ଲିସିପ୍ରିୟା କଂଗୁଜମ
ଲିସିପ୍ରିୟା କଂଗୁଜମ | |
---|---|
ଜନ୍ମ | Licypriya Kangujam ୨ ଅକ୍ଟୋବର ୨୦୧୧ |
ବୃତ୍ତି(ସମୂହ) | Student, environmental activist |
ସକ୍ରିୟ ବର୍ଷ | 2018–present |
ଆନ୍ଦୋଳନ | The Child Movement |
ପିତାମାତାs |
|
ସମ୍ପର୍କୀୟ | Chinglensana Kangujam (uncle) |
ପୁରସ୍କାର |
|
ଲିସିପ୍ରିୟା କଂଗୁଜମ (ଇଂରାଜୀ ଭାଷାରେ Licypriya Kangujam (ଜନ୍ମ ଅକ୍ଟୋବର ୨, ୨୦୧୧ ମସିହା) ଭାରତର ଜଣେ ଶିଶୁ ପରିବେଶ କର୍ମକର୍ତ୍ତା (environmental activist) । ସନ ୨୦୧୯ରେ ତାଙ୍କୁ ଡକ୍ଟର ଏପିଜେ ଅବଦୁଲ କଲାମ ଶିଶୁ ପୁରସ୍କାର ଦିଆଯାଇଥିଲା,[୧] ଯାହା ଏକ ପୃଥିବୀ ଶିଶୁ ଶାନ୍ତି ପୁରସ୍କାର (World Children Peace Prize) ଓ ଭାରତ ଶାନ୍ତି ପୁରସ୍କାର ।
ସନ ୨୦୧୯ରେ ଗ୍ରେଟା ଥନବର୍ଗ (Greta Thunberg) ଓ ଜାମି ମାର୍ଗୋଲିଙ୍କ (Jamie Margolin) ସହିତ ତାଙ୍କୁ ମିଳିତ ଜାତିସଂଘ ବିକାଶ ପ୍ରୋଗ୍ରାମରେ (United Nations Development Programme) ହଜିଲା ଭବିଷ୍ୟତର ଯୁବଶକ୍ତି ଓ ଜଳବାୟୁ ନିମନ୍ତେ ଯୁଦ୍ଧ କରୁଥିବା ଏକ ଫିଚରଡ ପରିବେଶ କର୍ମକର୍ତ୍ତା ଭାବରେ ବଛାଯାଇଥିଲା । ଇଣ୍ଡିଆ ଟାଇମସ (India Times) ଅନୁସାରେ ସେ ସବୁଟାରୁ ସ୍ୱଳ୍ପ ବୟସ୍କ ଜଳବାୟୁ କର୍ମକର୍ତ୍ତା ।
ଜୀବନ
[ସମ୍ପାଦନା]ଲିସିପ୍ରିୟା କଂଗୁଜମ ଅକ୍ଟୋବର ୨ତାରିଖ ୨୦୧୧ରେ ଭାରତର ମଣିପୁର ରାଜ୍ୟର ବସିଖୋଙ୍ଗ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଓ ମାତାଙ୍କ ନାମ ଯଥାକ୍ରମେ କେ. କେ. ସିଂହ ଓ ବିଦ୍ୟାରାଣି ଦେବୀ କଙ୍ଗଜୁମ ଓଙ୍ଗବି । କଂଗୁଜନ ମାତ୍ର ୭ ବର୍ଷ ବୟସ୍କ ହୋଇଥିବା ବେଳେ ଜଳବାୟୁ ପରିବର୍ତ୍ତନ (climate change) ଓ ବିପତ୍ତି ସଙ୍କଟ କମ୍ କରିବାକୁ ସ୍ୱର ଉତ୍ତୋଳନ କରିବାକୁ ଆରମ୍ଭ କଲେ । ଜୁନ ୨୦୧୯ରେ ସେ ଭାରତର ପାର୍ଲିଆମେଣ୍ଟ ସମ୍ମୁଖରେ ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଜଳବାୟୁ ପରିବର୍ତ୍ତନ ନିୟମ ଲାଗୁ କରିବାକୁ ଅନୁରୋଧ କରିଥିଲେ । [୨][୩][୪][୫]
୨୦୧୮–୨୦୧୯ ସକ୍ରିୟତା
[ସମ୍ପାଦନା]ଆଫ୍ରିକା ଗସ୍ତ
[ସମ୍ପାଦନା]ଲିସିପ୍ରିୟା ୨୯୧୯ ମସିହା ୧୪-୨୪ ତାରିଖ ପର୍ଯ୍ୟନ୍ତ ଆଙ୍ଗୋଲା ପରିଦର୍ଶନ କରିଥିଲେ ଓ ସେଠାର ଲୁଆଣ୍ଡା ସହରରେ ୫୦,୦୦୦ ପିଲା ଓ ଯୁବକମାନଙ୍କ ସମ୍ମୁଖରେ ଜଳବାୟୁ ହରତାଳ କରି ପୃଥିବୀର ନେତାମାନଙ୍କର ଧ୍ୟାନ ଆକର୍ଷଣ କରି ସେମାନଙ୍କର ଭବିଷ୍ୟତ ଜୀବନ ସୁରକ୍ଷା ନିମନ୍ତେ ତୁରନ୍ତ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ ।[୬][୭][୮]
ଲିସିପ୍ରିୟା ୟୁନେସ୍କୋଦ୍ୱାରା ନିମନ୍ତ୍ରିତ ହୋଇ ଆଙ୍ଗୋଲାର ଲୁଆଣ୍ଡା ସହରରେ ୨୦୧୯ର ୟୁନେସ୍କୋ ପାର୍ଟନରସ ଫୋରମରେ କଂଗୁଜମ ଯୋଗଦାନ କରିଥିଲେ । ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସେ ଆଙ୍ଗୋଲା, ମାଲି, ମାଲାୱି, ରିପବ୍ଲିକ ଅଫ କଙ୍ଗୋର ସଭାପତି ଯଥାକ୍ରମେ ଜୋଅଓ ଲୌରେଙ୍କୋ, ଇବ୍ରାହିମ ବୌବାକାର, ହାଗେ ଗିଙ୍ଗୋବ ଓ ଡେନିସ ସାସୌ; ନାମିବିଆର ପ୍ରଥମ ଲେଡି, ସନ ୨୦୧୮ର ନୋବେଲ ପୁରସ୍କାର ବିଜେତା ଡେନିସ କୁକ୍ୱେଗେଯୁନେସ୍କୋର ଡେପୁଟି ଡାଇରେକ୍ଟର ଜେନେରାଲ, ଗିନିର ଡେପୁଟି ପ୍ରଧାନ ମନ୍ତ୍ରୀ ଓ ଆଫ୍ରକିକା ସମସ୍ତ ସାଂସ୍କୃତିକ ମନ୍ତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ ।
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଖ୍ୱାଦ ଫାଉଣ୍ଡେସନ ୨୭ ଜୁଲାଇ ୨୦୧୯ରେ ତାଙ୍କୁ "ଡକ୍ଟର ଏପିଜେ କଲାମ ଚିଲଡ୍ରେନ ଆୱାର୍ଡ" ଦେଇ ପୁରସ୍କୃତ କରିଥିଲେ । [୧]
ଅଗଷ୍ଟ ୩୧, ୨୦୧୯ରେ ସେ ଗ୍ଲୋବାଲ ଶାନ୍ତି ଇଣ୍ଡେକ୍ସ- ଇନଷ୍ଟିଚ୍ୟୁଟ ଫର ଇକୋନୋମିକ ଆଣ୍ଡ ପିସ (Global Peace Index - Institute for Economics & Peace (IEP) ସଂସ୍ଥାରୁ ପୃଥିବୀ ଶିଶୁ ଶାନ୍ତି ପୁରସ୍କାର (World Children Peace Prize) ପୁରସ୍କାର ପାଇଥିଲେ ।
ସେପ୍ଟେମ୍ବର ୨୩, ୨୦୧୯ରେ ଯୁବ ସମ୍ମିଟରେ ଆନ୍ତର୍ଜାତୀୟ ଯୁବ କମିଟି ଗୌର ଗୋପାଳ ଦାସ, ଦିନେଶ ସୁବସେଙ୍ଗେଙ୍କ ସହିତ ତାଙ୍କୁ ଭାରତୀ ଶାନ୍ତି ପୁରସ୍କାର ଦେଇଥିଲେ ।
ଅକ୍ଟୋବର ୨,୨୦୧୯ରେ ୟୁଏସଏସ୍ଥିତ ଆର୍ଥ ଡେ ନେଟୱର୍କ ହେଡକ୍ୱାର୍ଟର, ୱାସିଙ୍ଗଟନ ଡିସି ତାଙ୍କୁ ରାଇଜିଙ୍ଗ ସ୍ଟାର ଉପାଧିରେ ସମ୍ମାନିତ କରିଥିଲେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ http://e-pao.net/epSubPageExtractor.asp?src=news_section.Top_Stories.Top_Stories_2019.Licypriya_Kangujam_given_Dr_APJ_Abdul_Kalam_Children_Award_2019
- ↑ "A 7-Year-Old Takes Stand Near The Parliament Urging PM Modi To Pass The Climate Change Law". ScoopWhoop. 22 June 2019. Retrieved 22 June 2019.
- ↑ "Angola backs Licypriya's green world campaign". Poknapham. 24 September 2019. Archived from the original on 9 February 2021. Retrieved 24 September 2019.
- ↑ "Seven-year-old becomes the youngest green activist". Daily News and Analysis. 9 September 2019. Retrieved 9 September 2019.
- ↑ "Aged 7, Licypriya Kangujam stands outside Parliament to urge Prime Minister, MPs to pass climate change law". Mirror Now. 22 June 2019. Retrieved 22 June 2019.
- ↑ "Angola backs Licypriya's green world campaign". People's Chronicle. 27 September 2019. Archived from the original on 18 October 2019. Retrieved 27 September 2019.
- ↑ "Licypriya to launch climate change movement in Angola". 27 September 2019. Archived from the original on 18 October 2019. Retrieved 20 September 2019.
- ↑ "Licypriya draws attention of world leaders on her maiden climate change movement in Angola". Rediff Realtime. 20 September 2019. Retrieved 20 September 2019.