ୟାଓଇ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଆନିମେକ୍ସରେ ପ୍ରଦର୍ଶିତ ଶୋନେନ୍-ଆଇ କଳାକୃତିର ଉଦାହରଣ,

ୟାଓଇ (/ˈji/; (ଜାପାନୀ: やおい) ଛାଞ୍ଚ:IPA-ja), ବୋଏଜ୍ ଲଭ୍ ବା ବୋଇଜ ରବୁ (ボーイズ ラブ) ବା ବିଏଲ (ビーエル: ବିଏର), ହେଉଛି ଜାପାନରେ ଉତ୍ପନ୍ନ କାଳ୍ପନିକ ମିଡିଆର ଏକ ବର୍ଗ ଯେଉଁଥିରେ ପୁରୁଷ ଚରିତ୍ରଙ୍କ ମଧ୍ଯରେ ସମଲିଙ୍ଗୀ ସମ୍ବନ୍ଧର ପରିକଳ୍ପନା କରାଯାଇ ଥାଏ ।[୧] ସାଧାରଣତଃ ଏହା ନାରୀଙ୍କଦ୍ୱାରା ନାରୀଙ୍କ ପାଇଁ ତିଆରି କରାଯାଇ ଥାଏ । ଏହା ସମଲିଙ୍ଗୀଉଭୟଲିଙ୍ଗୀ ପୁରୁଷଙ୍କ ପ୍ରତି ନିର୍ଦ୍ଦେଶିତ ମିଡିଆଠାରୁ ଭିନ୍ନ; ଯେପରିକି ବାରା । କିନ୍ତୁ ଏହାପ୍ରତି ପୁରୁଷ ପାଠକମାନେ ମଧ୍ଯ ଆକର୍ଷିତ ହୋଇ ପାରନ୍ତି ଏବଂ ଏଗୁଡିକୁ ପୁରୁଷ ରଚତାମାନେ ମଧ୍ଯ ତିଆରି ପାରନ୍ତି । ଏହା ଅଧିନରେ ବହୁ ପ୍ରକାରର ମିଡିଆ ରହିଛି, ଯେପରିକି ମାଙ୍ଗା, ଆନିମେ, ଡ୍ରାମା ସିଡି, ଉପନ୍ୟାସ, ଖେଳ, ଫିଲ୍ମ ଏବଂ ଫାନ ପ୍ରଡକ୍ସନ ଆଦି ମିଡିଆ ରହିଛି । "ବୋଏଜ୍ ଲଭ୍" ଏବଂ ଏହାର ସଂକ୍ଷିପ୍ତ ରୂପ "ବିଏଲ", ଉଭୟ ଏହି ପ୍ରକାରର ମିଡିଆ ପାଇଁ ଜାତିଗତ ପଦ ରୂପେ ବ୍ଯବହୃତ ହୁଏ ।

ୟାଓଇରେ ସାଧାରଣତଃ ଚରିତ୍ରମାନଙ୍କୁ ତାଙ୍କ ଭୂମିକା ଆଧାରରେ "ସେମେ" (ଯୌନାଗ୍ରହୀ) ବା ଅନୁସରଣକାରୀ ଏବଂ "ଉକେ" ବା (ଯୌନାନୁଗୃହୀତ) ଅନୁସରିତବ୍ଯକ୍ତି । ୟାଓଇର ସାଧାରଣ ଥିମ୍ ଗୁଡ଼ିକ ହେଲା; ନିଷିଦ୍ଧ ସମ୍ବନ୍ଧ, ଧର୍ଷଣର ପ୍ରଦର୍ଶନ, ଦୁର୍ଘଟଣା, ଦୁର୍ବିପାକ ତଥା ହାସ୍ଯ । ୟାଓଇ ଏବଂ ବିଏଲରେ ବିଭିନ୍ନ ଧରଣର କାହାଣୀର ରଚନା କରାଯାଏ: ଯେପରିକି ଉଚ୍ଚବିଦ୍ୟାଳୟର ପ୍ରେମ କମେଡି, ପ୍ରାଚୀନ ଯୁଗ ଉପରେ ଆଧାରିତ ଡ୍ରାମା, ବୈଜ୍ଞାନିକ କଳ୍ପନା ଓ ଫାଣ୍ଟାସୀ, ଏବଂ ଜାସୂସୀ କଳ୍ପନା ଆଦି ।

ୟାଓଇର ଉତ୍ପତ୍ତି ଫାନ ସଂସ୍କୃତି ଓ ବାଣିଜ୍ଯିକ ପ୍ରକାଶନ ଆଦିରେ ରହିଛି । ଯେମ୍ସ ୱେଲ୍କରଙ୍କ ମତରେ ୟାଓଇ ଏକ ଜାପାନୀ ବାକ୍ଯ - "ୟାମା ନାଶୀ, ଓଚି ନାଶୀ, ଇମି ନାଶୀ"ର (ଅର୍ଥାତ୍ ଅନ୍ତ ନାହିଁ, ଅର୍ଥ ନାହିଁ, ତାତ୍ପର୍ଯ୍ୟ ନାହିଁ) ସଂକ୍ଷିପ୍ତ ରୂପ । ବାସ୍ତବରେ ୧୯୬୦ - ୧୯୭୦ରେ ଜାପାନରେ ସୃଷ୍ଟ ଦୋଜିଁଶୀ ସଂସ୍କୃତିରୁ ଏହାର ଉତ୍ପତ୍ତି ହୋଇଛି ।[୨] ଏଥିରେ ଅଣବୃତ୍ତିଗତ ଅଣତାଲିମପ୍ରାପ୍ତ ମାଙ୍ଗା-ପ୍ରଶଂସକଙ୍କଦ୍ୱାରା ବହୁଳ ଆଦୃତ ମାଙ୍ଗା ତଥା ଅନ୍ଯାନ୍ଯ ମିଡିଆରୁ ପୁରୁଷ ଚରିତ୍ରକୁ ନେଇ ଏକ ହାସ୍ଯାନୁକୃତି କଳା ପ୍ରଦର୍ଶନ, ଯେଉଁଥିରେ ପୁରୁଷଙ୍କ ମଧ୍ଯରେ ସମଲିଙ୍ଗୀ ଯୌନୋତ୍ତେଜକ ସମ୍ବନ୍ଧ ପ୍ରଦର୍ଶିତ ହୋଇଥାଏ ।[୩]

ୟାଓଇରେ ପ୍ରଦର୍ଶିତ ସାଧାରଣ ଥିମଗୁଡ଼ିକ ହେଲା; ଉଭୟ ସ୍ତ୍ରୀ ପୁରୁଷ ଗୁଣ ଥିବା ଅତି ସୁନ୍ଦର ପୁରୁଷ ବା ବିଶୋନେନ୍, ନାରୀ ଚରିତ୍ରମାନଙ୍କ ଖୁବ୍ କମ୍ ଉପସ୍ଥିତି, ସମଲିଙ୍ଗୀ ସାମାଜିକତା ଉପରେ ଜୋର ଦେଉଥିବା ବର୍ଣ୍ଣନା, ସମଲିଙ୍ଗୀ ବିରୋଧୀ କଥାକୁ ଆକ୍ଷେପ କରିବା ଆଦି ।

ନୈରୁକ୍ତଶାସ୍ତ୍ର ଏବଂ ଶବ୍ଦାବଳି[ସମ୍ପାଦନା]

ଜାପାନୀ ଓ ଜାପାନ-ଦ୍ୱାରା-ପ୍ରଭାବିତ ପୁଅ-ପୁଅ ପ୍ରଣୟ କଳ୍ପନା ପାଇଁ ଅନେକ ଶବ୍ଦ ରହିଛି । ୨୦୧୫ରେ ହୋଇଥିବା ଜାପାନୀ ପୁଅ-ପୁଅ ପ୍ରେମୋନ୍ମାଦ ଗଳ୍ପର ଗାଳ୍ପିକମାନଙ୍କର ଗବେଷଣାରୁ ୟାଓଇର ପାଞ୍ଚଟି ଉପବର୍ଗ ଚିହ୍ନିତ ହୋଇଥିଲା:[୪]

ଶୋନେନାଇ; [a] (少年愛 - "ପୁଅ ପ୍ରେମ")
ପଦ ଶୋନେନାଇ ଐତିହାସିକ ଭାବରେ ଏଫେବୋଫିଲିଆ ବା ପୁଅପ୍ରୀତୀୟତାକୁ ବୁଝାଇଥାଏ, କିନ୍ତୁ ୧୯୭୦ରୁ ଏହା ଶୋଜୋ ମାଙ୍ଗା (ଝିଅଙ୍କ ମାଙ୍ଗା)ର ଏକ ନୂଆ ବର୍ଗ ପାଇଁ ବ୍ଯବହାର କରାଗଲା, ଯେଉଁଥିରେ ସୁନ୍ଦର ପୁରୁଷଙ୍କ ମଧ୍ଯରେ ପ୍ରଣୟୋନ୍ମାଦର ପ୍ରଦର୍ଶନ କରାଯାଇଥାଏ ।[୬] ପ୍ରଥମେ ତିଆରି ଶୋନେନାଇ କଳାକୃତିଗୁଡ଼ିକ ୟୁରୋପୀୟ ସାହିତ୍ୟ, ତାରୁହୋ ଇନାଗାକିଙ୍କ ରଚନା[୭] ଏବଂ ବିଲ୍ଡଙ୍ଗ୍ସରୋମାନ ବର୍ଗଦ୍ୱାରା ଏହା ପ୍ରଭାବିତ ହୋଇଥିଲା ।[୮] ଶୋନେନାଇରେ ବହୁ ସମୟରେ ସାହିତ୍ୟ, ଇତିହାସ, ବିଜ୍ଞାନ ତଥା ଦର୍ଶନଶାସ୍ତ୍ର ଆଦିର ବର୍ଣ୍ଣନା ରହିଥାଏ;[୯] ସୁଜୁକି ଏହି ଜିନରକୁ ପାଣ୍ଡିତ୍ଯ ପୂର୍ଣ୍ଣ ବା ବୁଝିବାରେ କଷ୍ଟ ବୋଲି କହନ୍ତି, [୧୦] ଯେଉଁଥିରେ "ଦାର୍ଶନିକ ତଥା ବିଶଦ ଭାବଯୁକ୍ତ ପ୍ରସଙ୍ଗ" ଦିଆଯାଇ ଥାଏ ଯାହା ତରୁଣ ପାଠକଙ୍କ ତରୁଣ ମନକୁ ପ୍ରଭାବିତ କରିପାରି ନଥାଏ ।[୧୧]
ତାନ୍ବି; [b] (耽美; "ସୌନ୍ଦର୍ଯ୍ୟ")
ଏକ ଉପଜିନର, ଯାହା କେବଳ ସୌନ୍ଦର୍ଯ୍ୟର ପୂଜା କରିଥାଏ ଏବଂ ବୟସ୍କ ପୁରୁଷ ଓ ସୁନ୍ଦର ପୁଅଙ୍କ ମଧ୍ଯରେ ପ୍ରଣୟୋନ୍ମାଦର ପ୍ରଦର୍ଶନ କରିଥାଏ ।[୧୩][୧୪] ତାନ୍ବି ଶବ୍ଦଟି ୧୯୭୦ର ପୁଅ-ପୁଅ ପ୍ରେମୋନ୍ମାଦର ଧାରଣାଠାରୁ ମଧ୍ଯ ପୁରୁଣା । ଏହାକୁ ଗଳ୍ପୀୟ କଳାକୃତ୍ତିରେ ସମଲିଙ୍ଗୀୟତାର ପ୍ରଦର୍ଶନ ପାଇଁ ବ୍ଯବହାର କରାଯାଉଥିଲା ।[୧୫] ତାନ୍ବି କୃତିଗୁଡ଼ିକ ସେଥିରେ ଥିବା ପଦ୍ଯରୂପି ଗଳ୍ପ ତଥା ଅସାଧାରଣ କାଞ୍ଜିର ଉପସ୍ଥିତି ପାଇଁ ପରିଚିତ ।[୧୩]
ଜୁନେ (ジュネ)
୧୯୭୮ରୁ ୨୯୧୨ ପର୍ଯ୍ୟନ୍ତ ପ୍ରକାଶିତ ଜୁନେ ମାଗାଜିନରୁ ଏହି ନାମର ଉଦ୍ଧାର କରାଯାଇଛି । ଏହି ମାଗାଜିନର କଳାକୃତିଗୁଡ଼ିକ ସଦୃଶ ମାଙ୍ଗାଗୁଡ଼ିକ ପାଇଁ ତାନ୍ୱିର ବ୍ଯବହାର କରାଯାଉଥିଲା ।[୧୩] ଏହାକୁ ପୁରୁଷ ସମଲିଙ୍ଗୀ ଦୋଜିନ୍ସିଗୁଡ଼ିକ ପାଇଁ ମଧ୍ଯ ବ୍ଯବହାର କରାଯାଉଥିଲା ।[୧୬] ୧୯୯୦ ମସିହା ସୁଦ୍ଧା, "ପୁଅ ପ୍ରେମ" ପାଇଁ ଜୁନେ ଶବ୍ଦର ପ୍ରଚଳନ କମିଗଲା । ଅନ୍ଯାନ୍ଯ ପ୍ରକାଶକମାନେ ପୁଅ ପ୍ରେମ ଜିନରରେ ସଫଳତା ହାସଲ କରିବା ପାଇଁ, ଜୁନେ ଶବ୍ଦର ବ୍ଯବହାରରେ କୁଣ୍ଠା ବୋଧକଲେ କାରଣ ଜୁନେ ଏକ ନିର୍ଦ୍ଦିଷ୍ଟ ପ୍ରକାଶନ ସଂସ୍ଥାର ନାମ ମଧ୍ଯ ।[୫]
ୟାଓଇ; [c] (やおい)
୧୯୭୦ରେ ୟାସୁକୋ ସାକାତାଆକିକୋ ହାତ୍ସୁଙ୍କ[୨୦][୨୧]ଦ୍ୱାରା ତିଆରି ଶବ୍ଦ - "ୟାଓଇ", ହେଉଛି, (山[場]なし、落ちなし、意味なし, ୟାମା ନାଶି, ଓଚି ନାଶି, ଇମି ନାଶି)[d]ର ସଂକ୍ଷିପ୍ତ ରୂପ ଯାହାର ଅନୁବାଦ - "ଅନ୍ତ ନାହିଁ, ଲକ୍ଷ୍ଯ ନାହିଁ, ଅର୍ଥ ନାହିଁ"[e] ପ୍ରାରମ୍ଭରେ, ସ୍ୱବ୍ଯଙ୍ଗାତ୍ମକ ତଥା ବିଡମ୍ବନା ପୂର୍ଣ୍ଣ ପ୍ରଯୋକ୍ତି[୧୯] ଭାବରେ କଳାକାରଙ୍କଦ୍ୱାରା ବ୍ଯବହାର କରାଯାଉଥିଲା । ଏହା ପ୍ରକାରାନ୍ତରେ ପୃଷ୍ଠପଟ୍ଟ ଓ ଚରିତ୍ରର ବିକାଶକୁ ଅଣଦେଖା କରି କେବଳ ଯୌନ ଉପରେ ଧ୍ଯାନ କେନ୍ଦ୍ରିତ କରିଥିବାରୁ ପ୍ରାରମ୍ଭିକ ୟାଓଇ କାର୍ଯ୍ୟଗୁଡିକର ହାସ୍ଯାସ୍ପଦ ନାମଥିଲା ।[୧୦][୨୩][୨୪]
ପୁଅପ୍ରୀତି (ボーイズ ラブ; ବୋଏଜ ରବ; Boy's love)
ସାଧାରଣତଃ, ଏହାକୁ ସଂକ୍ଷିପ୍ତ କରାଯାଇ ବିଏଲ (ビーエル; ବିଏର), ଭାବେ କୁହାଯାଏ । ଏହା "ଶୋନେନାଇ"ର ଶାବ୍ଦିକ ଇଂରାଜୀ ଅର୍ଥ "boys love"ରୁ ଅଣାଯାଇଛି ।[୨୫] ପ୍ରଥମେ ୧୯୯୧ରେ "ଇମେଜ" ମାଗାଜିନଦ୍ୱାରା ଏହି ଜିନରକୁ ସୁବ୍ଯବସ୍ଥିତ କରି ଏକ ପଦଭୁକ୍ତ କରିବା ଚେଷ୍ଟାରେ ବ୍ଯବହାର କରାଯାଇଥିଲା । ୧୯୯୪ ମସିହାରେ ଏହା "ପଫ ମାଗାଜିନ (ぱふ)"ଦ୍ୱାରା ବ୍ଯବହାର ହେବା ପରେ ବହୁଳ ଲୋକପ୍ରିୟ ହୋଇଗଲା ।[୧୬][୧୬][୨୬]

ଗବେଷକମାନେ ଏହି ଉପଜିନରମାନଙ୍କ ମଧ୍ଯରେ ପାର୍ଥକ୍ଯ ଦେଖାଇବା ପାଇଁ ପ୍ରୟାସରତ କିନ୍ତୁ ବାସ୍ତବରେ ଏଗୁଡ଼ିକ ପରସ୍ପରର ପ୍ରତିଶବ୍ଦ ପରି ବ୍ଯବହୃତ ।[୨୫] କାଜୁମି ନାଗାଇକେ ଓ ତୋମୋକୋ ଆଓୟାମାଙ୍କ ମତରେ, କଥିତ ମିଡିଆର ସାଧାରଣ ନାମ ବିଏଲ ଓ ୟାଓଇ ହୋଇଥିବା ବେଳେ, ଉପଜିନରଗୁଡ଼ିକୁ ବର୍ଗୀକରଣ ଓ ସଜ୍ଞାଯୁକ୍ତ କରାଯାଏ ନାହିଁ ଏବଂ ପାର୍ଥକ୍ଯ କରାଗଲେ ମଧ୍ଯ ଶେଷରେ ଉପଜିନରଗୁଡ଼ିକ ପରସ୍ପର ସହ ଛନ୍ଦାଛନ୍ଦି ହୋଇ ରହନ୍ତି ।[୨୫][୨୭]

ସୁଜୁକିଙ୍କ ମତରେ, "ନାରୀଙ୍କଦ୍ୱାରା ନାରୀଙ୍କ ପାଇଁ ଉଦ୍ଦିଷ୍ଟ ପୁଅ-ପୁଅ ପ୍ରେମକାହାଣୀର ସମସ୍ତ ଜିନର ତଥା ଉପଜିନରଗୁଡ଼ିକ ପାଇଁ କୌଣସି ନିର୍ଦ୍ଦିଷ୍ଟ ଜାପାନୀ ପଦ ନାହିଁ ।[୪][୨୫] ପାଶ୍ଚାତ୍ୟରେ ୟାଓଇ, ପୁଅ-ପୁଅ ସମ୍ବନ୍ଧ ଥିବା ଜାପାନୀ-ପ୍ରଭାବିତ ମାଙ୍ଗା ପାଇଁ ଏକ ଛତ୍ରପଦ ହୋଇଯାଇଥିବା,[୧୩] ତଥା ଆମେରିକୀୟ ମାଙ୍ଗା ପ୍ରକାଶକଙ୍କଦ୍ୱାରା ପ୍ରକାଶିତ ଏହିପରି କୃତ୍ଯ ପାଇଁ ବ୍ଯବହାର ହେଉଥିବା ବେଳେ,[୨୫]}} ଜାପାନରେ ଏହି ପଦଟିକୁ "ଦୌଜିନ୍ସି" କୃତି ତଥା ଯୌନ ଦୃଶ୍ଯ ପାଇଁ ବ୍ଯବହାର କରାଯାଏ ।[୧୩] ଉଭୟ ପ୍ରକାରର ବ୍ଯବହାରରେ ୟାଓଇ ବା ବିଏଲରେ ବାରା ଜିନର ଅନ୍ତର୍ଭୁକ୍ତ ନୁହେଁ ।[୧୩][୨୪]

ଅବଧାରଣା ଏବଂ ବିଷୟବସ୍ତୁ[ସମ୍ପାଦନା]

ବିଶୋନେଁ[ସମ୍ପାଦନା]

David Bowie
Björn Andrésen
Bandō Tamasaburō
ସଙ୍ଗୀତଜ୍ଞ ଡେଭିଡ ବୋୱି, ଅଭିନେତା ଜ୍ଜୋର୍ଣ୍ଣ ଆଣ୍ଡ୍ରେସେନ, ଓ କାବୁକୀ ନାୟକ ବାନ୍ଦୋ ତାମାସାବୁରୋ, ଶୋଜୋ ଓ ୟାଓଇ ମାଙ୍ଗାରେ ବିଶୋନେଁ ଚରିତ୍ରର କଳ୍ପନା ଉପରେ ପ୍ରଭାବ ପକାଇଥିଲେ ।

ୟାଓଇ କାହାଣୀର ମୁଖ୍ଯନାୟକମାନେ ସାଧାରଣତଃ ବିଶୋନେଁ (美少年) ବା ଅତ୍ଯଧିକ ଆଦର୍ଶ ପୂର୍ଣ୍ଣ ଅତିସୁନ୍ଦର ପୁଅ ବା ଯୁବକମାନେ ହୋଇଥାନ୍ତି । ଏମାନଙ୍କଠାରେ ଉଭୟ ନାରୀତ୍ବ ତଥା ପୁରୁଷତ୍ବ ଗୁଣାଦି ରହିଥାଏ ।[୨୮] ବିଶୋନେଁ ଚରିତ୍ରଗୁଡ଼ିକ କେବଳ ୟାଓଇରେ ସମୀତ ନ ହେଲେହେଁ, ସେଥିରେ ଏହାର ବିଶୋନେଁନତ୍ୱ ବା ସୌନ୍ଦର୍ଯ୍ୟତାକୁ ଅଧିକ ସଶକ୍ତ କରାଯାଇଥାଏ ।[୨୯]

୨୦୧୦ ମସିହାର ଶେଷ ଭାଗରେ ୟାଓଇରେ ଗେ ମାଙ୍ଗା ପରି ଅଧିକରୁ ଅଧିକ ପୌରୁଷ ଗୁଣଯୁକ୍ତ ଚରିତ୍ର ଆଦୃତ ହେଲା । ଏହିପରି ଚରିତ୍ରଗୁଡ଼ିକ ସାଧାରଣତଃ ଅଧିକ ପେଶୀଯୁକ୍ତ ଓ ଅପେକ୍ଷାକୃତ ବୟସ୍କ ହୋଇଥାଏ ।[୩୦][୩୧] ୟାଓଇ ପ୍ରକାଶକ ଜୁନେ ମାଙ୍ଗାଦ୍ୱାରା ୨୦୧୭ରେ କରାଯାଇଥିବା ଅନୁସନ୍ଧାନ ଅନୁସାରେ ପୂର୍ବେ ୮୦ ପ୍ରତିଶତ ପାଠକ ବିଶୋନେଁ ପସନ୍ଦ କରୁଥିବାବେଳେ ଏବେ ୬୫ ପ୍ରତିଶତ ଉଭୟ ବିଶୋନେଁ ଓ ପେଶୀୟ ଶରୀର ବିଶିଷ୍ଟ ଚରିତ୍ର ପସନ୍ଦ କରୁଛନ୍ତି ।[୩୨] ସମାଲୋଚକ ଓ ସମୀକ୍ଷକଙ୍କ ମତରେ ୟାଓଇ ପାଠକଙ୍କ ପସନ୍ଦରେ ଏହି ବଦଳ ଏବଂ ତଦନୁସାରେ ୟାଓଇ ଓ ଗେ ମାଙ୍ଗା ସଦୃଶ୍ଯ ନୂତନ ମାଙ୍ଗାର ନିର୍ମାଣ ଧିରେ ଧିରେ ଉଭୟ ଜିନର ମଧ୍ଯରେ ଥିବା ସୀମାକୁ ଲିଭାଇବାରେ ଲାଗିଛି ।[୩୧][୩୩] ମାନବବିଜ୍ଞାନୀ ଥୋମାସ ବୌଡିନେତ୍ତେଙ୍କ ମତରେ ଜାପାନର ଗେ ଲୋକମାନେ "ନିଜର 'ଗେ ମିଡିଆ'ର ବ୍ଯବହାର ବିଷୟରେ କଥା ହେଉଥିବାବେଳେ [ଗେ ମାଙ୍ଗା]ଠାରୁ ବିଏଲକୁ ପୃଥକ କରିବାର ଆବଶ୍ୟକତା ଅନୁଭବ କରନ୍ତି ନାହିଁ ।"[୩୪]

"ସେମେ" ଓ "ଉକେ"[ସମ୍ପାଦନା]

କଳାକୃତିରେ ପ୍ରଦର୍ଶିତ ସେମେ (ବାମରେ) ଏବଂ ଉକେ (ଡାହାଣରେ)

ଏକ ୟାଓଇ ସମ୍ବନ୍ଧରେ (କେତେକ ୟୁରି ସମ୍ବନ୍ଧରେ ମଧ୍ଯ[୩୫]) ଥିବା ବ୍ଯକ୍ତି ଦ୍ୱୟଙ୍କୁ ସେମେ (攻め) ବା ଉକେ (受け) ବୋଲି ଡକାଯାଏ ।[୩୬] ଏହି ପଦ ଦ୍ୱୟର ଉତ୍ପତ୍ତି ଯୁଦ୍ଧକଳାରୁ ହୋଇଛି:[୩୭] "ସେମେ", ଇଚିଦାଁ କ୍ରିୟା "ଆକ୍ରମଣ କରିବା"ରୁ ଏବଂ "ଉକେ", କ୍ରିୟା "ଗ୍ରହଣ କରିବା ବା ପ୍ରତିରକ୍ଷା କରିବା"ରୁ ଉଦ୍ଧାର କରାଯାଇଛି ।[୨୮] ଏହାକୁ ଜାପାନୀ ସମଲିଙ୍ଗୀ ପରିପ୍ରେକ୍ଷୀରେ ଶ୍ରୌଧୀୟ ଯୌନରେ ଉଦାସୀନ ସାଥୀ ପାଇଁ ବ୍ଯବହାର କରାଯାଏ । ଆଲ୍ଯାର୍ଦୋ ଜାଙ୍ଘେଲିନୀଙ୍କ ମତରେ, ଏହି ଯୁଦ୍ଧକଳାର ପଦଗୁଡ଼ିକ ଜାପାନୀ ଦର୍ଶକମାନଙ୍କ ପାଇଁ ଅତି ମହତ୍ତ୍ୱପୂର୍ଣ୍ଣ ଅଟେ କାରଣ ପ୍ରାଚୀନ ଜାପାନରେ ସାମୁରାଇଙ୍କ ମଧ୍ଯରେ ସମଲିଙ୍ଗୀ ସମ୍ପର୍କ ଗଢିଉଠିଥିଲା ।[୩୭] ସେମେ ଏବଂ ଉକେ ଦ୍ୱୟଙ୍କୁ ବିଶୋନେଁ ଷ୍ଟାଇଲରେ ତିଆରି କରାଯାଇ ଉଭୟଙ୍କଠାରେ ଉଭୟ ପୁରୁଷ ଓ ସ୍ତ୍ରୀ ଗୁଣ ମିଶାଇ ଏକ ଆଦର୍ଶ ରୂପ ଦିଆଯାଇ ଥାଏ ।[୨୮]

ଜାଙ୍ଘେଲିନୀ କହନ୍ତି, ୟାଓଇ ଏବଂ ବିଏଲରେ ପ୍ରଦର୍ଶିତ ଚରିତ୍ରଙ୍କ ମଧ୍ଯରେ ବୟସ ଓ ପଦର ପାର୍ଥକ୍ଯତା ପାଇଁ ସାମୁରାଇ ତନ୍ତ୍ରଟି ଦାୟୀ ।[୩୭] ଆନିମେ ଓ ମାଙ୍ଗା ସଂସ୍କୃତିର ଏକ ରୂଢ଼ଧାରିତ ପୁରୁଷ ପରି: ସଂଯମିତ, ଶାରୀରିକ ଶକ୍ତିଯୁକ୍ତ ତଥା ସଂରକ୍ଷିକ ରୂପରେ ସେମେର ଚିତ୍ରଣ ହୋଇଥାଏ । ସେମେଟି, ସାଧାରଣତଃ ଉକେଠାରୁ ବୟସରେ ବଡ଼ ଓ ଡେଙ୍ଗା ହୋଇଥାଏ [୩୮] ଏବଂ ତାହାର ଥୋଡିଟି ଶକ୍ତ, କେଶ ଛୋଟ, କ୍ଷୁଦ୍ର ଆଖି ତଥା ଅଧିକ ପୌରୁଷିକ ବା ମାଚୋ ହୋଇଥାଏ ।[୩୯] ସେମେଟି ସାଧାରଣତଃ ଉକେ ପ୍ରତି ଆକୃଷ୍ଟ ହୋଇଥାଏ । ଉକେ ଅଧିକ ଶାନ୍ତ ସ୍ୱଭାବର ତଥା ଶାରୀରିକ ଦୃଷ୍ଟିରୁ କୋମଳ, ସ୍ତ୍ରୀୟୋଚିତ ତଥା ବଡ଼ବଡ଼ ଆଖି ଓ କ୍ଷୁଦ୍ର ଗଠନ ବିଶିଷ୍ଟ । ଅଧିକାଂଶ ସମୟରେ ଉକେ ସେମେଠାରୁ ଦୁର୍ବଳ ଥାଏ ।[୪୦] ଆଉ ଏକ ପରିସ୍ଥିତିରେ କୌଣସି ଅଣସ୍ତ୍ରୀୟୋଚିତ ଚରିତ୍ରକୁ ମଧ୍ଯ ଉକେ କୁହାଯାଇପାରେ ଯଦି ଉକ୍ତ ଚରିତ୍ରକୁ ଅନ୍ୟ ଏକ ଅଧିକ ପୌରୁଷଗୁଣ ଯୁକ୍ତ ଚରିତ୍ର ଅନୁସରଣ କରେ ।[୪୧]

"ୟାଓଇ" କାହାଣୀମାନଙ୍କରେ କୌଣସି ନା କୌଣସି ରୂପରେ ଶ୍ରୌଧୀୟ ଯୌନ ବହୁଳ ପ୍ରଦର୍ଶିତ ହୋଇଥାଏ । ଏକ କାହାଣୀ ଯେଉଁଠାରେ ଉକେ ଶ୍ରୌଧୀୟ ଯୌନ ପାଇଁ କୁଣ୍ଠା ବୋଧ କରେ, ସମ୍ଭବତଃ ତାହା ପାଠକଙ୍କ ପ୍ରଥମଥର ଯୌନସମ୍ଭୋଗ କରିବା ପାଇଁ ଉତ୍ପନ୍ନ ହେଉଥିବା କୁଣ୍ଠା ବୋଧ ସହ ସମତୁଲ୍ୟ ।[୪୨] ଜାଙ୍ଘେଲିନୀଙ୍କ ମତରେ ଶ୍ରୌଧୀୟ ଯୌନର ଚିତ୍ରଣରେ ସାଧାରଣତଃ ଶ୍ୱାନାସନ ପରିବର୍ତ୍ତେ ଚରିତ୍ର ଦ୍ୱୟ ପରସ୍ପର ଆଡକୁ ମୁହଁ କରିଥାନ୍ତି । ତା ସହ ଉକେ, ସେମେର ଲିଙ୍ଗାସ୍ୱାଦନ କରେ ନାହିଁ ବରଂ ସେମେଠାରୁ ଯୌନସୁଖ ଏବଂ ପ୍ରେମପୂର୍ଣ୍ଣ ଆଦର ପ୍ରାପ୍ତ କରିଥାଏ ।[୩୭]

କାରୋଲା ବୌଏରଙ୍କ ମତରେ ଉପର ବର୍ଣ୍ଣିତ ବଚ୍ଚ୍-ଫେମେ ସମ୍ପର୍କ ୧୯୯୯ର ପ୍ରକାଶିତ ବ୍ଯବସାୟିକ କାହାଣୀଗୁଡ଼ିକରେ ଅତି ଆବଶ୍ୟକ ହୋଇସାରିଥିଲା ।[୮] ମ୍ଯାକ୍କଲେଲାଣ୍ଡଙ୍କ ମତରେ ଲେଖକମାନେ ସେମେ ଓ ଉକେ ମଧ୍ଯରେ ଥିବା ଭାବପ୍ରବଣତାକୁ ପରଖିବାକୁ ଚାହୁଁଛନ୍ତି ନା କି ଏହାର ବିରୋଧ କରିବାକୁ ।[୪୩] ରୋଲ ବଦଳିବାର ସମ୍ଭାବନା, ଚରିତ୍ରମାନଙ୍କ ମଧ୍ଯରେ ଗେଲ ତଥା ଯୌନ ଉତ୍ସୁକତାକୁ ଜନ୍ମ ଦିଏ ।[୪୪] ବେଳେବେଳେ ଯୌନାନୁଗ୍ରହୀ ଚରିତ୍ରଟି ମଧ୍ଯ ସମ୍ବନ୍ଧରେ ସକ୍ରିୟ ଭୂମିକା ଗ୍ରହଣ କରେ [ବି.ଦ୍ର. ୧] କିମ୍ବା ଉଭୟ ନିଜର ଯୌନ ଭୂମିକା ବଦଳି ଦିଅନ୍ତି ।[୪୬] ରିବା (リバ), ଇଂରାଜୀ ଶବ୍ଦ ରିଭର୍ସିବଲ୍ (reversible)-ର ସଂକ୍ଷିପ୍ତୀକୃତ ରୂପ, ସେହି ୟାଓଇ ଯୋଡ଼ା ପାଇଁ ବ୍ଯବହାର କରାଯାଏ ଯେଉଁଥିରେ ଉଭୟ ସଦସ୍ଯ ନିଜ ଭୂମିକା ବଦଳି ଦେଲେ ମଧ୍ଯ ସମ୍ବନ୍ଧଟି ପ୍ରାକୃତିକ ଲାଗେ ।[୪୫] ଆଉ କେତେକ ସ୍ଥଳରେ ଲେଖକ ଉଭୟ ସେମେ ଓ ଉକେକୁ ସମତୁଲ୍ୟ ସୌନ୍ଦର୍ଯ୍ୟର ଅଧିକାରୀ ଭାବେ ଚିତ୍ରଣ କରିଥାନ୍ତି । ଏହି ପରିସ୍ଥିତିରେ ଉଭୟଙ୍କ ମଧ୍ଯରୁ ଯିଏ ସାଧାରଣରେ ପ୍ରଭାବୀ ଥାଏ, ସେ କାମୋନ୍ମାଦ ବେଳେ ଉଦାସୀନ ଭୂମିକା ଗ୍ରହଣ କରେ ।[୩୯]

ସଙ୍କୁଚିତ ନାରୀ ଚରିତ୍ର[ସମ୍ପାଦନା]

ୟାଓଇରେ ନାରୀ ଚରିତ୍ରଗୁଡ଼ିକର ଅତି ନ୍ଯୁନ କିମ୍ବା ଅନୁପସ୍ଥିତି ଚିତ୍ରଣ କରାଯାଇଥାଏ ।[୪୭][୪୮] ସୁଜୁକିଙ୍କ ମତରେ ୟାଓଇରେ ମାତୃତ୍ବକୁ ଅତି ନକାରାତ୍ମକ ରୂପରେ ଚିତ୍ରିତ କରାଯାଇଥାଏ । ନିଃସର୍ତ୍ତ ମାତୃପ୍ରେମର ଏହି ଅଭାବକୁ ସର୍ବଗ୍ରାସୀ ନିଷିଦ୍ଧ ପ୍ରେମଦ୍ୱାରା ଭରଣ କରିବା ପାଇଁ ଚେଷ୍ଟା କରାଇବା ହେଉଛି ଏହାର ଉଦ୍ଦେଶ୍ଯ ।[୪୯]

ଆଧାର[ସମ୍ପାଦନା]

  1. Welker, James (2015-01-28), "A Brief History of Shōnen'ai, Yaoi, and Boys Love", Boys Love Manga and Beyond, University Press of Mississippi, pp. 42–75, doi:10.14325/mississippi/9781628461190.003.0003, ISBN 9781628461190
  2. Welker, James (2015). "A History of Shonen'ai, Yaoi, and Boys Love". Boys' love manga and beyond : history, culture, and community in Japan. McLelland, Mark J., 1966-, Nagaike, Kazumi,, Suganuma, Katsuhiko,, Welker, James. Jackson. ISBN 9781628461206. OCLC 885378169.{{cite book}}: CS1 maint: location missing publisher (link)
  3. Welker, James (2015). "A History of Shonen'ai, Yaoi, and Boys Love". Boys' love manga and beyond : history, culture, and community in Japan. McLelland, Mark J., 1966-, Nagaike, Kazumi,, Suganuma, Katsuhiko,, Welker, James. Jackson. ISBN 9781628461206. OCLC 885378169.{{cite book}}: CS1 maint: location missing publisher (link)
  4. ୪.୦ ୪.୧ Suzuki 2015, p. 93–118.
  5. ୫.୦ ୫.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; MizoguchiSubgenres ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. Welker, James (2006). "Beautiful, Borrowed, and Bent: 'Boys' Love' as Girls' Love in Shôjo Manga'". Signs: Journal of Women in Culture and Society. 31 (3): 842. doi:10.1086/498987. S2CID 144888475.
  7. ଆଧାର ଭୁଲ: ଅଚଳ <ref> ଚିହ୍ନ; Welker review ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  8. ୮.୦ ୮.୧ Bauer, Carola (2013). Naughty girls and gay male romance/porn : slash fiction, boys' love manga, and other works by Female "Cross-Voyeurs" in the U.S. Academic Discourses. [S.l.]: Anchor Academic Publishing. p. 81. ISBN 978-3954890019. ଆଧାର ଭୁଲ: Invalid <ref> tag; name "Bauer p.82" defined multiple times with different content
  9. Suzuki 1999, p. 250.
  10. ୧୦.୦ ୧୦.୧ Suzuki 1999, p. 252.
  11. Suzuki 1999, p. 251.
  12. Wei, John (2014). "Queer encounters between Iron Man and Chinese boys' love fandom". Transformative Works and Cultures. 17. doi:10.3983/twc.2014.0561.
  13. ୧୩.୦ ୧୩.୧ ୧୩.୨ ୧୩.୩ ୧୩.୪ ୧୩.୫ ଆଧାର ଭୁଲ: ଅଚଳ <ref> ଚିହ୍ନ; aestheticism definitions ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  14. ଆଧାର ଭୁଲ: ଅଚଳ <ref> ଚିହ୍ନ; Mori Mari ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  15. "What is Danmei?". Futekiya. Dai Nippon Printing. 19 June 2020. Retrieved 14 November 2020.
  16. ୧୬.୦ ୧୬.୧ ୧୬.୨ "What is Boys' Love?". Futekiya. Dai Nippon Printing. 8 March 2020. Retrieved 14 November 2020.
  17. Aoyama, Tomoko (April 2009). "Eureka Discovers Culture Girls, Fujoshi, and BL: Essay Review of Three Issues of the Japanese Literary magazine, Yuriika (Eureka)". Intersections: Gender and Sexuality in Asia and the Pacific. 20. Archived from the original on 17 February 2012. Retrieved 10 February 2012.
  18. "Tonari no 801 chan Fujoshi Manga Adapted for Shōjo Mag". Archived from the original on 19 January 2008. Retrieved 1 February 2008.
  19. ୧୯.୦ ୧୯.୧ ୧୯.୨ Ingulsrud, John E.; Allen, Kate (2009). Reading Japan Cool: Patterns of Manga Literacy and Discourse. Rowman & Littlefield. p. 47. ISBN 978-0-7391-2753-7.
  20. ଆଧାର ଭୁଲ: ଅଚଳ <ref> ଚିହ୍ନ; Galbraith 11 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  21. ଆଧାର ଭୁଲ: ଅଚଳ <ref> ଚିହ୍ନ; Otaku Sexuality Foreword ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  22. ଆଧାର ଭୁଲ: ଅଚଳ <ref> ଚିହ୍ନ; Yaoi Debate ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  23. ଆଧାର ଭୁଲ: ଅଚଳ <ref> ଚିହ୍ନ; out of hand ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  24. ୨୪.୦ ୨୪.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; pedagogy ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  25. ୨୫.୦ ୨୫.୧ ୨୫.୨ ୨୫.୩ ୨୫.୪ ଆଧାର ଭୁଲ: ଅଚଳ <ref> ଚିହ୍ନ; PLOS One 2018 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  26. ଆଧାର ଭୁଲ: ଅଚଳ <ref> ଚିହ୍ନ; Futekiya ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  27. Nagaike & Aoyama 2015, p. 120.
  28. ୨୮.୦ ୨୮.୧ ୨୮.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; Kinsella Otaku 1990s ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  29. Orbaugh, Sharalyn (2002). Sandra Buckley (ed.). Encyclopedia of Contemporary Japanese Culture. Taylor & Francis. pp. 45–56. ISBN 0-415-14344-6.
  30. ଆଧାର ଭୁଲ: ଅଚଳ <ref> ଚିହ୍ନ; ChilChil ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  31. ୩୧.୦ ୩୧.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; June1 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  32. ଆଧାର ଭୁଲ: ଅଚଳ <ref> ଚିହ୍ନ; June2 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  33. ଆଧାର ଭୁଲ: ଅଚଳ <ref> ଚିହ୍ନ; TCAF ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  34. Baudinette, Thomas (2017-04-01). "Japanese gay men's attitudes towards 'gay manga' and the problem of genre". East Asian Journal of Popular Culture (in ଇଂରାଜୀ). 3 (1): 63. doi:10.1386/eapc.3.1.59_1. ISSN 2051-7084.
  35. Aoki, Deb (3 March 2007) Interview: Erica Friedman – Page 2 Archived 21 June 2013 at WebCite "Because the dynamic of the seme/uke is so well known, it's bound to show up in yuri. ... In general, I'm going to say no. There is much less obsession with pursued/pursuer in yuri manga than there is in yaoi."
  36. "Archived copy". Archived from the original on 2 June 2019. Retrieved 7 June 2020.{{cite web}}: CS1 maint: archived copy as title (link)
  37. ୩୭.୦ ୩୭.୧ ୩୭.୨ ୩୭.୩ Zanghellini, A. (2009). "Underage Sex and Romance in Japanese Homoerotic Manga and Anime". Social & Legal Studies. 18 (2): 159–177. doi:10.1177/0964663909103623. S2CID 143779263.
  38. Camper, Cathy (2006) Yaoi 101: Girls Love "Boys' Love".
  39. ୩୯.୦ ୩୯.୧ Suzuki, Kazuko. 1999. "Pornography or Therapy? Japanese Girls Creating the Yaoi Phenomenon". In Sherrie Inness, ed., Millennium Girls: Today's Girls Around the World. London: Rowman & Littlefield, p. 253 ISBN 0-8476-9136-5, ISBN 0-8476-9137-3.
  40. Jones, V. E. "He Loves Him, She Loves Them: Japanese comics about gay men are increasingly popular among women" Archived 2 March 2007 at the Wayback Machine.. Boston.com. April 2005.
  41. Sihombing, Febriani (2011). "On The Iconic Difference between Couple Characters in Boys Love Manga Archived 21 July 2015 at the Wayback Machine.". Image & Narrative 12 (1)
  42. Avila, K. "Boy's Love and Yaoi Revisited" Archived 12 March 2007 at the Wayback Machine.. Sequential Tart. January 2005.
  43. McLelland, Mark. The World of Yaoi: The Internet, Censorship and the Global "Boys' Love" Fandom Archived 19 July 2008 at the Wayback Machine. The Australian Feminist Law Journal, 2005.
  44. Wood, Andrea (2006). "Straight" Women, Queer Texts: Boy-Love Manga and the Rise of a Global Counterpublic". WSQ: Women's Studies Quarterly. 34 (1/2): 394–414.
  45. ୪୫.୦ ୪୫.୧ "fujyoshi.jp". Archived from the original on 5 ଅଗଷ୍ଟ 2008.
  46. Manry, Gia. (16 April 2008) It's A Yaoi Thing: Boys Who Love Boys and the Women Who Love Them Archived 9 July 2008 at the Wayback Machine. The Escapist
  47. ଆଧାର ଭୁଲ: ଅଚଳ <ref> ଚିହ୍ନ; Akibayaoi ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  48. ଆଧାର ଭୁଲ: ଅଚଳ <ref> ଚିହ୍ନ; Fletcher 2002 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  49. Suzuki 1999, p. 259–260.

ବିଶେଷ ଦ୍ରଷ୍ଟବ୍ୟ[ସମ୍ପାଦନା]

  1. ଏହି ଚରିତ୍ରକୁ "ଓସୋଇ ଉକେ" (ଆକ୍ରାମକ ଉକେ) କୁହାଯାଏ । ଏହାକୁ ସାଧାରଣତଃ ଏକ "ହେତାରେ ସେମେ" (ଡରୁଆ ସେମେ) ସହ ସମ୍ବନ୍ଧିତ କରାଯାଇ ଥାଏ ।[୪୫]


ଆଧାର ଭୁଲ: <ref> ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।