ବିଜ୍ଞାନେଶ୍ୱର

ଉଇକିପିଡ଼ିଆ‌ରୁ

ବିଜ୍ଞାନେଶ୍ୱର ହେଉଛନ୍ତି ଦ୍ୱାଦଶ ଶତାବ୍ଦୀରେ ଭାରତର ଜଣେ ପ୍ରମୁଖ ବିଧିବେତ୍ତା ତଥା ଶାସ୍ତ୍ରବିତ । ସେ ତାଙ୍କର ରଚନା ମିତାକ୍ଷରା ପାଇଁ ପ୍ରସିଦ୍ଧ । ମିତାକ୍ଷରା ହେଉଛି ଋଷି ଯାଜ୍ଞବଳକ୍ୟଙ୍କ ସ୍ମୃତିର ଏକ ଟୀକା ଗ୍ରନ୍ଥ । ଏହା ହିନ୍ଦୁ ପୈତୃକ ସମ୍ପତ୍ତିର ଉତ୍ତରାଧିକାର ସମ୍ପର୍କିତ ଏକ ସିଦ୍ଧାନ୍ତ ତଥା ହିନ୍ଦୁ ଆଇନକୁ ସଂହିତାବଦ୍ଧ କରିଥିବା ସମସ୍ତ ଅଧିନିୟମର ସର୍ବମାନ୍ୟ ଆଧାର ।

ଜୀବନୀ[ସମ୍ପାଦନା]

ବିଜ୍ଞାନେଶ୍ୱର କର୍ଣ୍ଣାଟକ ରାଜ୍ୟର ଗୁଲବର୍ଗ ନିକଟବର୍ତ୍ତୀ ମାସୀମାଡୁ ଗ୍ରାମରେ ଜନ୍ମଲାଭ କରିଥିଲେ ।[୧]ଚାଲୁକ୍ୟ ବଂଶର ରାଜା ବିକ୍ରମାଦିତ୍ୟ-ଷଷ୍ଠଙ୍କ (୧୦୭୬-୧୧୨୬ AD)ରାଜସଭାରେ ସେ ଥିଲେ ଜଣେ ପଣ୍ଡିତ । [୨]ତାଙ୍କ କୃତି ସବୁର ଆଲୋଚନା ଏବଂ ଗବେଷଣାତ୍ମକ କାର୍ଯ୍ୟ ପାଇଁ Vijnaneshwara Souhardhaka Co-operative Societyର ପ୍ରତିଷ୍ଠା କରାଯାଇଛି ।

ଆଧାର[ସମ୍ପାଦନା]

  1. Sen, Sailendra (2013). A Textbook of Medieval Indian History. Primus Books. pp. 52–53. ISBN 978-9-38060-734-4.
  2. David Jr, Donald R. "Oxford History of Hinduism". Retrieved 23 July 2018. page 40

ଆହୁରି ଦେଖନ୍ତୁ[ସମ୍ପାଦନା]