ଉଇକିପିଡ଼ିଆ:ଭିଡିଓୱିକି/ସିଜୋଫ୍ରେନିଆ

ଉଇକିପିଡ଼ିଆ‌ରୁ
ଭିଡିଓୱିକି/ସିଜୋଫ୍ରେନିଆ (Tutorial)
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ସଂଜ୍ଞା[ସମ୍ପାଦନା]

ସିଜୋଫ୍ରେନିଆ ଏକ ମାନସିକ ବେମାରୀ ଯେଉଁଥିରେ ଅସ୍ୱାଭାବିକ ବ୍ୟବ‌ହାର, ବିଚିତ୍ର ବାକ୍ୟାଳାପ ଓ ବାସ୍ତବିକତା ବୁଝିବା ଅକ୍ଷମତା ଭଳି ଲକ୍ଷଣମାନ ଦେଖାଯାଏ । [୧]

ଲକ୍ଷଣ[ସମ୍ପାଦନା]

ଏଥିରେ ସାଧାରଣତଃ ମିଥ୍ୟା ବିଶ୍ୱାସ, ଅସ୍ପଷ୍ଟ ଚିନ୍ତାଧାରା, ନ କୁହା କଥା ଶୁଣାଯିବା, ସାମାଜିକ ମିଳାମିଶା ଓ ଭାବୁକ ଅଭିବ୍ୟକ୍ତି କମିଯିବା ଓ ପ୍ରେରଣା ଅଭାବ ଆଦି ଲକ୍ଷଣମାନ ଦେଖାଯାଏ । କମ୍ ସାମାଜିକ ନିଯୁକ୍ତି ଓ ପ୍ରେରଣା ଅଭାବ ମଧ୍ୟ ହୁଏ ।[୧][୨]

ସଂଯୁକ୍ତ ସ୍ୱାସ୍ଥ୍ୟ ସମସ୍ୟା[ସମ୍ପାଦନା]

ଅଧିକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଯେପରିକି ଉତ୍କଣ୍ଠା, ଅଧିକ ଅବସାଦ ବେମାରୀ ବା ସବ୍‌ସ୍ଟାନ୍ସ ଡିଜଅର୍ଡ଼ର ଇତ୍ୟାଦି ଦେଖାଯାଏ । [୩]

ଲକ୍ଷଣ ଆରମ୍ଭ[ସମ୍ପାଦନା]

ଅଳ୍ପ ଯୁବାବସ୍ଥାରେ ଏହି ଲକ୍ଷଣମାନ ଧୀରେ ଧୀରେ ଆରମ୍ଭ ହୁଏ ଓ ଅନେକ କ୍ଷେତ୍ରରେ କେବେବି ସମାପ୍ତ ହୁଏନି । [୨][୪] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ଓ ଅଧିକ ସାଂଘାତିକ ଲକ୍ଷଣ ଅନୁଭବ କରନ୍ତି । [୧]

ସିଜୋଫ୍ରେନିଆ ରୋଗରେ ଜେନେଟିକ୍ ଓ ପରିବେଶର ଭୂମିକା ରହିଲେ ମଧ୍ୟ [୫] ପରିବାର ଜେନେଟିକର ବିରାଟ ପ୍ରଭାବ ରହେ । ପିତାମାତା ରୋଗ‌ଗ୍ରସ୍ତ ଥିଲେ ସନ୍ତାନର ୬.୫% ରୋଗ ହେବା ସମ୍ଭାବନା ଥାଏ । [୬]

ପରିବେଶ ସମ୍ପର୍କ[ସମ୍ପାଦନା]

ଜେନେଟିକ ପ୍ରଭାବ ଅଧିକ ଥିଲେ ମଧ୍ୟ ପ୍ରାୟ ୨୦% କ୍ଷେତ୍ରରେ ପରିବେଶ ଏକ କାରକ ହୋଇଥାଏ । ସ‌ହରୀ ପରିବେଶ, କେତେକ ସଂକ୍ରମଣ, ପିତାମାତାଙ୍କ ବୟସ, କିଶୋର ଅବସ୍ଥାରେ ଗଞ୍ଜେଇ ସେବନ ଓ ଗର୍ଭାବସ୍ଥାରେ ଅପ‌ପୁଷ୍ଟି ଇତ୍ୟାଦି ଏହି ରୋଗର କାରକ ଭାବରେ ବିବେଚିତ ହୁଅନ୍ତି । [୫][୭]

ଆନୁବଂଶିକ କାରକ[ସମ୍ପାଦନା]

ସିଜୋଫ୍ରେନିଆର ଜେନେଟିକ ସମାନ ରୂପରେ ଜଟିଳ । ଅନେକ ଦୂର୍ଲଭ ଜେନେଟିକ ଭାରିଆଣ୍ଟ[୮] ସିଜୋଫ୍ରେନିଆ ସୃଷ୍ଟିରେ ଲିପ୍ତ ଥାଆନ୍ତି ଓ ପ୍ରତ୍ୟେକର ସ୍ୱଳ୍ପ ପ୍ରଭାବ ଥିବା ସ‌ହ ଶିଶୁଙ୍କୁ ସଞ୍ଚାରିତ ହେବା ସମ୍ଭାବନା ଥାଏ । [୮][୯]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ପରିବାର ସଦସ୍ୟଙ୍କ ରିପୋର୍ଟ, ଲୋକର ବିବୃତ ଅନୁଭୁତି ଓ ନିରିକ୍ଷିତ ବ୍ୟବ‌ହାର ଦେଖି ରୋଗ ନିର୍ଣ୍ଣୟ କରାଯାଏ । [୪] ଲୋକର ସଂସ୍କୃତିକୁ ମଧ୍ୟ ବିଚାର ପରିସରକୁ ନିଆଯାଏ । [୪] ସନ ୨୦୧୩ ସୁଦ୍ଧା କୌଣସି କର୍ମ ସମ୍ବନ୍ଧୀୟ ପରୀକ୍ଷା ନଥିଲା ।[୪]

ଡିସୋସିଏଟିଭ ଆଇଡେଣ୍ଟିଟି ବେମାରୀ ସାଥିରେ ଦ୍ୱନ୍ଦ୍ୱ[ସମ୍ପାଦନା]

ସିଜୋଫ୍ରେନିଆରେ ସ୍ପ୍ଲିଟ ପରସୋନାଲିଟି ବା ଡିସୋସିଏଟିଭ ଆଇଡଣ୍ଟିଟି ଡିଜଅର୍ଡ଼ର ଦେଖାଯାଏନି । ଜନ ସାଧାରଣଙ୍କ ଧାରଣାରେ ଦ୍ୱନ୍ଦ୍ୱ ଥିଲେ ମଧ୍ୟ ଏହି ଦୁଇଟି ଭିନ୍ନ ଭନ୍ନ ବିଷୟ । [୬]

ଚିକିତ୍ସା[ସମ୍ପାଦନା]

ଏହାର ଚିକିତ୍ସାରେ ମୂଖ୍ୟତଃ ଆଣ୍ଟିସାଇକୋଟିକ ଔଷଧ, ସାଇକୋଥେରାପି ବା କାଉନସେଲିଙ୍ଗ, ପେଷା ଶିକ୍ଷା ଓ ସାମାଜିକ ପୁନଃସଂସ୍ଥାନ କରିବାକୁ ଚେଷ୍ଟା କରାଯାଏ । [୧][୫]

ଆଣ୍ଟିସାଇକୋଟିକ ଔଷଧ[ସମ୍ପାଦନା]

ସ୍ୱାଭାବିକ ବା ଅସ୍ୱାଭାବିକ ଆଣ୍ଟିସାଇକୋଟିକ ଔଷଧରୁ କେଉଁଟି ଅଧିକ ଭଲ, ତାହା ଅସ୍ପଷ୍ଟ ଅଛି ।[୧୦]

ଅତିରିକ୍ତ ଔଷଧ[ସମ୍ପାଦନା]

କେବଳ ଆଣ୍ଟିସାଇକୋଟିକ ଔଷଧ ଦେଇ ରୋଗ ନିୟନ୍ତ୍ରିତ ନହେଲେ କ୍ଲୋଜାପିନ ଦେଇ ପ୍ରୟାସ କରାଯାଇପାରେ । [୫]

ଡାକ୍ତରଖାନାରେ ଭର୍ତ୍ତି[ସମ୍ପାଦନା]

ନିଜ ଓ ଅନ୍ୟମାନଙ୍କ ପ୍ରତି ସଙ୍କଟ ସୃଷ୍ଟି କରୁଥିବା ରୋଗୀର ତୁରନ୍ତ ଆଶୁ ମାନସିକ ଚିକିତ୍ସା ଆବଶ୍ୟକ ହୁଏ । ଆଧୁନିକ ଚିକିତ୍ସା ଫଳରେ ଡାକ୍ତରଖାନାରେ ରହିବା ସମୟ ଓ ବାରମ୍ବାର ଯିବା ସମୟ ପୁର୍ବାପେକ୍ଷା ଅନେକ କମିଯାଇଛି । [୧୧]

ରୋଗାନୁଶୀଳନ[ସମ୍ପାଦନା]

ଜନସଂଖ୍ୟାର ୦.୩ରୁ ୦.୭% ଲୋକମାନଙ୍କର ସିଜୋଫ୍ରେନିଆ ରୋଗ ନିଜ ଜୀବନ କାଳ ମଧ୍ୟରେ ହୁଏ । [୧୨] ସନ ୨୦୧୩ରେ ୨୩.୬ ନିୟୁତ ରୋଗୀ ପୃଥିବୀରେ ଥିଲେ ।[୧୩]

ସାମାଜିକ ପ୍ରଭାବ[ସମ୍ପାଦନା]

ଅତି ଦୁର୍ଭାଗ୍ୟର ବିଷୟ, ଅତି କମ୍ ଲୋକ ସିଜୋଫ୍ରେନିଆରୁ ସମ୍ପୁର୍ଣ୍ଣ ଆରୋଗ୍ୟ ହୁଅନ୍ତି, [୪] ଓ ପ୍ରାୟ ୫୦% ଲୋକଙ୍କର ଜୀବନବ୍ୟାପୀ ଏହି କ୍ଷତି ରହେ ।[୧୪] ଏହି ଅକ୍ଷମତା କାରଣରୁ ଦୀର୍ଘକାଳୀନ ବେକାରୀ ଓ ଗୃହହୀନ ଭଳି ସାମାଜିକ ସମସ୍ୟା ସାଧାରଣତଃ ଉତ୍ପନ୍ନ ହୁଏ ।[୪][୧୫]

ପୂର୍ବାନୁମାନ[ସମ୍ପାଦନା]

ସିଜୋଫ୍ରେନିଆ ଆୟଷ ମଧ୍ୟ କମେଇଦିଏ,[୧୬] କାରଣ ଏଥିରେ ଆତ୍ମହତ୍ୟା ସଙ୍କଟ ଅଧିକ ରହେ । [୧୨][୧୭] ସନ ୨୦୧୫ରେ ପ୍ରାୟ ୧୭,୦୦୦ ଲୋକଙ୍କର ସିଜୋଫ୍ରେନିଆର ବ୍ୟବ‌ହାରିକ ସମସ୍ୟା ଯୋଗୁ ମୃତ୍ୟୂ ହୋଇଥିଲା । [୧୮]

  1. ୧.୦ ୧.୧ ୧.୨ ୧.୩ "Schizophrenia Fact sheet N°397". WHO. ସେପ୍ଟେମ୍ବର 2015. Archived from the original on 18 ଅକ୍ଟୋବର 2016. Retrieved 3 ଫେବୃଆରୀ 2016.
  2. ୨.୦ ୨.୧ "Schizophrenia". National Institute of Mental Health. ଜାନୁଆରୀ 2016. Archived from the original on 25 ନଭେମ୍ବର 2016. Retrieved 3 ଫେବୃଆରୀ 2016.
  3. Buckley PF, Miller BJ, Lehrer DS, Castle DJ (March 2009). "Psychiatric comorbidities and schizophrenia". Schizophrenia Bulletin. 35 (2): 383–402. doi:10.1093/schbul/sbn135. PMC 2659306. PMID 19011234.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ American Psychiatric Association (2013). Diagnostic and Statistical Manual of Mental Disorders (5th ed.). Arlington: American Psychiatric Publishing. pp. 101–05. ISBN 978-0-89042-555-8.
  5. ୫.୦ ୫.୧ ୫.୨ ୫.୩ Owen MJ, Sawa A, Mortensen PB (July 2016). "Schizophrenia". Lancet. 388 (10039): 86–97. doi:10.1016/S0140-6736(15)01121-6. PMC 4940219. PMID 26777917.
  6. ୬.୦ ୬.୧ Picchioni MM, Murray RM (July 2007). "Schizophrenia". BMJ. 335 (7610): 91–5. doi:10.1136/bmj.39227.616447.BE. PMC 1914490. PMID 17626963.
  7. Parakh P, Basu D (August 2013). "Cannabis and psychosis: have we found the missing links?". Asian Journal of Psychiatry (Review). 6 (4): 281–7. doi:10.1016/j.ajp.2013.03.012. PMID 23810133. Cannabis acts as a component cause of psychosis, that is, it increases the risk of psychosis in people with certain genetic or environmental vulnerabilities, though by itself, it is neither a sufficient nor a necessary cause of psychosis.
  8. ୮.୦ ୮.୧ Kavanagh DH, Tansey KE, O'Donovan MC, Owen MJ (February 2015). "Schizophrenia genetics: emerging themes for a complex disorder". Molecular Psychiatry. 20 (1): 72–6. doi:10.1038/mp.2014.148. PMID 25385368.
  9. Schork AJ, Wang Y, Thompson WK, Dale AM, Andreassen OA (February 2016). "New statistical approaches exploit the polygenic architecture of schizophrenia--implications for the underlying neurobiology". Current Opinion in Neurobiology. 36: 89–98. doi:10.1016/j.conb.2015.10.008. PMC 5380793. PMID 26555806.
  10. Kane JM, Correll CU (2010). "Pharmacologic treatment of schizophrenia". Dialogues in Clinical Neuroscience. 12 (3): 345–57. PMC 3085113. PMID 20954430.
  11. Becker T, Kilian R (2006). "Psychiatric services for people with severe mental illness across western Europe: what can be generalized from current knowledge about differences in provision, costs and outcomes of mental health care?". Acta Psychiatrica Scandinavica. Supplementum. 113 (429): 9–16. doi:10.1111/j.1600-0447.2005.00711.x. PMID 16445476.
  12. ୧୨.୦ ୧୨.୧ van Os J, Kapur S (ଅଗଷ୍ଟ 2009). "Schizophrenia" (PDF). Lancet. 374 (9690): 635–45. doi:10.1016/S0140-6736(09)60995-8. PMID 19700006. Archived from the original (PDF) on 23 ଜୁନ 2013. Retrieved 23 ଡିସେମ୍ବର 2011. {{cite journal}}: Unknown parameter |deadurl= ignored (|url-status= suggested) (help)
  13. Global Burden of Disease Study 2013 Collaborators (August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet. 386 (9995): 743–800. doi:10.1016/S0140-6736(15)60692-4. PMC 4561509. PMID 26063472.
  14. Lawrence, Ryan E.; First, Michael B.; Lieberman, Jeffrey A. (2015). "Chapter 48: Schizophrenia and Other Psychoses". In Tasman, Allan; Kay, Jerald; Lieberman, Jeffrey A.; First, Michael B.; Riba, Michelle B. (eds.). Psychiatry (fourth ed.). John Wiley & Sons, Ltd. pp. 798, 816, 819. doi:10.1002/9781118753378.ch48. ISBN 978-1-118-84547-9. {{cite book}}: Unknown parameter |name-list-format= ignored (|name-list-style= suggested) (help)
  15. Foster A, Gable J, Buckley J (September 2012). "Homelessness in schizophrenia". The Psychiatric Clinics of North America. 35 (3): 717–34. doi:10.1016/j.psc.2012.06.010. PMID 22929875.
  16. Laursen TM, Munk-Olsen T, Vestergaard M (March 2012). "Life expectancy and cardiovascular mortality in persons with schizophrenia". Current Opinion in Psychiatry. 25 (2): 83–8. doi:10.1097/YCO.0b013e32835035ca. PMID 22249081.
  17. Hor K, Taylor M (November 2010). "Suicide and schizophrenia: a systematic review of rates and risk factors". Journal of Psychopharmacology. 24 (4 Suppl): 81–90. doi:10.1177/1359786810385490. PMC 2951591. PMID 20923923.
  18. GBD 2015 Mortality and Causes of Death Collaborators (October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281. {{cite journal}}: |author= has generic name (help)CS1 maint: numeric names: authors list (link)