ବୀର କେଶରୀ ଦେଓ

ଉଇକିପିଡ଼ିଆ‌ରୁ
ବୀର କେଶରୀ ଦେଓ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1927-01-01)ଜାନୁଆରୀ ୧, ୧୯୨୭
ମୃତ୍ୟୁ୩ ସେପ୍ଟେମ୍ବର ୨୦୧୨(2012-09-03) (ବୟସ ୮୫)
ଜାତୀୟତାଭାରତୀୟ

ବୀର କେଶରୀ ଦେଓ (୧ ଜାନୁଆରୀ ୧୯୨୭ – ୩ ସେପ୍ଟେମ୍ବର ୨୦୧୨ ) ଜଣେ ଭାରତୀୟ ରାଜନେତା । ସେ ୧୯୫୭ରୁ ୧୯୬୭ ଯାଏଁ ଓଡ଼ିଶା ବିଧାନ ସଭାର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ । ୧୯୬୧ର ଓଡ଼ିଶା ବିଧାନ ସଭା ପାଇଁ ହୋଇଥିବା ସାଧାରଣ ନିର୍ବାଚନରେ ସେ ମଦନପୁରରାମପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।[୧]

ପରବର୍ତ୍ତୀ ସମୟରେ ୧୯୬୭ରୁ ୧୯୭୦ ଯାଏଁ ଏବଂ ୧୯୭୦ରୁ ୧୯୭୬ ଯାଏଁ ସେ ଓଡ଼ିଶାରୁ ଜଣେ ସଦସ୍ୟ ଭାବରେ ରାଜ୍ୟ ସଭାରେ ପ୍ରତିନିଧିତ୍ୱ କରିଥିଲେ । ସେ ମୁଖ୍ୟତଃ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର ଅଧିବାସି ।[୨] ତାଙ୍କ ୪ ଜଣ ପୁଅ ଏବଂ ୨ ଜଣ ଝିଅ ଥିଲେ ।[୩]

ଆଧାର[ସମ୍ପାଦନା]

  1. ନାୟକ, ଉଦ୍ଧବ ଚରଣ. ଓଡ଼ିଶା ରାଜନୀତିର ଇତିହାସ. ଆମ ଓଡ଼ିଶା. p. ୧୪୧. Retrieved 15 December 2018.
  2. "RAJYA SABHA MEMBERS BIOGRAPHICAL SKETCHES 1952 - 2003" (PDF). Retrieved 27 October 2017.
  3. "RAJYA SABHA Parliamentary Bulletin" (PDF). Retrieved 27 October 2017.