କପାଳୀଶ୍ୱରର ମନ୍ଦିର

ଉଇକିପିଡ଼ିଆ‌ରୁ
କପାଳୀଶ୍ୱରର ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictChennai
ଦେବାଦେବୀKapaleeswarar (Shiva), Karpagambal
Location
ସ୍ଥାନMylapore
StateTamil Nadu
CountryIndia
Architecture
Typeଦ୍ରାବିଡ଼ ସ୍ଥାପତ୍ୟ

କପାଳୀଶ୍ୱରର ମନ୍ଦିର [୧] ଭାରତ ଦେଶର ତାମିଲନାଡ଼ୁ ପ୍ରଦେଶର ଚେନ୍ନାଇ ସହରର ମୈଲାପୁରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର ଯାହା ଶିବଙ୍କୁ ସମର୍ପିତ ହୋଇଛି । ଶିବଙ୍କର ପତ୍ନୀ ପାର୍ବତୀଙ୍କୁ ଏହି ମନ୍ଦିରରେ କାର୍ପଗମ୍ବଲ କହନ୍ତି ଯାହାର ତାମିଲ ଅର୍ଥ କାମନାପୂର୍ତ୍ତି ବୃକ୍ଷ । ଏହି ମନ୍ଦିରଟି ସପ୍ତମ ଶତାବ୍ଦୀରେ ଦ୍ରାବିଡ଼ ସ୍ଥାପତ୍ୟରେ ନିର୍ମିତ ହୋଇଛି ।[୨][୩]

ପୁରାଣ ଅନୁସାରେ ଶିବଙ୍କୁ ମୟୁର ବେଶଧାରିଣୀ ଶକ୍ତି ପୂଜା କରୁଥିଲେ; ମୟୂରକୁ ମନ୍ଦିର ସ୍ଥାନକୁ ମୈଲାଇବକୁହାଯାଉଥିଲା ଓ ମୟୂରର ସାହିତ୍ୟିକ ନାମ ମୈଲାଇ ଅଟେ ।[୪] ଶିବଙ୍କୁ ଲିଙ୍ଗ ଆକାରରେ କପିଳେଶ୍ୱରର ନାମରେ ପୂଜା କରାଯାଏ । ପାର୍ବତୀଙ୍କୁ କର୍ପଗମ୍ବଲ କୁହାଯାଏ ।

ଏହି ମନ୍ଦିର ପରିସରରେ ଅନେକ ଛୋଟ ଛୋଟ ମନ୍ଦିର ଅଛି କିନ୍ତୁ କପାଳେଶ୍ୱରର ଓ କାର୍ପଗମ୍ବଲ ସବୁଠାରୁ ଉଲ୍ଲେଖନୀୟ । ମନ୍ଦିରରେ ଛଅ ପ୍ରକାର ପୂଜା ଦିନର ବିଭିନ୍ନ ସମୟରେ (୫.୩୦ ଏଏମରୁ ୧୦ ପିଏମ) ପାଳନ କରାଯାଏ । ପ୍ରତି ବର୍ଷ ୪ଟି ଉତ୍ସବ ପାଳନ କରାଯାଏ । ଅରୁବତୀମୁଭାର ଏକ ମୂଖ୍ୟ ପର୍ବ ଯାହା ତାମିଲ ପାଙ୍ଗୁନି ମାସରେ ପାଳନ କରାଯାଏ ।

କିମ୍ବଦନ୍ତୀ[ସମ୍ପାଦନା]

କାର୍ପାଲଗମ୍ବଲ ଓ କପିଲଶ୍ୱରର ପ୍ରତିମୂର୍ତ୍ତି

ତାମିଲ ଭାଷାରେ କପାଳ (ମୁଣ୍ଡ) ଓ ଈଶ୍ୱର ନାମରୁ ଏହି ମନ୍ଦିର ନାମକରଣ ହୋଇଛି । ପୁରାଣ ଅନୁସାରେ ଏକଦା ଶିବଙ୍କ ସହିତ ସାକ୍ଷାତ ସମୟରେ ବ୍ରହ୍ମା ତାଙ୍କୁ ଉପଯୁକ୍ତ ସମ୍ମାନ ନ ଦେଖେଇବାରୁ କ୍ରୋଧରେ ଶିବ ବ୍ରହ୍ମାଙ୍କ ଗୋଟିଏ ମୁଣ୍ଡ (କପାଳମ) ଛିଣ୍ଡେଇଦେଲେ । ତେଣୁ ମୈଲାପୁର ଆସି ବ୍ରହ୍ମା ପଶ୍ଚାତାପ ପୂର୍ବକ ଏକ ଶିବଲିଙ୍ଗ ସ୍ଥାପନ କଲେ ।[୫] ଅଧୁନା ଏହି ସ୍ଥାନ ଶୁକ୍ରପୁରୀ ବା ବେଦପୁରୀ ଭାବରେ ପରିଚିତ ଓ ଏହାକୁ କୈଲୟେ ମୈଲୟେ ବା ମୈଲୟେ କୈଲୟେ କୁହାଯାଉଛି ଯାହାର ଅର୍ଥ ଏହି ସ୍ଥାନ କୈଳାସ ସହ ସମତୁଲ ।

ଅଭିଶପ୍ତା କର୍ପଗମଙ୍ଗଳ (ପାର୍ବତୀ) ଏକ ମାଈ ମୟୁର ହୋଇ ତପସ୍ୟା କରି ପୂର୍ବ ରୂପ ପାଇବାକୁ ସେଠାକୁ ଆସିଥିଲେ । Mylapore is also the birth place of ଥିରୁଭଲୁଭର (Thiruvalluvar) ଏହି ସ୍ଥାନରେ ଜନ୍ମ ଗ୍ରହଣ କରି ଥିରୁକ୍କୁରାଳ (Thirukkural ଲେଖିଥିଲେ ।[୬]

ଇତିହାସ[ସମ୍ପାଦନା]

ପୂର୍ବ ଦିଗ ପ୍ରବେଶ ଦ୍ୱାର
ମନ୍ଦିରର ସମ୍ମୁଖ ଭାଗ
ମନ୍ଦିରର ପର୍ବ ୧୯୪୦

ଏହା ଏକ ସାଧାରଣ ବିଶ୍ୱାସ ଯେ ପାଣ୍ଡବମାନେ ଏହି ମନ୍ଦିର ତୋଳେଇଥିଲେ ।[୭] ହିନ୍ଦୁ ରେଲିଯିଅସ ଆଣ୍ଡ ଏଣ୍ଡାଓମେଣ୍ଟ ବୋର୍ଡ ମନ୍ଦିରର ପରିଚାଳନା ଓ ରକ୍ଷଣାବେକ୍ଷଣ କରନ୍ତି ।[୮]

ମନ୍ଦିର[ସମ୍ପାଦନା]

ମନ୍ଦିରରେ ଖୋଦିତ ବୃଷଭ
୨୦୧୦ରେ ମନ୍ଦିର
Pilgrims taking offerings to festival from Kapaleeshwarar Temple, Chennai. 2010

ସ୍ୱାଭାବିକ ଦ୍ରାବିଡ଼ ଶୈଳୀରେ ମନ୍ଦିର ଗଠିତ ହୋଇଛି । ଏଠାରେ ବିଶ୍ୱକର୍ମା ସ୍ଥାପତ୍ୟର ନିଦର୍ଶନ ଦେଖାଯାଏ ।

ଆଧାର[ସମ୍ପାଦନା]

  1. ta:மயிலாப்பூர் கபாலீசுவரர் கோயில்
  2. Silas 2007, p. 114
  3. Kamath 2002, pp.28-31
  4. Hurd 2010, p. 36
  5. V., Meena (1974). Temples in South India (1st ed.). Kanniyakumari: Harikumar Arts. p. 46.
  6. "Kapaleeshwarar Temple". Lankapradeepa. 22 August 2021. Retrieved 4 November 2021.
  7. V. 2006, p. 13
  8. "Administration details". Mylapore, Chennai: Arulmigu Kapaleeswarar Temple. Archived from the original on 21 November 2013. Retrieved 22 November 2013.