ଅଲେଖ ପାତ୍ର

ଉଇକିପିଡ଼ିଆ‌ରୁ
ଅଲେଖ ପାତ୍ର
ଜନ୍ମ
ଅଲେଖ ପାତ୍ର

(1923-07-01)୧ ଜୁଲାଇ ୧୯୨୩
ବିଶୁଳିପଡ଼ା, ନୟାହାଟ, ପୁରୀ
ମୃତ୍ୟୁ୧୭ ନଭେମ୍ବର ୧୯୯୯(1999-11-17) (ବୟସ ୭୬)
ସମ୍ବଲପୁର, ଓଡ଼ିଶା
ମୃତ୍ୟୁର କାରଣଶାରିରୀକ ଅସୁସ୍ଥତା
20°54′18″N 82°49′08″E / 20.905°N 82.819°E / 20.905; 82.819
ଶିକ୍ଷାସ୍ୱାତକ
ପ୍ରସିଦ୍ଧିଭାରତୀୟ ସ୍ୱାଧୀନତା ସଂଗ୍ରାମୀ
ଅହିଂସା ସତ୍ୟାଗ୍ରହ
ଆନ୍ଦୋଳନଭାରତୀୟ ଜାତୀୟ କଂଗ୍ରେସ
ବୈବାହିକ-ସାଥୀଭଗବତୀ ପାତ୍ର
ସନ୍ତାନଅରୁନ୍ଧତୀ ପାତ୍ର
ସେବାଶ୍ରୀ ପାତ୍ର
ଅର୍ଚ୍ଚନା ପାତ୍ର
ପୁରସ୍କାରତାମ୍ର ପାତ୍ର

ଅଲେଖ ପାତ୍ର (୧ ଜୁଲାଇ ୧୯୨୩ - ୧୭ ନଭେମ୍ବର ୧୯୯୯) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ସାଂସଦ ଥିଲେ ।[୧] ଅହିଂସା ଆନ୍ଦୋଳନର ଜଣେ ସକ୍ରିୟ ସଭ୍ୟ ଭାବରେ ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନାରିଗକ ସଂରକ୍ଷଣ ଅଧିକାର ଆନ୍ଦୋଳନ ଆଦିରେ ଯୋଗ ଦେଇଥିଲେ ।[୨]

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ[ସମ୍ପାଦନା]

ମାତ୍ର ୧୮ ବର୍ଷ ବୟସରେ ସେ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳରେ ଯୋଗ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମର ଏକ ଆନ୍ଦୋଳରେ ସେ ତାଙ୍କର ସାଙ୍ଗମାନଙ୍କ ସ‌ହିତ ବ୍ରିଟିଶମାନଙ୍କୁ ବିରୋଧ କରିବାକୁ ଯାଇ ନିମାପଡ଼ାର ପୋଲିସ ଥାନା ଜାଳି ଦେଇଥିଲେ । ଏହି ଘଟଣା ସମୟରେ ପୋଲିସ ଗୁଳିରେ ତାଙ୍କର ଜଣେ ଘନିଷ୍ଠ ସାଙ୍ଗଙ୍କର ଘଟଣାସ୍ଥଳରେ ମୃତ୍ୟ ହୋଇଯାଇଥିଲା । ସେ ସେହି ଗୁଳିକାଣ୍ଡରୁ ବଞ୍ଚିଯାଇଥିଲେ ଏବଂ ଗିରଫ ହୋଇ ପୁରୀ ଜେଲରେ ରହିଥିଲେ । ଜେଲରେ ରହି ମଧ୍ୟ ସେ ତାଙ୍କର ଗୁପ୍ତଚରମାନଙ୍କ ଜରିଆରେ ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ । ଏହାପରେ ସେ ଜେଲରୁ ଖସିଯାଇ କଲିକତା ଚାଲିଯାଇଥିଲେ ଏବଂ ଗୁପ୍ତରେ ନିଜର କାର୍ଯ୍ୟ ଜାରୀ ରଖିବା ପାଇଁ ସେ ଏକ ଧନୀ ଘରେ ରହି କାମ କରୁଥିଲେ ।

ସେଠାରେ ସେ ଅଧିକ ଦିନ ଧରି ରହିପାରିନଥିଲେ, କାରଣ ସେ ଆଚାର୍ଯ୍ୟ ହରିହର, ଗୋପବନ୍ଧୁ ଦାସଙ୍କ ଭଳି ସ୍ୱାଧୀନତା ସଂଗ୍ରମୀଙ୍କ ସ‌ହ ମିଶି ଖୋଲାଖୋଲି ଭାବରେ ସ୍ୱାଧୀନତା ପାଇଁ ଲଢ଼େଇ କରିବାକୁ ଚାହୁଁଥିଲେ । ତେଣୁ ସେ ତାଙ୍କର ବନ୍ଧୁମାନଙ୍କର ଅନୁରୋଧରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଥିଲେ । ମାତ୍ର ଓଡ଼ିଶା ପ୍ରତ୍ୟାବର୍ତ୍ତନ ସମୟରେ ତାଙ୍କୁ ପୁଣି ପୋଲିସ ଗିରଫ କରିଥିଲା । କଲିକତାରୁ ଆସିବାବେଳେ ପୁରୀ ରେଳ ଷ୍ଟେସନରୁ ତାଙ୍କୁ ଗିରଫ କରି ପୁଣି ପୁରୀ ଜେଲରେ ରଖାଯାଇଥିଲା ।

ଜେଲ ଭିତରେ ରହି ସେ ଅରଟ ସାହାଯ୍ୟରେ ସୂତା ବୁଣି ନିଜ ପାଇଁ ଲୁଗା ତିଆରି କରୁଥିଲେ, ପରିବେଶକୁ ସୁସ୍ଥ ଏବଂ ପରିଷ୍କାର ରଖିବାକୁ ସେ ଶୌଚାଳୟକୁ ନୀୟମିତ ସଫା କରୁଥିଲେ, ଗାନ୍ଧୀଜୀଙ୍କଠାରୁ ଆସୁଥିବା ବାର୍ତ୍ତା ବିଷୟରେ ଆଲୋଚନା ହେଲାବେଳେ ଯୋଗ ଦେଉଥିଲେ । କାରାଗାରରୁ ମୁକୁଳିବା ପରେ, ସେ ସ୍ୱରାଜ, ସର୍ବୋଦୟ କାର୍ଯ୍ୟ ବିଷୟରେ ପ୍ରଶିକ୍ଷଣ ନେବା ପାଇଁ ୱାର୍ଦ୍ଧା ଯାଇଥିଲେ ।

ଆଧାର[ସମ୍ପାଦନା]

  1. Bijay Chandra Rath (1994). Quit India movement in Orissa. Arya Prakashan. p. 60. ISBN 9788174120328.
  2. Book named "Maati deepa ra aalekhya" published on first death anniversary of the Late Freedom Fighter on 17 November 2000