ପ୍ରଦୀପ ବିଶ୍ୱାଳ
ଦେଖଣା
ପ୍ରଦୀପ ବିଶ୍ୱାଳ | |
---|---|
ଜନ୍ମ | ରାଛିପୁର,ଯାଜପୁର | ୬ ମଇ ୧୯୬୦
ଜାତୀୟତା | ଭାରତୀୟ |
ଶିକ୍ଷା | ଏମଫିଲ,ଏମବିଏ |
ପ୍ରସିଦ୍ଧି | ସାହିତ୍ୟିକ |
ପ୍ରଦୀପ ବିଶ୍ୱାଳ(ଜନ୍ମ : ୬ ମଇ ୧୯୬୦), ଜଣେ ଓଡ଼ିଆ ସାହିତ୍ୟିକ ।[୧] ପ୍ରଶାସନିକ ସେବାରେ ଚାକିରୀ କରି ସେ ୨୦୨୦ ମସିହାରେ ଅବସର ଗ୍ରହଣ କରିଥିଲେ । ସେ କବିତା, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ଏବଂ ଅନୁବାଦ ଆଦି ରଚନା କରିଥାନ୍ତି ।[୨]
ଜୀବନୀ
[ସମ୍ପାଦନା]ପ୍ରଦୀପ ବିଶ୍ୱାଳ, ୧୯୬୦ ମସିହାରେ ଅବିଭକ୍ତ କଟକ(ଏବେ ଯାଜପୁର) ଜିଲ୍ଲାର ରାଛିପୁର ଗାଁରେ ଜନ୍ମଗ୍ରହଣ କରିଥିଲେ । ପ୍ରାୟ ଦଶ ବର୍ଷ ବୟସରୁ ସେ ଲେଖାଲେଖି ଆରମ୍ଭ କରିଥିଲେ । ପରିବାରରେ ସାହିତ୍ୟିକ ପରିବେଶ ଓ ସ୍କୁଲ ଶିକ୍ଷକମାନଙ୍କର ପ୍ରୋତ୍ସାହନ ତାଙ୍କୁ ଏଦିଗରେ ପ୍ରେରଣା ଯୋଗାଇଥିଲା । ପ୍ରଦୀପ ଇତିହାସରେ ଏମଫିଲ ପରେ ଏମବିଏ କରିଛନ୍ତି । ବୃତ୍ତିରେ ସେ ଜଣେ ଓଡ଼ିଶା ଅର୍ଥନୀତି ସେବା ଅଧିକାରୀ ଥିଲେ ।[୩]
ରଚନାବଳୀ
[ସମ୍ପାଦନା]- ଧୂସର ଧ୍ରୁପଦୀ - ୧୯୯୧
- ଭୂମୀସ୍ପର୍ଶ - ୧୯୯୪
- ଶେଷ ଲୋକ - ୨୦୦୨
- ପ୍ରେମ କବିତା - ୨୦୦୭
- ଫେରିବା ବାଟରେ
- ଜଳ ଦର୍ପଣ - ୨୦୦୨[୪]
- A House Within - ୨୦୧୮
- Pilgrimage to Ayodhya - ୨୦୧୯[୫]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଜୁନିୟର ଫେଲୋସିପ ( ଭାରତ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ )
- ଗୋକର୍ଣ୍ଣିକା ପୁରସ୍କାର
- ଶିଳାଲିପି ପୁରସ୍କାର
- ରତ୍ନମଣି କବିତା ପୁରସ୍କାର ( ଫକୀର ମୋହନ ସାହିତ୍ୟ ସଂସଦଦ୍ୱାରା ପ୍ରଦତ୍ତ )[୬]
- ଚଲାପଥ ପୁରସ୍କାର
- ନନ୍ଦିଘୋଷ ପୁରସ୍କାର
- ଫକିରମୋହନ ସାହିତ୍ୟ ସଂସଦ ସମ୍ମାନ
- ଯାଜପୁର ଜିଲ୍ଲା ଲେଖକ ପରିଷଦ ସମ୍ମାନ[୭]
ଆଧାର
[ସମ୍ପାଦନା]- ↑ Gopinath Mohanty; Jeeban Kumar Patnaik; Santosha Kumāra Ratha. Cultural Heritage of [Orissa]: Jajpur. State Level Vyasakabi Fakir Mohan Smruti Samsad.
- ↑ Indian Literature. Sahitya Akademi. 2001.
- ↑ http://www.facenfacts.com/NewsDetails/6237/face-to-face-with-pradeep-biswal.htm
- ↑ "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ଫେବୃଆରୀ ୧୮ - ମାର୍ଚ୍ଚ ୩ ୨୦୧୭. Retrieved 3 March 2017.
- ↑ "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ. No. ଧରିତ୍ରୀ ୧୭/୧୨/୨୦୨୦. ଧରିତ୍ରୀ. p. ୧୩. Archived from the original on 17 December 2020. Retrieved 17 December 2020.
- ↑ "ଅଳ୍ପ ଆଳାପ". No. ସମ୍ବାଦ ୧୦/୦୧/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. ଇଷ୍ଟର୍ଣ୍ଣ ମିଡିଆ. 10 January 2021. p. ୮. Archived from the original on 10 January 2021. Retrieved 10 January 2021.
- ↑ http://www.facenfacts.com/NewsDetails/6238/writer-in-spotlight:-pradeep-biswal.htm