ଅନୁରାଗ କଶ୍ୟପ

ଉଇକିପିଡ଼ିଆ‌ରୁ
ଅନୁରାଗ କଶ୍ୟପ
୨୦୧୫ରେ ବମ୍ବେ ଭେଲବେଟର ଟ୍ରେଲର ଲଞ୍ଚବେଳେ ଅନୁରାଗ କଶ୍ୟପ
Born
ଅନୁରାଗ ସିଂହ କଶ୍ୟପ

(1972-09-10) ୧୦ ସେପ୍ଟେମ୍ବର ୧୯୭୨ (ବୟସ ୫୧)[୧]
Occupation(s)ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ, ଚିତ୍ରନାଟ୍ୟ ଲେଖକ, ଅଭିନେତା, ସମ୍ପାଦକ
Years active୧୯୯୭-ଏବେଯାଏଁ
Spouse(s)
ଆରତୀ ବଜାଜ
(m. ୨୦୦୩; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)

କଳ୍କୀ କୋଇଚିଲିନ୍
(m. ୨୦୧୧; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Relativesଅଭିନବ କଶ୍ୟପ (ଭାଇ)
ଅନୁଭୂତି କଶ୍ୟପ (ଭଉଣୀ)

ଅନୁରାଗ କଶ୍ୟପ (ଜନ୍ମ: ୧୦ ସେପ୍ଟେମ୍ବର ୧୯୭୨)[୨][୩][୪], ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର, ଚଳଚ୍ଚିତ୍ର ପ୍ରଯୋଜକ ଏବଂ ଅଭିନେତା । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ କାମ କରନ୍ତି । ଚଳଚ୍ଚିତ୍ର ଜଗତରେ ଅନୁରାଗଙ୍କର ଅବଦାନ ପାଇଁ ଫ୍ରାନ୍ସ ସରକାର ତାଙ୍କୁ ୨୦୧୩ ମସିହାରେ ସମ୍ମାନିତ କରିଥିଲେ ।[୫]

ଅନୁରାଗ ପ୍ରଥମେ ଜଣେ ଦୂରଦର୍ଶନ ଧାରାବାହିକ କାହାଣୀକାର ଭାବରେ କାର୍ଯ୍ୟ କରିଥିଲେ । ସେ କିଛି ସଫଳ ଏବଂ ଚର୍ଚ୍ଚିତ ଧାରାବାହିକର କାହାଣୀ ରଚନା କରିବା ପରେ ୧୯୯୮ ମସିହାରେ ରାମ ଗୋପାଳ ବର୍ମାଙ୍କ ହତ୍ୟାଭିତ୍ତକ ଚଳଚ୍ଚିତ୍ର ସତ୍ୟାର ସ‌ହ-ଲେଖକ ଭାବରେ କାର୍ଯ୍ୟ କରିଥିଲେ ।[୬] ଏହାପରେ ସେ ପାଞ୍ଚ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ[୭][୮], ମାତ୍ର ଏହି ଚଳଚ୍ଚିତ୍ରଟିରେ ଥିବା ମାତ୍ରାଧିକ ଆପତ୍ତିଜନ‌କ ଦୃଶ୍ୟ ଏବଂ କାହାଣୀ ପାଇଁ[୯] ଭାରତୀୟ ଚଳଚ୍ଚିତ୍ର ନିୟନ୍ତ୍ରକ ସଂଘ ଏହାକୁ ମୁକ୍ତିଲାଭ କରିବାର ଅନୁମତି ଦେଇନଥିଲେ ।[୧୦] ୨୦୦୭ ମସିହାରେ ଅନୁରାଗଙ୍କ ନିର୍ଦ୍ଦେଶନାରେ ପ୍ରଥମ ଚଳଚ୍ଚିତ୍ର ବ୍ଲାକ୍ ଫ୍ରାଇଡେ ମୁକ୍ତିଲାଭ କଲା । ଏହି ଚଳଚ୍ଚିତ୍ରଟିର ୧୯୯୩ର ବମ୍ବେ ବୋମା ବିସ୍ଫୋରଣ ଉପରେ ଆଧାରିତ ହୁସେନ ଜାଇଦିଙ୍କ ପୁସ୍ତକର କାହାଣୀକୁ ନେଇ ନିର୍ମାଣ କରାଯାଇଥିଲା ।[୧୧][୧୨] ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାବେଳେ ପୁଣିଥରେ ଜାତୀୟ ଚଳଚ୍ଚିତ୍ର ପ୍ରମାଣପତ୍ରପାଇଁ ଦୁଇ ବର୍ଷ ଅପେକ୍ଷା କରିଥିଲା । ସେତେବେଳକୁ ୧୯୯୩ ବୋମା ବିସ୍ଫୋରଣର ମକୋଦ୍ଦମା ଚାଲିଥିଲା, ତେଣୁ ଏହାର କାହାଣୀ ଉପରେ ରୋକ ଲଗାଯାଇଥିଲା ।[୧୩] ମାତ୍ର ମକୋଦ୍ଦମା ଶେଷ ହେବା ଆଗରୁ ୨୦୦୭ରେ ଏହାକୁ ମୁକ୍ତିଲାଭ ପାଇଁ ଅନୁମତି ଦିଆଯାଇଥିଲା ।[୧୪] ଏହି ଚଳଚ୍ଚିତ୍ରକୁ ନେଇ ସର୍ବସାଧାରଣରେ ଜାଗିଥିବା ଲୋକପ୍ରିୟତା ପାଇଁ ଏହାକୁ ମୁକ୍ତିଲାଭର ଅନୁମତି ମିଳିଥିଲା । ଏହାପରେ ୨୦୦୭ରେ ତାଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିଥିବା ଅନ୍ୟ ଏକ ଚଳଚ୍ଚିତ୍ର ନୋ ସ୍ମୋକିଙ୍ଗ୍[୧୫] ସମୀକ୍ଷକଙ୍କଠାରୁ ନାକାରାତ୍ମକ ପ୍ରତିକ୍ରୟା ପାଇଥିବାବେଳେ ବ୍ୟବସାୟରେ ବ‌ହୁତ ଖରାପ ପ୍ରଦର୍ଶନ କରିଥିଲା ।[୧୬][୧୭] ଏହାପରେ ୨୦୦୯ରେ ମୁକ୍ତିଲାଭ କରିଥିବା ତାଙ୍କ ନିର୍ଦ୍ଦେଶିତ ଅନ୍ୟ ଏକ ଚଳଚ୍ଚିତ୍ର ଦେଭ୍.ଡିଙ୍କୁ ସମୀକ୍ଷକ ଓ ଦର୍ଶକ ପସନ୍ଦ କରିଥିଲେ ଏବଂ ଏହା ବ୍ୟବସାୟିକ ସଫଳ ମଧ୍ୟ ହୋଇଥିଲା ।[୧୮][୧୯][୨୦] ଏହି ଚଳଚ୍ଚିତ୍ରଟି ଦେବଦାସ ଚରିତ୍ରର ଏକ ଆଧୁନିକ ରୂପ ଥିଲା ।[୨୧] ଏହାପରେ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ୨୦୦୯ର ରାଜନୈତିକ ନାଟକ ଗୁଲ୍ଲାଲ୍ ଏବଂ ୨୦୧୧ର ଦ୍ୟାଟ୍ ଗାର୍ଲ ଇନ୍ ୟେଲ୍ଲୋ ବୁଟ୍‌ସ୍ ସଫଳ ହୋଇଥିଲା । ୨୦୧୨ରେ ମୁକ୍ତିଲାଭ କରିଥିବା ଅପରାଧ ଭିତ୍ତିକ ନାଟକ ଗ୍ୟାଙ୍ଗ୍‌ସ୍ ଅଫ୍ ୱାସେପୁରର ଦୁଇଟି ଭାଗ ଅନୁରାଗଙ୍କର ସବୁଠାରୁ ବଡ଼ ସଫଳତା ଥିଲା ।[୨୨] ଏହି ଚଳଚ୍ଚିତ୍ରଟି ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ମନୋନୀତ ହୋଇଥିଲା ଏବଂ କିଛି ପୁରସ୍କାର ପାଇଥିଲା । ଏହାପରେ ୨୦୧୩ରେ ବମ୍ବେ ଟକିଜ୍, ୨୦୧୪ରେ ଅଗ୍‌ଲି ଏବଂ ୨୦୧୫ରେ ବମ୍ବେ ଭେଲବେଟ ନିର୍ମାଣ କରିଥିଲେ ଅନୁରାଗ । ମାତ୍ର ଏହି ଚଳଚ୍ଚିତ୍ରଗୁଡ଼ିକ ବିଫଳ ହୋଇଥିଲା । ୨୦୧୬ ମସିହାରେ ଅନୁରାଗ ରମଣ ରାଘବ ଚଳଚ୍ଚିତ୍ରର ୨ୟ ଭାଗ ରମଣ ରାଘବ ୨.୦ ଅଭିନେତା ନବାଜ ଉଦ୍ଦିନ ସିଦ୍ଦିକଙ୍କୁ ନେଇ ନିର୍ମାଣ କରିଥିଲେ ।

ଚଳଚ୍ଚିତ୍ର ଦୁନିଆରେ କାମ କରିବା ବ୍ୟତୀତ ଅନୁରାଗ ମୁମ୍ବାଇର ଏକ ବେସରକାରୀ ସଂସ୍ଥା ଆଙ୍ଗନ୍‌ର ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ଏହି ସଂସ୍ଥା ଭାରତରେ ଥିବା ଦୁର୍ବଳତମ ପିଲାମାନଙ୍କ ପାଇଁ କାର୍ଯ୍ୟ କରୁଛି । ଅନୁରାଗ କଶ୍ୟପ ନାମକ ତାଙ୍କର ନିଜର ଏକ ଚଳଚ୍ଚିତ୍ର ନିର୍ମାଣ ସଂସ୍ଥା ଅଛି ।

ଆଧାର[ସମ୍ପାଦନା]

  1. "Anurag Kashyap". British Film Institute. Retrieved 30 October 2017.
  2. Sonar, Mamta (10 September 2017). "Anurag Kashyap birthday special: The unlucky love life of the renowned filmmaker". The Free Press Journal. Retrieved 30 October 2017.
  3. "Anurag Kashyap turns 41; finds birthday wishes awkward". Daily News and Analysis. 10 September 2013. Archived from the original on 24 October 2016. Retrieved 10 July 2016.
  4. Parul Khanna (5 ଜୁଲାଇ 2013). "Anurag Kashyap, the Godfather". Hindustan Times. Archived from the original on 9 July 2013. Retrieved 7 July 2013.
  5. "French distinction conferred on Anurag Kashyap at Cannes, 20 May 2013". France in India (French Embassy in India). Archived from the original on 10 March 2016. Retrieved 28 June 2016.
  6. "'Black Friday is based on facts!'". Rediff.com. 5 April 2005. Archived from the original on 3 June 2015. Retrieved 4 May 2015.
  7. "Total Knockout: A Censor Punch For Paanch". The Times of India. 10 August 2001. Archived from the original on 27 January 2015. Retrieved 4 November 2014.
  8. Sandeep Unnithan (22 October 2001). "Total recall". India Today. Archived from the original on 5 May 2015. Retrieved 4 May 2015.
  9. John, Vimal Mohan; Viswamohan, Ayusha Iqbal (2017). Behind the Scenes: Contemporary Bollywood Directors and Their Cinema. SAGE Publications. p. 134. ISBN 978-93-86062-40-6.
  10. "I'll fight to the finish". Rediff. 13 October 2001. Archived from the original on 24 September 2015. Retrieved 30 March 2015.
  11. Hiren Kotwani (23 February 2007). "I just can't be politically correct: Anurag Kashyap". Hindustan Times. Retrieved 10 February 2009.[permanent dead link]
  12. "We consciously kept Sanjay Dutt out of Black Friday: Anurag Kashyap". Business of Cinema. 6 February 2007. Archived from the original on 21 May 2015. Retrieved 6 May 2015.
  13. "No Black Friday till blasts case verdict". Rediff. 31 March 2005. Archived from the original on 7 December 2008. Retrieved 10 February 2009.
  14. "Controversial Black Friday finally cleared for release in India". Screen International. 6 February 2007. Archived from the original on 11 May 2015. Retrieved 6 May 2015.
  15. Gajjar, Manish (10 October 2007). "No Smoking". BBC. Archived from the original on 12 October 2007. Retrieved 9 August 2012.
  16. Khalid Mohamed (26 October 2007). "Review: No Smoking". Hindustan Times. Archived from the original on 21 January 2012. Retrieved 9 August 2012.
  17. "No Smoking box-office report". Box Office India. Archived from the original on 18 May 2015. Retrieved 4 May 2015.
  18. Sen, Raja (6 February 2009). "Dev D review". Rediff. Archived from the original on 1 June 2016. Retrieved 15 May 2015.
  19. Sharma, Sanjukta (6 February 2009). "Dev D | Style, substance (and length)". Mint. Archived from the original on 18 June 2009. Retrieved 13 November 2011.
  20. "Dev D strikes gold at box office". India Today. 10 February 2009. Archived from the original on 20 May 2015. Retrieved 15 May 2015.
  21. "Dev.D Overview". The New York Times. Archived from the original on 8 October 2013. Retrieved 5 May 2015.
  22. "Gangs of Wasseypur: World premiere at Cannes". CNN-IBN. 24 April 2012. Archived from the original on 25 April 2012. Retrieved 24 April 2012.

ବାହାର ଆଧାର[ସମ୍ପାଦନା]