Jump to content

ଶ୍ରୀରୂପା ମିତ୍ର ଚୌଧୁରୀ

ଉଇକିପିଡ଼ିଆ‌ରୁ
ଶ୍ରୀରୂପା ମିତ୍ର ଚୌଧୁରୀ
ବିଧାୟିକା: ପଶ୍ଚିମବଙ୍ଗ ବିଧାନ ସଭା
Assumed office
୨ ମଇ ୨୦୨୧
ନିର୍ବାଚନ ମଣ୍ଡଳୀଇଂଲିଶ ବଜାର, ମାଳଦା
Assumed office
୨୦୧୪
ବ୍ୟକ୍ତିଗତ ସବିଶେଷ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀଆର୍.କେ. ମିତ୍ର

ଶ୍ରୀରୂପା ମିତ୍ର ଚୌଧୁରୀ ଜଣେ ଭାରତୀୟ ରାଜନେତ୍ରୀ ଯିଏକି ନିର୍ଭୟା ଦିଦି ଭାବରେ ଜଣାଣୁଣା । ସେ ପଶ୍ଚିମବଙ୍ଗ ରାଜନୀତିରେ ଭାରତୀୟ ଜନତା ପାର୍ଟିର ଜଣେ ସଦସ୍ୟା ଭାରେ କାର୍ଯ୍ୟ କରୁଛନ୍ତି । ସେ କିଛି ସାମାଜିକ ସଂସ୍ଥା ସହିତ ଜଡ଼ିତ ଥିବାବେଳେ ଜଣେ ସାମ୍ବାଦିକା ଭାବରେ କାର୍ଯ୍ୟ କରୁଥିଲେ ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଶ୍ରୀରୂପ ମିତ୍ର ଚୌଧୁରୀ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ଦକ୍ଷିଣ ବାଲୁଚର ବାଟଲାରେ ଜନ୍ମଗ୍ରହଣ କରିଥିଲେ ।[] ସେ ସ୍ନାତକ ପରେ୧୯୮୭ ମସିହାରେ ଉତ୍ତର ବେଙ୍ଗଲ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକୋତ୍ତର କରିଥିଲେ । ସେ ଆର.କେ. ମିତ୍ରଙ୍କୁ ବିବାହ କରିଛନ୍ତି ।[]

୨୦୦୪ ମସିହାରେ ସେ ଜାତୀୟ ଆଇନ ସାକ୍ଷରତା ମିଶନର ଶୁଭାରମ୍ଭରେ ଭାଗ ନେଇଥିଲେ । ୨୦୦୮ ସୁଦ୍ଧା ସେ ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟର ଜାତୀୟ ଆଇନ ସେବା ପ୍ରାଧିକରଣର ଜାତୀୟ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ ।[] ୨୦୧୦ ସୁଦ୍ଧା ସେ ଏନଜିଓ ସୁଦିନାଳୟର ସଭାପତି ଥିଲେ ।[]

ସେ ବଳାତ୍କାର ପୀଡ଼ିତାମାନଙ୍କୁ ଥଇଥାନ କରିବା ଏବଂ ମହିଳାମାନଙ୍କୁ ଶୈଚାଳୟ ଯୋଗାଇବା କ୍ଷେତ୍ରରେ କଲିକତାରେ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଛି, ଯାହା ପାଇଁ ସେ ନିର୍ଭୟା ଦିଦି ଭାବରେ ମଧ୍ୟ ପରିଚିତ ।[] ୨୦୧୨ ଦିଲ୍ଲୀ ଗଣଦୁଷ୍କର୍ମ ପରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କଦ୍ୱାରା ସ୍ଥାପିତ ମହିଳାଙ୍କ ପ୍ରତି ବଳାତ୍କାର, କାରବାର ତଥା ହିଂସା ଉପରେ ସେ ସ୍ୱତନ୍ତ୍ର ଟାସ୍କଫୋର୍ସର ଅଧ୍ୟକ୍ଷତା କରିଥିଲେ ।[][] ଡିସେମ୍ବର ୨୦୧୩ରେ ସେ ଏହି ପଦବୀରୁ ଇସ୍ତଫା ଦେଇଥିଲେ ।[][]

୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ଦକ୍ଷିଣ ଦିଲ୍ଲୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସେ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସରୁ ନିର୍ବାଚନ ଲଢ଼ିବାକୁ ଟିକେଟ୍ ପାଇଥିଲେ ।[] ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ମାଲଦାହା ଦକ୍ଷିଣ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ,[] ମାତ୍ର ପରାସ୍ତ ହୋଇଥିଲେ ।[୧୦]

୨୦୨୧ ମସିହାର ପଶ୍ଚିମବଙ୍ଗ ବିଧାନ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଇଂଲିଶ୍ ବଜାରରୁ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇଥଲେ ।[୧୧] [୧୨]

  1. ୧.୦ ୧.୧ "Biswajit's candidature gives Trinamool's Delhi fight some lift". The Siasat Daily. Retrieved 17 March 2021.
  2. "Sreerupa Mitra Chaudhury: Sreerupa Mitra Chaudhury BJP from MALDAHA DAKSHIN in Lok Sabha Elections | Sreerupa Mitra Chaudhury News, images and videos". The Economic Times. Retrieved 14 July 2019.
  3. ୩.୦ ୩.୧ "Sreerupa Mitra Chaudhury(Bharatiya Janata Party(BJP)):Constituency- MALDAHA DAKSHIN(WEST BENGAL) - Affidavit Information of Candidate". myneta.info. Retrieved 17 March 2021.
  4. "Pitch in for victims of rights violation, Sreerupa to students". Tribune. 18 January 2008. Retrieved 17 March 2021.
  5. Basu, Indrani (18 September 2010). "Mentally unwell woman locked up in dirty room for 3 years rescued". The Times of India (in ଇଂରାଜୀ). Retrieved 17 March 2021.
  6. Akram, Maria (29 March 2014). "Beauty queen Ruby loses lustre in poll heat and dust". The Times of India (in ଇଂରାଜୀ). Retrieved 17 March 2021.
  7. ୭.୦ ୭.୧ "PM's Nirbhaya Task Force Chairperson Resigns". Echo of India. Archived from the original on 13 May 2014. Retrieved 17 March 2021.
  8. "Special court sought to try cases of human trafficking". The Hindu (in Indian English). 29 March 2013. Retrieved 17 March 2021.
  9. "National Institute for Gender Justice honours Rani Mukerji with National Award". www .oneindia.com. Retrieved 8 July 2019.
  10. "Maldaha Dakshin Election Result 2019: Congress MP Abu Hasem defeats BJP, attains fourth term in Lok Sabha". Times Now (in ଇଂରାଜୀ). 24 May 2019. Retrieved 13 April 2021.
  11. "BJP candidate selection Anger elation in three districts". The Statesman. 19 March 2021. Retrieved 13 April 2021.
  12. De Sarkar, Soumya (11 April 2021). "Bengal Elections 2021: BJP frowns at Englishbazar". The Telegraph. Retrieved 13 April 2021.