ରୁଦ୍ର ମହାଳୟା ମନ୍ଦିର
ରୁଦ୍ର ମହାଳୟା ମନ୍ଦିର | |||||||||||||||
---|---|---|---|---|---|---|---|---|---|---|---|---|---|---|---|
Alternative names | ରୁଦ୍ର ମାଲା | ||||||||||||||
General information | |||||||||||||||
Status | ruined | ||||||||||||||
Architectural style | Māru-Gurjara architecture | ||||||||||||||
Location | Siddhpur, Patan district, ଗୁଜରାଟ | ||||||||||||||
ଦେଶ | India | ||||||||||||||
Coordinates | 23°55′09″N 72°22′45″E / 23.91917°N 72.37917°E | ||||||||||||||
Construction started | ୯୪୩ ମସିହା | ||||||||||||||
Opening | ୧୧୪୦ ମସିହା | ||||||||||||||
Destroyed | ୧୪୧୪ ଓ ୧୯୨୬ ମସିହା | ||||||||||||||
Technical details | |||||||||||||||
Floor count | 2 | ||||||||||||||
Designations | ASI Monument of National Importance (N-GJ-164 for temple/163 for mosque) | ||||||||||||||
|
ରୁଦ୍ର ମହାଳୟ ମନ୍ଦିର, ଅନ୍ୟ ନାମ ରୁଦ୍ରମାଳ, ଏକ ହିନ୍ଦୁ ଭଗ୍ନ ମନ୍ଦିର ଯାହା ଭାରତର ଗୁଜରାଟ ପ୍ରଦେଶ ଅନ୍ତର୍ଗତ ପତନ ଜିଲ୍ଲାରେ ଥିବା ସିଦ୍ଧପୁରରେ ଅବସ୍ଥିତ । ମୂଳରାଜା (Mularaja) ଏହି ମନ୍ଦିର ତିଆରି ୯୪୩ ମସିହାରେ ଆରମ୍ଭ କରେଇଥିଲେ ଓ ୧୧୪୦ ମସିହାରେ ଚାଲୁକ୍ୟ ରାଜାବଂଶର ଜୟସୀମହା ଅମଳରେ ତାହା ସମାପ୍ତ ହୋଇଥିଲା । ସେହି ହିନ୍ଦୁ ମନ୍ଦିରକୁ ଦିଲ୍ଲୀର ସୁଲତାନ ଆଲାଉଦ୍ଦିନ ଖିଲଜି ଓ ତାଙ୍କ ପରବର୍ତ୍ତୀ ସମୟରେ ଅହମଦ ଶାହ (୧୪୧୦-୧୪୪୦) ଆଂଶିକ ଭାଙ୍ଗି ଦେଇ ସେଠାରେ ଏକ ମସଜିଦ ତିଆରି କରେଇଥିଲେ ଯାହାର ନାମ ଜାମି ମସଜିଦ ରଖାଯାଇଥିଲା । ମନ୍ଦିରର ପଶ୍ଚିମ ପାଖରେ ଥିବା ପୂର୍ବତନ ମନ୍ଦିରର ଦୁଇଟି ତୋରଣ ଓ ଚାରଟି ସ୍ତମ୍ଭ ଏ ପର୍ଯ୍ୟନ୍ତ ତିଷ୍ଠି ରହିଛି ଯାହା ସହିତ ମସଜିଦ ଥିଲା ।
ଇତିହାସ
[ସମ୍ପାଦନା]ଚାଲୁକ୍ୟ ରାଜାବଂଶର ଶାସନ ସମୟରେ ଦଶମ ଶତାବ୍ଦୀରେ ସିଦ୍ଧପୁର ଏକ ମୂଖ୍ୟ ଟାଉନ ଥିଲା । ଏକ ଶିଳାଲେଖରେ (୯୮୬-୯୮୭) ଲେଖାଅଛି, ଗୁଜରାଟର ଚାଲୁକ୍ୟ ବଂଶର ପ୍ରତିଷ୍ଠାତା ‘ମୂଳରାଜା’ ରୁଦ୍ର ମହାଳୟଙ୍କୁ ପ୍ରାର୍ଥନା କରିଥିଲେ । ଉପନିବେଶ ଶାସନ କାଳରେ ଏହା କଥିତ ଥିଲା, ‘ମୂଳଦେବ ତାଙ୍କର ପାପ କ୍ଷୟ ନିମନ୍ତେ ଏକ ମନ୍ଦିର ତିଆରି କରିବାକୁ ଆଦେଶ ଦେଇଥିଲେ’[୧] କିନ୍ତୁ ଏହା ମଧ୍ୟ ସମ୍ଭବ ହୋଇପାରେ, ଏହି ମନ୍ଦିର ପୂର୍ବରୁ ଥିଲା । ପୁରାତତ୍ତ୍ୱ ଅନୁଶୀଳନରୁ ଜଣାଯାଏ, ପୂର୍ବତନ ମନ୍ଦିର ଭାଙ୍ଗି ଦେଇ ସେହି ସ୍ଥାନରେ ଏକ ନୂଆ ମନ୍ଦିର ସମୂହ ଦ୍ୱାଦଶ ଶତାବ୍ଦୀର ତିଆରି ହୋଇଥିଲା ।[୨]
ପ୍ରାଣ ପ୍ରତିଷ୍ଠା
[ସମ୍ପାଦନା]ଜୟସୀମହା ସିଦ୍ଧରାଜ (୧୦୯୪-୧୧୪୪ ) ଏହି ମନ୍ଦିର ଶିବଙ୍କୁ ଅର୍ପଣ କରି ପୂଜା କରିଥିଲେ ।[୧] ଏକ କିମ୍ବଦନ୍ତୀ ଅନୁସାରେ ଗୋବିନ୍ଦଦାସ ଓ ମାଧବଦାସ ନାମକ ‘ମାଲୱା’ର ଦୁଇ ଜଣ ଲୋକ ଲୁଟ କରିବା ଉଦ୍ଦେଶ୍ୟରେ ରୁଦ୍ର ମହାଳୟା ନିକଟରେ ଥିବା ଘନ ଜଙ୍ଗଲରେ ବୁଲୁଥିଲେ । ସେଠାରେ ବୁଲୁଥିବା ବେଳେ ସେମାନେ ମନ୍ଦିରର ଭିତ୍ତି ଭୂମି ଓ ଶିବ ଲିଙ୍ଗ ଦେଖିବାକୁ ପାଇଲେ । ରାତିରେ ସେମାନେ ସ୍ୱର୍ଗୀୟ ଦେବତାଙ୍କୁ ସ୍ୱପ୍ନରେ ଦେଖିବାକୁ ପାଇଲେ । ଏହି କଥା ସେମାନେ ସିଦ୍ଧରାଜଙ୍କୁ ଯାଇ କହିଲେ । ଏହା ପରେ ସେହି ମନ୍ଦିର ତିଆରି ଆରମ୍ଭ ହୋଇ ସମାପ୍ତ ହୋଇଥିଲା ।[୧] ଅଲି ମହମ୍ମଦ ଖାନଙ୍କ ଲେଖା ଅନୁସାରେ ସିଦ୍ଧରାଜ ଏକ ଜ୍ୟୋତିଷ ଡାକି ଏକ ଶୁଭ ମୁହୁର୍ତ୍ତ ଗଣନା କରି କହିବାକୁ କହିଲେ । ଏହି ଗଣନାରୁ ମନ୍ଦିର ଭବିଷ୍ୟତରେ ନଷ୍ଟ ହେବା ସମ୍ଭାବନା ଥିବା ଜଣା ପଡ଼ିଥିଲା । ଏହା ପରେ ସେଠାରେ ବିଭିନ୍ନ ବଡ଼ ରାଜାଙ୍କର ପ୍ରତିମୂର୍ତ୍ତି ତଥା ନିଜର ଏକ ବିଗ୍ରହ ତିଆରି କରେଇଥିଲେ । ଏକ ଶିଳା ଲେଖାରେ ସେ ଲେଖେଇଥିଲେ, “ଏହି ସ୍ଥାନ ନଷ୍ଟ ହୋଇଗଲେ ମଧ୍ୟ ମନ୍ଦିର ନଷ୍ଟ ହୋଇ ନପାରେ ।”
ମୁଜାଫରିଦ (Muzaffarid) ରାଜାବଂଶର ଅହମଦ ସାହ (Ahmad Shah I (୧୪୧୦–୪୪)) ଅମଳରେ ସହରର ଘେରାବନ୍ଦୀ ସମୟରେ ଏହି ମନ୍ଦିରଟି ଭାଙ୍ଗି ଦିଆଯାଇଥିଲା ତାହାର କିଛି ଅଂଶ ମିଶେଇ ସେଠାରେ ଏକ ମସଜିଦ ତିଆରି କରେଇଥିଲେ ।[୨]
ସ୍ଥାପତ୍ୟ
[ସମ୍ପାଦନା]ଏହି ମନ୍ଦିର ମାରୁ-ଗୁର୍ଜର ସ୍ଥାପତ୍ୟ (Māru-Gurjara architecture) ଶୈଳୀରେ ତିଆରି ହୋଇଥିଲା ।
ଗ୍ୟାଲେରି
[ସମ୍ପାଦନା]-
କୀର୍ତ୍ତି ତୋରଣ ଉଚ୍ଚତା
-
ଲିଣ୍ଟେଲ କାରୁକାର୍ଯ୍ୟ
-
ସ୍ଥାପତ୍ୟର ରେଖା ଚିତ୍ର
-
ଏକ ସୁରକ୍ଷିତ ବାରଣ୍ଡା
-
ରୁଦ୍ରମହଲ
-
ସୁରକ୍ଷିତ ପଶ୍ଚିମ ଭାଗ
-
ସୁରକ୍ଷିତ ତୋରଣ
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Burgess; Murray (1874). "The Rudra Mala at Siddhpur". Photographs of Architecture and Scenery in Gujarat and Rajputana. Bourne and Shepherd. p. 19. Retrieved 23 July 2016. This article incorporates text from this source, which is in the public domain.
- ↑ ୨.୦ ୨.୧ Patel, Alka (2004). "Architectural Histories Entwined: The Rudra-Mahalaya/Congregational Mosque of Siddhpur, Gujarat". Journal of the Society of Architectural Historians. 63 (2): 144–163. doi:10.2307/4127950. JSTOR 4127950.
ଗ୍ରନ୍ଥ ସୂଚୀ
[ସମ୍ପାଦନା]- Sastri, Kallidaikurichi Aiyah Nilakanta; Congress, Indian History (1907). A Comprehensive History of India. Orient Longmans. ISBN 978-81-7304-561-5.