ପେଗାସସ (ସ୍ପାଇୱେର)

ଉଇକିପିଡ଼ିଆ‌ରୁ
ପେଗାସସ
ଇସ୍ରାଏଲୀ ବୈଷୟିକ ସଂସ୍ଥା ଏନଏସଓ ଗ୍ରୁପଦ୍ୱାରା ତିଆରି ହୋଇଥିଲା ।
ଡେଭେଲପରଏନଏସଓ ଗ୍ରୁପ
Operating systemଆଇଓଏସ, ଆଣ୍ଡ୍ରଏଡ଼
ୱେବସାଇଟhttps://nsogroup.com

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ପେଗାସସ ଇସ୍ରାଏଲୀ ସାଇବର ଯୁଦ୍ଧାସ୍ତ୍ର ସଂସ୍ଥା ଏନଏସଓ ଗ୍ରୁପଦ୍ୱାରା ବିକଶିତ ସ୍ପାଇୱେର । ଏହା ଆଇଓଏସ ଏବଂ ଆଣ୍ଡ୍ରଏଡ଼ର ଅଧିକାଂଶ ସଂସ୍କରଣ[୧] ବ୍ଯବହାର କରୁଥିବା ମୋବାଇଲ ଫୋନ (ଏବଂ ଅନ୍ୟାନ୍ୟ ଡିଭାଇସରେ) ଗୋପନ ଭାବରେ ଇନଷ୍ଟଲ ହୋଇପାରିବ ।[୨] ୨୦୨୧ ପ୍ରୋଜେକ୍ଟ ପେଗାସସ ପ୍ରକାଶରୁ ଜଣାପଡ଼ିଛି ଯେ ବର୍ତ୍ତମାନର ପେଗାସସ ସଫ୍ଟୱେର ଆଇଓଏସ ୧୪.୬ ପର୍ଯ୍ୟନ୍ତ ସମସ୍ତ ସାମ୍ପ୍ରତିକ ଆଇଓଏସ ସଂସ୍କରଣରେ ଗୁପ୍ତରେ ଇନଷ୍ଟଲ ହେବାରେ ସକ୍ଷମ ।[୧] ୱାଶିଂଟନ ପୋଷ୍ଟ ଏବଂ ଅନ୍ୟ ପ୍ରମୁଖ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ପାଇଥିବା ଖବର ଅନୁସାରେ ପେଗାସସ କେବଳ ଏକ ଫୋନରୁ (ଟେକ୍ସଟ, ଇମେଲ, ୱେବ ଖୋଜା) ସମସ୍ତ ଯୋଗାଯୋଗର କୀଷ୍ଟ୍ରୋକ ଦେଖିବା ସକ୍ଷମ କରେ ନାହିଁ ବରଂ ଏହା ଫୋନ କଲ ଏବଂ ଅବସ୍ଥାନ ଟ୍ରାକିଂକୁ ମଧ୍ୟ ସକ୍ଷମ କରିଥାଏ । ଫଳରେ ପେଗାସସ ଏନଏସଓ ଗ୍ରୁପକୁ ଉଭୟ ମୋବାଇଲ ଫୋନର ମାଇକ୍ରୋଫୋନ ଏବଂ କ୍ୟାମେରା ବ୍ୟବହାର ସୁବିଧା ଅପହରଣ କରିବାକୁ ଅନୁମତି ଦେଇଥାଏ । ଏହାଦ୍ୱାରା ଫୋନଟି ଏକ ନିରନ୍ତର ସର୍ଭେଲାନ୍ସ ଯନ୍ତ୍ରରେ ପରିଣତ ହୋଇଥାଏ ।[୩]

ଏହି କମ୍ପାନୀ ପୂର୍ବରୁ ଆମେରିକୀୟ ଘରୋଇ ଇକ୍ୱିଟି ଫାର୍ମ ଫ୍ରାନ୍ସିସ୍କୋ ପାର୍ଟନର୍ସର ମାଲିକାନାରେ ଥିଲା[୪] ଓ ପରେ ୨୦୧୯ରେ ବର୍ତ୍ତମାନର ପ୍ରତିଷ୍ଠାତାମାନଙ୍କଦ୍ୱାରା କିଣାଯାଇଥିଲା ।[୫] ଏନଏସଓ କହିବା ଅନୁସାରେ ପେଗାସସ "ସ୍ୱୀକୃତପ୍ରାପ୍ତ ସରକାରମାନଙ୍କୁ ପ୍ରଯୁକ୍ତି ବିଦ୍ୟା ପ୍ରଦାନ କରି ସେମାନଙ୍କୁ ଆତଙ୍କବାଦ ଏବଂ ଅପରାଧର ମୁକାବିଲା କରିବାରେ ସାହାଯ୍ୟ କରେ",[୬][୭] ଚୁକ୍ତିନାମାଗୁଡ଼ିକର ଆଂଶିକ ଭାବେ ପ୍ରକାଶ କରି ଏନଏସଓ ଜଣାଇଛି ଯେ ସେହି ଚୁକ୍ତିନାମା ଅନୁସାରେ ଗ୍ରାହକମାନଙ୍କୁ କେବଳ ଅପରାଧ ଏବଂ ଜାତୀୟ ସୁରକ୍ଷା ଅନୁସନ୍ଧାନ ପାଇଁ ଏହାର ଉତ୍ପାଦ ବ୍ୟବହାର କରିବା ଚୁକ୍ତିନାମା ଆବଶ୍ୟକ କରିଥାଏ ଓ ଏହି କମ୍ପାନୀ ଯେ ମାନବ ଅଧିକାରର ବିକାଶ ନିମନ୍ତେ ଶିଳ୍ପ ଅଗ୍ରଣୀ ଆଭିମୁଖ୍ୟ ପୋଷଣ କରେ ।[୮] ଏହି ସ୍ପାଇୱେର ପୌରାଣିକ ଡେଣା ଯୁକ୍ତ ଘୋଡ଼ା ପେଗାସସ ନାମରେ ନାମିତ । ଏହା ଏକ ଟ୍ରୋଜାନ୍ ଘୋଡ଼ା ଯାହାକୁ ଫୋନ ସଂକ୍ରମଣ କରିବା ପାଇଁ "ବାୟୁ ଦେଇ ଉଡ଼ିବା" ନିମନ୍ତେ ପଠାଯାଇପାରିବ ।[୯]

ଅଗଷ୍ଟ ୨୦୧୮ରେ ଜଣେ ମାନବାଧିକାର କାର୍ଯ୍ୟକର୍ତ୍ତାଙ୍କ ଆଇଫୋନରେ ଇନଷ୍ଟଲ କରିବାରେ ଏକ ବିଫଳ ହେବା ବେଳେ ପେଗାସସ ପ୍ରଥମ କରି ଆବିଷ୍କୃତ ହୋଇଥିଲା ।[ଆଧାର ଲୋଡ଼ା] ତାହା ଏକ ଅନୁସନ୍ଧାନର ସୂତ୍ରପାତ କରିଥିଲା ଓ ସେହି ଅନୁସନ୍ଧାନରୁ ପେଗାସସ ଏକ ସ୍ପାଇୱେର ହୋଇଥିବା ଏବଂ ଗୋପନ ଭାବେ ଏଥିରେ ସୁରକ୍ଷା ଦୁର୍ବଳତା ଶୋଷଣ କରିଥିବାର ଦକ୍ଷତା ଥିବା ବିଷୟରେ ଜଣାପଡ଼ିଥିଲା । ୨୦୧୬ ବେଳକୁ ପେଗାସସ ଟେକ୍ସଟ୍ ମେସେଜଗୁଡ଼ିକ ପଢ଼ିବା, କଲ ଟ୍ରାକିଂ କରିବା, ପାସୱାର୍ଡ ସଂଗ୍ରହ କରିବା, ଅବସ୍ଥାନ ଟ୍ରାକିଂ କରିବା, ଲକ୍ଷ୍ୟ ଡିଭାଇସର ମାଇକ୍ରୋଫୋନ ଏବଂ କ୍ୟାମେରା ନିୟନ୍ତ୍ରଣ ହାସଲ କରିବା[୩] ଏବଂ ଆପ୍ଲିକେସନରୁ ସୂଚନା ପାଇବାରେ ସକ୍ଷମ ଥିଲା । ଏହି ସ୍ପାଇୱେର ଖବର ଗୁରୁତ୍ୱପୂର୍ଣ୍ଣ ଗଣମାଧ୍ୟମ ଆଲୋଡ଼ନ ସୃଷ୍ଟିକଲା । ଏହାକୁ ଏପର୍ଯ୍ୟନ୍ତ ହୋଇଥିବା "ସବୁଠାରୁ ଅତ୍ୟାଧୁନିକ" ସ୍ମାର୍ଟଫୋନ ଆକ୍ରମଣ ବୋଲି ନାମିତ କରାଯାଇଥିଲା ଏବଂ ପ୍ରଥମ ଥର ଏକ ଆଇଫୋନରେ ଅବାଧ ପ୍ରବେଶ ପାଇବା ପାଇଁ ଜେଲବ୍ରେକ ବ୍ୟବହାର କରି ଏକ ହାନୀକାରକ ରିମୋଟ ଶୋଷଣ ଚିହ୍ନଟ କରାଯାଇଥିଲା ।[୬]

୨୦୨୦ ଅଗଷ୍ଟ ୨୩ରେ ଇସ୍ରାଏଲୀ ଖବରକାଗଜ ହାରେଜଦ୍ୱାରା ଗୁପ୍ତରେ ପ୍ରାପ୍ତ ସୂଚନା ଅନୁସାରେ ଏନଏସଓ ଗ୍ରୁପ ଇସ୍ରାଏଲ ସରକାରଙ୍କ ପ୍ରୋତ୍ସାହନ ଏବଂ ମଧ୍ୟସ୍ଥତା ବଳରେ ପ୍ରତିଦ୍ୱନ୍ଦ୍ୱୀ ଦେଶଗୁଡ଼ିକର ଶାସନ ବିରୋଧୀ କାର୍ଯ୍ୟକର୍ତ୍ତା, ସାମ୍ବାଦିକ ଏବଂ ରାଜନେତାଙ୍କ ଉପରେ ନଜର ରଖିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଅନ୍ୟ ଗଲ୍ଫ ଦେଶଗୁଡ଼ିକୁ ଶହ ଶହ ନିୟୁତ ଆମେରିକୀୟ ଡଲାର ବିନିମୟରେ ପେଗାସସ ସ୍ପାଇୱେର ସଫ୍ଟୱେର ବିକ୍ରି କରିଥିବା ଜଣାପଡ଼ିଥିଲା ।[୧୦] ପରେ ୨୦୨୦ ଡିସେମ୍ବରରେ ଅଲ ଜଜିରା ସୋ ଦି ଟିପ ଅଫ ଦି ଆଇସବର୍ଗ ସ୍ପାଇ ପାର୍ଟନର୍ସ ପେଗାସସ ଏବଂ ଗଣମାଧ୍ୟମ କାର୍ଯ୍ୟକର୍ତ୍ତା ଏବଂ ଆକ୍ଟିଭିଷ୍ଟମାନଙ୍କ ଫୋନରେ ଏହାର ଅନୁପ୍ରବେଶ ବିଷୟରେ ଏକ ସ୍ୱତନ୍ତ୍ର ଫୁଟେଜ୍ ଦେଖାଇଥିଲା । ସୋଟି ଇସ୍ରାଏଲଦ୍ୱାରା ଏହାର ବିରୋଧୀ ଏବଂ ଏପରିକି ସହଯୋଗୀମାନଙ୍କ ଉପରେ ଗୋପନରେ ନଜର ରଖିବା ପାଇଁ ପେଗାସସ ବ୍ୟବହାର କରୁଥିବା ପ୍ରକାଶ କରିଥିଲା ।

୨୦୨୧ରେ ଜୁଲାଇ ମାନବାଧିକାର ଗୋଷ୍ଠୀ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲଦ୍ୱାରା ଏକ ଗଭୀର ବିଶ୍ଳେଷଣ ସହିତ ପ୍ରୋଜେକ୍ଟ ପେଗାସସ ପ୍ରକାଶ ହେବା ପରେ ବ୍ୟାପକ ଭାବେ ଗଣମାଧ୍ୟମରେ ଉନ୍ମୋଚନ ହୋଇଥିଲା ଯେ ଏଯାବତ ଉଚ୍ଚ-ସ୍ତରୀୟ ଲକ୍ଷ୍ୟ ଶୋଷଣ କରିବା ପାଇଁ ପେଗାସସ ବ୍ୟବହାର କରାଯାଉଛି । ଏଥିରୁ ଜଣାପଡ଼ିଥିଲା ଯେ ପେଗାସସ ଏକ ବିନା-କ୍ଲିକ୍ ଆଇମେସେଜ ଶୋଷଣ ମାଧ୍ୟମରେ ଆଇଓଏସର ସର୍ବଶେଷ ସଂସ୍କରଣ ୧୪.୬ ପର୍ଯ୍ୟନ୍ତ ସମସ୍ତ ଆଧୁନିକ ଆଇଓଏସ ସଂସ୍କରଣକୁ ସଂକ୍ରମଣ କରିବାରେ ସକ୍ଷମ ହୋଇଥିଲା ।[୧]

ଅପବ୍ୟବହାର[ସମ୍ପାଦନା]

ଯଦିଓ ପେଗାସସ ଅପରାଧୀ ଏବଂ ଆତଙ୍କବାଦୀଙ୍କ ବିରୁଦ୍ଧରେ ବ୍ୟବହୃତ ହେବାକୁ ଉଦ୍ଦିଷ୍ଟ ବୋଲି ଦର୍ଶାଯାଇଥିଲେ[୮] ହେଁ ଏହା ସମାଲୋଚକ ଏବଂ ବିରୋଧୀଙ୍କ ଉପରେ ଗୋପନରେ ନଜର ରଖିବା ପାଇଁ କ୍ଷମତାଲୋଭୀ ସରକାରଙ୍କଦ୍ୱାରା ପ୍ରାୟତଃ ବ୍ୟବହାର ହେଉଥିବା ବିବରଣୀ ପ୍ରକାଶ ପାଇଛି ।

ଭାରତଦ୍ୱାରା ବ୍ୟବହାର[ସମ୍ପାଦନା]

୨୦୧୯ର ଶେଷ ଭାଗରେ ଫେସବୁକ ଏନଏସଓ ବିରୋଧରେ ଏକ ମକଦ୍ଦମା ଆରମ୍ଭ କରି ଦାବି କରିଥିଲା ଯେ ପେଗାସସ ଭାରତର ଅନେକ ଆକ୍ଟିଭିଷ୍ଟ, ସାମ୍ବାଦିକ ଏବଂ ଅମଲାଙ୍କ ହ୍ୱାଟସଆପ ଯୋଗାଯୋଗକୁ ଗୋପନରେ ପଢ଼ିବା ପାଇଁ ବ୍ୟବହୃତ ହୋଇଥିଲା ଏବଂ ଭାରତ ସରକାର ଏଥିରେ ଜଡ଼ିତ ଥିବା ଅଭିଯୋଗ ହୋଇଥିଲା ।[୧୧][୧୨][୧୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Forensic Methodology Report: How to catch NSO Group's Pegasus". www.amnesty.org (in ଇଂରାଜୀ). Retrieved 2021-07-19.
  2. Timberg, Craig; Albergotti, Reed; Guéguen, Elodie (19 July 2021). "Despite the hype, iPhone security no match for NSO spyware - International investigation finds 23 Apple devices that were successfully hacked". The Washington Post. Retrieved 19 July 2021.
  3. ୩.୦ ୩.୧ Boot, Max (December 5, 2018). "An Israeli tech firm is selling spy software to dictators, betraying the country's ideals". The Washington Post. Retrieved April 19, 2019.
  4. Marczak, Bill; Scott-Railton, John (August 24, 2016). "The Million Dollar Dissident: NSO Group's iPhone Zero-Days used against a UAE Human Rights Defender". Citizen Lab. Retrieved December 21, 2016.
  5. Amitai Ziv "Israeli Cyberattack Firm NSO Bought Back by Founders at $1b Company Value; Two founders are partnering with European private equity fund Novalpina to purchase the controversial firm from Francisco Partners" February 14, 2019, Haaretz
  6. ୬.୦ ୬.୧ Franceschi-Bicchierai, Lorenzo (August 26, 2016). "Government Hackers Caught Using Unprecedented iPhone Spy Tool". Motherboard (website). Vice Media. Retrieved May 15, 2019.
  7. "What is Pegasus spyware and how does it hack phones?". The Guardian (in ଇଂରାଜୀ). 2021-07-18. Retrieved 2021-07-19.{{cite web}}: CS1 maint: url-status (link)
  8. ୮.୦ ୮.୧ Kirchgaessner, Stephanie; Lewis, Paul; Pegg, David; Cutler, Sam (July 18, 2021). "Revealed: leak uncovers global abuse of cyber-surveillance weapon". The Observer.
  9. Bouquet, Jonathan (19 May 2019). "May I have a word about… Pegasus spyware". The Guardian.
  10. "With Israel's Encouragement, NSO Sold Spyware to UAE and Other Gulf States". Haaretz. Retrieved August 23, 2020.
  11. Bhattacharya, Ananya. "What is Pegasus and how did it target Indians on WhatsApp?". Quartz (in ଇଂରାଜୀ). Retrieved March 10, 2021.
  12. "Did Indian Govt Buy Pegasus Spyware? Home Ministry's Answer Is Worrying". HuffPost (in ଇଂରାଜୀ). November 19, 2019. Retrieved March 10, 2021.
  13. "Indian Activists, Lawyers Were 'Targeted' Using Israeli Spyware Pegasus". The Wire. Retrieved March 10, 2021.