କଣନଖା
Paronychia | |
---|---|
Perionychia[୧] | |
ବିଭାଗ | Dermatology, emergency medicine |
ଲକ୍ଷଣ | Acute: Pain, redness, swelling, pus[୨][୩] Chronic Mild tenderness, redness, nail changes[୨][୩] |
କାରଣ | Infectious (bacterial, viral, fungal), frequent hand washing, nail biting, certain medications[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on examination[୩] |
ସଠିକ ରୋଗ ନିର୍ଣ୍ଣୟ | Cellulitis, felon, herpetic whitlow, onychomycosis, nail psoriasis[୩] |
ଚିକିତ୍ସା | Acute: Warm compresses, antibiotics, incision and drainage[୨][୧] Chronic: Avoiding the underlying cause, antifungal and corticosteroid cream[୨][୧] |
ପୁନଃପୌନିକ | Common[୪] |
କଣନଖା ବା ପାରୋନିକିଆ ରୋଗରେ ନଖ ଚାରିପାଖରେ ଥିବା ଚମର ପ୍ରଦାହ ହୁଏ । [୫] [୬] ଏହା ହଠାତ୍ ଯନ୍ତ୍ରଣା, ଲାଲିମା, ଫୁଲା ଏବଂ ପୁଜ ସହିତ ଉପସ୍ଥାପିତ ହୋଇପାରେ, କିମ୍ବା ଧୀରେ ଧୀରେ ସାମାନ୍ୟ ଦରଜ, ଲାଲିମା, ଏବଂ ନଖ ପରିବର୍ତ୍ତନ ସହିତ ଆରମ୍ଭ ହୋଇପାରେ ।[୨] [୩] ବିଶି ଓ ମଝି ଆଙ୍ଗୁଠି ସାଧାରଣତଃ ଅଧିକ ପ୍ରଭାବିତ ହୋଇଥାଏ, ଯଦିଓ ହାତ ଓ ପାଦର ଅନ୍ୟାନ୍ୟ ଆଙ୍ଗୁଠି ମଧ୍ୟ ଜଡିତ ହୋଇପାରେ ।[୨] [୭] ଏହା ଜଟିଳ ହେଲେ ଆବସେସ୍ ହୋଇପାରେ । [୩]
ଏହା ଜୀବାଣୁ, ଭୂତାଣୁ ବା କବକ ସଂକ୍ରମଣ ହେତୁ ହୋଇପାରେ; ବାରମ୍ବାର ହାତ ଧୋଇଲେ କିମ୍ବା ନଖ କାମୁଡ଼ିଲେ କିମ୍ବା କିଛି ଔଷଧର ପ୍ରତିକ୍ରିୟା ଯୋଗୁ ହୋଇପାରେ ।[୫] ସ୍ଟଫିଲୋକୋକସ ଅରିଅସ ଜୀବାଣୁ ଯୋଗୁ ହେଲେ ସାଧାରଣତଃ ହଠାତ୍ ଆରମ୍ଭ ହୋଇଥାଏ ଓ କାଣ୍ଡିଡା ଆଲବିକାନ୍ଶ କାରଣରୁ ହେଲେ ଧୀରେ ଧୀରେ ଆରମ୍ଭ ହୋଇଥାଏ । [୬] ସାମାନ୍ୟ ଆଘାତରେ ମଧ୍ୟ ଏହି ସଂକ୍ରମଣର ଆଶଙ୍କା ରହିଥାଏ ।[୨] ସାଧାରଣ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଇପାରେ ।[୩]
ତୀବ୍ର କଣନଖା ସାଧାରଣତଃ ଉଷୁମ ସେକ, ଆଣ୍ଡିବାୟୋଟିକ କିମ୍ବା ଚିରିବା ପରେ ପୂଜ ନିଷ୍କାସନଦ୍ୱାରା ଚିକିତ୍ସା କରାଯାଏ । [୬] [୭] କ୍ରନିକ କଣନଖାରେ କ୍ଲୋଟ୍ରାଇମାଜୋଲ ଓ ବିଟାମେଥସସୋନ ଭଳି ଆଣ୍ଟଫଙ୍ଗାଲ ଓ କର୍ଟିକୋଷ୍ଟିରଏଡ ଦେଇ ଚିକିତ୍ସା କରିବା ସଙ୍ଗେ ସଙ୍ଗେ ମୂଳ କାରଣକୁ ଏଡାଇବାକୁ ଉପଦେଶ ଦିଆଯାଏ । [୨] ଏହା ହାତର ଏକ ସାଧାରଣ ସଂକ୍ରମଣ। [୮] ମହିଳାମାନେ ପୁରୁଷଙ୍କ ତୁଳନାରେ ତିନି ଗୁଣ ଅଧିକ ପ୍ରଭାବିତ ହୁଅନ୍ତି। [୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Rigopoulos D, Larios G, Gregoriou S, Alevizos A (February 2008). "Acute and chronic paronychia". Am Fam Physician. 77 (3): 339–46. PMID 18297959.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ James G. Marks; Jeffrey J. Miller (2013). "21. Nail disorders". Lookingbill and Marks' Principles of Dermatology E-Book (Fifth ed.). Elsevier Saunders. p. 256. ISBN 978-1-4557-2875-6. Archived from the original on 2021-08-29. Retrieved 2020-11-10.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Dulski, A; Edwards, CW (January 2020). "Paronychia". PMID 31335027.
{{cite journal}}
: Cite journal requires|journal=
(help) - ↑ Rockwell PG (March 2001). "Acute and chronic paronychia". Am Fam Physician. 63 (6): 1113–6. PMID 11277548.
- ↑ ୫.୦ ୫.୧ ୫.୨ Dulski, A; Edwards, CW (January 2020). "Paronychia". PMID 31335027.
{{cite journal}}
: Cite journal requires|journal=
(help) - ↑ ୬.୦ ୬.୧ ୬.୨ James G. Marks; Jeffrey J. Miller (2013). "21. Nail disorders". Lookingbill and Marks' Principles of Dermatology E-Book (Fifth ed.). Elsevier Saunders. p. 256. ISBN 978-1-4557-2875-6. Archived from the original on 2021-08-29. Retrieved 2020-11-10.
- ↑ ୭.୦ ୭.୧ Rigopoulos D, Larios G, Gregoriou S, Alevizos A (February 2008). "Acute and chronic paronychia". Am Fam Physician. 77 (3): 339–46. PMID 18297959.
- ↑ Rockwell PG (March 2001). "Acute and chronic paronychia". Am Fam Physician. 63 (6): 1113–6. PMID 11277548.