ଭାରତୀୟ ସମ୍ବିଧାନର ସପ୍ତମ ପରିଶିଷ୍ଟ

ଉଇକିପିଡ଼ିଆ‌ରୁ
ଭାରତୀୟ ସମ୍ବିଧାନର ପ୍ରାକକଥନ

ଭାରତୀୟ ସମ୍ବିଧାନର ସପ୍ତମ ପରିଶିଷ୍ଟରେ କେନ୍ଦ୍ର ସରକାର, ରାଜ୍ୟ ସରକାର ତଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ଯେଉଁ ବିଷୟରେ ଆଇନ ପ୍ରଣୟନ ତଥା ନୀତି ନିର୍ଦ୍ଧାରଣ କରିପାରିବେ ତାହାର ଉଲ୍ଲେଖ ରହିଛି । ସମ୍ବିଧାନର ୨୪୬ ଧାରାରେ ଏହି ବିଷୟ ଅନ୍ତର୍ଗତ ତିନୋଟି ତାଲିକାର ସନ୍ଦର୍ଭ ରହିଛି, ଯଥା; କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଏବଂ ଯୁଗ୍ମ ତାଲିକା ।[୧][୨]

କେନ୍ଦ୍ର ତାଲିକା[ସମ୍ପାଦନା]

କେନ୍ଦ୍ର ତାଲିକା ବା ତାଲିକା-୧ରେ ଏହିଭଳି ୧୦୦ ଗୋଟି ବିଷୟର ସୂଚୀ ଦିଆଯାଇଛି ଯେଉଁଥିରେ ଆଇନ ପ୍ରଣୟନ କିମ୍ବା ନୀତି ନିର୍ଦ୍ଧାରଣ କରିବା କେବଳ ଭାରତର କେନ୍ଦ୍ର ସରକାରଙ୍କ ଅଧିକାରଭୁକ୍ତ ହେବ ।

ତାଲିକା-୧[ସମ୍ପାଦନା]

ସଂପ୍ରତି ଏହି ତାଲିକାରେ ୯୭ଗୋଟି ବିଷୟ ରହିଛି ।[୩][୪]

ରାଜ୍ୟ ତାଲିକା[ସମ୍ପାଦନା]

ରାଜ୍ୟ ତାଲିକା ବା ତାଲିକା-୨ରେ ଏହିଭଳି ୬୧ ଗୋଟି ବିଷୟର ସୂଚୀ ଦିଆଯାଇଛି ଯେଉଁଥିରେ ଆଇନ ପ୍ରଣୟନ କିମ୍ବା ନୀତି ନିର୍ଦ୍ଧାରଣ କରିବା କେବଳ ଭାରତର କେନ୍ଦ୍ର ସରକାରଙ୍କ ଅଧିକାରଭୁକ୍ତ ହେବ । ପ୍ରଥମତଃ ଏହି ତାଲିକାରେ ୬୬ଟି ବିଷୟ ଅନ୍ତର୍ଭୁକ୍ତ ଥିଲା ।

ତାଲିକା-୨[ସମ୍ପାଦନା]

ସଂପ୍ରତି ଏହି ତାଲିକାରେ ୬୧ଗୋଟି ବିଷୟ ରହିଛି ।[୫]

ସମବର୍ତ୍ତି ବା ଯୁଗ୍ମ ତାଲିକା[ସମ୍ପାଦନା]

ଯୁଗ୍ମ ତାଲିକା ବା ତାଲିକା-୩ରେ ରହିଥିବା ବିଷୟରେ ଆଇନ ପ୍ରଣୟନ କରିବା କିମ୍ବା ନୀତି ନିର୍ଦ୍ଧାରଣ କରିବା ଉଭୟ କେନ୍ଦ୍ର ଓ ସଂପୃକ୍ତ ରାଜ୍ୟର ଅଧିକାର ଭୁକ୍ତ ଅଟେ । ତେବେ କେନ୍ଦ୍ରର ଅଧିକାର ଭୁକ୍ତ ତାଲିକା -୧ ପ୍ରକାରେ କେନ୍ଦ୍ର ପ୍ରଣୟନ କରିଥିବା କୌଣସି ନୀତି ବା ନିୟମର ଉଲଂଘନ ପୂର୍ବକ ଯଦି ରାଜ୍ୟ ତାଲିକା-୨ ଆଧାରରେ କିଛି ନିୟମ ପ୍ରଣୟନ କରିଥାନ୍ତି ତେବେ କେନ୍ଦ୍ର ପ୍ରଣୀତ ଆଇନ ହିଁ ବୈଧ ହେବ ।

ତାଲିକା-୩[ସମ୍ପାଦନା]

ଏହି ତାଲିକାରେ ୫୨ଗୋଟି ବିଷୟ ଅନ୍ତର୍ଭୁକ୍ତ ଅଛି ।[୬][୫]

ଆଧାର[ସମ୍ପାଦନା]

  1. "Article 246 in The Constitution Of India 1949". Retrieved 8 June 2018.
  2. "Seventh Schedule (Article 246)" (PDF). Retrieved 8 June 2018.
  3. "The Union Subject List". Retrieved 7 July 2018.
  4. "SEVENTH SCHEDULE". Retrieved 7 July 2018.
  5. ୫.୦ ୫.୧ "Seventh schedule". Retrieved 7 July 2018.
  6. "The Concurrent Subject List". Retrieved 7 July 2018.

ବାହାର ଆଧାର[ସମ୍ପାଦନା]