ବିଶ୍ୱ ପଶୁ ଦିବସ

ଉଇକିପିଡ଼ିଆ‌ରୁ

ବିଶ୍ୱ ପଶୁ ଦିବସ ହେଉଛି ପଶୁ ଅଧିକାର ଏବଂ କଲ୍ୟାଣ ପାଇଁ ଏକ ଆନ୍ତର୍ଜାତୀୟ ଦିବସ, ଯାହା ପ୍ରତିବର୍ଷ ଅକ୍ଟୋବର ୪ ତାରିଖରେ ସାରା ବିଶ୍ୱରେ ପାଂଇତ ହୁଏ ।[୧]

ଇତିହାସ[ସମ୍ପାଦନା]

ବିଶ୍ୱ ପଶୁ ଦିବସ ପ୍ରଥମେ ହେନେରିକ ଜିମର୍ମାନ୍ ନାମକ ଜଣେ ଜର୍ମାନ ଲେଖକ ମାର୍ଚ୍ଚ ୨୪, ୧୯୨୫ ମସିହାରେ ଜର୍ମାନୀର ବର୍ଲିନ୍ ସ୍ପୋର୍ଟ ପ୍ୟାଲେସରେ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୦୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ । ଏହି ଦିନଟି ମୂଳତଃ ଅକ୍ଟୋବର ୪ରେ ପରିବେଶବିତ ସେଇଣ୍ଟ ଫ୍ରାନ୍ସିସଙ୍କ ପର୍ବ ସହିତ ପାଳନ କରିବା ପାଇଁ ନିଶ୍ଚିତ ହୋଇଥିଲା । କିନ୍ତୁ ସେହି ସମୟରେ ସ୍ଥାନାଭାବ ହେତୁ ଏହି ଦିନଟି ପାଳନ କରାଯାଇ ନ ଥିଲା । ପରବର୍ତ୍ତୀ ସମୟରେ ପ୍ରଥମ ଥର ପାଇଁ ୧୯୨୯ ମସିହାରେ ୪ ଅକ୍ଟୋବର ଦିନ ବିଶ୍ୱ ପଶୁ ଦିବସ ପାଳନ କରାଯାଇଥିଲା ।

ପରିବେଶବିତ ଜିମର୍ମାନ ପଶୁମାନଙ୍କର ମଙ୍ଗଳ ତଥା ପ୍ରାଣୀ ଦିବସର ପ୍ରୋତ୍ସାହନ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ଶେଷରେ, ମେ ୧୯୩୧ରେ ଫ୍ଲୋରେନ୍ସ ଇଟାଲୀରେ ଆନ୍ତର୍ଜାତୀୟ ପ୍ରାଣୀ ସୁରକ୍ଷା କଂଗ୍ରେସର ଏକ ଅଧିବେଶନରେ, ଅକ୍ଟୋବର ୪ ବିଶ୍ୱ ପଶୁ ଦିବସକୁ ବିଶ୍ୱ ସ୍ତରରେ ପାଳନ କରିବା ପାଇଁ ତାଙ୍କର ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା ଏବଂ ଏକ ସଂକଳ୍ପ ଭାବରେ ଗ୍ରହଣ କରାଯାଇଥିଲା ।[୨]

ଆଧାର[ସମ୍ପାଦନା]

  1. "World Animal Day | 4 October". www.worldanimalday.org.uk. Retrieved 13 February 2022.
  2. "World Animal Day 2021: Know its history, aim and significance". Hindustan Times (in ଇଂରାଜୀ). 4 October 2021. Retrieved 13 February 2022.