ଦେବୀ କନ୍ୟା କୁମାରୀ

ଉଇକିପିଡ଼ିଆ‌ରୁ
ଦେବୀ କନ୍ୟା କୁମାରୀ
Bhagavthy Amman temple, Kanyakumari.
ଭଗବତୀ ଆମ୍ମା ମନ୍ଦିର, କନ୍ୟା କୁମାରୀ
ପ୍ରାୟଶ୍ଚିତ ଠାକୁରାଣୀ
Affiliationଦୁର୍ଗା, ପାର୍ବତୀ
ଲୋକଦକ୍ଷିଣ ଭାରତର ଅଗ୍ରଭାଗ
Mantrakātyayanāya vidmahe kanyakumāri dhīmahi tanno durgiḥ pracodayāt
Weaponଜପମାଳା
ସ୍ୱାମୀ/ସ୍ତ୍ରୀଶିବ
MountDawon (tiger or lion)
ଉର୍ଦ୍ଧ୍ୱରୁ ସମୁଦ୍ରର ଦୃଶ୍ୟ

ଦେବୀ କନ୍ୟା କୁମାରୀ (ଇଂରାଜୀ ଭାଷାରେ Devi Kanya Kumari) ମନ୍ଦିରରେ ପାର୍ବତୀ ଏକ କୁମାରୀ କନ୍ୟା ଆକାରରେ ଦର୍ଶନ ଦିଅନ୍ତି । ତାଙ୍କୁ ଶ୍ରୀ ବାଲା ଭଦ୍ର ବା ଶ୍ରୀ ବାଲା ନାମରେ ମଧ୍ୟ ଲୋକମାନେ ଜାଣନ୍ତି । ତାଙ୍କର ଲୋକପ୍ରିୟ ନାମ ଶକ୍ତି (ଦୁର୍ଗା ବା ପାର୍ବତୀ) ଦେବୀ । ଭଗବତୀ ମନ୍ଦିର ତାମିଲନାଡ଼ୁର କନ୍ୟା କୁମାରୀ ଅନ୍ତରୀପଠାରେ ଅଛି ଯେଉଁଠାରେ ବଙ୍ଗୋପ ସାଗର, ଆରବ ସାଗର ଓ ଭାରତ ମହାସାଗର ମିଳିତ ହୋଇଛନ୍ତି । ତାଙ୍କର ଅନ୍ୟାନ୍ୟ ନାମ ମଧ୍ୟ ଅଛି ଯଥା:- କନ୍ୟା ଦେବୀ ଓ ଦେବୀ କୁମାରୀ । ଭକ୍ତମାନେ ତାଙ୍କୁ ଭଦ୍ରକାଳୀ ଭାବରେ ମଧ୍ୟ ପୂଜା କରନ୍ତି । ଋଷି ପର୍ଶୁରାମ ଏହି ମଧିରର ଅଭିଷେକ କରିଥିବା କୁହାଯାଏ । ଆମ ମନର କଠୋରତାକୁ ଦେବୀ ବିଦାୟ କରିଦିଅନ୍ତି ବୋଲି ବିଶ୍ୱାସ କରାଯାଏ; ଗଭୀର ଭକ୍ତି ଓ ଧ୍ୟାନମଗ୍ନ ଭକ୍ତମାନେ ଚକ୍ଷୁ ଓ ମନରେ ଲୋତକ ପ୍ଲାବନ ହେବା ଅନୁଭବ କରନ୍ତି ।[୧]

ଭାରତରେ ଥିବା ୫୨ଟି ଶକ୍ତି ପୀଠ (Shakti Peetham) ମଧ୍ୟରୁ କନ୍ୟା କୁମାରୀ ଅନ୍ୟତମ । ବିଶ୍ୱାସ କରାଯାଏ ଯେ, ସତୀଙ୍କର ମୃତ ଶରୀରର କାନ୍ଧ, ମେରୁଦଣ୍ଡ ତ‌ଥା ଅସ୍ଥି ଏହି ସ୍ଥାନରେ ପଡ଼ି କୁଣ୍ଡଳିନୀ ଶକ୍ତି ସୃଷ୍ଟି ହୋଇଥିଲା ।

ତିନି ସାଗରର ମିଳନ ସ୍ଥଳର ପକ୍କା ଘାଟ‌ଠାରେ ପ୍ରଭୁ ଗଣେଶଙ୍କର ଏକ ମନ୍ଦିର ଅଛି ଓ କୁମାରୀ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଏହି ମନ୍ଦିର ଦର୍ଶନ କରିବା ଉଚିତ ବୋଲି କୁହାଯାଏ । କେତେକ ଲୋକଙ୍କର ମତରେ ଭଦ୍ରକାଳୀ ମନ୍ଦିରଟି ଶକ୍ତି ପୀଠ ଅଟେ ।

ଶ୍ରୀ ରାମକୃଷ୍ଣ ପରମହଂସଙ୍କର ନିର୍ଦ୍ଦେଶରେ ଦେବୀ ଆଶିର୍ବାଦ ପାଇବା ନିମନ୍ତେ ସ୍ୱାମୀ ବିବେକାନନ୍ଦ ଏଠାକୁ ସନ ୧୮୯୨ରେ ଆସିଥିଲେ । ସାଧାରଣ ସନ୍ୟାସୀଙ୍କ ଭଳି ନିଷ୍କ୍ରିୟ ନ ରହି ସେ ଉଚ୍ଚ ଧରଣର ଧର୍ମ ପ୍ରଚାର ନିମନ୍ତେ ସକ୍ରିୟ ହେବାକୁ ଏହିଠାରେ ନିର୍ଣ୍ଣୟ କଲେ । ଏହି ସ୍ଥାନରେ ରାମକୃଷ୍ଣଙ୍କର ଆଉ ଦୁଇ ଜଣ ଶିଷ୍ୟ ସ୍ୱାମୀ ନିର୍ମଳାନନ୍ଦ ଓ ସ୍ୱାମୀ ବ୍ରହ୍ମାନନ୍ଦ ମଧ୍ୟ ଦେବୀ କନ୍ୟା କୁମାରୀଙ୍କର ପୂଜା କରିଥିଲେ । ସ୍ୱାମୀ ନିର୍ମଳାନନ୍ଦ କେରଳର ବିଭନ୍ନ ସ୍ଥାନମାନଙ୍କରୁ ଛୋଟ ଛୋଟ ଝିଅମାନଙ୍କୁ ଦେବୀଙ୍କର ପୂଜା କରିବ ନିମନ୍ତେ ସନ ୧୯୩୫-୩୬ରେ ଏଠାକୁ ଆଣିଥିଲେ । ସନ ୧୯୪୮ରେ ଓଟ୍ଟପଲମ, ପଲକ୍କଡ, କେରଳରେ ସ୍ୱାମୀ ବିଶଦାନନ୍ଦଙ୍କର ସାରଦା ଆଶ୍ରମ ନାମକ ହିନ୍ଦୁ ବୈରାଗିନୀ ଆଶ୍ରମରେ ଏହି ଝିଅଙ୍କ ମଧ୍ୟରୁ ଏକ ୭ଜଣିଆ ଦଳ ରହିଥିଲେ ।

ଇତିହାସ[ସମ୍ପାଦନା]

ତାମିଲନାଡ଼ୁର ଦକ୍ଷିଣତମ ସ୍ଥାନରେ କନ୍ୟାକୁମାରୀ ଅବସ୍ଥିତ । କୁମାରୀ କନ୍ଦମ (Kumari Kandam) ଅମଳରୁ ଦେବୀ କନ୍ୟା କୁମାରୀଙ୍କର ପୂଜା ହୋଇଆସୁଛି । କନ୍ୟା କୁମାରୀ ଜଣେ ହିନ୍ଦୁ ଦେବୀ । ଏକ ନିର୍ଦ୍ଦିଷ୍ଟ ଦିବସରେ ଶିବ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ରକ୍ଷା କରିନପାରିବାକୁ ସେ ବ୍ୟତିବ୍ୟସ୍ତ ଓ କ୍ରୋଧ ଜର୍ଜରିତ ହୋଇ ଅସୁରମାନଙ୍କୁ ମାରିବାକୁ ଲାଗିଲେ ଓ ପରେ ନିରନ୍ତର ତପସ୍ୟା କରିବାକୁ ଲାଗିଲେ ।

ରାମାୟଣ, ମହାଭାରତ, ଯଜୁର୍ବେଦରେ (Yajur Veda) ଥିବା ତାଇତ୍ତିରିୟା ସଂହିତାରେ ଥିବା ନାରାୟଣ ଉପନିଷଦ, ମନିମେକାଲାଇ ସଙ୍ଗମ କାମରେ ଦେବୀ କନ୍ୟା କୁମାରୀଙ୍କ ବିଷୟ ଲେଖାଅଛି ।[୨]

ଆଧାର[ସମ୍ପାଦନା]

  1. "Legends of Kanya Kumari". Amritapuri. 8 February 2000. Retrieved 2013-07-24.
  2. "Kanya Kumari Temple". Kanyakumari info. 2012. Retrieved 2013-07-24.