ତାପସ କୁମାର ଦାସ
ଦେଖଣା
ତାପସ କୁମାର ଦାସ | |
---|---|
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୪ | |
ନିର୍ବାଚନ ମଣ୍ଡଳୀ | ପଟ୍ଟାମୁଣ୍ଡାଇ |
୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ନିର୍ବାଚନ ମଣ୍ଡଳୀ | ପଟ୍ଟାମୁଣ୍ଡାଇ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୮ ମାର୍ଚ୍ଚ ୧୯୪୪ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ପାର୍ଟି |
ଜୀବନ ସାଥୀ | ରତ୍ନା ଦାସ |
ବାପା/ବୋଉ | ଚକ୍ରଧର ଦାସ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ତାପସ କୁମାର ଦାସ (ଜନ୍ମ: ୧୮ ମାର୍ଚ୍ଚ ୧୯୪୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି । ୧୯୭୭ ଓ ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଟ୍ଟାମୁଣ୍ଡାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ତାପସ କୁମାର ଦାସ ୧୯୪୪ ମସିହାର ମାର୍ଚ୍ଚ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚକ୍ରଧର ଦାସ ଓ ପତ୍ନୀଙ୍କ ନାମ ରତ୍ନା ଦାସ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ତାପସ କୁମାର ଦାସ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ପାର୍ଟି ଓ ପରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Tapas Kumar Das". odishaassembly.nic.in. Odisha Assembly. Retrieved 14 August 2022.