ସିକନ୍ଦର ବେଗମ
ସିକନ୍ଦର ବେଗମ | |
---|---|
ଶାସନକାଳ | ୩୦ ସେପ୍ଟେମ୍ବର ୧୮୬୦ – ୩୦ ଅକ୍ଟୋବର ୧୮୬୮ |
ପୂର୍ବାଧିକାରୀ | ଭୋପାଳର ଶାହା ଜାହାନ ବେଗମ (ପ୍ରଥମ ରାଜତ୍ୱ) |
ଉତ୍ତରାଧିକାରୀ | ଭୋପାଳର ଶାହା ଜାହାନ ବେଗମ (ଦ୍ୱିତୀୟ ରାଜତ୍ୱ) |
Reign | ୧୮୪୪ – ୧୮୬୦ |
ରାଜତନ୍ତ୍ର | ଭୋପାଳର ଶାହା ଜାହାନ ବେଗମ |
ଜାହାଙ୍ଗୀର ମହମ୍ମଦ ଖାନ | |
ସନ୍ତାନସନ୍ତତିଗଣ | |
ଭୋପାଳର ଶାହା ଜାହାନ ବେଗମ | |
ବାପା | ନାସିର ମହମ୍ମଦ ଖାନ |
ମାଆ | କୁଦସିଆ ବେଗମ, ଭୋପାଳର ବେଗମ |
ଜନ୍ମ | ୧୦ ସେପ୍ଟେମ୍ବର ୧୮୧୭ ଗୌହର ମହଲ, ଭୋପାଳ ରାଜ୍ୟ, ବ୍ରିଟିଶ ଭାରତ (ବର୍ତ୍ତମାନର [ମଧ୍ୟପ୍ରଦେଶ]], ଭାରତ) |
ମୃତ୍ୟ | ୩୦ ଅକ୍ଟୋବର ୧୮୬୮ ମୋତି ମହଲ, ଭୋପାଳ ରାଜ୍ୟ, ବ୍ରିଟିଶ ଭାରତ (ବର୍ତ୍ତମାନର [ମଧ୍ୟପ୍ରଦେଶ]], ଭାରତ) | (ବୟସ ୫୧)
ସମାଧି | ଫରହତ ଅଫଜା ବାଗ, ଭୋପାଳ |
ଧର୍ମ | ଇସଲାମ |
ସିକନ୍ଦର ବେଗମ (ସେପ୍ଟେମ୍ବର ୧୮୧୭ - ଅକ୍ଟୋବର ୧୮୬୮) ଭୋପାଳର ଦ୍ୱିତୀୟ ମହିଳା ଶାସକ ଥିଲେ । ପ୍ରଥମ ମହିଳା ଶାସକ ତାଙ୍କ ମାତା କୁଦସିଆ ବେଗମ ଥିଲେ । ସିକନ୍ଦର ବେଗମ ୧୮୬୦ ମସିହାରୁ ୧୮୬୮ ମସିହା ପର୍ଯ୍ୟନ୍ତ ଭୋପାଳର ନବାବ ଥିଲେ । ୧୮୪୪ ମସିହାରେ ତାଙ୍କର ନଅ ବର୍ଷର ଝିଅ ଶାହା ଜାହାନ ବେଗମ ରାଜପ୍ରତିନିଧି ଭାବରେ ନିଯୁକ୍ତ ହୋଇଥିଲେ, କିନ୍ତୁ ୧୮୬୦ ମସିହାରେ ସେ ନବାବ ଭାବରେ ମାନ୍ୟତା ପାଇଲେ । ୧୮୫୭ ମସିହାର ସିପାହୀ ବିଦ୍ରୋହ ସମୟରେ, ସିକନ୍ଦରଙ୍କ ବ୍ରିଟିଶ ସମର୍ଥକ ଆଭିମୁଖ୍ୟ ତାଙ୍କୁ ଜଣେ ଷ୍ଟାର ଅଫ ଇଣ୍ଡିଆ (ନାଇଟ ଗ୍ରାଣ୍ଡ କମାଣ୍ଡର) ଭାବରେ ପରିଣତ କରିଥିଲା । ୧୮୬୩ ମସିହାରେ, ସେ ହଜ କରିଥିବା ପ୍ରଥମ ଭାରତୀୟ ମହିଳା ଶାସକ ଥିଲେ । ସିକନ୍ଦର ବେଗମ ଟଙ୍କାଶାଳା, ସଚିବାଳୟ, ସାଂସଦ ଏବଂ ଏକ ଆଧୁନିକ ନ୍ୟାୟପାଳିକା ଗଠନ ସମେତ ରାଜ୍ୟରେ ଅନେକ ସଂସ୍କାର ଆଣିଥିଲେ ।[[୧]]
ପ୍ରାରମ୍ଭ ଜୀବନ
[ସମ୍ପାଦନା]ସିକନ୍ଦର ୧୦ ସେପ୍ଟେମ୍ବର ୧୮୧୭ ମସିହାରେ ବ୍ରିଟିଶ ଭାରତର ଭୋପାଳ ରାଜ୍ୟର ଗୌହର ମହଲରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତା ନାସିର ମହମ୍ମଦ ଖାନ ଏବଂ କୁଦସିଆ ବେଗମ ଏହି ରାଜ୍ୟର ପୂର୍ବତନ ନବାବ ଥିଲେ ।[୧]
ଶାସନ
[ସମ୍ପାଦନା]୩ ଜାନୁୟାରୀ ୧୮୪୭ ମସିହାରେ, ସିକନ୍ଦର ବେଗମଙ୍କ ନଅ ବର୍ଷର ଝିଅ "ଶାହା ଜାହାନ ବେଗମ" ରାଜପ୍ରତିନିଧି ଭାବରେ ଭୋପାଳର ସିଂହାସନ ଆରୋହଣ କରିଥିଲେ । ଭାରତର ଗଭର୍ଣ୍ଣର-ଜେନେରାଲଙ୍କ ରାଜନୈତିକ ପ୍ରତିନିଧି "ଜୋସେଫ ଡେଭି କୁନିଙ୍ଘମ" ସେହି ବର୍ଷ ୨୭ ଜୁଲାଇରେ ସିକନ୍ଦରଙ୍କୁ ରାଜପ୍ରତିନିଧି ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଥିଲେ । ଗଭର୍ନର-ଜେନେରାଲ ଶାହା ଜାହାନଙ୍କୁ ରାଜ୍ୟର କାର୍ଯ୍ୟନିର୍ବାହୀ କ୍ଷମତା ପ୍ରଦାନ କରିଥିଲେ ।
୧୮୫୭ ମସିହାର ସିପାହୀ ବିଦ୍ରୋହ ସମୟରେ ସିକନ୍ଦର ବ୍ରିଟିଶମାନଙ୍କ ପକ୍ଷ ରଖିଥିଲେ । ଭୋପାଳରେ ହୋଇଥିବା ବିଦ୍ରୋହକୁ ଦୂର କରିବା ପାଇଁ ସେ ବ୍ରିଟିଶ ବିରୋଧୀ ପ୍ରଚାର ପତ୍ର ପ୍ରକାଶନ ତଥା ପ୍ରଚାରକୁ ବାରଣ କରିଥିଲେ । ସେ ଗୁପ୍ତଚର ନେଟୱାର୍କକୁ ମଜବୁତ କରିବା ସହିତ ବ୍ରିଟିଶ ବିରୋଧୀ ସୈନିକମାନଙ୍କୁ ପାର୍ଶ୍ୱ ପରିବର୍ତ୍ତନ କରିବାକୁ ଲାଞ୍ଚ ଦେଇଥିଲେ । ଅଗଷ୍ଟ ମାସରେ, ସିପାହୀର ଏକ ଦଳ ସିହୋର ଏବଂ ବେରାସିଆରେ ବ୍ରିଟିଶର ରକ୍ଷକସେନା ଉପରେ ଆକ୍ରମଣ କରିଥିଲେ । ବ୍ରିଟିଶ ସମର୍ଥକ ଆଭିମୁଖ୍ୟ ଯୋଗୁଁ ରାଜ୍ୟରେ ତାଙ୍କ ପ୍ରତି କ୍ରୋଧ ବୃଦ୍ଧି ପାଇଥିଲା । ସିକନ୍ଦରଙ୍କ ମାତାଙ୍କଦ୍ୱାରା ଉତ୍ସାହିତ ହୋଇ ସିପାହୀ ଦଳ ଡିସେମ୍ବରରେ ତାଙ୍କ ପ୍ରାସାଦକୁ ଘେରି ଯାଇଥିଲେ । ସେମାନଙ୍କ ସହ ବୁଝାମଣା କରିବା ପାଇଁ ସିକନ୍ଦର ତାଙ୍କ ଜ୍ୱାଇଁ ଉମ୍ରାଓ ଦୌଲାଙ୍କୁ ପଠାଇଥିଲେ । ଯେତେବେଳେ ସେ ଘୋଷଣା କଲେ ଯେ ସେମାନଙ୍କର ଦରମା ବୃଦ୍ଧି କରାଯିବ ବୋଲି, ସେତେବେଳେ ସୈନିକମାନେ ଘେରାଉ ଶେଷ କରିଥିଲେ । ୧୮୬୧ ମସିହାରେ, ସିକନ୍ଦର ବିଦ୍ରୋହ ସମୟରେ ବ୍ରିଟିଶ ସମର୍ଥକଙ୍କ ଆଭିମୁଖ୍ୟ ପାଇଁ ନାଇଟ ଗ୍ରାଣ୍ଡ କମାଣ୍ଡର ପୁରସ୍କାର ଗ୍ରହଣ କରିଥିଲେ ।[୨] ବ୍ରିଟିଶମାନେ ସିକନ୍ଦରଙ୍କୁ ୩୦ ସେପ୍ଟେମ୍ବର ୧୮୬୦ ମସିହାରେ ଭୋପାଳର ନବାବ ଭାବରେ ସ୍ୱୀକୃତି ଦେଇଥିଲେ । ପରବର୍ତ୍ତୀ ବର୍ଷ ତାଙ୍କର ସାମରିକ ଅଭିବାଦନ ପାଇଁ ୧୯ଟି ବନ୍ଧୁକ ବୃଦ୍ଧି କରାଯାଇଥିଲା ।
ହଜ
[ସମ୍ପାଦନା]୧୮୬୩ ମସିହାରେ, ସିକନ୍ଦର ବେଗମ ହଜ କରିଥିବା ପ୍ରଥମ ଭାରତୀୟ ମହିଳା ଶାସକ ଥିଲେ । ତାଙ୍କ ସହିତ ପ୍ରାୟ ୧,୦୦୦ ହଜାର ଲୋକ ଥିଲେ, ସେଥିମଧ୍ୟରୁ ମୁଖ୍ୟତଃ ମହିଳାମାନେ ଅଧିକ ଥିଲେ । ସିକନ୍ଦର ଉର୍ଦ୍ଦୁରେ ନିଜର ଯାତ୍ରା ବିଷୟରେ ଏକ ସ୍ମୃତି ଲେଖିଥିଲେ ଏବଂ ୧୮୭୦ ମସିହାରେ ସେହି ଲେଖାର ଏକ ଇଂରାଜୀ ଅନୁବାଦ ପ୍ରକାଶ ପାଇଥିଲା ।
ସୁଧାର
[ସମ୍ପାଦନା]ସିକନ୍ଦର ରାଜ୍ୟକୁ ତିନୋଟି ଜିଲ୍ଲା ଏବଂ ୨୧ଟି ଉପ-ଜିଲ୍ଲାରେ ବିଭକ୍ତ କରିଥିଲେ । ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ରାଜସ୍ୱ ଅଧିକାରୀ ଏବଂ ପ୍ରତ୍ୟେକ ଉପ-ଜିଲ୍ଲା ପାଇଁ ପ୍ରଶାସକ ନିଯୁକ୍ତ ହୋଇଥିଲେ । ସିକନ୍ଦର ଏକ ସୀମାଶୁଳ୍କ କାର୍ଯ୍ୟାଳୟ, ସଚିବାଳୟ, ଗୁପ୍ତଚର ନେଟୱାର୍କ, ଟଙ୍କାଶାଳା, ଡାକ ସେବା ଯାହାକି ରାଜ୍ୟକୁ ବାକି ଭାରତ ସହ ଯୋଡିଥିଲା ଏବଂ ଅଦାଲତ ସହିତ ଏକ ଆଧୁନିକ ନ୍ୟାୟପାଳିକା ପ୍ରତିଷ୍ଠା କରିଥିଲେ ।
ସେ ବାଳିକାମାନଙ୍କ ପାଇଁ ଭିକ୍ଟୋରିଆ ସ୍କୁଲ ଏବଂ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ଉର୍ଦ୍ଦୁ ଏବଂ ହିନ୍ଦୀ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ୧୮୪୭ ମସିହାରେ ସିକନ୍ଦର ଏକ "ମଜଲିସ୍-ଇ-ଶୋରା" (ସଂସଦ) ଆରମ୍ଭ କରିଥିଲେ ।
ସ୍ଥାପତ୍ୟ
[ସମ୍ପାଦନା]ସିକନ୍ଦର ବେଗମ ନାଲି ବାଲୁକା ପଥରରେ ନିର୍ମିତ ଏକ ମୋତି ମସଜିଦ,[୩] ମୋତି ମହଲ ଏବଂ ଶୌକତ ମହଲ ନାମରେ ପ୍ରାସାଦଗୁଡିକ ନିର୍ମାଣ କରିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]୧୮ ଏପ୍ରିଲ ୧୮୩୫ ମସିହାରେ ସିକନ୍ଦର ବେଗମ ନବାବ ଜାହାଙ୍ଗୀର ମହମ୍ମଦ ଖାନଙ୍କୁ ବିବାହ କରିଥିଲେ ।[୪] ତାଙ୍କର ଗୋଟିଏ ଝିଅ ଶାହା ଜାହାନ ବେଗମ ଥିଲେ । ତାଙ୍କ ମାତା କୁଦସିଆ ବେଗମଙ୍କ ପରି ସିକନ୍ଦର ମଧ୍ୟ ଜଣେ ଧର୍ମନିଷ୍ଠ ମୁସଲମାନ ଥିଲେ ।
ସିକନ୍ଦର ବେଗମ ୩୦ ଅକ୍ଟୋବର ୧୮୬୮ ମସିହାରେ ବୃକ୍କ ବିଫଳତାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କୁ ଫରହତ ଅଫଜା ବାଗରେ କବର ଦିଆଯାଇଥିଲା । ପରେ ସିକନ୍ଦରଙ୍କ ଝିଅ ଭୋପାଳର ନବାବ ଭାବରେ ଉତ୍ତରାଧିକାରୀ ହୋଇଥିଲେ ।
ଆଧାର
[ସମ୍ପାଦନା]- ↑ "ସିକନ୍ଦର ବେଗମ ୧୮୬୦ ମସିହାରେ ମୋତି ମସଜିଦର ନିର୍ମାଣ କରିଥିଲେ". Bhaskar.com. Retrieved 23 ଜାନୁୟାରୀ 2021.
{{cite web}}
: Check date values in:|access-date=
(help) - ↑ "Begums Of Bhopal - Saris and a scabbard". The Telegraph. 16 May 2010. Retrieved 5 April 2019.
- ↑ Podder, Tanushree (11 November 2010). "Fascinating Bhopal: City of Begums". The Economic Times. Retrieved 5 April 2019.
- ↑ "Nawab Sikander Begum". Governor of Madhya Pradash. Retrieved 5 April 2019.