ଆଲୋଚନା:ହ୍ୱାଟ୍ସଆପ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଲେଖାଟି ଭଲ ଭାବେ ଆରମ୍ଭ ହେଇଛି । ମୋ ମତରେ ଏହାର ପ୍ରସଙ୍ଗଟିର ନାମ ହୁଆଟ୍ସଆପ୍ପ କିମ୍ବା ହ୍ଵାଟ୍ସଆପ୍ପ କିମ୍ବା ହ୍ଵାଟ୍ସଆପ୍ ରଖିଲେ ଭଲ ହୁଆନ୍ତା । ମୋ ଅଧିକ ଲକ୍ଷ ଆପ୍ପ ଉପରେ କାରଣ up = ଅପ, ଆଉ app=ଆପ୍ପ/ଆପ ହେବା କଥା ବୋଲି ମୁଁ ଭାବୁଛି । ସମସ୍ତେ ନିଜ ନିଜ ମତ ଦିଅନ୍ତୁ ଯାହା ଅଧିକ ଲୋକଙ୍କୁ ଠିକ ଲାଗିବ ତାହାହିଁ ରହିବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୬:୪୫, ୪ ଜାନୁଆରୀ ୨୦୧୬ (UTC)

ହ୍ଵାଟ୍ସଅପ୍କ(ଏବେ ଯାହା ଅଛି)[ସମ୍ପାଦନା]

ହୁଆଟ୍ସଆପ୍ପ[ସମ୍ପାଦନା]

  •  ସମର୍ଥନ---ମୋ ମତରେ ହ୍ଵାଟ୍ସଆପ୍ପ ହେବା କଥା କିନ୍ତୁ ଯେହେତୁ ଆମେ wiki କୁ ଉଇକି ବୋଲି ଲେଖୁଛି ସେଥିପାଇଁ ଏହାକୁ ସମର୍ଥନ ଦେଉଛି --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୬:୪୫, ୪ ଜାନୁଆରୀ ୨୦୧୬ (UTC)

ହ୍ଵାଟ୍ସଆପ୍ପ[ସମ୍ପାଦନା]

ହ୍ଵାଟ୍ସଆପ୍[ସମ୍ପାଦନା]


(ଦୋରାଭାଇ, ବିଦେଶୀ ଭାଷାକୁ ଆମେ କେମିତି ଉଚ୍ଚାରଣ କରିବା କେମିତି ଲେଖିବା ଆମେ ନିଷ୍ପତି ନେବା । ଆମେ ସ୍ଥିର କରିବା ଯାହା ଆମକୁ ସହଜ ଲାଗିବ । ଯେମିତି ଇଂରେଜମାନଙ୍କୁ ODISHA ଉଚ୍ଚାରଣ କଷ୍ଟ ଲାଗିବାରୁ ORISSA ଉଚ୍ଚାରଣ କରି ଲେଖିଲେ । ଅନ୍ୟ ଭାଷାକୁ ଅନୁସରଣ କରନାହିଁ । ଆମ ଭାଷାକୁ ନେଇ ଗର୍ବ କର । ଅନୁସରଣ ର ପରବସ୍ଥା ଭାଷାର ବିଲୟ । --ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୦୬:୩୩, ୬ ଜାନୁଆରୀ ୨୦୧୬ (UTC))

  • ଆପଣ ଯାହା କହୁଛନ୍ତି ଠିକ୍ କହୁଛନ୍ତି କିନ୍ତୁ ଏହା ଏକ ଇଂରାଜୀ ନାମ ତେଣୁ ଏକ ନାମକୁ ବଦଳାଇବା ଠିକ୍ ହେବନାହିଁ । ଯଦିଓ ଇଂରେଜମାନେ ସେପରି କରିଥିଲେ ଏହାର ଅର୍ଥ ନୁହେଁ ଯେ ଆମ୍ଭେମଧ୍ୟ ସେହିପରି କରିବା । ଆଉଏକ କଥା ଯଦି କେହି whatsapp ବିଷୟରେ ପଢିବାକୁ ଚାହିଁବେ ତେବେ ସେମାନେ ହ୍ଵାଟ୍ସଆପ୍ ଲେଖି ଖୋଜିବେ ଯେଉଁ ନାମରେ କିଛି ତଥ୍ୟ ନଥିବ ଏଂବ whatsapp କୁ ହ୍ଵାଟ୍ସଆପ ଲେଖାଯାଇଛି ବୋଲି ଯାଣିବା ବ୍ୟାବହାରକାରୀଙ୍କ ପାଇଁ କଷ୍ଟସାଧ୍ୟ ହେବ । -- ଜଗନ୍ନାଥ ଦୋରା ୧୦:୫୭, ୬ ଜାନୁଆରୀ ୨୦୧୬ (UTC)
    • ଜଗନ୍ନାଥ ଭାଇ, ଯେ କୌଣସି ବ୍ୟକ୍ତି "ହ୍ଵାଟ୍ସଆପ୍" ଲେଖିବା ପୁର୍ବରୁ "ହ୍ଵାଟ୍ସଆପ" ଲେଖିବାକୁ ପଡିବ । ତେଣୁ ଖୋଜିବାରେ କୌଣସି ଅସୁବିଧା ହେବନି । ଗୋଟିଏ କଥା କୁହନ୍ତୁ, "Bhubaneswar" କୁ ଓଡିଆରେ "ଭୁବନେଶ୍ୱର" ଲେଖିବା ନା "ଭୁବନେଶ୍ୱର୍"? ଇଂରାଜୀ ରେ ତ ଏହାର ଉଚ୍ଚାରଣ "ଭୁବନେଶ୍ୱର୍" ହେଉଛି । ତେବେ କଣ କରିବା କୁହନ୍ତୁ ।
  • ଯେହେତୁ whatsapp ରେ p ୨ଥର ବ୍ୟବହାର ହେଉଅଛି ,୍ ଦେବା ଭୁଲ ହେବନାହିଁ ।ଜଗନ୍ନାଥ ଦୋରା ୧୨:୦୦, ୮ ଜାନୁଆରୀ ୨୦୧୬ (UTC)

ହ୍ଵାଟ୍ସଆପ[ସମ୍ପାଦନା]

ଅନ୍ୟ ମତାମତ[ସମ୍ପାଦନା]

  • ମୁଁ ଭାବୁଛି ୱଟସଅପ କିମ୍ବା ବଟସଅପ । ଉଚ୍ଚାରଣ ଟା 'ହ' ରେ ନ ହୋଇ ୱ/ବ ରେ ହେଲେ ଭଲ ହେବ । ଏତେ କଠିନ ଉଚ୍ଚାରଣ କୁ ଲେଖିବା କଷ୍ଟକର ହୁଏ ତେଣୁ ସ‌ରଳ କରିବା ଭଲ ।--Pmsarangi (ମୋ ଆଲୋଚନା) ୦୮:୪୨, ୬ ଜାନୁଆରୀ ୨୦୧୬ (UTC)
  • Pmsarangi ଅପା ହିନ୍ଦୀ ଓ ବାକି ଭାରତୀୟ ଭାଷାରେ ଇଂରାଜୀ ଅନୁକରଣରେ "ୱ"ର ଭିନ୍ନ ରୂପ (ଏହା ଓଡ଼ିଆରେ ନାହିଁ) କୁହାଯାଉଥିଲେ ହେଁ ଓଡ଼ିଆ ସମେତ ଅହମିୟା, ବଙ୍ଗଳା ଓ ଭୋଜପୁରୀ, ମୈଥିଳୀ ଆଦି ଭାଷାରେ "wh" ଥିବା ଶବ୍ଦ ଯଥା "what", "where", "who" ଆଦିରେ "ହ" ଉଚ୍ଚାରଣ ବ୍ୟାକରଣ ଅନୁମୋଦିତ ଓ ଅନେକ ବର୍ଷ ଧରି ବ୍ୟବହାର ହୋଇଆସୁଛି । ଯଦି ଭାଷା ଆନ୍ଦୋଳନ ହୋଇ ଏସବୁ ଉଚ୍ଚାରଣ ସରକାରୀ/ମାନକ ଭାବେ ବଦଳାଗଲା ସେ ଅଲଗା କଥା । ନ ହେଲେ ଆମେ ଉଇକିପିଡ଼ିଆ:ନିୟମାବଳୀ ଅନୁସାରେ ଏସବୁକୁ ବଦଳାଇପାରିବା ନାହିଁ ।--ସୁଭାସିସ ପାଣିଗାହି (ଆଳାପ) ୧୧:୪୨, ୬ ଜାନୁଆରୀ ୨୦୧୬ (UTC)

ଫଳାଫଳ[ସମ୍ପାଦନା]

 ବହୁମତ ଅନୁସାରେ 'ହ୍ଵାଟ୍ସଆପ' ନାମକୁ ଘୁଞ୍ଚାଗଲା । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୨୩, ୧୪ ଜାନୁଆରୀ ୨୦୧୬ (IST)[reply]