ସୋମାଲିଆ ନୁକୁରି ପକ୍ଷୀ

ଉଇକିପିଡ଼ିଆ‌ରୁ

ସୋମାଲିଆ ନୁକୁରି ପକ୍ଷୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Charadriiformes
Family: Glareolidae
Genus: Cursorius
ଜାତି: C. somalensis
ବାଇନୋମିଆଲ ନାମ
Cursorius somalensis
ଜର୍ଜ୍ ଅର୍ଣ୍ଣଷ୍ଟ୍ ଶେଲି, ୧୮୮୫

ସୋମାଲିଆ ନୁକୁରି ପକ୍ଷୀ (ଇଂରାଜୀ ଭାଷାରେ Somali courser, ଜୀବବିଜ୍ଞାନ ନାମ Cursorius somalensis) ଏକ ନୁକୁରି ଜାତୀୟ ପକ୍ଷୀ । ଏହାକୁ ଏକ ୱେଡର୍ ପକ୍ଷୀଙ୍କ (ଜଳାଶୟ ନିକଟରେ ବିଚରଣ କରୁଥିବା ପକ୍ଷୀ) ବର୍ଗରେ ପରିଗଣନା କରାଯାଏ ।

ୱେଡର୍ ପକ୍ଷୀଙ୍କ ବର୍ଗରେ ଗଣନା କରାଯିବା ସତ୍ତ୍ୱେ ଏହି ପକ୍ଷୀ ମୁଖ୍ୟତଃ ଶୁଷ୍କ ଓ ଖୋଲା ପଡ଼ିଆ ଅଞ୍ଚଳରେ ଏବଂ ଉପ-ମରୁ ପରି ଅଞ୍ଚଳରେ ବିଚରଣ କରିବା ଦେଖାଯାଏ । ଭୂମି ଉପରେ ଦୌଡ଼ି ଦୌଡ଼ି ଏମାନେ ନିଜର ଶିକାର (ବିଭିନ୍ନ କୀଟପତଙ୍ଗ) ଖୋଜନ୍ତି ଓ ସେମାନଙ୍କୁ ଆହରଣ କରନ୍ତି ।

ଏହି କ୍ଷୁଦ୍ର ପକ୍ଷୀ ପୂର୍ବ ଆଫ୍ରିକାରେ ପରିଲକ୍ଷିତ ହୁଅନ୍ତି ଓ ଏମାନଙ୍କର ଦୁଇଟି ଉପପ୍ରଜାତି ରହିଛି ।

  • କର୍ସୋରିୟସ୍ ସୋମାଲେନ୍ସିସ୍ ସୋମାଲେନ୍ସିସ୍ (C. s. somaliensis) (ଜର୍ଜ୍ ଅର୍ଣ୍ଣଷ୍ଟ୍ ଶେଲି, ୧୮୮୫) ଉପପ୍ରଜାତି ମୁଖ୍ୟତଃ ଏରିଟ୍ରିଆ, ପୂର୍ବ ଇଥିଓପିଆ ଏବଂ ଉତ୍ତର ସୋମାଲିଆରେ ଦେଖାଯାନ୍ତି ।
  • କର୍ସୋରିୟସ୍ ସୋମାଲେନ୍ସିସ୍ ଲିଟ୍ଟୋରାଲିସ୍ (C. s. littoralis) (କାର୍ଲୋ ଭୋନ୍ ଏର୍ଲାଙ୍ଗର୍, ୧୯୦୫) ଉପପ୍ରଜାତି ମୁଖ୍ୟତଃ ଦକ୍ଷିଣ ସୁଦାନର ଦକ୍ଷିଣ-ପୂର୍ବ, କେନିଆର ଉତ୍ତର ଓ ପୂର୍ବ ଏବଂ ସୋମାଲିଆର ଦକ୍ଷିଣ ଭାଗରେ ଦେଖାଯାନ୍ତି ।

ପୋକଯୋକ ଓ ବିଭିନ୍ନ ମଞ୍ଜି ଏମାନଙ୍କର ପ୍ରଧାନ ଆହାର । ଏମାନେ ମୁକ୍ତ କ୍ଷେତ୍ର, ଛୋଟ ଘାସ ଥିବା ତୃଣଭୂମି କିମ୍ବା ପୋଡ଼ା ପଡ଼ିଆରେ ରହନ୍ତି । ଏମାନଙ୍କ ଶରୀରର ଉଚ୍ଚତା ୮-୯ ଇଞ୍ଚ୍ ପର୍ଯ୍ୟନ୍ତ ହୋଇଥାଏ ।

ଆଧାର[ସମ୍ପାଦନା]

  1. BirdLife International (2012). "Cursorius somalensis". Retrieved 26 November 2013. {{cite journal}}: Cite journal requires |journal= (help); Invalid |ref=harv (help)