ହିନ୍ଦୁ ଧର୍ମରେ ଯମୁନା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଯମୁନା
5th century terracotta sculpture of Yamuna with attendants
Personification of the Yamuna river
Devanagariयमुना
Sanskrit TransliterationYamunā
AffiliationDevi, ନଦୀ ଦେବୀ
ଲୋକSuryaloka, Yamunotri
MantraOm Yamunaaya Namah, Yamunastaka
SymbolsLotus
ସ୍ୱାମୀ/ସ୍ତ୍ରୀକୃଷ୍ଣ
ଭାଇଭଉଣୀYama, Shani, Tapati, Revanta, Ashvins and Vaivasvata Manu
ସନ୍ତାନଗଣ10 children including Shruta
Mountକଇଁଛ
ପର୍ବପର୍ବାଣିଯମୁନା ଜୟନ୍ତୀ, ସୂର୍ଯ୍ୟ ଷଷ୍ଠୀ, ଭାଇ ଦୂଜ (Bhai Dooj)

ଯମୁନା ହିନ୍ଦୁ ଧର୍ମରେ ଏକ ପବିତ୍ର ନଦୀର ନାମ ଯାହା ଗଙ୍ଗା ନଦୀର ମୂଖ୍ୟ ଉପନଦୀ । ଏହି ନଦୀକୁ ଯମୁନା ନାମରେ ହିନ୍ଦୁ ଠାକୁରାଣୀ ଭାବରେ ପୂଜା କରାଯାଏ ।[୧] କେତେକ ପୂର୍ବତନ ପୋଥିରେ ଯମୁନାଙ୍କୁ ଯମି ଓ ପରବର୍ତ୍ତୀ କାଳରେ କାଳିନ୍ଦୀ ନାମରେ ଲେଖାଯାଇଛି । ହିନ୍ଦୁ ପୋଥି ଅନୁସାରେ ଯମୁନାଙ୍କ ପିତାଙ୍କ ନାମ ସୂର୍ଯ୍ୟ ଓ ମାତାଙ୍କ ନାମ ସଞ୍ଜନା (ମେଘ ଦେବୀ) ଥିଲା । ମୃତ୍ୟୁର ଦେବତା ଯମଙ୍କର ସେ ଯମଜ ଭଉଣୀ ଥିଲେ । ଭଗବାନ କୃଷ୍ଣଙ୍କର ଅଷ୍ଟଭାର୍ଯ୍ୟା (Ashtabharya) ମଧ୍ୟରୁ ସେ ଏକ ପତ୍ନୀ ଥିଲେ ।[୨] କୃଷ୍ଣଙ୍କର ବାଲ୍ୟ କାଳରେ ନଦୀ ଭାବରେ ଯମୁନାର ବଡ଼ ଭୂମିକା ଥିଲା । ହିନ୍ଦୁ ଧର୍ମ ଅନୁସାରେ ଯମୁନା ନଦୀରେ ସ୍ନାନ କଲେ ନିଜର ଅର୍ଜିତ ସମସ୍ତ ପାପ ଧ୍ରୌତ ହୋଇଯାଏ ।

ମୂର୍ତ୍ତି ବିଜ୍ଞାନ[ସମ୍ପାଦନା]

ଗୁପ୍ତ ବଂଶର ରାଜତ୍ୱ କାଳରୁ ମନ୍ଦିର କବାଟରେ ଗଙ୍ଗା ଓ ଯମୁନାଙ୍କର ମୂର୍ତ୍ତି ଦେଖିବାକୁ ମିଳେ ।[୧] ଅଗ୍ନି ପୁରାଣ ଅନୁସାରେ ଯମୁନାଙ୍କର ଦେହ ରଙ୍ଗ କଳା, ତାଙ୍କର ବାହନ ହେଉଛି କଚ୍ଛପ ଓ ସେ ତାଙ୍କର ହାତରେ ଗୋଟିଏ ଜଳ ପାତ୍ର ଧରିଥାଆନ୍ତି ।[୩] ଗୋଟିଏ ପୁରାତନ ଚିତ୍ରରେ ତାଙ୍କୁ ଗୋରା ରଙ୍ଗ ବିଶିଷ୍ଟ ଏକ ସୁନ୍ଦରୀ ମହିଳା ଭାବରେ ଦର୍ଶାଯାଇଛି ।

ପରିବାର ଓ ନାମ[ସମ୍ପାଦନା]

କେତେକ ପୁରାଣ ଶାସ୍ତ୍ରରେ ଯମୁନାଙ୍କୁ ସୂର୍ଯ୍ୟଙ୍କ କନ୍ୟା ଓ ଅନ୍ୟ କେତେକ ଶାସ୍ତ୍ରରେ ବ୍ରହ୍ମା ଓ ତାଙ୍କ ପତ୍ନୀ ସରଣ୍ୟୁ ବା ସଞ୍ଜନାଙ୍କର କନ୍ୟା ଭାବରେ ଲିଖିତ ଅଛି । ସଞ୍ଜନା ହେଉଛନ୍ତି ମେଘର ଦେବୀ । ମୃତ୍ୟୁର ଦେବତା ଯମଙ୍କର ଯମଜ ଭାବରେ ଯମୁନାଙ୍କୁ ଚିତ୍ରଣ କରାଯାଇଛି । ତାଙ୍କର ଭାଇମାନଙ୍କର ନାମ ଯଥାକ୍ରମେ ପ୍ରଥମ ବ୍ୟବସ୍ୱତ ମନୁ (ମାନବ), ଅଶ୍ୱିନୀ ଯମଜ ଭ୍ରାତା (ସ୍ୱର୍ଗ ଚିକିତ୍ସକ) [୪][୧] ଓ ଶନି । ସୂର୍ଯ୍ୟଙ୍କର ସେ ପ୍ରିୟ ସନ୍ତାନ ଭାବରେ ଚିତ୍ରଣ ହୋଇଛନ୍ତି । [୫] ସୂର୍ଯ୍ୟଙ୍କ କନ୍ୟା ଭାବରେ ତାଙ୍କର ସୂର୍ଯ୍ୟତନୟା, ସୂର୍ଯ୍ୟଜା ଓ ରବିନନ୍ଦିନୀ ନାମମାନ ଉଲ୍ଲେଖ ଅଛି ।[୧]

ସୂର୍ଯ୍ୟଙ୍କ ପତ୍ନୀ ସଞ୍ଜନା ତାଙ୍କର ପତିଙ୍କର ପ୍ରଚଣ୍ଡ ଉତ୍ତାପ ସହ୍ୟ କରିନପାରି ତାଙ୍କ ସମ୍ମୁଖରେ ନିଜ ଚକ୍ଷୁ ଦ୍ୱୟ ବନ୍ଦ କରିଦେବାରୁ କ୍ରୋଧାନ୍ୱିତ ହୋଇ ସୂର୍ଯ୍ୟ କହିଲେ, “ତୁମର ସନ୍ତାନ କଳା ରଙ୍ଗର ହେବ ଓ ତାଙ୍କୁ ଯମ କୁହାଯିବ ।” ତା’ପରେ ସଞ୍ଜନା ତାଙ୍କୁ ଖୋଲା ଆଖିରେ ଦେଖିବାକୁ ଚେଷ୍ଟା କଲାବେଳେ ଆଖି ମିଟି ମିଟି ହୋଇଗଲା । ପୁନଶ୍ଚ ସୂର୍ଯ୍ୟ କ୍ରୋଧରେ କହିଲେ, “ତୁମର କନ୍ୟାର ନାମ ଯମୁନା ହେବ ।” ଖୋଲା ଆଖି ରଖିଥିବାରୁ ଯମୁନା ସଦାସର୍ବଦା ଦେବୀ ରୂପରେ ଚିରକାଳ ପୂଜ୍ୟ ହୋଇ ରହିବାକୁ ଆଶୀର୍ବାଦ ଦେଲେ ।

Krishna defeats Kaliya, dwelling in the Yamuna.

ଯମଙ୍କର ରଙ୍ଗ କଳା ଥିବାରୁ ତାଙ୍କ ଭଉଣୀ ଭାବରେ ତାଙ୍କୁ କାଳିନ୍ଦୀ ନାମକରଣ ହୋଇଥିବା ଅନୁମାନ କରାଯାଏ ।[୪] ଅନ୍ୟ ଏକ ଉତ୍ସରୁ ଜଣାଯାଏ କାଳିନ୍ଦ ପର୍ବତରୁ ବାହାରିଥିବାରୁ ତାଙ୍କ ନାମ କାଳିନ୍ଦୀ ହୋଇଛି ।[୬] ଯମୁନା ରଙ୍ଗ ପ୍ରଥମେ ସ୍ୱଚ୍ଛ ଥିଲା । ସତୀ ବିରହରେ ମ୍ରିୟମାଣ ହୋଇ ଶିବ ଅବଶେଷରେ ଯମୁନା ନଦୀଜଳ ମଧ୍ୟକୁ ଝାସ ଦେଇଥିଲେ । ତାଙ୍କର ଦୁଃଖ ଓ ଅପୂରଣୀୟ କାମନା ଥାଇ ଜଳରେ ଝାସ ଦେବାରୁ ଜଳର ରଙ୍ଗ କଳା ହୋଇଗଲା ।

ଯମ ସହିତ ନାମ[ସମ୍ପାଦନା]

‘ଓ ଫ୍ଲାହେର୍ଟି’ଙ୍କ ଲେଖା ଅନୁସାରେ ବେଦ (ବେଦ) ବିଶ୍ୱାସରେ ଯମଙ୍କ (ଯମ) ଯମଜ ଭଉଣୀଙ୍କର ନାମ ଯମି ଥିଲା । ଯମ ଓ ଯମି ଦୁହେଁ ଠାକୁର ଥିଲେ ।[୭] ଯମ ମୃତ୍ୟୁର ଦେବତା ଥିଲେ ଓ ଅନ୍ୟ ପକ୍ଷରେ ଯମି ଜୀବନ ଦେବୀ ଥିଲେ ।[୮]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Dalal 2010, p. 398.
  2. Mani, Vettam (1975). Puranic Encyclopaedia: a Comprehensive Dictionary with Special Reference to the Epic and Puranic Literature. Motilal Banarsidass Publishers. p. 62. ISBN 978-0-8426-0822-0.
  3. ଆଧାର ଭୁଲ: ଅଚଳ <ref> ଚିହ୍ନ; Mani894 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. ୪.୦ ୪.୧ Bhattacharji 1998, p. 9.
  5. Bhattacharji 1998, p. 11.
  6. ଆଧାର ଭୁଲ: ଅଚଳ <ref> ଚିହ୍ନ; Mani375 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. Bhattacharji 1970, p. 177.
  8. Conway 1994, p. 64.