ସମ୍ପାଦନା]- କ୍ରାନ୍ତିବୀର ସାଙ୍ଗୋଲ୍ଲି ରାୟନ୍ନା – ୧୯୬୭
ଆଧାର
[ସମ୍ପାଦନା]- ↑ Kumar, Anuj (2017-05-25). "Talaq (1958)". The Hindu (in Indian English). ISSN 0971-751X. Retrieved 2023-10-13.
- ↑ "Veteran actress Seema Deo, famous for her roles in 'Anand' and 'Kora Kagaz' passes away at 81". Newsroom Post (in English). New Delhi. 24 August 2023. Retrieved 13 October 2023.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ସିନେପ୍ଲଟ୍ରେ କାମିନୀ କଦମ୍ଙ୍କ ଜୀବନୀ
- ଇଣ୍ଟରନେଟ ମୁଭି ଡାଟାବେସରେ କାମିନୀ କଦମ