ଉମିୟା ମାତା ମନ୍ଦିର
ଉମିୟା ମାତା ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ମହେଶନ |
ଦେବାଦେବୀ | ଉମିୟା ମାତା |
Location | |
State | ଗୁଜରାଟ |
Country | ଭାରତ |
ଭୌଗଳିକ ଅବସ୍ଥିତି | 23°48′6.13″N 72°23′42.31″E / 23.8017028°N 72.3950861°E |
Website | |
http://www.maaumiya.com/ |
ଉମିୟା ମାତା ମନ୍ଦିର କଦବା ପାଟିଦାର (Kadava Patidar) ସମ୍ପ୍ରଦାୟର କୁଳଦେବୀଙ୍କର ମନ୍ଦିର । ଗୁଜରାଟର ମେହସାନା ଜିଲ୍ଲାରେ ଥିବା ଉଞ୍ଝାର କେନ୍ଦ୍ରରେ ଅବସ୍ଥିତ ଥିବା ଏହି ମନ୍ଦିରକୁ ଦୈନିକ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଆସନ୍ତି ।
ଇତିହାସ
[ସମ୍ପାଦନା]ନଭେମ୍ବର ୨୦୦୯ ମସିହାରେ ଏହି ମନ୍ଦିରର ରୌପ୍ୟ ଜୟନ୍ତୀ ପାଳନ କରାଯାଇଥିଲା । ଧନୀ ଉଦ୍ୟୋଗପତି ଓ ଚାଷୀମାନଙ୍କ ଦାନ ସାହାଯ୍ୟରେ ଏହି ମନ୍ଦିରର ପୁନର୍ନିମାଣ କରାଯାଇଥିଲା । ବହୁ ସଂଖ୍ୟକ କଦବା ପାଟିଦାର ସେଠାକୁ ତୀର୍ଥ କରିବାକୁ ଆସିଥିଲେ ଓ ସାଥିରେ ତମ୍ବୁ ଆଣିଥିଲେ ତଥା ତାଙ୍କ ନିମନ୍ତେ ଗେଷ୍ଟ ହାଉସ ତିଆରି କରାଯାଇଥିଲା । ତଦାନନ୍ତିନ ଗୁରୁରାଟ ମୂଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଏକ ବକ୍ତୃତା ଦେଇ ତାଙ୍କର ନିଜ କୁଳଦେବୀଙ୍କର ନିରାମିଷ ବଳି ପ୍ରଥା ବିଷୟରେ କହିଥିଲେ ।[୧]
ରାଜନୀତି ଉପରେ ପ୍ରଭାବ
[ସମ୍ପାଦନା]ରାଜନୀତି କରୁଥିବା ବ୍ୟକ୍ତିମାନେ ଲୋକଙ୍କର ଭୋଟ ପାଇବାକୁ ଓ କଦବା ପାଟିଦାର ଗୋଷ୍ଠୀର ସମର୍ଥନ ପାଇବାକୁ ହେଲେ ଏହି ମନ୍ଦିର ଏକ ଉଲ୍ଲେଖନୀୟ ସ୍ଥାନ ବିବେଚିତ ହୁଏ । କଦବା ପାଟିଦାର ଭୋଟ ବ୍ୟାଙ୍କ ହାତେଇବା ପାଇଁ ୨୦୧୬ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ଉପସଭାପତି ରାହୁଲ ଗାନ୍ଧୀ ଏହି ସ୍ଥାନ ପରିଦର୍ଶନ ନିମନ୍ତେ ଯାଇଥିଲେ ।[୨][୩]
ଅହମଦାବାଦର ଉମିୟା ଧାମ
[ସମ୍ପାଦନା]କଦବା ପାଟିଦାର ସମ୍ପ୍ରଦାୟ ଉମିୟା ଧାମ ତୋଳେଇ ଥିଲେ ଯାହାର ପରିସରରେ ଏକ ମନ୍ଦିର, ଏକ ଏନ.ଆର ଆଇ ଅତିଥି ଭବନ, ସମ୍ମିଳନୀ ହଲ, ପୁଅ ଝିଅଙ୍କର ହଷ୍ଟେଲ, ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଯତ୍ନ ସୁବିଧା, ଡାକ୍ତରୀ ସୁବିଧା, ଖେଳ, ମଉଜ କରିବା ସୁବିଧା, ପେଶା ଓ ବ୍ୟବସାୟ କରିବାର ସୁବିଧା ସେଠାରେ ମିଳେ । ୨୦୧୮ ମସିହାରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଏକ ଭିତ୍ତି ପ୍ରସ୍ତର ସ୍ଥାପନ କରିବାର ଥିଲା । ମୋଦୀଙ୍କର ଭାରତୀୟ ଜନତା ପାର୍ଟି ସହିତ କଦବା ପାଟିଦାର ସମ୍ପ୍ରଦାୟର ମନୋମାଳିନ୍ୟ ହୋଇଥିଲା । ଗୁଜରାଟର ରାଜନୀତି ନେତା ହାର୍ଦିକ ପଟେଲ ଓ ତାଙ୍କର ପଟିଦାର ଅଣମତ ଆନ୍ଦୋଳନ ସମିତି ଏକ ପଟିଦାର ସଂରକ୍ଷଣ ଆନ୍ଦୋଳନ କରିଥିଲେ । ଏହା ମାଧ୍ୟମରେ ମୋଦୀ କଦବା ପାଟିଦାର ଭୋଟ ସଂଗ୍ରହ କରିପାରିଥିଲେ ।[୪]
ଯୁକ୍ତରାଷ୍ଟରେ ଉମିୟା ମା ମନ୍ଦିର
[ସମ୍ପାଦନା]୨୦୧୩ ମସିହାରେ କଦବା ପାଟିଦାର ସମ୍ପ୍ରଦାୟ ମାକନ, ଜର୍ଜିଆରେ ଏକ ଉମିୟା ମାତା ମନ୍ଦିର ତୋଳେଇଥିଲେ । ୨୦୧୪ ମସିହାରେ ନିଉ ଜର୍ସି ଓ ବୋଷ୍ଟୋନ, ମାଶାଚୁସେଟରେ ଆଉ ଦୁଇଟି ମନ୍ଦିର ତିଆରି ହୋଇଥିଲା ।
ଚିକାଗୋ ମିଡୱେଷ୍ଟ ସଂସ୍ଥା ଉମିୟା ମାତା ସଂସ୍ଥା ଜୋଲିଏଟରେ ହୋଲି ପର୍ବ ପାଳନ କରନ୍ତି । ପ୍ରତି ବର୍ଷ ୫୦୦ରୁ ଅଧିକ ଲୋକ ଏକତ୍ରିତ ହୋଇ ସେଠାରେ ହୋଲି ପାଳନ କରନ୍ତି । ଦୁଇ ପ୍ରକାର ହୋଲି ପାଳନ କରାଯାଏ: ହୋଲିକା ଦହନ ଓ ରଙ୍ଗ ହୋଲି । ହୋଲିକା ଦହନରେ ପାପ/ଅଧର୍ମ ଉପରେ ପୂଣ୍ୟ/ଧର୍ମର ବିଜୟର ପ୍ରତୀକ ସ୍ୱରୂପ କାଠ ଓ ଘଷି ଏକତ୍ରିତ କରି ପୋଡ଼ାଯାଏ । ତା’ ପରଦିନ ଲୋକମାନେ ମନ୍ଦିର ପାଖର ଖୋଲା ଜାଗାରେ ଏକତ୍ରିତ ହୋଇ ପରସ୍ପର ଉପରେ ରଙ୍ଗ ପାଉଡ଼ର ଓ ରଙ୍ଗ ପାଣି ପକେଇ ଖେଳନ୍ତି ।
ଚିକାଗୋରେ ପିଲା ଓ ପରିବାରର ଲୋକମାନଙ୍କୁ ଜଳଖିଆ ଓ ରାତ୍ରି ଭୋଜନ ବିନା ମୂଲ୍ୟରେ ବଣ୍ଟାଯାଏ । ଏହା ବ୍ୟତୀତ ଭକ୍ତମାନେ ପ୍ରାର୍ଥନା, ନାଚ ଓ ଭକ୍ତି ସଙ୍ଗୀତ ଗାନ କରନ୍ତି ।[୫]
ଆଧାର
[ସମ୍ପାଦନା]- ↑ Heidermann, Frank; Berger, Peter (2013). The Modern Anthropology of India: Ethnography, Themes and Theory. Taylor & Francis.
- ↑ "Mathadhish: Why Umiya Mataji Temple is politically significant?- News Nation". www.newsnation.in (in ଇଂରାଜୀ). 17 April 2019. Retrieved 2019-06-28.[permanent dead link]
- ↑ "Rahul Gandhi visits Umiya Mata temple in Unjha ahead of rally". Zee News (in ଇଂରାଜୀ). 2016-12-21. Retrieved 2019-06-29.
- ↑ Dec 28, Kapil Dave | TNN | Updated; 2018; Ist, 5:16. "PM likely to lay foundation stone of Umiya Dham | Ahmedabad News - Times of India". The Times of India (in ଇଂରାଜୀ). Retrieved 2019-06-29.
{{cite web}}
:|last2=
has numeric name (help)CS1 maint: numeric names: authors list (link) - ↑ Staff Writer. "Umiya Mataji Temple Chicago Celebrates Holi | News India Times" (in ଆମେରିକୀୟ ଇଂରାଜୀ). Retrieved 2019-06-28.
- Kadva Patidar Kuldevi Shri Umiya Mataji Sansthan, Unjha Archived 2022-11-02 at the Wayback Machine.
ବାହ୍ୟ ଲିଙ୍କ
[ସମ୍ପାଦନା]- Official Website Archived 2022-11-02 at the Wayback Machine.