ଲକ୍ଷ୍ମୀନାରାୟଣ କଲେଜ, ଝାରସୁଗୁଡ଼ା

ଉଇକିପିଡ଼ିଆ‌ରୁ
ଲକ୍ଷ୍ମୀନାରାୟଣ କଲେଜ, ଝାରସୁଗୁଡ଼ା‌
ସ୍ଥାପିତ୧୯୬୯
ଅବସ୍ଥାନଝାରସୁଗୁଡ଼ା, ଭାରତ
ଅନୁବନ୍ଧନୟୁଜିସି
ୱେବସାଇଟhttp://http://lncollegejsg.org//

ଲକ୍ଷ୍ମୀନାରାୟଣ କଲେଜ, ଝାରସୁଗୁଡ଼ା( ଏଲ.ଏନ. କଲେଜ) ଝାରସୁଗୁଡା ଜିଲ୍ଲାର ସର୍ବପ୍ରାଚୀନ ମହାବିଦ୍ୟାଳୟ ।[୧] ଏହା ଓଡ଼ିଶା ସରକାରଙ୍କ ଏକ ପୂର୍ଣ୍ଣ ସାହାଯ୍ୟପ୍ରାପ୍ତ କଲେଜ ଓ ଏହା ୧୯୬୯ ମସିହାରେ ଝାରସୁଗୁଡ଼ାର ନାଗରିକ ମାନଙ୍କଦ୍ୱାରା ସ୍ଥାପିତ ହୋଇଥିଲା ।[୨] ସମଗ୍ର ପଶ୍ଚିମ ଓଡ଼ିଶାରେ ମଧ୍ୟ ଏହା ଏକ ପୁରାତନ ଓ ପ୍ରତିଷ୍ଠିତ କଲେଜ । ଏହା ଏକ ପୂର୍ଣାଙ୍ଗ ଡିଗ୍ରୀ କଲେଜ ଓ ଏଥିରେ କଳା, ବାଣିଜ୍ୟ ଓ ବିଜ୍ଞାନରେ ସମ୍ମାନ ସହ ଅନେକ ବିଷୟରେ ଶିକ୍ଷା ପ୍ରଦାନର ବ୍ୟବସ୍ଥା ରହିଛି । ଏଥିରେ କମ୍ପ୍ୟୁଟର ବିଜ୍ଞାନ , ଓ ଅନନ୍ୟ କର୍ମନିଯୁକ୍ତି ଭିତ୍ତିକ ବିଷୟ ମଧ୍ୟ ରହିଛି । ଏଠାରେ ଅନେକ ୟୁଜିସି ଦରମାପ୍ରାପ୍ତ ଅଭିଙ୍ଗ୍ ପ୍ରାଧ୍ୟାପକଙ୍କ ସହ ବହୁ ସଂଖ୍ୟାରେ କର୍ମଚାରୀ ରହିଛନ୍ତି ।    କଲେଜ ସ୍ଥାପନ ହେଲା ବେଳକୁ ନିକଟରେ ଥିବା ଝାରସୁଗୁଡ଼ା ସରକାରୀ ଇଂଜିନିଯରିଂ ସ୍କୁଲର ବଳକା ହଷ୍ଟେଲ ଗୃହରେ ଆରମ୍ଭ ହେଇଥିଲା । କଲେଜ ୟୁଜିସିଦ୍ୱାରା ମାନ ନିର୍ଧାରଣ କମିଟି ନାକ(NAAC)ଦ୍ୱାରା ୨୦୧୨ ମସିହାରେ " B" ଗ୍ରେଡ଼ ପ୍ରାପ୍ତ ହେଇ ଉନ୍ନୟନ ପାଇଁ ଅନୁଦାନ ପ୍ରାପ୍ତ ହୋଇଛି । ଏଠାରେ କଲେଜର ନିଜସ୍ୱ ଅତ୍ୟାଧୁନିକ କମ୍ପ୍ୟୁଟର ଲାବୋରଟେରିର ୬୦ରୁ ଅଧିକ କମ୍ପ୍ୟୁଟର ଲାନ ସଂଯୋଗ ଥାଇ ରହିଛି । କଲେଜରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଶିକ୍ଷା ପ୍ରଦାନ ପାଇଁ ସୁବିଧା କରାଯାଇଛି । ପାଠାଗାର ମଧ୍ୟ ରହିଛି ।[୩] କଲେଜର ବର୍ତ୍ତମାନର ଛାତ୍ର ସଂଖ୍ୟା ୨୦୦୦ରୁ ବେଶୀ ରହିଛି । 

ଆଧାର[ସମ୍ପାଦନା]

  1. Universities Handbook: India. Inter University Board of India. 1977.
  2. Orissa (India) (1971). Orissa District Gazetteers: Dhenkanal. Superintendent, Orissa Government Press.
  3. Ed. K.R. Gupta (2001). Directory of Libraries in India,2 Vols. Atlantic Publishers & Distri. pp. 404–. ISBN 978-81-7156-985-4.