ଆରାମ ବାନୁ ବେଗମ
ଦେଖଣା
ଆରାମ ବାନୁ ବେଗମ | |
---|---|
ମୋଗଲ ସାମ୍ରାଜ୍ୟର ରାଜକୁମାରୀ
| |
ବଂଶ | ତୈମୁରୀ ରାଜବଂଶ |
ବାପା | ଆକବର |
ମାଆ | ବିବି ଦୌଲତ ଶାଦ |
ଜନ୍ମ | ୨୨ ଡିସେମ୍ବର ୧୫୮୪ ଫତେପୁର ସିକ୍ରି, ଆଗ୍ରା, ମୋଗଲ ସାମ୍ରାଜ୍ୟ |
ମୃତ୍ୟ | ୧୭ ଜୁନ ୧୬୨୪ ମୋଗଲ ସାମ୍ରାଜ୍ୟ | (ବୟସ ୩୯)
ସମାଧି | ଆକବରଙ୍କ ସମାଧି, ସିକନ୍ଦର, ଆଗ୍ରା |
ଧର୍ମ | ସୁନୀ ଇସଲାମ |
ଆରାମ ବାନୁ ବେଗମ (୨୨ ଡିସେମ୍ବର ୧୫୮୪ - ୧୮ ଜୁନ ୧୬୨୪) ଜଣେ ମୋଗଲ ରାଜକୁମାରୀ ଏବଂ ତୃତୀୟ ମୋଗଲ ସମ୍ରାଟ ଆକବରଙ୍କ ସାନ ଝିଅ ଥିଲେ ।[୧] ଆରାମ ବାନୁ ସମ୍ରାଟ ଜାହାଙ୍ଗୀରଙ୍କ ସାନ ଭଉଣୀ ଥିଲେ, କିନ୍ତୁ ସେମାନଙ୍କ ମା ଅଲଗା ଥିଲେ ।
ଜୀବନୀ
[ସମ୍ପାଦନା]୨୨ ଡିସେମ୍ବର ୧୫୮୪ ମସିହାରେ ଜନ୍ମ ହୋଇଥିବା ଆରାମ ବାନୁ ବେଗମ ଆକବର ଏବଂ ବିବି ଦୌଲତ ଶାଦଙ୍କ ସାନ ଝିଅ ଥିଲେ । ତାଙ୍କର ନିଶା ବେଗମ ନାମରେ ଜଣେ ଭଉଣୀ ମଧ୍ୟ ଥିଲେ । ସେ ଭାରତର ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ ।
ଜାହାଙ୍ଗୀରଙ୍କ ଅନୁଯାୟୀ ଆକବର ତାଙ୍କୁ ଅତ୍ୟଧିକ ଭଲ ପାଉଥିଲେ ଏବଂ ତାଙ୍କର ଅପାରଗତାକୁ ଭଦ୍ରତା ବୋଲି ବର୍ଣ୍ଣନା କରିଥିଲେ ।[୨]
ମୃତ୍ୟୁ
[ସମ୍ପାଦନା]ଅରାମ ବାନୁ ଅବିବାହିତ ରହିଥିଲେ । ସେ ତାଙ୍କ ଭାଇ ଜାହାଙ୍ଗୀରଙ୍କ ସମୟରେ ମୃତ୍ୟୁ ବରଣ କରିଥିଲେ । ସେ ୧୭ ଜୁନ ୧୬୨୪ ମସିହାରେ ମାତ୍ର ୩୯ ବର ବୟସରେ ମୃତ୍ୟୁ ବରଣ କରିଥିଲେ ।[୩] ତାଙ୍କୁ ତାଙ୍କ ବଡ଼ ଭଉଣୀ ନିଶା ବେଗମଙ୍କ ପରି ଆଗ୍ରାସ୍ଥିତ ସିକନ୍ଦରାଠାରେ ତାଙ୍କ ପିତାଙ୍କ ସମାଧିସ୍ଥଳରେ କବର ଦିଆଯାଇଥିଲା ।
ଆଧାର
[ସମ୍ପାଦନା]- ↑ Fazl, Abul. The Akbarnama. Vol. III. Translated by Beveridge, Henry. Calcutta: ASIATIC SOCIETY OF BENGAL. p. 661.
One of the occurrences was the birth of Ārām Bānū Begam.* On 12 Dai, 22 December 1584, divine month, and the 19th degree of Sagittarius, and according to the calculation of the Indians, one degree and 54 minutes, that night-gleaming jewel of fortune appeared, and glorified the harem of the Shāhinshāh.
- ↑ Jahangirnama Volume I. Translated by Rogers, Alexander; Beveridge, Henry. p. 36.
- ↑ The Jahangirnama: Memoirs of Jahangir, Emperor of India. Freer Gallery of Art; Arthur M. Sackler Gallery. 1999. p. 423. ISBN 9780195127188.