ସାଂଲା, ଭାରତ

Coordinates: 31°25′29″N 78°15′58″E / 31.4248°N 78.2661°E / 31.4248; 78.2661
ଉଇକିପିଡ଼ିଆ‌ରୁ

ସଂଲା ଭାରତୀୟ ରାଜ୍ୟ ହିମାଚଳପ୍ରଦେଶର କିନ୍ନୌର ଜିଲ୍ଲାରେ ଏକ ଶୈଳ ନିବାସ ଗ୍ରାମ । ଏହା ତିବତ ସିମାଞ୍ଚଳରେ ଅବସ୍ଥିତ । 

ଭୌଗୋଳିକ ସ୍ଥିତି [ସମ୍ପାଦନା]

ସାଂଲା ଉପତ୍ୟକା ବା ବାଷ୍ପା ଉପତ୍ୟକା କରଚେନଠାରେ ଆରଭ ହେଇ ଚିଟକୁଳଠାରେ ଶେଷ ହେଇଥାଏ । ଏହି ଉପତ୍ୟକାରେ ସାଂଲା ଏକ ମୁଖ୍ୟ ସହର । ସାଂଲାରେ ପେଟ୍ରୋଲ ପମ୍ପ , ମଧ୍ୟମ ଧରଣ ହୋଟେଲ ,ATM ସେବା , ପୋଷ୍ଟ ଅଫିସ  , ରେଷ୍ଟୁରାଣ୍ଟ ଆଦି ସମସ୍ତ ସୁବିଧା ଉପଲବ୍ଧ । ଏହି ସହରର ଚାରିପଟେ ଜଙ୍ଗଲ ଭରା ରହି ପର୍ବତ ଉପରୁ ଦିଶୁଥିବା ଦୃଶ୍ୟ ପ୍ରଦାନ କରେ । ଚୀନ ଓ ତିବତର ସୀମା ନିକଟରେ ଥିବା ଯୋଗୁଁ ଏହି ଉପତ୍ୟକାକୁ ପର୍ଯ୍ୟଟକମାନେ ଯିବା ପାଇଁ ସ୍ୱତନ୍ତ୍ର ଅନୁମତି ଦରକାର ହାଉଥିଲା । ସାଂଲା ଉପତ୍ୟକା ଦେଇ ବାଷ୍ପା ନଦୀ ପ୍ରବାହିତ ହୁଏ। ଏଠାରେ ସେଓ ବଗିଚା, କାଜୁ ବଗିଚା ବହୁ ପରିମାଣରେ ଥାଏ । 

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ସାଂଲା ନିକଟରେ 'ଗ୍ରେଟ ହିମାଳୟ କାମରୁ ଫୋର୍ଟ ' ନାମରେ ଏକ ଦୁର୍ଗ ଥିବା ସହ ମାତା ଦେବୀ ମନ୍ଦିର ଓ ବେଅରିଙ୍ଗ ନଗ ମନ୍ଦିର ରହିଛି । ଏହି ସବୁ ପରଜ୍ଯତକଙ୍କ ପାଇଁ ଆକର୍ଷକ ହେଇଥାଏ । 

ଜୀବିକା[ସମ୍ପାଦନା]

ସାଂଲା ଉପତ୍ୟକାରେ ବିଶ୍ୱର ସର୍ବୋତ୍ତମ ଧାରଣର ସେଓ ଉତ୍ପାଦନ ହୁଏ [୧]। ଏଠାକାର ଅଧିବାସୀଙ୍କ ସେଓ ଚାଷ ମୁଖ୍ୟ ଜୀବିକା । କିଛି ସ୍ଥାନୀୟ ବାସିନ୍ଦା ପର୍ଯ୍ୟଟନ ଉପରେ ନିର୍ଭର ଶୀଳ । ଡିସେମ୍ବରରୁ ମେ ପର୍ଯ୍ୟନ୍ତ ୬ ମାସ ଏହି ଉପତ୍ୟକା ବରଫପାତ ଯୋଗୁ ବନ୍ଦ ରହିଥାଏ । ପୁରାତନ ଇଣ୍ଡୋ-ତିବତ ରାସ୍ତା ସାଂଲାକୁ ଜାତୀୟ ରାଜପଥ ୨୨ ସଙ୍ଗେ କରଚାମରେ ସଂଯୋଗ  କରିଥାଏ ।  

ଜନସଂଖ୍ୟା[ସମ୍ପାଦନା]

ସ୍ଥାନୀୟ ଲୋକମାନେ କିନ୍ନଉରୀ ଭାଷା ବ୍ୟବହାର କରିଥାଆନ୍ତି ।  Coordinates: 31°25′29″N 78°15′58″E / 31.4248°N 78.2661°E / 31.4248; 78.266131°25′29″N 78°15′58″E / 31.4248°N 78.2661°E / 31.4248; 78.2661

ଆଧାର [ସମ୍ପାଦନା]