ସମ୍ବିଧାନର ଧାରା ୩୭୦

ଉଇକିପିଡ଼ିଆ‌ରୁ

ସମ୍ବିଧାନର ଧାରା ୩୭୦ ଜାମ୍ମୁ-କାଶ୍ମୀର ରାଜ୍ୟକୁ ଏକ ବିଶେଷ ରାଜ୍ୟର ମାନ୍ୟତା ଦେଇଥିଲା । ସମ୍ବିଧାନର ଭାଗ ୨୧ "ବିଶେଷ ଓ ସମାୟିକ ପ୍ରାବଧାନ" ଅନ୍ତର୍ଭୁକ୍ତ ଧାରା ୩୭୦ଦ୍ୱାରା ଜାମ୍ମୁ କାଶ୍ମୀର ରାଜ୍ୟକୁ ବିଶେଷ ରାଜ୍ୟର କ୍ଷମତା ମିଳିଥିଲା ।[୧] ଏହା ଯୋଗୁଁ ଜାମ୍ମୁ-କାଶ୍ମୀର ରାଜ୍ୟର ନିଜସ୍ୱ ସମ୍ବିଧାନ ତଥା ଜାତୀୟ ପତାକା ରହିଥିଲା ।[୨][୩] ଏହି ଧାରା ଜାମ୍ମୁ-କାଶ୍ମୀରର ସମ୍ବିଧାନ ପ୍ରଣୟନ ସଭାକୁ ଭାରତୀୟ ସମ୍ବିଧାନର ଯେ କୌଣସି ପ୍ରାବଧାନ ଜାମ୍ମୁ-କାଶ୍ମୀର ପ୍ରତି ପ୍ରଯୁଜ୍ୟ କରିବା କିମ୍ବା ଧାରା ୩୭୦କୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବାର କ୍ଷମତା ଦେଇଥିଲା । କିନ୍ତୁ ଜାମ୍ମୁ-କାଶ୍ମୀର ସମ୍ବିଧାନ ପ୍ରଣୟନ ସଭା ଏହି ଧାରାକୁ ନିଷିଦ୍ଧ କରିବା ପୂର୍ବରୁ ହିଁ ଭଙ୍ଗ କରିଦିଆଯାଇଥିଲା । ଫଳରେ ଏହି ଧାରା ଭାରତୀୟ ସମ୍ବିଧାନ ଏକ ସ୍ଥାୟୀ ଅଙ୍ଗ ରୂପେ ଗୃହୀତ ହୋଇଥିଲା । [୪]


ଏହି ଧାରାକୁ ୨୦୧୯ ଅଗଷ୍ଟ ୫ ତାରିଖରୁ ନିଷିଦ୍ଧ କରିଦିଆଯାଇଛି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଅଗଷ୍ଟ ୫ ଦିନ ଏକ ଆଦେଶନାମା ଜାରୀ କରି ପୂର୍ବତନ ସମସ୍ତ ଆଦେଶକୁ ନାକଚ କରିବା ସହ ଭାରତୀୟ ସମ୍ବିଧାନର ସମସ୍ତ ନିୟମ ଜାମ୍ମୁ-କାଶ୍ମୀର ପ୍ରତି ପ୍ରଯୁଜ୍ୟ ହେବ ବୋଲି ଘୋଷଣା କରିଥିଲେ ।[୫][୬] ସଂସଦର ଅନୁମୋଦନ ପରେ ସେ ଧାରା ୩୭୦ର ସମସ୍ତ ନିୟମ ଅଚଳ ହେବାର ଘୋଷଣା କରିଥିଲେ ।

ଏହା ସହିତ ଅନ୍ୟ ଏକ ବିଲଦ୍ୱାରା ଜାମ୍ମୁ-କାଶ୍ମୀର ରାଜ୍ୟର ବିଭାଜନ କରାଯାଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ, ଜାମ୍ମୁ-କାଶ୍ମୀର ଓ ଲାଦାଖରେ ପରିଣତ କରାଗଲା ।

ଏହି ଧାରା ଓ ଧାରା ୩୫କ ବଳରେ ଜାମ୍ମୁ-କାଶ୍ମୀରକୁ କେତେକ ବିଶେଷ କ୍ଷମତା ମିଳିଥିଲା । ଏହି ରାଜ୍ୟରେ ଭାରତୀୟ ସମ୍ବିଧାନର କୌଣସି ନିୟମ କିମ୍ବା ଭାରତର ଅନ୍ୟ କୌଣସି ଆଇନ ଲାଗୁ ହେଉନଥିଲା । ଭାରତର ଅନ୍ୟ ରାଜ୍ୟର ଲୋକ ଜାମ୍ମୁ-କାଶ୍ମୀରରେ କୌଣସି ସ୍ଥାବର ସମ୍ପତି କିଣିବାର ଅଧିକାରରୁ ମଧ୍ୟ ବଞ୍ଚିତ ଥିଲେ ।[୭]

ଆଧାର[ସମ୍ପାଦନା]

  1. "Article 370: 10 facts that you need to know : Highlights, News - India Today". Indiatoday.intoday.in. Retrieved 2014-08-18.
  2. Article 370: India strips disputed Kashmir of special status, BBC News, 5 August 2019.
  3. K. Venkataramanan (5 August 2019), "How the status of Jammu and Kashmir is being changed", The Hindu, archived from the original on 2019-08-07 {{citation}}: |archive-date= / |archive-url= timestamp mismatch; 2019-08-08 suggested (help)
  4. The importance of Article 370, The Hindu, 15 October 2015.
    PTI. "Article 370 is permanent, rules J&K High Court". The Hindu (in ଇଂରାଜୀ). Retrieved 2017-03-25.
  5. Article 370 rendered toothless, Article 35A ceases to exist, The Economic Times, 5 August 2019.
  6. http://egazette.nic.in/WriteReadData/2019/210049.pdf
  7. "Article 370: Rewriting both the history and geography of J&K - Times of India". The Times of India.