ବିନୀତ ଶରଣ
ଜଷ୍ଟିସ ବିନୀତ ଶରଣ | |
---|---|
ଓଡ଼ିଶାର ମୁଖ୍ୟ ବିଚାରପତି | |
କାର୍ଯ୍ୟକାଳ ୨୬ ଫେବୃଆରୀ ୨୦୧୬ – ୬ ଅଗଷ୍ଟ ୨୦୧୮ | |
ପୂର୍ବ ଅଧିକାରୀ | ଧିରେନ୍ଦ୍ର ହିରାଲାଲ ୱାଘଲେ |
ପର ଅଧିକାରୀ | କେ ଏସ୍ ଜାଭେରୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୧ ମଇ ୧୯୫୭ ଉତ୍ତର ପ୍ରଦେଶ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଆଲାହାବାଦ ବିଶ୍ୱବିଦ୍ୟାଳୟ |
ବିନୀତ ଶରଣ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୨୯ତମ ମୁଖ୍ୟ ବିଚାରପତି (୨୬ ଫେବୃଆରୀ ୨୦୧୬ - ୬ ଅଗଷ୍ଟ ୨୦୧୮)।[୧] ସେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ଏବଂ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ତଥା ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[୨][୩]
ବୃତ୍ତିଗତ ଜୀବନ
[ସମ୍ପାଦନା]ଜଷ୍ଟିସ୍ ଶରଣ ୧୧ ମଇ ୧୯୫୭ରେ ଉତ୍ତର ପ୍ରଦେଶର ବିଜନୌରରେ ଜନ୍ମଗ୍ରହଣ କରିଥିଲେ । ଆଲାହାବାଦ ବିଶ୍ୱବିଦ୍ୟାଳୟରେ ୧୯୭୬ ମସିହାରେ ସ୍ନାତକ ଡିଗ୍ରୀ ଶିକ୍ଷା ସମାପ୍ତ କରିବା ପରେ ସେ ୨୮ ଜୁଲାଇ ୧୯୮୦ରେ ଆଇନ ଶିକ୍ଷା ସମାପ୍ତ ପୂର୍ବକ ଓକିଲାତି ଜୀବନ ଆରମ୍ଭ କରିଥିଲେ ।[୪] ସେ ଆଇନର ସମସ୍ତ ପ୍ରସଙ୍ଗରେ ଆଲାହାବାଦ ଉଚ୍ଚ ନ୍ୟାୟାଳୟରେ ଓକିଲାତି କରିବା ଆରମ୍ଭ କରିଥିଲେ ।[୫] ସେ ୧୪ ଫେବୃଆରୀ ୨୦୦୨ରେ ଆହ୍ଲାବାଦ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ଏହା ପରେ ତାଙ୍କୁ ୧୬ ଫେବୃଆରୀ ୨୦୧୫ରେ କର୍ଣ୍ଣାଟକ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ୨୬ ଫେବୃଆରୀ ୨୦୧୬ରେ ତାଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା ।
ସେ ୭ ଅଗଷ୍ଟ ୨୦୧୮ରେ ଭାରତର ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ।
ଐତିହାସିକ ଫୈସଲା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Former Chief Justices | Orissa High Court, Cuttack". orissahighcourt.nic.in. Retrieved 27 February 2022.
- ↑ Aug 5, TNN /. "High court gets new chief justice | Cuttack News - Times of India". The Times of India (in ଇଂରାଜୀ). Retrieved 27 February 2022.
{{cite web}}
: CS1 maint: numeric names: authors list (link) - ↑ Mandhani, Apoorva (3 August 2018). "Breaking: Centre Notifies Appointment Of Justices KM Joseph, Indira Banerjee And Vineet Saran As SC Judges". www.livelaw.in (in ଇଂରାଜୀ). Retrieved 27 February 2022.
- ↑ "Chief Justices/ Judges Elevated to Supreme Court | Orissa High Court, Cuttack". orissahighcourt.nic.in. Retrieved 27 February 2022.
- ↑ Bhateja, Nilufer (11 May 2021). "Know Thy Judge| Justice Vineet Saran". SCC Blog. Retrieved 27 February 2022.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |