ଲକ୍ଷ୍ମୀ ମେହେର

ଉଇକିପିଡ଼ିଆ‌ରୁ
ଲକ୍ଷ୍ମୀ ମେହେର
Born (1967-07-06) ୬ ଜୁଲାଇ ୧୯୬୭ (ବୟସ ୫୬)
ତାରଭା, ଓଡ଼ିଶା
NationalityIndia ଭାରତୀୟ
Occupationକଳାକାର (ଚିତ୍ରକାର)
Spouseକୈଳାସ ଚନ୍ଦ୍ର ମେହେର

ଲକ୍ଷ୍ମୀ ମେହେର (ଜନ୍ମ ୬ ଜୁଲାଇ ୧୯୬୭) ଜଣେ ଭାରତୀୟ କଳାକାର ଓ ସମାଜସେବୀ । ସେ ତାଙ୍କର ଓଡ଼ିଶା ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ ।[୧]

ଆଦ୍ୟ ଜୀବନ ଓ ପ୍ରଚ୍ଛଦପଟ[ସମ୍ପାଦନା]

ସେ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାର ତାଭରା ଗ୍ରାମରେ ଜନ୍ମ ହୋଇଥିଲେ ଓ ବର୍ତ୍ତମାନ ବଲାଙ୍ଗୀରରେ ରହୁଛନ୍ତି । ସେ ପ୍ରସିଦ୍ଧ କଳାକାର ପଦ୍ମଶ୍ରୀ କୈଳାସ ଚନ୍ଦ୍ର ମେହେରଙ୍କ ପତ୍ନୀ । ତାଙ୍କର ଦୁଇଟି ପୁଅ ପ୍ରକାଶ ମେହେର, ଜୟନ୍ତ ମେହେର ଓ ଝିଅ ମନୀଷା ମେହେର । ସେମାନେ ସମସ୍ତେ ଓଡ଼ିଶାର ପଟ୍ଟଚିତ୍ର ପାଇଁ ନିଜର ଅବଦାନ ହେତୁ ଜାତୀୟ ସ୍ତରରେ ସନ୍ମାନିତ ।[୧]

ବୃତ୍ତି[ସମ୍ପାଦନା]

ବିବାହ ପରେ ୧୮ ବର୍ଷ ବୟସରୁ ସେ ଚିତ୍ର ପ୍ରତି ଧ୍ୟାନ ଦେଇଥିଲେ । ସେ ତାଙ୍କ ସ୍ୱାମୀଙ୍କ ତତ୍ତ୍ୱାବଧାନରେ ନିଜର ଚିତ୍ରକଳା କରିଥିଲେ । ବର୍ତ୍ଚମାନ ୩ ଦଶନ୍ଧୀ ହେବ ପାରମ୍ପାରିକ ଚିତ୍ରକଳାରେ ନିଜର ଦକ୍ଷତା ପ୍ରତିପାଦନ କରିଆସୁଛନ୍ତି । ସେ ଚିତ୍ରକଳା ତାଲିମ କେନ୍ଦ୍ର ଇଣ୍ଡିଆନ୍ ଆର୍ଟ୍ ଏଣ୍ଡ୍ କ୍ରାଫ୍ଟ୍ ଏକାଡ଼େମୀ ଫର୍ ୱିମେନ୍ ସହ ମଧ୍ୟ ଜଡ଼ିତ । ବର୍ତ୍ତମାନ ସେ ଜଣେ ପ୍ରତିଷ୍ଠିତ କଳାକାର ଓ ବିଭିନ୍ନ ସରକାରୀ ଯୋଜନା ଯଥା: ଗୁରୁ ଶିଷ୍ୟ ପରମ୍ପରା ଅଣ୍ଡର ଏଚ୍ ଆର୍ ଡି ସ୍କିମ୍ସ୍କିମ୍ ସି ଜରିଆରେ କେବିକେ ଅଞ୍ଚଳରେ ଯୁବ କଳାକାରମାନଙ୍କୁ ଦକ୍ଷତା ତାଲିମ ଦେଉଛନ୍ତି ।[୧][୨]

ଶ୍ରୀମତୀ ମେହେର୍ ତାଙ୍କ ଜୀବନ ଭିତରେ ଦେଶ ସାରା ବିଭିନ୍ନ ହସ୍ତକଳା ପ୍ରଦର୍ଶନୀ କରିଛନ୍ତି ଓ ତାଙ୍କର ଚିତ୍ରକଳା କଳାପ୍ରିୟ, ଭିଆଇପି ଓ ପ୍ରଦର୍ଶନୀ ପ୍ରଦର୍ଶକଙ୍କଦ୍ୱାରା ପ୍ରଶଂସିତ ହୋଇଛି । କଳା ପାଇଁ ନିଜ ପ୍ରତିବଦ୍ଧତା ପାଇଁ ସେ ୨୦୦୫ରେ ଭାରତର ରାଷ୍ଟ୍ରପତିଙ୍କଠାରୁ ଜାତୀୟ ସମ୍ମାନ ମାଷ୍ଟର୍ କ୍ରାଫ୍ଟ୍‌ସମ୍ୟାନ୍ ଓ ୧୯୯୦ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କଠାରୁ ରାଜ୍ୟ ପୁରସ୍କାର ପାଇଥିଲେ ।[୩][୪]

ସମ୍ମାନ[ସମ୍ପାଦନା]

  • ୨୦୦୫ - ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ଜାତୀୟ ପୁରସ୍କାର[୩]
  • ୧୯୯୦ - ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କଦ୍ୱାରା ରାଜ୍ୟ ପୁରସ୍କାର[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Laxmi Meher : Tussar Pattachitra Painter of Odisha". About.me. Retrieved 23 December 2014.
  2. Laxmi Meher. "Laxmi Meher". Laxhimeher.blogspot.in. Retrieved 23 December 2014.
  3. ୩.୦ ୩.୧ "National Awardees of Handicrafts Sector for the Year 2005" (PDF). Handicrafts.nic.in. Archived from the original (PDF) on 2 November 2013. Retrieved 23 December 2014.
  4. ୪.୦ ୪.୧ "Art textiles:". As.ori.nic.in. Archived from the original on 17 December 2014. Retrieved 23 December 2014.