ରାଣୀ ରାମପାଲ

ଉଇକିପିଡ଼ିଆ‌ରୁ
ରାଣୀ ରାମପାଲ
୨୦୧୦ କମନୱେଲ୍‌ଥ ଗେମ୍ସରେ ରାମପାଲ (ନୀଳ ପୋଷାକରେ)
ବ୍ୟକ୍ତିଗତ ସୂଚନା
ଜନ୍ମ (1994-12-04) ୪ ଡିସେମ୍ବର ୧୯୯୪ (ବୟସ ୨୯)
ଶାହାବାଦ ମାର୍କଣ୍ଡ, ହରିୟାଣା, ଭାରତ
ଉଚ୍ଚତା 1.65 m (5 ft 5 in)
ଓଜନ 60 kg (132 lb)
Playing position ଫରୁଆର୍ଡ଼
National team
୨୦୦୯– ଭାରତ 226 (112)
Medal record
Women's field hockey
Competitor for  ଭାରତ
Asian Games
Silver 2018 Jakarta Team
Bronze 2014 Incheon Team
Junior World Cup
Bronze 2013 Mönchengladbach Team

ରାଣୀ ରାମପାଲ (ଜନ୍ମ ୪ ଡିସେମ୍ବର ୧୯୯୪) ଜଣେ ଭାରତୀୟ ଫିଲ୍ଡ ହକି ଖେଳାଳି ।[୧][୨] ୧୫ ବର୍ଷ ବୟସରେ ସେ ଜାତୀୟ ଦଳର ସର୍ବକନିଷ୍ଠ ଖେଳାଳି ଭାବେ ୨୦୧୦ ବିଶ୍ୱକପରେ ଅଂଶଗ୍ରହଣ କରିଥିଲେ । ସେ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ ମଧ୍ୟ ଅଭ୍ୟାସ ଏବଂ ମ୍ୟାଚରେ ଅଂଶଗ୍ରହଣ ଜନିତ ବ୍ୟସ୍ତତା ହେତୁ ସ୍ନାତକ ଡିଗ୍ରୀ ପାଇବାରେ ସକ୍ଷମ ହୋଇନଥିଲେ । ସେ ନିଜ ଦଳରେ ଫରୁଆର୍ଡ଼ ଖେଳନ୍ତି । ସେ ୨୧୨ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳି ୧୩୪ ଗୋଲ ସ୍କୋର ଲାଭକରିଛନ୍ତି । ଅଧୁନା ସେ ଭାରତୀୟ ମହିଳା ହକି ଦଳ ପାଇଁ ଅଧିନାୟିକା ଭାବେ କାର୍ଯ୍ୟକରନ୍ତି ।[୩] ସେ ଜଣେ ଷ୍ଟ୍ରାଇକର ଭାବରେ ମଧ୍ୟ ଜଣାଶୁଣା ଏବଂ ପ୍ରାୟତଃ ମିଡ୍ ଫିଲ୍ଡର ଡବଲ୍ସ ହୋଇ ଖେଳନ୍ତି ।[୪] ୨୦୨୦ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।[୫][୬]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରାଣୀ ୧୯୯୪ ଡିସେମ୍ବର ୪ରେ ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାର ଶାହାବାଦ ମାର୍କଣ୍ଡରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସେଠାରେ ଏକ ଠେଲାବାଲା ଭାବରେ କାମ କରନ୍ତି । ସେ ୬ ବର୍ଷ ବୟସ ବେଳୁ ସହରର ହକି ଦଳରେ ନାମ ଲେଖାଇଥିଲେ । ଆରମ୍ଭରେ ତାଙ୍କ ଦକ୍ଷତା ଉପରେ ପ୍ରଶ୍ନ କରାଯାଇଥିଲା କିନ୍ତୁ ପରେ ସେ ତାଙ୍କ ତାଲିମଦାତାଙ୍କୁ ନିଜ ସାମର୍ଥ୍ୟ ଦେଖାଇଥିଲେ । ସେ ୨୦୦୩ରେ ଫିଲ୍ଡ ହକି ଖେଳିବା ଆରମ୍ଭ କରିଥିଲେ ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ବଳଦେବ ସିଂଙ୍କ ଅଧୀନରେ ଶାହାବାଦ ହକି ଏକାଡେମୀରେ ତାଲିମ ନେଇଥିଲେ ।[୭] ସେ ପ୍ରଥମେ ଗୋୱାଲିୟରରେ ଜୁନିୟର ନ୍ୟାସନାଲକୁ ଏବଂ ଚଣ୍ଡୀଗଡ଼ ସ୍କୁଲ ନ୍ୟାସନାଲରେ ନ୍ୟାସନାଲକୁ ଆସିଥିଲେ । ପରେ ତାଙ୍କୁ ଜାତୀୟ ଦଳରେ ଭର୍ତ୍ତି କରାଯାଇଥିଲା ।[୮] ମାତ୍ର ୧୪ ବର୍ଷ ବୟସରେ ସିନିୟର ଇୟର ପ୍ରଥମ କରି ଯୋଗ ଦେଇ ସେ ଭାରତୀୟ ମହିଳା ହକି ଦଳରେ ସର୍ବକନିଷ୍ଠ ଖେଳାଳି ହୋଇଥିଲେ । ତାଙ୍କ ପରିବାର ତାଙ୍କୁ ଆର୍ଥିକ ସହାୟତା କରିବାରେ କଷ୍ଟ ଭୋଗିବାରୁ ସେ ବୃତ୍ତିଗତ ଭାବରେ ଖେଳିବା ଆରମ୍ଭ କଲା ପରେ ବେସରକାରୀ କ୍ରୀଡ଼ା ସଂଗଠନ ଗୋସ୍ପୋର୍ଟସ୍ ଫାଉଣ୍ଡେସନ ତାଙ୍କୁ ଆର୍ଥିକ ଏବଂ ଅନ୍ୟାନ୍ୟ ସହାୟତା ପ୍ରଦାନ କରିଥିଲା ।[୯] ୩୬ ବର୍ଷ ପରେ ଭାରତୀୟ ମହିଳା ଫିଲ୍ଡ ହକି ଦଳ ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଦଳର ଅଂଶ ଥିଲେ ।

ଆଧାର[ସମ୍ପାଦନା]

  1. "Rani Rampal". The Telegraph. Archived from the original on 4 February 2015. Retrieved 26 January 2013.
  2. "Rani Rampal profile". BBC. Retrieved 26 January 2013.
  3. "Missing medal in Commonwealth Games still haunts me, says Rani Rampal". hindustantimes.com (in ଇଂରାଜୀ). 1 July 2018. Retrieved 28 July 2018.
  4. "Why Rani Rampal, India's finest forward in women's hockey, struggles to survive". The Indian Express (in ଆମେରିକୀୟ ଇଂରାଜୀ). 19 July 2015. Retrieved 28 July 2018.
  5. "Padma Awards 2020 Announced". pib.gov.in.
  6. The Hindu Net Desk (26 January 2020). "Full list of 2020 Padma awardees". The Hindu (in Indian English).
  7. "Haryana cart-puller's daughter is hockey's shining young star". The Indian Express. 6 August 2013. Retrieved 6 August 2013.
  8. Sudevan, Praveen. "'2018 is the year for women's hockey to make a start': Interview with captain Rani Rampal". Scroll.in (in ଆମେରିକୀୟ ଇଂରାଜୀ). Retrieved 28 July 2018.
  9. "Rani named best young player at Women's Hockey World Cup". The Times of India. 13 September 2010. Archived from the original on 28 September 2013.