ଉଇକିପିଡ଼ିଆ:ଭିଡିଓୱିକି/ଡେଙ୍ଗୁ ଜ୍ୱର ୨ ମିନିଟ ଅବଲୋକନ

ଉଇକିପିଡ଼ିଆ‌ରୁ
ଭିଡିଓୱିକି/ଡେଙ୍ଗୁ ଜ୍ୱର ୨ ମିନିଟ ଅବଲୋକନ
ଫାଇଲ:Wikipedia-VideoWiki-ଡେଙ୍ଗୁ ଜ୍ୱର ୨ ମିନିଟ ଅବଲୋକନ.webm
ଭିଡିଓ ତିଆରି କରିବାର ସୋପାନ
ସୋପାନ ୧ସ୍ୱର ଯୋଡ଼ନ୍ତୁ
ସୋପାନ ୨କମନ୍ସରେ ଅପଲୋଡ଼ କରନ୍ତୁ (୧୦ ମିନିଟ୍)

ଉପକ୍ରମ[ସମ୍ପାଦନା]

ଡେଙ୍ଗୁ ଜ୍ୱର ଏକ ପ୍ରକାର ମଶାବାହିତ ରୋଗ (mosquito-borne) ଯାହା ଡେଙ୍ଗୁ ଭୁତାଣୁଦ୍ୱାରା (dengue virus) ହୁଏ ।[୧]


ରୋଗର ଆରମ୍ଭ[ସମ୍ପାଦନା]

ସଂକ୍ରମଣର ୩ରୁ ୧୪ ଦିନ ମଧ୍ୟରେ ଏହାର ଲକ୍ଷଣ ପ୍ରକାଶ ପାଏ । [୨]

Left

ଲକ୍ଷଣ[ସମ୍ପାଦନା]

ଏହି ରୋଗରେ ଅତ୍ୟଧିକ ଜ୍ୱର, ମୁଣ୍ଡ ବିନ୍ଧା, ବାନ୍ତି (vomiting), ମାଂସପେଶୀ ଯନ୍ତ୍ରଣା (muscle) ଓ ଗଣ୍ଠି ଯନ୍ତ୍ରଣା (joint pains) ହୋଇପାରେ ।[୩][୪]


ଚର୍ମ ରାସ୍[ସମ୍ପାଦନା]

ଡେଙ୍ଗୁ ଜ୍ୱର ଚିହ୍ନଟ କରିବା ନିମନ୍ତେ ରାସ ଅନ୍ୟ ଏକ ଲକ୍ଷଣ ।[୧][୨]


ଅନେକ ପ୍ରଜାତିର ମାଈ ମଶାଦ୍ୱାରା (mosquitoes) ଏ ରୋଗ ବ୍ୟାପିଥାଏ ।[୨][୧]


ପ୍ରତିଷେଧ[ସମ୍ପାଦନା]

ଡେଙ୍ଗୁ ଜ୍ୱର ରୋଗର ପ୍ରତିଷେଧ ନିମନ୍ତେ ଏକ ଡେଙ୍ଗୁ ଜ୍ୱର ଟିକା ସ୍ୱୀକୃତ ହୋଇ ଅନେକ ଦେଶର ବଜାରରେ ମିଳୁଛି ।[୫]


ଜମା ହୋଇଥିବା ସ୍ଥିର ଜଳ ନିଷ୍କାସନ[ସମ୍ପାଦନା]

ଜମିରହିଥିବା ସ୍ଥିର ଜଳ ନିଷ୍କାସନ କଲେ ମଶା ସଂଖ୍ୟା କମିବା ସ‌ହିତ ଏହି ରୋଗର ପ୍ରତିଷେଧ ସମ୍ଭବ ହୁଏ ।


ମଶା କାମୁଡ଼ାରୁ ସୁରକ୍ଷା[ସମ୍ପାଦନା]

ମଶାରୀ ବ୍ୟବ‌ହାର କଲେ ଓ ଦେହର ଅଧିକାଂଶ ଭାଗ ଘୋଡ଼େଇ ରଖୁଥିବା ପୋଷାକ ପିନ୍ଧିଲେ ମଶା କାମୁଡ଼ାରୁ ରକ୍ଷା ପାଇବେ ।[୧]


ଚିକିତ୍ସା[ସମ୍ପାଦନା]

ସାମାନ୍ୟ ବା ମଧ୍ୟମ ଧରଣର ରୋଗ ଆରମ୍ଭ ହୋଇଗଲେ ଯଥେଷ୍ଟ ତରଳ ପଦାର୍ଥ ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ ।[୨]


ସାଂଘାତିକ ଡେଙ୍ଗୁ ଚିକିତ୍ସା[ସମ୍ପାଦନା]

ଡେଙ୍ଗୁ ଜ୍ୱର ସାଂଘାତିକ ଧରଣର ହୋଇଥିଲେ ରକ୍ତ ଦେବା ଆବଶ୍ୟକ ହୋଇପାରେ ।[୨]


ଡେଙ୍ଗୁ ଜ୍ୱର ନିମନ୍ତେ ଆଡମିଶନ[ସମ୍ପାଦନା]

ପ୍ରତ୍ୟେକ ବର୍ଷ ଅଧ ନିୟୁତ ଡେଙ୍ଗୁ ରୋଗୀଙ୍କର ଡାକ୍ତରଖାନାରେ ଆଡମିଶନ ହେବା ଆବଶ୍ୟକ ହୋଇଥାଏ ।[୧]


ଆରୋଗ୍ୟ[ସମ୍ପାଦନା]

ଏହି ରୋଗରୁ ଆରୋଗ୍ୟ ହେବାକୁ ପ୍ରାୟ ଦୁଇରୁ ସାତ ଦିନ ଲାଗେ । [୧]


  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Dengue and severe dengue Fact sheet N°117". WHO. May 2015. Archived from the original on 2 September 2016. Retrieved 3 February 2016.
  2. ୨.୦ ୨.୧ ୨.୨ ୨.୩ ୨.୪ Kularatne SA (September 2015). "Dengue fever". BMJ. 351: h4661. doi:10.1136/bmj.h4661. PMID 26374064.
  3. Whitehorn J, Farrar J (2010). "Dengue". British Medical Bulletin. 95: 161–73. doi:10.1093/bmb/ldq019. PMID 20616106.
  4. Chen LH, Wilson ME (October 2010). "Dengue and chikungunya infections in travelers". Current Opinion in Infectious Diseases. 23 (5): 438–44. doi:10.1097/QCO.0b013e32833c1d16. PMID 20581669.
  5. East, Susie (6 April 2016). "World's first dengue fever vaccine launched in the Philippines". CNN. Archived from the original on 18 October 2016. Retrieved 17 October 2016.