ବେରାକ୍ଟାଣ୍ଟ
Clinical data | |
---|---|
Trade names | Survanta, Alveofact |
AHFS/Drugs.com | monograph |
Routes of administration | In the trachea[୧] |
Legal status | |
Legal status | |
Pharmacokinetic data | |
Onset of action | Within minutes[୧] |
Duration of action | 2 to 3 days[୧] |
(verify) |
ବେରାକ୍ଟାଣ୍ଟ, ଏକ ବେପାର ନାମ ସୁରଭାଣ୍ଟା, ହେଉଛି, ଏକ ଔଷଧ ଯାହା ନବଜାତ ଶିଶୁମାନଙ୍କଠାରେ ଶ୍ୱାସକ୍ରିୟାର ଅସୁବିଧାକୁ (ରେସ୍ପିରେଟୋରୀ ଡିଷ୍ଟ୍ରେସ ସିଣ୍ଡ୍ରୋମ) ରୋକିବା ଏବଂ ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ନିର୍ଦ୍ଦିଷ୍ଟ ଭାବରେ ଏହା ଯେଉଁମାନେ ଅକାଳରେ ଜନ୍ମ ହୁଅନ୍ତି ସେମାନଙ୍କଠାରେ ବ୍ୟବହୃତ ହୁଏ । [୧] ଏହା ଶ୍ୱାସନଳୀରେ (ଟ୍ରାକିଆରେ) ଦିଆଯାଏ । [୧] ପ୍ରଭାବ କିଛି ମିନିଟ୍ ମଧ୍ୟରେ ଆରମ୍ଭ ହୁଏ ଏବଂ ୩ ଦିନ ପର୍ଯ୍ୟନ୍ତ ରହିପାରେ । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ହୃଦ୍ଗତି ହାର, କମ୍ ଅମ୍ଳଜାନ, ନିମ୍ନ ରକ୍ତଚାପ, ଉଚ୍ଚ ରକ୍ତଚାପ, ଶ୍ୱାସରୋଧ ଏବଂ ଏଣ୍ଡୋଟ୍ରାକିଆଲ ନଳୀ ଅବରୋଧ ହୋଇପାରେ । [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସେପ୍ସିସ ହୋଇପାରେ । [୧] ଏହା ଗାଈରୁ ଉତ୍ପନ୍ନ ଏକ ଫୁସଫୁସ ଆର୍ଦ୍ରକ (ପଲମୋନାରି ସର୍ଫାକ୍ଟାଣ୍ଟ) । [୧]
୧୯୯୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ବେରାକ୍ଟାଣ୍ଟ ଅନୁମୋଦିତ ହୋଇଥିଲା। [୧] ଯୁକ୍ତରାଷ୍ଟରେ ୧୦୦ମିଗ୍ରା ଔଷଧର ମୂଲ୍ୟ ୨୦୨୨ରେ ୪୦୦ ଡଲାର ଥିଲା । [୨]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Beractant Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 10 January 2022.
- ↑ "Survanta Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 January 2021. Retrieved 10 January 2022.