ମାସ୍ଟାଇଟିସ

ଉଇକିପିଡ଼ିଆ‌ରୁ
ମାସ୍ଟାଇଟିସ (Mastitis)
ମାମ୍ମାଇଟିସ (Mammitis)
୧୯୦୦ ଶତାବ୍ଦୀର ପ୍ରାରମ୍ଭ କାଳରେ ଅଙ୍କିତ ମାସ୍ଟାଇଟିସର ଏକ ଚିତ୍ର
ଉଚ୍ଚାରଣ
ବିଭାଗସ୍ତ୍ରୀରୋଗ ବିଜ୍ଞାନ (Gynecology)
ଲକ୍ଷଣସ୍ତନରେ ଯନ୍ତ୍ରଣା ଓ ଲାଲ ଦେଖାଯିବ, ଜ୍ୱର [୧]
ଆକ୍ରାନ୍ତ ସମୟଦୃତ[୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ [୨]
ସଠିକ ରୋଗ ନିର୍ଣ୍ଣୟକ୍ଷୀର ନଳୀ ଅବରୋଧ (Plugged milk duct),[୩] ସ୍ତନ ଏନ‌ଗର୍ଜମେଣ୍ଟ (breast engorgement),[୪] ସ୍ତନ କର୍କଟ (କ୍ୱଚିତ)[୧]
ପ୍ରତିକାରଉପ‌ଯୁକ୍ତ ଉପାୟରେ ବାରମ୍ବାର ସ୍ତନପାନ (breastfeeding)[୨]
ଚିକିତ୍ସାଆଣ୍ଟିବାୟୋଟିକ (Antibiotics)- ସେଫାଲେକ୍ସିନ (cephalexin), ଆଇବୁପ୍ରୋଫେନ୍[୨][୧]
ପୁନଃପୌନିକସ୍ତନ୍ୟପାନ କରାଉଥିବା ୧୦% ମହିଳା [୨]

ମାସ୍ଟାଇଟିସ (ଇଂରାଜୀ ଭାଷାରେ Mastitis) ରୋଗ ସ୍ତନ୍ୟପାନ (breastfeeding) ସମ୍ପର୍କୀୟ ସ୍ତନ (breast) ବା ଅଡ‌୍ଡରର (udder) ପ୍ରଦାହକୁ ବୁଝାଏ ।[୧][୫][୬] ସ୍ତନରେ ଯନ୍ତ୍ରଣା ହୁଏ ଓ ଲାଲ ଦେଖାଯାଏ ।[୧] ଏହା ସାଥିରେ ଜ୍ୱର ହୁଏ ଓ ଅସୁସ୍ଥ ଅନୁଭବ ହୁଏ ।[୧] ପ୍ରସବ ପରେ କିଛି ମିନିଟ ମଧ୍ୟରେ ଏହା ଜଣାଯାଏ ।[୧] ରୋଗ ଜଟିଳ ହେଲେ ଆବସେସ ହୋଇଯାଏ ।[୨]

ଉପ‌ଯୁକ୍ତ ସ୍ତନ୍ୟପାନ ନ‌କରେଇଲେ, ଫଟା ସ୍ତନାଗ୍ର ବ ନିପଲ (cracked nipples) ଥିଲେ, ସ୍ତନ ପମ୍ପ (breast pump) ବ୍ୟବ‌ହାର କଲେ ଓ ଶିଶୁର ଶୀଘ୍ର ସ୍ତନ୍ୟାପାନ ବନ୍ଦ (weaning) କଲେ ଏହି ରୋଗ ହୁଏ ।[୧] ସ୍ଟାଫିଲୋକୋକାଇ (Staphylococcus) ଓ ସ୍ଟ୍ରେପ୍ଟୋକୋକାଇ (Streptococci) ଜୀବାଣୁ ମୂଖତଃ ଏହି ରୋଗ କରାନ୍ତି ।[୧] ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ ।[୨] ନିର୍ଣ୍ଣୟ ନିମନ୍ତେ ଅଲଟ୍ରାସାଉଣ୍ଡ (Ultrasound) ଆବଶ୍ୟକ ହୋଇପାରେ ।[୧]

ବାରମ୍ବାର ଓ ଉପ‌ଯୁକ୍ତ ସ୍ତନ୍ୟପାନ କରି ଏହି ରୋଗକୁ ପ୍ରତିରୋଧ କରିହୁଏ ।[୨] ସଂକ୍ରମଣ ଥିଲେ ସେଫାଲେକ୍ସିନ (cephalexin) ଭଳି ଆଣ୍ଟିବାୟୋଟିକ (Antibiotics) ଦିଆଯାଏ ।[୨] ଆରୋଗ୍ୟ ହେବା ନିମନ୍ତେ ସ୍ତନ ଖାଲି ହେବା ପର୍ଯ୍ୟନ୍ତ ସ୍ତନ୍ୟପାନ କରିବା ନିତାନ୍ତ ଆବଶ୍ୟକ ।[୨][୧] ପ୍ରୋବାୟୋଟିକର (probiotics) ଉପକାରୀତା ପ୍ରମାଣ ମୁଳୁଛି ।[୧] ସ୍ତନ୍ୟପାନ କରାଉଥିବା ୧୦% ମହିଳାଙ୍କର ଏହି ରୋଗ ହୁଏ ।[୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Berens, PD (December 2015). "Breast Pain: Engorgement, Nipple Pain, and Mastitis". Clinical obstetrics and gynecology. 58 (4): 902–14. doi:10.1097/GRF.0000000000000153. PMID 26512442.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Spencer, JP (15 September 2008). "Management of mastitis in breastfeeding women". American Family Physician. 78 (6): 727–31. PMID 18819238.
  3. Ferri, Fred F. (2009). Ferri's Clinical Advisor 2010 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 593. ISBN 9780323076852.
  4. Buttaro, Terry Mahan; Trybulski, JoAnn; Bailey, Patricia Polgar; Sandberg-Cook, Joanne (2007). Primary Care: A Collaborative Practice (in ଇଂରାଜୀ). Elsevier Health Sciences. p. PT1608. ISBN 0323078419.
  5. Institute, The Worldwatch (2015). State of the World 2006: Special Focus: China and India (in ଇଂରାଜୀ). Island Press. p. 36. ISBN 9781610916332.
  6. Ratcliffe, Stephen D. (2008). Family Medicine Obstetrics (in ଇଂରାଜୀ). Elsevier Health Sciences. p. 634. ISBN 0323043062.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ